ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଓଡ଼ିଶା ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ, ଆତ୍ମସମର୍ପଣ କରିବାକୁ ଦମ୍ପତିଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଏକ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ଏହି ମାମଲାରେ ୫ ବର୍ଷ ଦଣ୍ଡାଦେଶ ପରେ ଅନ୍ତରୀଣ ଜାମିନରେ ଥିବା ଦମ୍ପତି ସାବିତ୍ରୀ ସାମନ୍ତରାୟ ଓ ବିଦ୍ୟାଧର ପ୍ରହରାଜଙ୍କ ବେଲ୍‌ ବଣ୍ଡକୁ ସୁପ୍ରିମକୋର୍ଟ ବାତିଲ କରିବା ସହିତ ଦୁଇ ସପ୍ତାହ ଭିତରେ ‌ସେମାନଙ୍କୁ ଟ୍ରାଏଲ କୋର୍ଟଙ୍କ ନିକଟରେ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଦୁଇ ଅଭିଯୁକ୍ତ ଆତ୍ମସମର୍ପଣ ନ କରନ୍ତି ତାହାହେଲେ ସେମାନଙ୍କୁ ପୋଲିସ ହାଜତକୁ ପଠାଇ ଦିଆଯିବ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୫ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୨।୦୫: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୩୭୨ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ହୋଇଥିବା […]

ଅପରାଧ ରାଜ୍ୟ

ଦୋଳି ଖେଳ ହେଲା କାଳ : ଭଉଣୀ ମୃତ, ଭାଇ ଗୁରୁତର

ଚଣ୍ଡିଖୋଲ ୨୨।୦୫ : ଦୋଳି ଖେଳୁଥିବା ସମୟରେ ଅଘଟଣ। ୫ ବର୍ଷର ଭଉଣୀ ମୃତ, ୮ବର୍ଷର ଭାଇ ଗୁରୁତର। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଭୟପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଅଭୟପୁର ଗାଁର ସହଦେବ ରାଉତଙ୍କ ଝିଅ ବେବିନା (୫) ଏବଂ ପୁଅ ଓମ ପ୍ରକାଶ (୮) ସନ୍ଧ୍ୟା ସମୟରେ ଘର ନିକଟରେ ଥିବା ଏକ ପୁରୁଣା ମାଟି ପଥର କାନ୍ଥରେ ଦୋଳି ଲଗାଇ ଖେଳୁଥିଲେ । ହଠାତ୍‌ […]

ଅପରାଧ ଦେଶ ବିଦେଶ ରାଜନୀତି

ସିଦ୍ଧୁଙ୍କ ପୂର୍ବରୁ ଜେଲ୍ ଯାଇଥିବା ୭ ହାଇ ପ୍ରୋଫାଇଲ ନେତା

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ପାଲଟି ଥିବା ନବଜୋତ ସିଂହ ସିଦ୍ଧୁଙ୍କୁ ଗୁରୁବାର ସୁପ୍ରିମକୋର୍ଟ ୧ ବର୍ଷ ଜେଲ୍‌ଦଣ୍ଡ ଦେଇଛନ୍ତି। ଏହି ମାମଲାରେ ତାଙ୍କୁ ୩ ବର୍ଷ ପୂର୍ବେ ସୁପ୍ରିମକୋର୍ଟ କେବଳ ୧୦୦୦ ଟଙ୍କା ଜରିମାନା ଲାଗୁ କରି ଛାଡ଼ିଦେଇଥିଲେ। ଏବେ ସେ ଜେଲ ଦଣ୍ଡାଦେଶ ପାଇବା ପରେ ଗତକାଲିଠାରୁ ପଟିଆଲା ସେଣ୍ଟ୍ରାଲ ଲେଜ୍‌ରେ କଏଦୀ ଜୀବନ ଆରମ୍ଭ କରିଛନ୍ତି। ତେବେ ସିଦ୍ଧୁଙ୍କ ପୂର୍ବରୁ ଆଉ ୭ ଜଣ ହାଇପ୍ରୋଫାଇଲ ନେତା ମଧ୍ୟ ଜେଲ୍‌ ଯାଇଛନ୍ତି। ସେମାନଙ୍କ ମଧ୍ୟରେ […]

ଅପରାଧ ରାଜ୍ୟ

ବଜ୍ରପାତରେ ନାବାଳିକା ମୃତ, ୨ ଗୁରୁତର

ଆନନ୍ଦପୁର ୨୨।୦୫: ଆନନ୍ଦପୁର ବ୍ଲକ ପଣସଡିହା ପଞ୍ଚାୟତରେ ବଜ୍ରପାତ । ଏଥିରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଶନିବାର ରାତିରେ ହରଣାଭୋଳ ଗାଁର ଚମ ଦିଗିଙ୍କ ଦୁଇ ଝିଅ ଘର ବାରଣ୍ଡାରେ ବସି ଖାଉଥିଲେ । ଠିକ୍‌ ଏହି ସମୟରେ ବଜ୍ରପାତ ହୋଇଥିଲା । ଯେଉଁଥିରେ କି ବଡ଼ଝିଅ ପାଲ୍‌ ଗୁରୁତର ହୋଇଥିଲା […]

ଅପରାଧ ଦେଶ ବିଦେଶ

ଲୁଧିଆନା କୋର୍ଟ ବୋମା ବିସ୍ଫୋରଣ ମାମଲାର ରହସ୍ୟ ଭେଦକଲେ ‘ଏନ୍‌ଆଇଏ’ ଓ ପଞ୍ଜାବ ପୁଲିସ; ମୁଖ୍ୟ ଅଭିଯୁକ୍ତ ଗିରଫ

ଚଣ୍ଡୀଗଡ଼: ପଞ୍ଜାବ ପୁଲିସର ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ ଏବଂ ‘ଏନ୍‌ଆଇଏ’ ଲୁଧିଆନା ଅଦାଲତ ବୋମା ବିସ୍ଫୋରଣ ମାମଲାର ରହସ୍ୟ ଭେଦ କରିବା ସହିତ ଶନିବାର ଦିନ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। କିନ୍ତୁ, ସେ ମୁଖ୍ୟ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଛି। ପଞ୍ଜାବ ପୁଲିସର ମହାନିର୍ଦେଶକ ଭି. କେ. ଭୱରା କହିଛନ୍ତି, ପଞ୍ଜାବ ପୁଲିସ ଲୁଧିଆନା ଅଦାଲତ ବିସ୍ଫୋରଣ ମାମଲାର ରହସ୍ୟ ଉନ୍ମୋଚନ କରିଛି। ମୁଖ୍ୟ ଅଭିଯୁକ୍ତଙ୍କୁ ‘ବର୍ଡର୍‌ ରେଞ୍ଜ୍‌’ର ‘ଏସ୍‌ଟିଏଫ୍‌’ ଟିମ୍‌ ଗିରଫ କରିଛି। ଉକ୍ତ […]

ଅପରାଧ ଦେଶ ବିଦେଶ

ହାଜତ ମୃତ୍ୟୁ ଯୋଗୁଁ ଆସାମ ଥାନାରେ ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଜନତା

ନାଗାଓଁ: ହାଜରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଜନତା ଶନିବାର ସନ୍ଧ୍ୟାରେ ଆସାମର ନାଗାଓଁସ୍ଥିତ ଏକ ଥାନାରେ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାରେ ୩ଜଣ ଆହତ ହୋଇଥିବା ବେଳେ ୩ଜଣଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି। ମୃତ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଇ ପୁଲିସ କହିଛି, ରାତିରେ ମାତାଲ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ବେଳେ ତାଙ୍କୁ ଥାନାକୁ ଅଣାଯାଇଥିଲା। ବାଟଦ୍ରୱା ଥାନା ପୁଲିସ ସାଲନାବାରି ଅଞ୍ଚଳରେ ସଫିକୁଲ୍‌ ଇସ୍‌ଲାମ୍‌ଙ୍କୁ ଅଟକ […]

ଖେଳ ଦେଶ ବିଦେଶ

ଏ ସଫଳତା ଛୋଟ ନୁହେଁ: ‘ଥମାସ୍‌ କପ୍‌ ବିଜୟୀ’ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଟିମ୍‌କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଥମାସ୍‌ କପ୍‌ ବିଜୟୀ’ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଟିମ୍‌କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଇଣ୍ଡୋନେସିଆକୁ ପରାସ୍ତ କରି ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଟିମ୍‌ ସ୍ମରଣୀୟ ସ୍ବର୍ଣ୍ଣପଦକ ହାସଲ କରିଥିଲା। ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଟିମ୍‌ ସହିତ ଆଳାପ କରିବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବହୁ ଦଶନ୍ଧି ପରେ ଭାରତ ଏହି ପ୍ରତିଦ୍ବନ୍ଦ୍ବିତାରେ ପତାକା ଉତ୍ତୋଳନ କରିବା ଛୋଟ ସଫଳତା ନୁହେଁ। ଉଦ୍ୟମ ପାଇଁ ସେ ବ୍ୟାଡ୍‌ମିଣ୍ଟନ୍‌ ଟିମ୍‌କୁ ଅଭିନନ୍ଦନ […]

ରାଜ୍ୟ ରାଶିଫଳ

ସୂର୍ଯ୍ୟଙ୍କ ପରି ଉଜ୍ବଳ ହୋଇଥାଏ ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ, ଦେଖାଦିଏ ନାହିଁ ଦାରିଦ୍ର୍ୟତା

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୧୨ ରାଶି ରହିଛି । ଏହି ରାଶି ଗୁଡିକ ପ୍ରତିଦିନ ତାଙ୍କ ଦିଗ ପରିବର୍ତ୍ତନ କରନ୍ତି । ରାଶି ଗୁଡିକର ରାଶି ପରିବର୍ତ୍ତନ ହେଲେ କେତେକ ରାଶିର ଭାଗ୍ୟ ବଦଳି ଥାଏ ତ ଆଉ କେଉଁ ରାଶି ପାଇଁ ଅଶୁଭ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କେତେକ ରାଶିର ଗୁଡିକର ଭାଗ୍ୟ ବହୁତ ଭାଗ୍ୟବାନ ଅଟେ। ଏହି ଲୋକଙ୍କ ଉପରେ ଆର୍ଥିକ ସଙ୍କଟ ଖୁବ୍ କ୍ୱଚିତ୍ ଦେଖାଯାଏ। ଏହି ଲୋକମାନେ ଦାରିଦ୍ର୍ୟଠାରୁ […]

ଅପରାଧ ରାଜ୍ୟ

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ , ୨ ମୃତ

ବ୍ରହ୍ମଗିରି ୨୨।୦୫: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ , ୨ ମୃତ । ପୁରୀ ସାତପଡ଼ା ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଡ୍ରାଇଭର ସମେତ ଦୁଇ ଜଣଙ୍କ ମୃତ୍ଯୁ ଘଟିଛି। ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କାରରେ ପୁରୀ ପଟୁ ସାତପଡ଼ା ଅଭିମୁଖେ ନିଜ ଗାଁକୁ ଫେରୁଥିବା ବେଳେ ନାଗା ଛକ ନିକଟରେ ଭାରସାମ୍ୟ ହରାଇ କାରଟି ଗଛରେ ପିଟି ହୋଇଯାଇଥିଲା। ଯାହାଫଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । […]