ଭାରତୀୟ ସେନା ହଟାଇବାକୁ ଜିଦ୍: ଚୀନ୍-ମାଳଦ୍ବୀପ ନୂଆ ଚୁକ୍ତି, ମାଗଣା ସୈନ୍ୟ ସହାୟତା ମିଳିବ
ମାଲେ: ମାଳଦ୍ବୀପ ଓ ଚୀନ୍ ମଧ୍ୟରେ ଏକ ନୂଆ ଚୁକ୍ତି ସ୍ବାକ୍ଷରିତ ହୋଇଛି, ଯାହା ଆଧାରରେ ଚୀନ୍ ଏଣିକି ମାଳଦ୍ବୀପକୁ ମାଗଣା ସୈନ୍ୟ ସହାୟତା ଯୋଗାଇଦେବ। ଏହି ଚୁକ୍ତି ପରେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ତାଙ୍କର ଭାରତ ବିରୋଧୀ ଆଭିମୁଖ୍ୟକୁ ଆହୁରି କଠୋର କରିଛନ୍ତି। ମେ ୧୦ ତାରିଖ ସୁଦ୍ଧା ମାଳଦ୍ବୀରେ କୌଣସି ଭାରତୀୟ ସୈନିକ ରହିବେ ନାହିଁ ବୋଲି ସେ କହିଛନ୍ତି। ଏପରିକି ସାଧାରଣ ସେବା ଯୋଗାଇବା ପାଇଁ ମଧ୍ୟ ସେନାର କୌଣସି କର୍ମଚାରୀ […]









