ରାଜ୍ୟ

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ପ୍ରକାଶିତ ମେଧା ତାଲିକା ରଦ୍ଦ

କଟକ: କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କୁ ଝଟ୍‌କା ଲାଗିଛି। କନିଷ୍ଠ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥିସହିତ ନିଯୁକ୍ତି ନିୟମାବଳୀ ଅନୁସାରେ ଜିଲ୍ଲାୱାରୀ ସାନି ମେଧା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ୨୦୨୩, ଜାନୁଆରି ୧୫ରେ ପ୍ରକାଶିତ ଚିଠା ମେଧା ତାଲିକା (ଡ୍ରାଫ୍ଟ ମେରିଟ୍‌ ଲିଷ୍ଟ) ଏବଂ ପରବର୍ତ୍ତୀ ସମୟରେ ମୁଦା ଲଫାପାରେ ସରକାର ହାଇକୋର୍ଟରେ […]

ରାଜ୍ୟ

ଏବେ ବି ଅନ୍ଧାରରେ ‘ମେଣ୍ଟ’: ଅସ୍ବାଭାବିକ ନିରବତା

ଭୁବନେଶ୍ବର/ନୂଆଦିଲ୍ଲୀ: ଦିନ ଗଡ଼ୁଛି। କିନ୍ତୁ ବିଜେଡି-ବିଜେପି ମେଣ୍ଟର ଚିତ୍ର ସ୍ପଷ୍ଟ ହେଉନି। ମେଣ୍ଟ ସମ୍ପର୍କରେ ଏବେ ବି ସମସ୍ତେ ଅନ୍ଧାରରେ। ବିଜେପିର କେନ୍ଦ୍ରୀୟ ନେତୃତ୍ବ ନିକଟରେ ନିଷ୍ପତ୍ତି ଅଟକିଯାଇଛି। କେବେ ଚୂଡ଼ାନ୍ତ ଘୋଷଣା ହେବ, ତାହାର ଉତ୍ତର କାହା ପାଖରେ ନାହିଁ। ଉଭୟ ବିଜେଡି ଓ ବିଜେପି ନେତାମାନେ ଏବେ ଏହି ପ୍ରସଙ୍ଗରେ ଅସ୍ବାଭାବିକ ନିରବତା ଅବଲମ୍ବନ କରି ତଳ ସ୍ତରରେ ଦ୍ବନ୍ଦ୍ବ ବଢ଼ାଇ ଦେଉଛନ୍ତି। ବିଜେପିର ରାଜ୍ୟ ନେତାମାନେ ତିନି ଦିନ ହେଲା ଦିଲ୍ଲୀରେ ଡେରା […]

ରାଜ୍ୟ

ଜୟପୁରରେ କଂଗ୍ରେସର ହୁଙ୍କାର: ଟାର୍ଗେଟରେ କେନ୍ଦ୍ର ଓ ରାଜ୍ୟ ସରକାର

ଜୟପୁର: ଜୟପୁରରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବା ସହ ମୋଦୀ ଓ ନବୀନଙ୍କ ବିରୋଧରେ ହୁଂକାର ଭରିଛି। ରାଜ୍ୟ ପ୍ରଭାରୀ ଡ. ଅଜୟ କୁମାର, ଏଆଇସିସି ସଂପାଦକ ସାହାଜୁଦ୍ଦିନ, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ସଭାପତି ବିଜୟ ପଟ୍ଟନାୟକ, ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ଏସ୍‌ଟି/ଏସ୍‌ସି ସେଲ୍ ସଭାପତି ଜୟରାମ ପାଙ୍ଗୀ, ସାଂସଦ ସପ୍ତଗିରି ଉଲ୍ଲାକା ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କଂଗ୍ରେସର ଆଭିମୁଖ୍ୟ ଓ ଲକ୍ଷ୍ୟକୁ ସ୍ପଷ୍ଟ କରିଛନ୍ତି। […]

ରାଜ୍ୟ

ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ବ୍ରଜରାଜନଗରରୁ ଲଢ଼ିବେ କିଶୋର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ଦିନ ଦୁଇଟି ନିର୍ବାଚନମଣ୍ଡଳୀ ତଥା ଝାରସୁଗୁଡ଼ା ଏବଂ ବ୍ରଜରାଜନଗର ପାଇଁ ପ୍ରାର୍ଥୀ ଘୋଷଣା ପାଇଁ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ହେଲେ, ଦଳ ପକ୍ଷରୁ କେବଳ ବ୍ରଜରାଜନଗର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା ବେଳେ ଝାରସୁଗୁଡ଼ା ପାଇଁ କାହା ନାମ ଘୋଷଣା କରାଯାଇନାହିଁ। ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ଦଳର ବରିଷ୍ଠ ନେତା କିଶୋର ପଟେଲ୍‌। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। କଂଗ୍ରେସର […]

ରାଜ୍ୟ

କାହା ଖାତାକୁ ଯିବ କେନ୍ଦ୍ରାପଡ଼ା ବିଧାନସଭା? ପୌର ପରିଷଦରେ ଆଗରେ ରହିଆସିଛି କଂଗ୍ରେସ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଜିଲ୍ଳାର ଏକମାତ୍ର ସ˚ରକ୍ଷିତ ଆସନ। ୨୦୦୦ ଓ ୨୦୦୪ରେ ବିଜେଡି-ବିଜେପି ମେଣ୍ଟ ସମୟରେ ଏହି ନିର୍ବାଚନମଣ୍ଡଳୀ ବିଜେପି ଭାଗରେ ରହିଥିଲା। ସେଥିରୁ ବିଜେପି ଥରେ ଜିତିଥିବା ବେଳେ ଥରେ ହାରିଛି। କିନ୍ତୁ ମେଣ୍ଟ ଭାଙ୍ଗିବା ସହ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ହେବା ପରେ ୨୦୦୯ରୁ ବିଜେଡି କ୍ରମାଗତ ଭାବେ ଏହି ଆସନରୁ ଜିତି ଆସୁଛି। କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହୁଥିବା ବେଳେ ବିଜେପି ତୃତୀୟ ସ୍ଥାନକୁ ଖସିଛି। କିନ୍ତୁ […]

ରାଜ୍ୟ

ଗଞ୍ଜାମ ଜିଲ୍ଲା: ମେଣ୍ଟ ବିଗାଡ଼ିବ ନେତାଙ୍କ ଗଣିତ

ବ୍ରହ୍ମପୁର: ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟକୁ ନେଇ ଚାଲିଥିବା ଚର୍ଚ୍ଚା ଯଦି ସତରେ ପରିଣତ ହୁଏ, ତେବେ ବହୁ ନେତାଙ୍କ ରାଜନୈତିକ କ୍ୟାରିୟର୍‌ ବଦଳିଯିବ। ଏହାକୁ ନେଇ ଗଞ୍ଜାମ ଜିଲ୍ଲାରେ ଉଭୟ ବିଜେଡି ଓ ବିଜେପି ବିଧାୟକ ଆଶାୟୀ ଓ ଦଳ ବଦଳ କରି ଟିକେଟ୍‌ ପାଇବା ଆଶାରେ ଥିବା ନେତାଙ୍କ ଛାତି ଧଡ଼ଧଡ଼ ହେଉଛି। ଖୋଲାଖୋଲି କେହି କିଛି କହିପାରୁ ନଥିଲେ ସୁଦ୍ଧା ମନ ଭିତରେ ଆଶା ଓ ଆଶଙ୍କାକୁ ଜାବୁଡ଼ି ଧରି ବସିଛନ୍ତି। ବିଶ୍ବସ୍ତଙ୍କ ସହ […]

ରାଜ୍ୟ

ଚର୍ଚ୍ଚାରେ କାଲିମେଳାର ଦୁଇ ଭଉଣୀ: ପଣକିଆରେ ଭୋଟରଙ୍କୁ ସଚେତନ

କାଲିମେଳା: ‘ଏଗାର ଏକ ଏଗାର, ମତଦାନ ନାଗରିକର ଶ୍ରେଷ୍ଠ ଅଧିକାର। ଏଗାର ଦୁଇ ଗୁଣେ ବାଇଶି, ଭୋଟ ଦେବାକୁ ଯିବ ସବୁ ମା’ ମାଉସୀ।’ ଗଣିତ ଶିକ୍ଷା ପାଇଁ ବ୍ୟବହାର ହେଉଥିବା ପଣକିଆକୁ ଭୋଟରଙ୍କ ସଚେତନତା ନିମନ୍ତେ ଏମିତି ମାଧ୍ୟମ କରିଛନ୍ତି କାଲିମେଳା ଅଞ୍ଚଳର ଦୁଇ ଭଉଣୀ। ଯାହାର ଅଡିଓ ରାତାରାତି ଭାଇରାଲ୍‌ ହେବାପରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଶୃତି ସୁଲଗ୍ନା ଏବଂ ତୃତୀୟ ଶ୍ରେଣୀରେ ପଢ଼ୁଥିବା ପ୍ରୀତି ସୁଲଗ୍ନା ଚର୍ଚ୍ଚା ସାଉଁଟିଛନ୍ତି। ପାଠପଢ଼ା ସହ ସମାଜକୁ […]

ରାଜ୍ୟ

ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ: ଦାବି ପୂରଣ ଲାଗି ମିଳିଲା ପ୍ରତିଶ୍ରୁତି

ଭୁବନେଶ୍ବର: ହଟିଲା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ। ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ। ମେୟରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଛନ୍ତି ଆନ୍ଦୋଳନରେ ବସିଥିବା ସଫେଇ କର୍ମଚାରୀ। ତେବେ ଆନ୍ଦୋଳନ ହେବା ପରେ ମେୟରଙ୍କ ବାସଭବନରେ ବୈଠକ ବସିଥିଲା। ଏହି ବୈଠକରେ ଆଲୋଚନା ସଫଳ ହେଇଥିବା କହିଛନ୍ତି ସଫେଇ ସଂଘର ସମ୍ପାଦକ। ତେବେ ୨ ଦିନ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଅଳିଆ ପୃଥକୀକରଣ ପାଇଁ […]

ରାଜ୍ୟ

ଆଉ ୨୨ ନୂଆ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି, ବଲାଙ୍ଗୀରର ଲୋଇସିଂହା ଓ ସିନ୍ଧେକେଲା, ବରଗଡ଼ର ସୋହେଲା, ବାଲେଶ୍ବରର ବାଲିଆପାଳ ଓ ଖଇରା, ଭଦ୍ରକର ଧାମରା, ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ କଳାହାଣ୍ଡିର ନର୍ଲା ଓ ମଦନପୁର ରାମପୁର, ଖୋର୍ଦ୍ଧାର […]

ରାଜ୍ୟ

୨୫ ଫୁଟ ତଳକୁ ଖସିଲା ଟ୍ରକ୍: ଡ୍ରାଇଭର ଓ ହେଲପର ମୃତ

କଳାବାଡିଆ: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଜାତୀୟ ରାଜପଥ ୧୮ କଳାବାଡିଆ ପଞ୍ଚାୟତ ଜଗନ୍ନାଥଖୁଣ୍ଟା ସୁବର୍ଣ୍ଣରେଖା କେନାଲର ୨୫ ଫୁଟ ତଳକୁ  ଖସିପଡ଼ିଲା ଟ୍ରକ। ଗୁରୁତର ଡ୍ରାଇଭର ଓ ହେଲପରକୁ ବାରିପଦା ପଠାଯାଇଥିବା ବେଳେ ମୃତ୍ୟୁ ଘଟିଛି। ପ୍ଲାୟଉଡ ନେଇ ବିଶାଖାପାଟଣାରୁ ନେପାଳ ଯାଉଥିବା ଏପି ୦୭ ଟି ଏଫ ୯୩୮୮ ନମ୍ବର ଥିବା ଟ୍ରକ୍ ଭାରସାମ୍ୟ ହରାଇ ପ୍ରଥମେ ପୋଲର ଡିଭାଇଡରରେ ଧକ୍କା ଦେଇ ସୁବର୍ଣ୍ଣରେଖା କେନାଲ ତଳକୁ ଖସି ପଡ଼ିଥିଲା। ସମ୍ଭବତଃ ଡ୍ରାଇଭରଙ୍କର ଆଖି […]