ଅପରାଧ ରାଜ୍ୟ

ପାଗଳର କଟୁରି ଚୋଟରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଯାଜପୁର: ଯାଜପୁର ସଦର ଥାନା ଜମଧର ଗାଁରେ ଅଭାବନୀୟ ଘଟଣା। ପାଗଳର କଟୁରି ଚୋଟରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କାଳନ୍ଦୀ ମଲିକ। ପାଗଳ ସୁରେନ୍ଦ୍ର ବେହେରାକୁ ଅଟକ ରଖିଛି ସଦର ପୁଲିସ। ଗତକାଲି ଠାରୁ ସେ କଟୁରି ଧରି ବୁଲିଥିବା ବେଳେ ଆଜି ସକାଳୁ କାଳନ୍ଦୀ ତାଙ୍କ ଘର ସମ୍ମୁଖରେ ଯାଉଥିବା ବେଳେ ସେ କଟୁରିରେ କାଳନ୍ଦୀଙ୍କ ବେକକୁ ଚୋଟ ପକାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।

ରାଜ୍ୟ ସ୍ପେଶାଲ ରିପୋର୍ଟ

୧୦ ଯାଏ ହାଲୁକା ବର୍ଷା, ୧୧ରୁ ପୁଣି ଗରମ

ଭୁବନେଶ୍ବର: ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି। ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ କ୍ରମାଗତ ଭାବେ ପ୍ରବେଶ କରୁଛି। ଏହି ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଉତ୍ତପ୍ତ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସି କିଛି ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ମଧ୍ୟ ହେଉଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଦିନ ଓ ରାତିର ତାପମାତ୍ରାରେ ବିଶେଷ ପରିବ‌ର୍ତ୍ତନ ହେବାର ସମ୍ଭାବନା ନାହିଁ। ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ […]

ଦେଶ ବିଦେଶ

ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ଶ୍ରୀନଗର ଗଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଶ୍ରୀନଗରରେ ୬,୪୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପ ଉନ୍ମୋଚନ କରିବାକୁ ଯାଉଛନ୍ତି। ଧାରା ୩୭୦ ରଦ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ତାଙ୍କର କଶ୍ମୀର ଗସ୍ତରେ ଯାଇଛନ୍ତି। ଶ୍ରୀନଗରର ଷ୍ଟାଡିୟମରେ ‘ବିକାଶ ଭାରତ ବିକାଶ ଜମ୍ମୁ-କଶ୍ମୀର’ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ରହିଛି।ଏକ ସରକାରୀ ବିବୃତି ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପର୍ଯ୍ୟଟନ କ୍ଷେତ୍ର ସହ ଜଡିତ ୧୪୦୦ କୋଟିରୁ ଅଧିକ ମୂଲ୍ୟର […]

ଦେଶ ବିଦେଶ

ବେଙ୍ଗାଲୁରୁରେ ପାଣି ପାଇଁ ଛଟପଟ: ଗାଧୋଇବା ପାଇଁ ଅଧା ବାଲଟି, ଘର ପୋଛିବାକୁ ବର୍ଜ୍ୟ ଜଳ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଗ୍ରୀଷ୍ମ ଋତୁ ଆରମ୍ଭ ହେଉ ହେଉ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଛି। ଏଠାରେ ପାଣି ଅଭାବରୁ ଲକ୍ଷ ଲକ୍ଷ ଲୋକ ଛଟପଟ ହେଉଛନ୍ତି। ସହରର ଅଧିକାଂଶ ଲୋକ ପାଣି ପାଇଁ ଏବେ ଟ୍ୟାଙ୍କର ଉପରେ ନିର୍ଭର କରୁଥିବା ବେଳେ ଏହି ଅଭାବ ପୂରଣ କରିବାରେ ସରକାର ଅସମର୍ଥ ହୋଇଛନ୍ତି। ଜଳକଷ୍ଟର ସମାଧାନ ପାଇଁ ବିଭିନ୍ନ ପ୍ରୟାସ ଜାରି ରହିଥିଲେ ମଧ୍ୟ ଲୋକଙ୍କୁ ତତ୍କାଳ ସହାୟତା ମିଳିବାରେ ସମସ୍ୟା ଲାଗି ରହୁଥିବାରୁ […]

ଦେଶ ବିଦେଶ

ଶାହାଜାହାନ ବନାମ ବ୍ରିଜ ଭୂଷଣ

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଆରମ୍ଭ ହୋଇଥିବା ଝଡ଼ କେବଳ ଏଇଠି ସୀମିତ ରହିବ ନାହିଁ ବରଂ ପଶ୍ଚିମବଙ୍ଗର କୋଣ-ଅନୁକୋଣରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ମମତା ବାନାର୍ଜୀ ସରକାରଙ୍କୁ କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବଙ୍ଗଳା ସରକାର ‘ମହିଳାଙ୍କ ଅତ୍ୟାଚାରୀ’ଙ୍କୁ ବଞ୍ଚାଇବା ପାଇଁ ନିଜର ସମସ୍ତ ଶକ୍ତି ପ୍ରୟୋଗ କରୁଛନ୍ତି। ବାରାସତରେ ବିଜେପି ମହିଳା ମୋର୍ଚ୍ଚାର ଏକ ରାଲିରେ ପ୍ରଧାନମନ୍ତ୍ରୀ ବିଜେପି ତରଫରୁ ଯୁଦ୍ଧଂ ଦେହି ଡାକରା ଦେଇ କହିଥିଲେ, ଏଥର […]

ଦେଶ ବିଦେଶ

ଜାପାନରୁ ଆସିବ ୬ ବୁଲେଟ୍‌ ଟ୍ରେନ୍: ଚଳିତ ମାସ ଶେଷ ସୁଦ୍ଧା ଡିଲ୍‌

ନୂଆଦିଲ୍ଲୀ: ସରକାର ଜାପାନରୁ ୬ଟି ବୁଲେଟ୍‌ ଟ୍ରେନ୍ ଆଣିବେ। ଚଳିତ ମାସ ଶେଷ ସୁଦ୍ଧା ଏଥିପାଇଁ ଡିଲ୍ ଚୂଡ଼ାନ୍ତ ହେବା ଆଶା କରାଯାଉଛି। ଯେଉଁ ଦ୍ରୁତ ଗତିରେ କାମ ଚାଳିଛି ସେହି ଅନୁସାରେ ୨୦୨୬ ଜୁନ୍-ଜୁଲାଇ ସୁଦ୍ଧା ପ୍ରଥମ ବୁଲେଟ୍‌ ଟ୍ରେନ୍ ଚାଲିବ ବୋଲି ରେଳବାଇ ଆଶାବାଦୀ ରହିଛି। ଅହମ୍ମଦାବାଦରୁ ମୁମ୍ବାଇ ମଧ୍ୟରେ ୫୦୮ ‌କିଲୋମିଟରର ବୁଲେଟ୍‌ ଟ୍ରେନ୍ କରିଡର ନିର୍ମାଣ କରାଯାଉଛି। ସୀମିତ ରହଣୀ ବିଶିଷ୍ଟ ଟ୍ରେନ୍‌ଟି ମୁମ୍ବାଇରୁ ଅହମ୍ମଦାବାଦ ଦୁଇ ଘଣ୍ଟା‌‌ରେ ପହଞ୍ଚିବ। ‌ଅନ୍ୟ […]

ଦେଶ ବିଦେଶ

ଯୁଦ୍ଧ ଲଢ଼ୁଛନ୍ତି ଭାରତୀୟ ପର୍ଯ୍ୟଟକ: ରୁଷ୍‌ ପାଇଁ ଲଢ଼ୁଥିବା ହାଇଦ୍ରାବାଦର ଯୁବକ ନିହତ

ନୂଆଦିଲ୍ଲୀ: ପଞ୍ଜାବ ଓ ହରିୟାଣାରୁ ୭ଜଣ ଯୁବକ ବୁଲିବା ପାଇଁ ରୁଷ୍‌ ଯାଇଥିଲେ। ସେଠାରେ ସେମାନଙ୍କୁ ଯୁକ୍ରେନ୍‌ ବିରୋଧରେ ବଳପୂର୍ବକ ଯୁଦ୍ଧରେ ନିୟୋଜିତ କରାଯାଇଛି। ଏନେଇ ଯୁବକମାନେ ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରି ଭାରତ ସରକାରଙ୍କ ସହାୟତା ଲୋଡ଼ିଛନ୍ତି। ଭିଡିଓରେ ଯୁବକମାନେ କହିଛନ୍ତି, ଡିସେମ୍ବର ୨୭ ତାରିଖରେ ସେମାନେ ନୂଆବର୍ଷ ପାଳନ କରିବାକୁ ରୁଷ୍‌ ଯାଇଥିଲେ। ସେମାନଙ୍କୁ ୯୦ ଦିନ ପାଇଁ ପର୍ଯ୍ୟଟକ ଭିସା ମିଳିଥିଲା। ରୁଷ୍‌ରେ କିଛି ଦିନ ବୁଲାବୁଲି କରିବା ପରେ ଜଣେ […]

ଦେଶ ବିଦେଶ

ପୁଣି ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ଓଡିଶା ସୀମାନ୍ତ ଛତିଶଗଡ଼ ବିଜାପୁରଠାରେ ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ | ମିଳିଥିବା ସୂଚନା ମୁତାବକ ବିଜେପି ନେତା କୈଳାଶ ନାଗଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି | ଅପହରଣ ପରେ ମାଓବାଦୀମାନେ କୈଳାଶଙ୍କୁ ହତ୍ୟା କରିଥିଲେ | ଗତକାଲି ବିଜାପୁର କୋଟମେଟା ଗାଁରୁ କୈଳାଶଙ୍କୁ ଉଠାଇ ନେଇଥିଲେ ମାଓବାଦୀ | ଆଉ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ | ଘଟଣାସ୍ଥଳରେ ଗୋଟିଏ ଜେସିବି ପୋଡିବା ସହ ଗତକାଲି ସନ୍ଧ୍ୟାରେ ମାଓବାଦୀମାନେ ଏହି କାଣ୍ଡ […]

ଦେଶ ବିଦେଶ

ଭାରତର ପ୍ରଥମ ଅଣ୍ଡର୍‌ୱାଟର ମେଟ୍ରୋ: ୪୫ ସେକେଣ୍ଡରେ ୫୨୦ ମିଟର

କୋଲକାତା: ପଶ୍ଚିମବଙ୍ଗର କୋଲକାତା ଓ ହାୱଡାକୁ ସଂଯୋଗ କରୁଥିବା ଭାରତର ପ୍ରଥମ ଅଣ୍ଡର୍‌ୱାଟର ମେଟ୍ରୋ ମାର୍ଗ ସହ ମଙ୍ଗଳବାର ୧୫,୪୦୦ କୋଟି ଟଙ୍କାର ଅନ୍ୟାନ୍ୟ ଯୋଗାଯୋଗ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ହାୱଡା ମୈଦାନରୁ ଏସପ୍ଲାନେଡ୍ ପର୍ଯ୍ୟନ୍ତ ପୂର୍ବ-ପଶ୍ଚିମ ମେଟ୍ରୋର ୪.୮ କିଲୋମିଟର ରାସ୍ତା ୪,୯୬୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏହା ହେଉଛି ଭାରତର ସବୁଠାରୁ ଗଭୀର (୩୦ ମିଟର) ମେଟ୍ରୋ ଷ୍ଟେସନ। କୋଲକାତା ମେଟ୍ରୋ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି […]

ଦେଶ ବିଦେଶ

ରାଏବରେଲିରୁ ପ୍ରିୟଙ୍କା ଆମେଥିରୁ ରାହୁଲ!

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶର ରାଏବରେଲି ଆସନରୁ ନିର୍ବାଚନରେ ଅବତୀର୍ଣ୍ଣ ହୋଇପାରନ୍ତି। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ୨୦୧୯ରେ ବିଜେପିର ସ୍ମୃତି ଇରାନୀଙ୍କଠାରୁ ଶୋଚନୀୟ ପରାଜୟ ବରଣ କରିଥିବା ୟୁପିର ଅନ୍ୟ ଏକ ଗଡ଼ ଆମେଥିକୁ ଫେରିପାରନ୍ତି। ଶ୍ରୀ ଗାନ୍ଧୀ ମଧ୍ୟ କେରଳର ବର୍ତ୍ତମାନର ଆସନ ୱାୟନାଡରୁ ନିର୍ବାଚନ ଲଢ଼ିବେ। ଏଠାରେ ବିଜୟ ତାଙ୍କୁ ଗତ ନିର୍ବାଚନ ପରେ ଲୋକସଭା ସଦସ୍ୟତା ବଜାୟ ରଖିବାକୁ ସୁଯୋଗ ଦେଇଥିଲା। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ଲଢ଼ିବେ […]