ରାଜ୍ୟ ସ୍ପେଶାଲ ରିପୋର୍ଟ

ଆୱାରନେସ୍ ସମବାୟ ସମିତି ନାଁରେ ସାଂଘାତିକ ଅଭିଯୋଗ; ଋଣ ପରିଶୋଧ ପରେ ବି ଆଦାୟ ନୋଟିସ୍‌

ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ଥାନା ଶଙ୍କରାସ୍ଥ ଆୱାରନେସ୍ ସମବାୟ ସମିତି ନାମରେ ଆସିଛି ସାଂଘାତିକ ଅଭିଯୋଗ। କିଛି ଲୋକଙ୍କୁ ଋଣ ନଦେଇ ଓ କିଛି ଲୋକ ଋଣ ପରିଶୋଧ କରିବା ପରେ ମଧ୍ୟ ଆଦାୟ ପାଇଁ ଲୋକ ଅଦାଲତ ଜରିଆରେ ଜାରି କରିଛି ନୋଟିସ। ଏହାକୁ ନେଇ ଶନିବାର ସୁନ୍ଦରଗଡ଼ ଜିଲ୍ଲା କୋର୍ଟ ପରିସରରେ ପୀଡ଼ିତ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ଦେଖାଯାଇଥିଲା। ଅଭିଯୋଗ ହୋଇଛି, ଆୱାରନେସ ସମବାୟ ସମିତି ତରଫରୁ ଜିଲ୍ଲାର ଗ୍ରାମାଞ୍ଚଳର ବହୁ […]

ଦେଶ ବିଦେଶ

ଗାଜାରେ ସହାୟତା ପକାଇବା ବେଳେ ଅଘଟଣ: ପାରାସୁଟ୍ ନ ଖୋଲିବାରୁ ୫ ମୃତ, ୧୦ ଆହତ

ଗାଜା: ଯୁଦ୍ଧ ବିଧ୍ବସ୍ତ ଗାଜାର ଦୁର୍ଗତମାନଙ୍କୁ ବିଭିନ୍ନ ଦେଶ ଏବେ ରିଲିଫ ଯୋଗାଉଛନ୍ତି। ସ୍ଥଳଭାଗ ଦେଇ ସହାୟତା ଯୋଗାଣ ଯଥେଷ୍ଟ ହେଉ ନ ଥିବାରୁ ଆମେରିକା, ଜୋର୍ଡାନ ପରି ଦେଶ ଆକାଶମାର୍ଗରୁ ବିମାନରୁ ପାରାସୁଟ ମାଧ୍ୟମରେ ରିଲିଫ ପ୍ୟାକେଟ୍ ପକାଉଛନ୍ତି। କିନ୍ତୁ ଶୁକ୍ରବାର ପାରାସୁଟ୍ ନ ଖୋଲିବାରୁ ରିଲିଫ ପ୍ୟାକେଟ୍ ଲୋକଙ୍କ ଉପରେ ପଡ଼ି ୫ ଜଣଙ୍କର ମୃତ୍ୟୁ ହେବା ସହ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସର୍ବବୃହତ୍ ଡାକ୍ତରଖାନାର ଜଣେ ଡାକ୍ତର ଶୁକ୍ରବାର କହିଛନ୍ତି […]

ଦେଶ ବିଦେଶ

‘ମାଳଦ୍ୱୀପର ଲୋକମାନେ ଦୁଃଖିତ’: ଭାରତ ସହ ବିବାଦ ପ୍ରସଙ୍ଗରେ କହିଲେ ପୂର୍ବତନ ରାଷ୍ଟ୍ରପତି ନାସିଦ

ନୂଆଦିଲ୍ଲୀ: ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାସିଦ ଭାରତ-ମାଳଦ୍ବୀପ ସଂପର୍କ ତିକ୍ତ ହେବାନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଶେଷ କରି ମାଳଦ୍ବୀପର ଭାରତ ବିରୋଧୀ ଆଭିମୁଖ୍ୟ ଯୋଗୁଁ ଏହାର ପର୍ଯ୍ୟଟନ କ୍ଷେତ୍ରରେ ପ୍ରଭାବକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ବର୍ତ୍ତମାନ ଭାରତ ଗସ୍ତରେ ଥିବା ନାସିଦ ମଧ୍ୟ ମାଳଦ୍ୱୀପବାସୀଙ୍କ ତରଫରୁ କ୍ଷମା ପ୍ରାର୍ଥନା କରିଛନ୍ତି। ଚୀନ୍ ସମର୍ଥକ କୁହାଯାଉଥିବା ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ମାର୍ଚ୍ଚ ୧୦ ସୁଦ୍ଧା ଦେଶରୁ ଭାରତୀୟ ସୈନ୍ୟଙ୍କୁ ବହିଷ୍କାର କରିବାକୁ ଘୋଷଣା […]

ରାଜନୀତି ରାଜ୍ୟ

ନୂଆପଡ଼ା ବିଜେଡିରେ ବିଦ୍ରୋହ: ବିଧାୟକଙ୍କ ବିରୋଧରେ ଦଳୀୟ କର୍ମକର୍ତ୍ତାଙ୍କ ସଂଗିନ ଅଭିଯୋଗ

ନୂଆପଡ଼ା: ନୂଆପଡ଼ାରେ ବିଧାୟକ ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ବିରୋଧରେ ସ୍ଥାନୀୟ କିଛି ନେତା ସଂଗିନ ଅଭିଯୋଗ ଆଣିଛନ୍ତି। ବିଧାୟକ ପିସି ନେଇ ଠିକା କାମ ବିକ୍ରି କରୁଥିବା ଶନିବାର ସ୍ଥାନୀୟ ମୃତ୍ତିକା ସଂରକ୍ଷଣ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନେତାମାନେ କହିଛନ୍ତି। ଏହା ସହ ଆଗାମୀ ନିର୍ବବାଚନରେ ନୂଆପଡ଼ା ବିଧାନସଭା ଆସନରେ ଶ୍ରୀ ଢୋଲକିଆ କିମ୍ବା ତାଙ୍କ ପରିବାରର କାହାରିକୁ ପ୍ରାର୍ଥୀ କରାଗଲେ ଦଳରୁ ଏମାନେ ସମୂହ ଇସ୍ତଫା ଦେବେ […]

ଦେଶ ବିଦେଶ

ଅରୁଣାଚଳରେ ବିଶ୍ୱର ଦୀର୍ଘ ଟ୍ୱିନ୍-ଲେନ୍ ଟନେଲ

ଇଟାନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅରୁଣାଚଳ ପ୍ରଦେଶରେ ବିଶ୍ୱର ସବୁଠାରୁ ଲମ୍ବା ଦୁଇ ଲେନ୍-ବିଶିଷ୍ଟ ‘ସେଲା ଟନେଲ’କୁ ଉଦ୍‌ଘାଟନ କରିଛନ୍ତି। ୧୩,୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ତଥା ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି ସେଲା ଟନେଲ ଅରୁଣାଚଳ ପ୍ରଦେଶର ତୱାଙ୍ଗକୁ ସର୍ବକାଳୀନ ଯୋଗାଯୋଗକୁ ସୁନିଶ୍ଚିତ କରିବ। ସୁଡ଼ଙ୍ଗ ଉଦ୍‌ଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣରେ କହିଥିଲେ, ‘ଆପଣ ନିଶ୍ଚୟ ‘ମୋଦୀ କି ଗ୍ୟାରେଣ୍ଟି’ ବିଷୟରେ ଶୁଣିଥିବେ। ଅରୁଣାଚଳ ଆସିଲେ ଆପଣ ଏହାର ମହତ୍ତ୍ୱ ବୁଝିପାରିବେ। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମେଣ୍ଟ ଚର୍ଚ୍ଚା ଯୋଗୁ ଆଶଙ୍କାରେ କର୍ମୀ: କାହା ଭାଗରେ ପଡ଼ିବ ନବରଙ୍ଗପୁର ବିଧାନସଭା ଆସନ?

ନବରଙ୍ଗପୁର: ବିଜେଡି ଓ ବିଜେପି ମେଣ୍ଟ ଚର୍ଚ୍ଚା ଆଶାୟୀଙ୍କ ହୃତ୍‌ସ୍ପନ୍ଦନକୁ ବଢ଼ାଇ ଦେଇଛି। ଯଦି ମେଣ୍ଟ ହୁଏ ନବରଙ୍ଗପୁର ବିଧାନସଭା କ୍ଷେତ୍ର କାହା ଭାଗରେ ପଡ଼ିବ ସେ ନେଇ ଦ୍ବନ୍ଦ୍ବ ମଧ୍ୟ ଦେଖାଦେଇଛି। ୨୦୦୯ ପୂର୍ବରୁ ନବରଙ୍ଗପୁର ଲୋକସଭା ଆସନ ମେଣ୍ଟ ସହମତିରେ ବିଜେପି ଭାଗରେ ପଡ଼ିଥିଲା। ସାଂସଦ ଭାବେ ପର୍ଶୁରାମ ମାଝୀ ଦୁଇ ଥର ଲଢ଼ି ବିଜୟୀ ହୋଇଥିଲେ। ତେଣୁ ଏଥର ମେଣ୍ଟ ହେଲେ ବିଜେପି ଖାତାକୁ ଏହି ସଂସଦୀୟ କ୍ଷେତ୍ର ଯାଇପାରେ ବୋଲି ଅନୁମାନ […]

ଦେଶ ବିଦେଶ

ନିଜାର ହତ୍ୟା ଭିଡିଓ ସାମ୍ନାକୁ ଆସିଲା: ଭାରତ ବିରୋଧୀ ଷଡ଼୍‌ଯନ୍ତ୍ରର ପର୍ଦ୍ଦାଫାସ ହେବ

ନୂଆଦିଲ୍ଲୀ: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟାର ୯ ମାସ ପରେ ଏହି ଘଟଣାର ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି। ୨୦୨୦ରେ ଭାରତ ଦ୍ୱାରା ଆତଙ୍କବାଦୀ ଘୋଷିତ ନିଜାରକୁ ୨୦୨୩ ଜୁନ୍ ୧୮ ତାରିଖ ସନ୍ଧ୍ୟାରେ ବ୍ରିଟିସ କଲମ୍ବିଆର ସରେସ୍ଥିତ ଏକ ଗୁରୁଦ୍ୱାରା ବାହାରେ ଅଜରା ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଥିଲେ। ସିବିସି ନ୍ୟୁଜ୍ ଏହି ଭିଡିଓକୁ ସିବିସି ନେଟ୍‌ୱାର୍କରେ ପ୍ରସାରିତ କାନାଡାର ଏକ ଅନୁସନ୍ଧାନମୂଳକ ଡକ୍ୟୁମେଣ୍ଟାରୀ ସିରିଜ୍ ‘ଦ ଫିଫ୍ଥ ଇଷ୍ଟେଟ୍’ରୁ ହାସଲ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଇବନଦୀ‌ରେ ଗୋଟିଏ ପରିବାରର ୩ ନିଖୋଜ ଘଟଣା: ଦୁଇ ନାବାଳକଙ୍କ ସମେତ ତିନି ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ଜନ୍ମଦିନରେ ପରିବାର ସହ ବଣଭୋଜି କରିବାକୁ ଯାଇ ଇବନଦୀ ସେମିନା ଘାଟରେ ୩ଜଣ କକାପୁଅ ଭାଇ ବୁଡ଼ି ଯାଇଥିଲେ। ଆଜି ସକାଳୁ ୩ଟି ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।ଗତକାଲି ସୁନ୍ଦରଗଡ଼ ସହର ରିଜେଣ୍ଟ ମାର୍କେଟର ମହମ୍ମଦ ଫରାନ (୧୫) ମହମ୍ମଦ ରିଜୱାନ (୧୭) ଓ ମହମ୍ମଦ ସାହିଦ (୩୫)। ମହମ୍ମଦ ଫରାନ (୧୫) ପରିବାର ଲୋକଙ୍କ ସହ ବଣଭୋଜି କରିବାକୁ ସେମିନା ଘାଟକୁ ଆସିଥିଲେ। ସମସ୍ତେ ଖାଇସାରିବା ପରେ ପରିବାର ୨ ଭାଇ ମହମ୍ମଦ […]

ଦେଶ ବିଦେଶ

ଗାଜା ଯୁଦ୍ଧରେ ୧୦୩ ସାମ୍ବାଦିକ ନିହତ

ଜେରୁଜେଲମ: ଗାଜା ଓ ଇସ୍ରାଏଲ ମଧ୍ୟରେ ଦୀର୍ଘ ୫ ମାସ ଧରି ଚାଲିଥିବା ଯୁଦ୍ଧ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଛି । ‘ରିପୋର୍ଟର୍ସ ୱିଦାଉଟ ବର୍ଡର୍ସ’ (ଆରଏସ୍‌ଏଫ) ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ଗତ ପାଞ୍ଚ ମାସ ମଧ୍ୟରେ ଗାଜାରେ ଇସ୍ରାଏଲର ଆକ୍ରମଣରେ ଅତି କମ୍‌ରେ ୧୦୩ ଜଣ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨ ଜଣ ସାମ୍ବାଦିକଙ୍କୁ ଟାର୍ଗେଟ୍‌ କରି ହତ୍ୟା କରାଯାଇଛି ବୋଲି ଆରଏସ୍‌ଏଫ କହିଛି। ଇସ୍ରାଏଲ […]

ଅପରାଧ ରାଜ୍ୟ

ବାସୁଦେବପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଚାଳକର ପ୍ରାଣହାନି

ବାସୁଦେବପୁର: ଆଜି ସକାଳେ ବାସୁଦେବପୁର- ଧାମରା ରାସ୍ତାର ପାରାପୋଖରୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଟ୍ରକ ଚାଳକର ମୃତ୍ୟୁ ହୋଇଛି। ମୃତ ଚାଳକ ଜଣକ ସ୍ଥାନୀୟ ପାରାପୋଖରୀ ଗ୍ରାମର ଦୟାନିଧି ମହୁନ୍ତଙ୍କ ପୁଅ ବାପି(୩୫) ବୋଲି ଜଣାପଡ଼ିଛି। ଧାମରା ବନ୍ଦରକୁ ଆଇରନ ବୋଝେଇ ଏକ ଟ୍ରକ ଚାପାରେ ବାପିର ମୃତ୍ୟୁ ହୋଇଥିବା ସେଠାରେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାରୁ ଜଣା ପଡ଼ିଛି। ତେବେ ଘଟଣା ଘଟାଇ ଟ୍ରକଟି ଚମ୍ପଟ ମାରିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଓ […]