ଗଣେଶ ମୂର୍ତ୍ତି ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
ଖୁଣ୍ଟୁଣୀ: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଧୁରୁଷିଆ ଗ୍ରାମରେ ଗତକାଲି ରାତିରେ ଗଣେଶ ମେଢ଼ ଭସାଣି ଉତ୍ସବ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକ ହେଲେ ସୂର୍ଯ୍ୟକାନ୍ତ ସାମଲ। ଆଉଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଧୁରୁଷିଆ ଗ୍ରାମର ମନ୍ଦିର ସାହି ଓ ଦଳିତ ସାହିର ଗଣେଶ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ରାତି ପ୍ରାୟ ୧୦ ଟାରେ […]









