ଅପରାଧ ରାଜ୍ୟ

୩୦ ବର୍ଷ ପରେ ବି ସରୁନି ବିସ୍ଥାପିତଙ୍କ ଦୁଃଖ: ଭିଟାମାଟି ମୋହରେ ବଞ୍ଚୁଛନ୍ତି ଜଳବନ୍ଦି ଜୀବନ

ଭବାନୀପାଟଣା: ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ୧୬ଟି ଗାଁର ଲୋକେ ୩୦ ବର୍ଷ ପରେ ବି ଅଭିଶପ୍ତ ଜୀବନ। ସବୁଠୁ ଉଦ୍‌ବେଗର ବିଷୟ ହେଲା କି, ସେମାନଙ୍କ ଗାଁକୁ ଯିବାକୁ ରାସ୍ତା ମଧ୍ୟ ନାହିଁ। ଜଳଭଣ୍ଡାରରେ ବିପଦସଂକୁଳ ଡଙ୍ଗାଯାତ୍ରା ହିଁ ସେମାନଙ୍କ ଭରସା। ବିଭିନ୍ନ ସମୟରେ ଡଂଗାବୁଡ଼ି ଯୋଗୁଁ ଅନେକଙ୍କ ଜୀବନହାନି ହୋଇଥିବା ବେଳେ ଏବେ ବି ଏମାନେ ଜଳବନ୍ଦି ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। କଳାହାଣ୍ଡି ଜିଲ୍ଲାକୁ ସବୁଜ ସଫଳ ଓ ଆଲୋକିତ କରିବାକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଡ଼ିଆସୁଛି ଭୟଙ୍କର ଜଳ ସଂକଟ: କୋରାପୁଟରେ ଖାଲି ହେଉଛି ଭୂତଳ ଜଳଭଣ୍ଡାର

କୋରାପୁଟ: ବଢ଼ି ଚାଲିଥିବା କଂକ୍ରିଟ୍‌ ପରିମାଣ ଓ ଜଳବାୟୁରେ ପରିବର୍ତ୍ତନ ଯୋଗୁ ଭୟଙ୍କର ଜଳ ସଂକଟର ସମ୍ମୁଖୀନ ହେବାକୁ ଯାଉଛି କୋରାପୁଟ ଜିଲ୍ଲା। ପ୍ରାକୃତିକ ଜଳ ଉତ୍ସଗୁଡ଼ିକ ଶୁଷ୍କ ହେଉଥିଲା ବେଳେ ଭୂତଳ ଜଳଭଣ୍ଡାର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଯାହାର ପ୍ରଭାବ ମଧ୍ୟ କିଛି ଅଞ୍ଚଳରେ ଦେଖିବାକୁ ମିଳିଲାଣି। ଆଗକୁ ସ୍ଥିତି ଆହୁରି ବିକଟ ଏବଂ ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି। ସରକାରୀ ତଥ୍ୟ ଅନୁସାରେ, କୋରାପୁଟ ଜିଲ୍ଲାର ୮୦ପ୍ରତିଶତ ଅଞ୍ଚଳରେ ଭୂତଳ ଜଳସ୍ତର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରଥଯାତ୍ରା ବେଳେ ରତ୍ନଭଣ୍ଡାର ଗଣତି: ଗଣତି ପାଇଁ ରଥଯାତ୍ରା ହିଁ ଠିକ୍‌ ସମୟ: ଜଷ୍ଟିସ ପଶାୟତ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମଣତି ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରତ୍ନଭଣ୍ଡାର ଅନୁଧ୍ୟାନ ଉପରେ ବିସ୍ତୃତ ଆଲୋଚନା ହୋଇଛି। ରଥଯାତ୍ରା ହିଁ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମଣତିର ଠିକ୍ ସମୟ ବୋଲି ଜଷ୍ଟିସ୍‌ ପଶାୟତ କହିଛନ୍ତି। ଯଦି ସମ୍ଭବ ହୁଏ, ଆମେ ପ୍ରାଥମିକ ପର୍ଯ୍ୟାୟରେ କ୍ୟାମେରା ଜରିଆରେ ରତ୍ନଭଣ୍ଡାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଳୁଛି ଜଙ୍ଗଲ: ଜଙ୍ଗଲ ନିଆଁ ରୋକିବା ନେଇ ସଚେତନ କାର୍ଯ୍ୟକ୍ରମ

କରଙ୍ଗାମାଳ/ ବୋଡ଼େନ/ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନ ବିଭାଗ ଅଧୀନସ୍ଥ ବୋଡ଼େନ ସଦରକୁ ଲାଗିରହିଥିବା ଗୁରୁବୁଡ଼ା ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ନିଆଁଲାଗି ମୂଲ୍ୟବାନ ଗଛ ନଷ୍ଟ ହେବା ସହିତ ଧୂଆଁରେ ବାୟୁ ପ୍ରଦୂଷିତ ହେଉଛି। ତୁରନ୍ତ ବନ ବିଭାଗ ପଦକ୍ଷେପ ନେବାକୁ ଦାବି ହେଉଛି। , ୯ା୩ (ଇମିସ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନାଞ୍ଚଳ ଅଧୀନ କରନଡ଼ବା, ମହୁଲଝରନ, କୋଦାଲଡୁଙ୍ଗୁରି, ଗୋଡ଼ଧୁଆପଦର, ସାନମହେଶ୍ୱର ଆଦି ଗାଁରେ ଜଙ୍ଗଲକୁ କିପରି ନିଆଁ ଦାଉରୁ ସୁରକ୍ଷା କରାଯାଇପାରିବ […]

ଦେଶ ବିଦେଶ

୨୦୦୦ କୋଟିର ଡ୍ରଗ୍ସ କାରବାର ତାମିଲ ଫିଲ୍ମ ପ୍ରଯୋଜକ ଗିରଫ

ଚେନ୍ନାଇ: ୨୦୦୦ କୋଟି ଟଙ୍କାର ଡ୍ରଗ୍ସ କାରବାରରେ ସଂପୃକ୍ତ ତାମିଲ ଚଳଚ୍ଚିତ୍ର ପ୍ରଯୋଜକ ଜାଫର ସାଦିକଙ୍କୁ ଶନିବାର ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ (ଏନ୍‌ସିବି) ଗିରଫ କରିଛି। ଏନ୍‌ସିବି କହିଛି ଯେ ସାଦିକ ଏକ ଡ୍ରଗ୍ସ ସିଣ୍ଡିକେଟ ଚଳାଉଥିଲେ ଯାହା ଗତ ତିନିବର୍ଷ ମଧ୍ୟରେ ବିଭିନ୍ନ ଦେଶକୁ ପାଖାପାଖି ୩,୫୦୦ କିଲୋଗ୍ରାମ୍ ସ୍ୟୁଡୋଇଫେଡ୍ରିନ ଥିବା ୪୫ଟି ପ୍ୟାକେଟ୍‌ ପଠାଇଥିଲା। ଏନ୍‌ସିବି ଆଗରେ ସାଦିକ ସ୍ବୀକାର କରିଛନ୍ତି ଯେ ସେ ତାଙ୍କ ବେଆଇନ […]

ଦେଶ ବିଦେଶ

ହାତ ମିଳାଇଲେ ଟିଡିପି-ବିଜେପି: ଜନସେନା ବି ସାମିଲ ହେଲା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି(ଟିଡିପି) ଓ ଜନସେନା ପାର୍ଟି ସହ ଭାରତୀୟ ଜନତା ପାର୍ଟି (ବିଜେପି)ର ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ପୁରୁଣା ସାଥୀମାନଙ୍କୁ ପୁଣି ଏନ୍‌ଡିଏକୁ ଫେରାଇ ଆଣିବା ଚାଲିଥିବା ପ୍ରୟାସ ଭିତରେ ବିଜେପି ପାଇଁ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିଜେପି ସହ ଟିଡିପି ଓ ଜନସେନାର ମେଣ୍ଟ ଆଶାତୀତ ସଫଳତା ଆଣିବ। ରାଜ୍ୟରେ ମେଣ୍ଟକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଧାରେ ଝୁଲିଛି ମେଣ୍ଟ: ଚର୍ଚ୍ଚାରେ ପାଣ୍ଡିଆନଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟିଂ

ଭୁବନେଶ୍ବର: ବିଜେପି ସହିତ ମେଣ୍ଟ ନେଇ ଛକାପଞ୍ଝା ଭିତରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମଧ୍ୟରେ ଗୋଟିଏ ୧୩ ସେକେଣ୍ଡର ବାର୍ତ୍ତାଳାପ ସାମ୍ନାକୁ ଆସିଛି। ଏହି ଭିଡିଓରେ ନା ମୁଖ୍ୟମନ୍ତ୍ରୀ କାହାର ନାଁ ନେଇଛନ୍ତି ନା ଶ୍ରୀ ପାଣ୍ଡିଆନ। କିନ୍ତୁ ରାଜନୈତିକ ମହଲ ଏଥିରୁ ଯେଉଁ ଗନ୍ଧ ବାରୁଛନ୍ତି, ତାହା ହେଲା- ମେଣ୍ଟ ଆଲୋଚନା ନେଇ ରାଜ୍ୟ ବିଜେପି ସଭାପତି ଏବଂ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ଯେଉଁ ମନ୍ତବ୍ୟ […]

ଦେଶ ବିଦେଶ

ନିର୍ବାଚନ କମିସନର ଅରୁଣ ଗୋଏଲଙ୍କ ଅଚାନକ ଇସ୍ତଫା: ଅଡ଼ୁଆରେ ପଡ଼ିଲେ ସରକାର

ନୂଆଦିଲ୍ଲୀ: ଆଉ କିଛି ସପ୍ତାହ ପରେ ସାଧାରଣ ନିର୍ବାଚନ ହେବ। ଏଥିଲାଗି ପ୍ରସ୍ତୁତି ଚାଲିଥିବା ବେଳେ ଭାରତର ନିର୍ବାଚନ କମିସନର ଅରୁଣ ଗୋଏଲ ଆଜି ତାଙ୍କ ପଦରୁ ହଠାତ୍‌ ଇସ୍ତଫା ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଆଉ ଦୁଇ ତିନି ଦିନ ପରେ ନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବା ବେଳେ ତାଙ୍କର ଇସ୍ତଫା ଏହି ଘୋଷଣାକୁ ବିଳମ୍ବିତ କରିପାରେ। କାରଣ ତିନି ଜଣିଆ ନିର୍ବାଚନ କମିସନ୍‌ରେ ପୂର୍ବରୁ ଗୋଟିଏ ପଦ ଖାଲି ପଡ଼ିଥିବା ବେଳେ […]

ରାଜନୀତି ରାଜ୍ୟ

ମେଣ୍ଟ ରାଜନୀତିକୁ ନେଇ ଦ୍ବନ୍ଦ୍ବରେ କାର୍ଯ୍ୟକର୍ତ୍ତା: ଧର୍ମେନ୍ଦ୍ରଙ୍କ ଇସାରାକୁ ଅପେକ୍ଷା

ଅନୁଗୁଳ: ପାଖାପାଖି ମାସେ ହେଲାଣି ନେତାଙ୍କୁ ଫୁରସତ ନ ଥିଲା। ଗାଁ ଗଣ୍ଡା ଘୂରି ବୁଲୁଥିଲେ। କର୍ମୀ, ସମର୍ଥକଙ୍କୁ ଏକାଠି କରି ବଳ ଗୋଟାଉଥିଲେ। ହେଲେ ଏବେ ସବୁ ଠପ୍‌। ମେଣ୍ଟ ଚର୍ଚ୍ଚା ପରଠାରୁ ନେତା ଆଉ ଘରୁ ବାହାରୁନାହାନ୍ତି। ଏହାକୁ ନେଇ କର୍ମୀ ମହଲ‌ରେ ଦ୍ବନ୍ଦ୍ବ। ନିର୍ବାଚନ ପାଖେଇ ଆସିଲାବେଳକୁ ଏମିତି ରାଜନୈତିକ ଅସ୍ଥିରତା ଗାଁ ଗହଳିର କାର୍ଯ୍ୟକର୍ତ୍ତାଙ୍କ ମନୋବଳ ଭାଙ୍ଗିଦେଲାଣି। ସେମାନେ ଲଢ଼ିବେ କି ନାହିଁ, ଲଢ଼ିଲେ ବି କାହା ସହ ଲଢ଼ିବେ ତାକୁ […]

ଦେଶ ବିଦେଶ

ରାମେଶ୍ୱରମ୍ କାଫେ ବିସ୍ଫୋରଣ: ସନ୍ଦିଗ୍ଧର ନୂଆ ଫଟୋ ଜାରି କଲା ଏନ୍‌ଆଇଏ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ରାମେଶ୍ୱରମ୍ କାଫେ ବିସ୍ଫୋରଣରେ ସଂପୃକ୍ତ ଥିବା ସନ୍ଦିଗ୍ଧର ନୂଆ ଫଟୋ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ଶନିବାର ଜାରି କରିଛି। ମାର୍ଚ୍ଚ ୩ ତାରିଖରେ ଏହି ମାମଲାକୁ ନିଜ ହାତକୁ ନେଇଥିବା ଆତଙ୍କବାଦ-ନିରୋଧୀ ଏଜେନ୍ସି ମାର୍ଚ୍ଚ ୧ରେ ଲୋକପ୍ରିୟ ବେଙ୍ଗାଲୁରୁ ରେସ୍ତୋରାଁରେ ଆଇଇଡି ଲଗାଇଥିବା ସନ୍ଦିଗ୍ଧକୁ ଚିହ୍ନଟ କରିବା ପାଇଁ ଜନସାଧାରଣଙ୍କ ସହାୟତା ଲୋଡ଼ିଛି। ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ଏବଂ ଗିରଫ କରିବା ଭଳି କୌଣସି ସୂଚନା ଦେବା ପାଇଁ ଆଗେଇ ଆସିବାକୁ ଏନ୍‌ଆଇଏ […]