ଖେଳ ରାଜ୍ୟ

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ପ୍ରସ୍ତୁତି: ୬ ଓ ୭ ନମ୍ବର ଗ୍ୟାଲେରିକୁ ମିଳିଲା ସୁରକ୍ଷା ପ୍ରମାଣପତ୍ର

କଟକ: ଅସୁରକ୍ଷିତ ଘୋଷଣା ହୋଇଥିବା ବାରବାଟୀ ଷ୍ଟାଡିୟମର ଗ୍ୟାଲେରି ନମ୍ବର ୭କୁ ସୁରକ୍ଷା ପ୍ରମାଣପତ୍ର ମିଳିଛି। ଏନ୍‌ପିସିସି ଦ୍ବାରା ଏହାର ମରାମତି କାର୍ଯ୍ୟ ହାତକୁ ନିଆଯାଇଥିଲାବେଳେ ଭୁବନେଶ୍ବରସ୍ଥିତ କ୍ୟାଡ କନସଲଟାନ୍ସି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯାଇଥିଲା। ମରାମତି କାର୍ଯ୍ୟକୁ ଖଡ଼ଗପୁରସ୍ଥିତ ଆଇଆଇଟିର ବୈଷୟିକ ଅଧିକାରୀମାନେ ଯାଞ୍ଚ କରି ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ୭ ନମ୍ବର ଗ୍ୟାଲେରି ସହିତ ୬ ନମ୍ବର ଗ୍ୟାଲେରିର ମଧ୍ୟ ମରାମତି କରାଯାଇଛି। ଏହି ମରାମତିରେ ଥାଇଲାଣ୍ତ ଓ କାନାଡାରୁ ଅତ୍ୟାଧୁନିକ […]

ଅପରାଧ ରାଜ୍ୟ

ଭୀମଭୋଇ ମେଡିକାଲ୍ କଲେଜ୍ ଛାତ୍ର ମୃତ୍ୟୁ ଘଟଣା: ମୁଖ୍ୟ ଶାସନ ସଚିବ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରିପୋର୍ଟ ତଲବ

ନୂଆଦିଲ୍ଲୀ/ଭୁବନେଶ୍ବର: ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ୍ କଲେଜ୍ ଓ ହସ୍‌ପିଟାଲର ହଷ୍ଟେଲ ଛାତରୁ ଏମ୍‌ବିବିଏସ୍‌ ଛାତ୍ର ମୃତ୍ୟୁ ଘଟଣାନେଇ ଜାତୀୟ ମାନବାଧିକାର କମିସନ (ଏନଏଚଆରସି) ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରିପୋର୍ଟ ତଲବ କରିଛନ୍ତି। ଆସନ୍ତା ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ କଲେଜରେ ଛାତ୍ର ମୃତ୍ୟୁ ‌ନେଇ ପୁରୀ ଜିଲ୍ଲା ପିପିଲି ନିବାସୀ ତଥା ମାନବିକ ଅଧିକାର କର୍ମୀ ଅଖଣ୍ଡ ଏନ୍‌ଆରଏଚ୍‌ସିରେ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ […]

ଅପରାଧ ରାଜ୍ୟ

କଲ୍ୟାଣପୁରରେ ଡକାୟତି ଯୋଜନା ପଣ୍ଡ, ୪ ଚୋରଙ୍କୁ ବାନ୍ଧି ନିସ୍ତୁକ ମାଡ ସହ ପୋଲିସ ଜିମା ଦେଲେ ଗ୍ରାମବାସୀ

ମାହାଙ୍ଗା ୨୫/୦୫: କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡ଼ା ଜୟପୁର ଫାଣ୍ଡି ଅଧୀନ କଲ୍ୟାଣପୁର ଗ୍ରାମରେ ଡକାୟତି ଯୋଜନା ପଣ୍ଡ । ଡକାୟତିମାନେ ଯୋଜନା କରୁଥିବା ବେଳେ ଗ୍ରାମବାସୀ ମାନେ ଚୋରକୁ କାବୁ କରି ନିସ୍ତୁକ ମାଡ଼ ମାରିବା ସହ ମାହାଙ୍ଗା ପୋଲିସକୁ ହସ୍ତାନ୍ତର କରିଥିଲେ । ବିଳମ୍ବିତ ରାତିରେ ୪ ଜଣ ଡକାୟତ ଫକିର ଚରଣ ମହାନ୍ତିଙ୍କ ଘରେ ଗ୍ରିଲ ତାଡି ଡକାୟତି କରୁଥିବା ସମୟରେ ଗ୍ରାମବାସୀ ମାନେ ଖବର ପାଇ ଘରକୁ ଘେରାଉ କରିବା […]

ଦେଶ ବିଦେଶ ମନୋରଞ୍ଜନ

ଟିଭି ବିଜ୍ଞାପନରୁ ଲୋକପ୍ରିୟ ଅଭିନେତ୍ରୀ : ଛୋଟ ପରଦାରେ ଦର୍ଶକଙ୍କ ମନ ‌ମୋହୁଛନ୍ତି ରାଜଶ୍ରୀ

ମୁମ୍ବାଇ: ସତର ବର୍ଷର ଅଭିନୟ ଜୀବନରେ ମାତ୍ର ଦଶଟି ଟିଭି ଧାରାବାହିକ ଓ ଏକମାତ୍ର ସିନେମାରେ ପଦାର୍ପଣ, ସେତିକିରେ ପୁଣି ଚାରି ଚାରି ଥର ଜାତୀୟସ୍ତରୀୟ ସମ୍ମାନ ଗ୍ରହଣ। ଏହି ସଂକ୍ଷେପ ତଥ୍ୟ ହିଁ ଅଭିନେତ୍ରୀ ରାଜଶ୍ରୀ ଠାକୁରଙ୍କ ଦକ୍ଷତା ଓ ନିପୁଣତାକୁ ଦର୍ଶାଉଛି। ଏପରି ସ୍ବଳ୍ପ କୃତି ଭିତରେ ବି ‘ସାତ ଫେରେ… ସଲୋନି କା ସଫର’ ଓ ‘ଭାରତ କା ବୀରପୁତ୍ର-ମହାରାଣା ପ୍ରତାପ’ର ନାୟିକା ରାଜଶ୍ରୀ ଆଜି ପ୍ରଶଂସକମାନଙ୍କ ମନରେ ଏକ ଅଲିଭା ଛବି […]

ଅପରାଧ ରାଜ୍ୟ

ଚନ୍ଦାହାଣ୍ଡି ଘାଟିରେ ଦୁର୍ଘଟଣା, ଓଲଟିଲା ବାଜା ପାର୍ଟି ପିକଅପ୍‌ ଗାଡ଼ି, ୯ ଗୁରୁତର

ନବରଙ୍ଗପୁର, ୨୫/୦୫: ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଦୁର୍ଘଟଣା । ଏକ ବାଜା ପାର୍ଟି ପିକଅପ୍ ଗାଡ଼ି ଓଲଟି ପଡ଼ିବାରୁ ୯ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ନୀତି ନିର୍ଘଣ୍ଟ: ଭୋର ୪ଟାରୁ ପହଣ୍ଡି, ୧୨ଟା ୧୫ରେ ଛେରା ପହଁରା

ପୁରୀ, ୨୫/୦୫: ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା ୧୪ରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠତ ହେବ । ମଙ୍ଗଳାର୍ପଣ, ଡୋର ଲାଗି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି କରାଯିବ । ଭୋର ୪ଟାରୁ ପହଣ୍ଡି ଆରମ୍ଭ ହେବ ଏବଂ ୬ଟାରେ ଶେଷ ହେବ । ସକାଳ ୯ଟା୩୦ରୁ ୧୧ଟା୩୦ ମଧ୍ୟରେ ଜଳ ବିଜେ ଓ ପୂଜା କରାଯିବ । ସେହିପରି ୧୨ଟା ୧୫ରେ ଛେରା ପହଁରା ଏବଂ ୧୨ଟା ୩୦ରୁ […]

ଅପରାଧ ରାଜ୍ୟ

ବାଇକ୍‌କୁ ଧକ୍କା ଦେଲା ଭାରିଯାନ, ଘଟଣା ସ୍ଥଳରେ ଚାଲିଗଲା ଦୁଇ ଆରୋହୀଙ୍କ ଜୀବନ

ଝାରସୁଗୁଡା, ୨୫/୦୫: ଝାରସୁଗୁଡା ଜିଲ୍ଲା ବେଲପାହାଡ-ବନ୍ଧବାହାଲ ରାସ୍ତା ଶୁକ ପଟ୍ଟନାୟକ ଛକ ନିକଟରେ ଏକ ବାଇକକୁ ଭାରିଯାନ ଧକ୍କା ଦେଇଛି । ଫଳରେ ଦୁଇ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି l ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଜଣେ ମହିଳା ଥିବାବେଳେ ସେମାନଙ୍କ ପରିଚୟ ମିଳିପାରିନାହିଁ l ଅନ୍ୟପଟେ ସ୍ଥାନୀୟ ଲୋକେ ଭାରିଯାନକୁ ଅଟକ ରଖି ପୋଲିସକୁ ଖବର ଦେଇଛନ୍ତି l ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି l

ଅପରାଧ ରାଜ୍ୟ

ସମ୍ବଲପୁର-କଟକ ଜାତୀୟ ରାଜପଥରେ ବାଇକ୍‌କୁ ପିଟିଲା ଟ୍ରକ୍‌, ୩ ଆରୋହୀ ମୃତ

ସମ୍ବଲପୁର, ୨୫/୦୫: ସମ୍ବଲପୁର-କଟକ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭବାନୀପାଲିଠାରେ ଏହି ଦୁର୍ଘଟଣା ଘଟିଛି । ଏକ ବାଇକକୁ ଟ୍ରକ ଧକ୍କା ଦେଇଛି । ଫଳରେ ଘଟଣା ସ୍ଥଳରେ ୩ ବାଇକ ଆରୋହୀଙ୍କର ପ୍ରାଣବାୟୁ ଉଡ଼ି ଯାଇଛି । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ଅପରାଧ ରାଜ୍ୟ

ମର୍ମନ୍ତୁଦ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ, ମିଳିନି ପରିଚୟ

ସୋନପୁର ୨୫।୦୫ : ସୋନପୁର ଜିଲ୍ଲା ଖାରି-ବଇରଖମନ୍‌ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ଖବର ଅନୁଯାୟୀ, ବାଇକ୍ ଆରୋହୀ ଜଣକ ବଇରଖନନ ଗାଁରୁ ଦ୍ରୁତ ଗତିରେ ଆସୁଥିଲେ । ଠିକ୍‌ ଏହି ସମୟରେ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଆଉ ବାଇକ୍ ରୁ ଛିଟିକି ପଡ଼ିଥିଲେ ଆରୋହୀ । ଯାହାଫଳରେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତ […]

ଅପରାଧ ରାଜ୍ୟ

ବୋହୂକୁ ମାରି ଜେଲ୍‌ ଯାଇଥିଲେ, ଏବେ ଫେରି ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ

ମୋରଡ଼ା ୨୫।୦୫ : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ । ମୃତକ ପ୍ରଶନି ନାୟକ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଚିକିଟାମାଟିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ଚିକିଟାମାଟିଆ ଗାଁର ବିଦ୍ୟାଧର ନାୟକ ତାଙ୍କ ସ୍ତ୍ରୀ ପ୍ରଶନି ନାୟକଙ୍କୁ ବାଡ଼ିରେ ପିଟି ପିଟି ହତ୍ୟା କରିଛନ୍ତି । ଘଟଣାଟି ବିଳମ୍ବିତ ରାତିରେ ଘଟିଥିବା ବେଳେ ସକାଳୁ ମୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ […]