ଅପରାଧ ଦେଶ ବିଦେଶ

ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣ, ୯ ଜଣ ଆହତ ହସ୍ପିଟାଲରେ ଭର୍ତ୍ତି

ଶ୍ରୀନଗର ୨୨।୮: ଜମ୍ମୁକାଶ୍ମୀର ଶ୍ରୀନଗର ସହରର ନିଶାତ ଅଞ୍ଚଳରେ ଗ୍ରେନେଡ୍ ଆକ୍ରମଣ ହୋଇଛି । ଏହି ଆକ୍ରମଣ ଫଳରେ ୯ ଜଣ ଆହତ ହୋଇଛନ୍ତି ।ପୋଲିସ ଅଧିକାରୀ କହିଛନ୍ତି ଯେ, ରବିବାର ଦିନ ଆତଙ୍କବାଦୀମାନେ ଏକ ହ୍ୟାଣ୍ଡଗ୍ରେନେଡ୍ ଫିଙ୍ଗିଥିଲେ । ସେ କହିଛନ୍ତି ଯେ, ଡଲ୍ ହ୍ରଦ କୂଳରେ ଥିବା ମୋଗଲ ଗାର୍ଡେନ ନିକଟରେ ଏହି ଆକ୍ରମଣ ହୋଇଛି । ୭ ଜଣ ଆହତଙ୍କୁ ଏସଏଚଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କୁ ଏସକେଆଇଏମଏସ ହସ୍ପିଟାଲରେ […]

ଅପରାଧ ରାଜ୍ୟ

ପ୍ରଧାନମନ୍ତ୍ରୀ ବୀମା ଯୋଜନା କରୁ ନ ଥିବା ସିଏସ୍‌ପି ଅଚଳ, ଗ୍ରାମାଞ୍ଚଳ ବ୍ୟାଙ୍କିଙ୍ଗ୍‌ କାରବାରରେ ବାଧା

ଜଗତସିଂହପୁର ଟାଉନ୍ : ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ୍‌ କାରବାରର ଲାଇଫ୍‌ଲାଇନ୍ ସାଜିଥିବା ଶହ ଶହ କମନ୍ ସର୍ଭିସ ସେଣ୍ଟର(ସିଏସ୍‌ପି) ଗତ ତିନିଦିନ ହେଲା ଅଚଳ ହୋଇପଡ଼ିଛି। କୌଣସି ଯାନ୍ତ୍ରିକ ତ୍ରୁଟି ନୁହେଁ, ବରଂ ମନୁଷ୍ୟକୃତ ଭାବେ ଏହାକୁ ଅଚଳ କରି ଦିଆଯାଇଛି। ଫଳରେ, ସହଜରେ ଟଙ୍କା ଜମା ଓ ଉଠାଣ ହୋଇପାରୁନାହିଁ। ପ୍ରତିଦିନ ବିଭିନ୍ନ ସିଏସ୍‌ପି ସେଣ୍ଟର୍‌ରୁ ହଜାର ହଜାର ଲୋକ ଫେରିଯାଉଛନ୍ତି। ଏହା କେବଳ ଗୋଟିଏ ଜିଲ୍ଲା ନୁହେଁ, ସାରାରାଜ୍ୟରେ ଏଭଳି ହୋଇଥିବା କୁହାଯାଉଛି। ଯାହାକୁ ନେଇ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଟେଲି ପରଦାକୁ ପୁଣି କମ୍‌ବ୍ୟାକ୍‌ କରୁଛନ୍ତି କପିଲ୍‌, ନୂଆ ଲୁକ୍‌ରେ ଅଭିନେତାଙ୍କୁ ଚିହ୍ନିବା ମୁଶକିଲ୍‌

ନୂଆଦିଲ୍ଳୀ ୨୨।୦୮: କପିଲ ଶର୍ମା ତାଙ୍କ ଶୋ’ର ପରବର୍ତ୍ତୀ ସିଜିନ ଆଣିବାକୁ ପ୍ରସ୍ତୁତ ଅଛନ୍ତି। ଲାଇଭ୍ ଶୋ’ ପାଇଁ ସେ ଟିଭିରୁ ବ୍ରେକ୍‌ ନେଇଥିଲେ। ସେ ଏବଂ ତାଙ୍କ ଟିମ୍‌ ଏଥିପାଇଁ ଆମେରିକା ଏବଂ କାନାଡାରେ ଶୋ’ କରିଥିଲେ। ଏବେ ଅଷ୍ଟ୍ରେଲିଆରେ ମଧ୍ୟ ପରଫମାନ୍ସ ବାକି ଅଛି। ଏହି ସମୟରେ, ‘କପିଲ ଶର୍ମା ଶୋ’ ଟିଭିରେ ବନ୍ଦ ହେବା ପରଠାରୁ ପ୍ରଶଂସକମାନେ ଏହାର ପରବର୍ତ୍ତୀ ସିଜିନ୍‌କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏନେଇ କପିଲ ନିଜର […]

ଦେଶ ବିଦେଶ ମନୋରଞ୍ଜନ

ମଧୁବାଲାଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହାନ୍ତି ମୃଣାଳ, କହିଲେ ନିଜ ମନର କଥା

ମୁମ୍ଵାଇ ୨୨।୦୮: ‘ସୁପର ୩୦’, ‘ତୁଫାନ୍‌’, ‘ଜର୍ସି ଭଳି ଫିଲ୍ମରେ ଅଭିନୟ କରି ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ମୃଣାଳ ଠାକୁର। ନିକଟରେ ତାଙ୍କୁ ଦୁଲକର ସଲମାନ୍‌ଙ୍କ ସହ ତେଲଗୁ ଫିଲ୍ମ ‘ସୀତା ରାମମ୍‌’ରେ ଦେଖିବାକୁ ମିଳିଥିଲା। ସେହି ଫିଲ୍ମ ମାଧ୍ୟମରେ ସେ ଦକ୍ଷିଣ ଭାରତୀୟ ସିନେମା ଜଗତରେ ଡେବ୍ୟୁ କରିଥିବାବେଳେ ତା’ର ଅପାର ସଫଳତା ଯୋଗୁ ମୃଣାଳ ଏବେ ଚର୍ଚ୍ଚାର ଶିଖରରେ। ବିଶେଷକରି ସେଥିରେ ମୃଣାଳଙ୍କ ଲୁକ୍‌କୁ ତାଙ୍କର ଅନେକ ପ୍ରଶଂସକ […]

ଅପରାଧ ରାଜ୍ୟ

ଶାରଦା ମାଇନ୍ସରେ ଇଡିର ଚଢାଉ, ଏକାସାଙ୍ଗେ ୩ଟି ସ୍ଥାନରେ ଖୋଳତାଡ଼

ବଡ଼ବିଲ ୨୨।୦୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍କାନରରେ ଶାରଦା ମାଇନ୍ସ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଶାରଦା ମାଇନ୍ସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ । ବେଆଇନ୍‌ ଖଣି କାରବାର ନେଇ ଚଢାଉ ହୋଇଥିବା ସୂଚନା । ଖବର ଅନୁଯାୟୀ, ଶାରଦା ମାଇନ୍ସ ନାଁ ବେଆଇନ୍‌ ଖଣିଜ କାରବାର ନେଇ ପୂର୍ବରୁ ଅଭିଯୋଗ ରହିଥିଲା । ଏନେଇ ସୋମବାର ବଡ଼ବଲିରେ ଥିବା ଖଣି କାର୍ଯ୍ୟାଳୟ ସହିତ ସୟାବାଲି ସ୍ଥିତ କଲୋନୀରେ ଚଢାଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏକାସାଙ୍ଗେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୧୫୩୯ କରୋନା ପଜିଟିଭ୍

ନୂଆଦିଲ୍ଲୀ, ୨୧|୦୮: କମିଲା କରୋନା ଗ୍ରାଫ୍। ଦେଶରେ ମାମଲା ସାମୟିକ ବଢିବା ପରେ ପୁଣି କମିବା ଆରମ୍ଭ କରିଛି। ଏବେ କରୋନା ସଂକ୍ରମଣ କମିଛି । ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ଏବେ ୧୧ ହଜାର ଉପରେ ରହିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର […]

ଅପରାଧ ରାଜ୍ୟ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗକୁ ନେଇ ଚର୍ଚ୍ଚା: ଆସୋସିଏଟ ପ୍ରଫେସରଙ୍କୁ ମହିଳାଙ୍କ ମାଡ଼ ଭିଡ଼ିଓ ଭାଇରଲ

ଗୋପାଳପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ପୁଣି ଚର୍ଚ୍ଚାକୁ ଆସିଛି। ଇଂରାଜୀ ବିଭାଗର ଜଣେ ଆସୋସିଏଟ୍‌ ପ୍ରଫେସରଙ୍କୁ ଜଣେ ମହିଳା ମାଡ଼ ମାରୁଥିବାର ଭିଡ଼ିଓ ଭାଇରାଲ୍‌ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଶନିବାର ଦିନ ପ୍ରାୟ ୧୧ଟା ବେଳେ ଇଂରାଜୀ ବିଭାଗର ଆସୋସିଏଟ୍‌ ପ୍ରଫେସର ନିଜ ଚାମ୍ବରରେ ବସିଥିବା ବ‌େଳେ ଜଣେ ମହିଳା ଆସି ପାଟିତୁଣ୍ଡ କରିବା ସହ ଭିତର ପଟୁ କବାଟ ଦେଇ ମାଡ଼ ମାରିଥିଲେ। ଚାମ୍ବରରେ ପାଟିତୁଣ୍ଡ ଶୁଣି କିଛି ଅଧ୍ୟାପକ କବାଟ […]

ଅପରାଧ ରାଜ୍ୟ

ମର୍ଣ୍ଣିଂ ଓ୍ୱାକ୍ ବେଳେ ମହିଳାଙ୍କଠୁ ଲୁଟ୍ : ସୁନା ଚେନ୍ ଝାମ୍ପିନେଲେ ଦୁଇ ଲୁଟେରା

ଉଦଳା, ୨୧|୦୮: ମର୍ଣ୍ଣିଂ ୱାକ ବେଳେ ମହିଳାଙ୍କ ବେକରୁ ସୁନାଚେନ ଲୁଟିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସିର ୩ ନମ୍ବର ୱାର୍ଡରେ । ସୂଚନା ଅନୁସାରେ, ୩ ନମ୍ବର ୱାର୍ଡର ମିତାରାଣୀ ମଲ୍ଲିକ ରବିବାର ସକାଳେ ମର୍ଣ୍ଣିଂ ୱାକରେ ଯାଇଥିଲେ । ଘର ଠାରୁ ମାତ୍ର କେଇ ମିଟର ଦୂର ଯାଇଥିବା ବେଳେ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କୁ ଜଣେ ବ୍ୟକ୍ତିଙ୍କ ଠିକଣା ପଚାରିଥିଲେ । […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଅବହେଳିତ ୫୮ବର୍ଷର ପୁରୁଣା ସ୍କୁଲ , ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

କୋଇଡ଼ା: ୫୮ବର୍ଷର ପୁରୁଣା କୋଇଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟ ହତଶିରୀ ହୋଇଯାଇଛି। ଶ୍ରେଣୀଗୃହ ଅଭାବରୁ ପିଲା ବାରଣ୍ଡାରେ ବସି ପଢ଼ୁଛନ୍ତି। ବିଡ଼ମ୍ବନାର ବିଷୟ ହେଉଛି ସ୍କୁଲଟି କୋଇଡ଼ା ବିଇଓ ଅଫିସ ପରିସର ମଧ୍ୟରେ ରହିଥିଲେ ମଧ୍ୟ ଉଚ୍ଚକର୍ତ୍ତୃପକ୍ଷଙ୍କ ନଜର ପଡ଼ୁନି। ଘରନାହିଁ, ଅଫିସ ନାହିଁ, ଭଙ୍ଗାଘରେ, ତଳେ ଓ ବାରଣ୍ଡାରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଏହି ଅବହେଳିତ ବିଦ୍ୟାଳୟଟି ରହିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ର କୋଇଡ଼ା ପଞ୍ଚାୟତରେ। ୧୯୬୪ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ […]

ଅପରାଧ ରାଜ୍ୟ

ନାଳରେ ଭାସି ଯାଇଥିବା କାର୍ ସହ ଦୁଇ ମୃତଦେହ ଉଦ୍ଧାର

ଜମନକିରା/ଗୁଣ୍ଡୁରୁଚୁଆଁ: ଶନିବାର ରାତିରେ ନକଟିପାଲି ଗାଁ ପାଖ ବାରଟେଙ୍ଗରା ନାଳରେ ଭାସି ଯାଇଥିବା କାର୍ ମିଳିଥିବାର ଖବର ମିଳିଛି। ଅଗ୍ନିଶମ ବାହିନୀ ସେହି କାର ଭିତରୁ ୨ ମୃତଦେହ ଉଦ୍ଧାର କରିଛନ୍ତି। ମୃତକ ହେଲେ ତାପସ ନାୟକ ଓ ତାଙ୍କ ଭଉଣୀ ଜ୍ବାଇଁ ପ୍ରତାପ ପଟେଲ। ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟା ସାଢ଼େ ୭ଟାରେ କେନାଢିପା ଆର୍‌ଡି ରାସ୍ତାର ନକଟିପାଲି ଗାଁ ପାଖ ବାରଟେଙ୍ଗରା ନାଳରେ ଏକ କାର୍‌ ସହ ଦୁଇ ଜଣ ବ୍ୟକ୍ତି ଭାସି ଯାଇଥିବା ଖବର […]