ରାଜ୍ୟ

ଗୋ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା

ଭୁବନେଶ୍ବର: ଗୋ ସୁରକ୍ଷା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏନେଇ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଧାନସଭାରେ ବିଧାୟକମାନଙ୍କୁ ଗୋଟିଏ ଗୋଟିଏ ଗୋ ଶାଳା ନିର୍ମାଣ କରିବାକୁ ନିବେଦନ କରଛନ୍ତି। ସେ କହିଛନ୍ତି, ସବୁ ବିଧାୟକ କରନ୍ତୁ, ୯୦% ସବସିଡି ଦିଆଯିବ। ଗାଈ ପାଇଁ ଦିନକୁ ୫୪ ଟଙ୍କା ଦିଆଯିବ। ଚଳିତ ବର୍ଷ ୨୦୦ ଗୋ ଶଳା ନିର୍ମାଣ ଲାଗି ଲକ୍ଷ୍ୟ ରଖିଛନ୍ତି ସରକାର।  ସବୁ ବିଧାୟକ ନିଜ ଅଞ୍ଚଳରେ ଗୋଟିଏ ଗୋ ଶାଳା […]

ରାଜ୍ୟ

ମୋହନ ସରକାରଙ୍କ ବଡ଼ ଘୋଷଣା: ଶ୍ରମିକଙ୍କ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ନିର୍ମାଣ ଶ୍ରମିକଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିରେ ସରକାର ବୃଦ୍ଧି ଘୋଷଣା କରିଛନ୍ତି। ନିର୍ମାଣ ଶ୍ରମିକମାନେ ପୂର୍ବରୁ ପାଉଥିବା ଅନୁକମ୍ପାମୂଳକ ସହାୟତା ରାଶିକୁ ଏବେ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଏହା ନିର୍ମାଣ ଶ୍ରମିକଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ହୋଇପାରିବ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ନିର୍ମାଣ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲେ ଏଣିକି ଅନୁକମ୍ପାମୂଳକ ସହାୟତା ଭାବେ ୬ଲକ୍ଷ ଟଙ୍କା ଦିଆଯିବ।  ସେହିଭଳି […]

ରାଜ୍ୟ

୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଭିନ୍ନ କଲ୍ୟାଣକାରୀ ଯୋଜନାର କରିବେ ଶୁଭାରମ୍ଭ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ସୂଚନା ଅନୁଯାୟୀ ସକାଳ ୧୧ଟା  ୨୫ ମିନିଟ୍ ସମୟରେ ସେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବେ। ଏଠାରୁ କଡ଼ା ସୁରକ୍ଷା ମଧ୍ୟରେ ଜନତା ମଇଦାନକୁ ଯିବେ। ସେଠାରେ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବେ। ସେହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ଟାରୁ ୧ଟା ଯାଏ ଉପସ୍ଥିତ ରହିବେ। ଅପରାହ୍ଣ ୩ଟା ୨୫ ମିନିଟ ସମୟରେ ନୂଆଦିଲ୍ଲୀ ଫେରିଯିବେ ବୋଲି ଜଣାଯାଇଛି।

ରାଜ୍ୟ

ମହାରାଷ୍ଟ୍ରର ଏକ ହୋଟେଲ୍‌ର ଆଳୁ ବାକ୍ସରୁ ବାହାରିଲା ୮ ଫୁଟ୍‌ ଲମ୍ବର ଅଜଗର

ମୁମ୍ବାଇ: ଏକ ଆଳୁ ବାକ୍ସ ଭିତରୁ ୮ ଫୁଟ୍‌ ଲମ୍ବର ଏକ ଅଜଗର ସାପ ଉଦ୍ଧାର ହେବା ପରେ ମହାରାଷ୍ଟ୍ରର ଚନ୍ଦ୍ରପୁରରଠାରେ ଭୟର ଆତଙ୍କ ଖେଳିଯାଇଛି। ଚନ୍ଦ୍ରପୁର ନିକଟ ଲୋହରାର ଏକ ହୋଟେଲରେ ରଖାଯାଇଥିବା ଆଳୁ ବାକ୍ସ ଭିତରେ ଏହି ବିରାଟ ସାପଟିକୁ ଦେଖି ଲୋକ ଭୟଭୀତ ହୋଇ ଯାଇଥିଲେ। ଏହାକୁ ନେଇ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି ଯେ ସାପଟି ଆଳୁ ଉପରେ ଗୁଡ଼େଇ ହୋଇ […]

ରାଜ୍ୟ

ବନ୍ୟାରେ ସର୍ବସ୍ବ ହରାଇଲେ ମହିଳା

ମାଲକାନଗିରି: ଜିଲ୍ଲାରେ ବନ୍ୟା ଲୋକଙ୍କ ଦୁଃଖକୁ ଆହୁରି ଦୁଇଗୁଣ କରିଦେଇଛି। ବହୁ ଲୋକ ନିଜର ଘରଦ୍ବାର ଛାଡ଼ି ଏବେ ବାହାରେ ରହୁଛନ୍ତି।ବନ୍ୟା ଜଳ ସେମାନଙ୍କର ସମସ୍ତ ଧନସଂପତ୍ତି ନଷ୍ଟ କରିଦେଇଛି। କେବଳ କୋଠାବାଡିକୁ ଛାଡିଦେଲେ ଅନ୍ୟ ସବୁ ଘର ପାଣିରେ ଦୁଇ ଦିନ ରହିବା ପରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଭଳି ଜଣେ ଅସହାୟ ମହିଳାଙ୍କ ଦୁଃଖଦ କାହାଣୀ ବନ୍ୟାଞ୍ଚଳ ଗସ୍ତ କରିବା ପରେ ଦେଖିବାକୁ ମିଳିଥିଲା। ପୋଟେରୁ ଗ୍ରାମର ରାକ୍ଷୀ ଦେ। ସ୍ବାମୀ ଅନ୍ୟତ୍ର ଚାଲିଯାଇଥିବା […]

ରାଜ୍ୟ

ପୋଲାଭରମ ପ୍ରକଳ୍ପ ଓଡ଼ିଶାର ବ୍ୟାପକ କ୍ଷତି କରିବ: ବିଜେଡି

ଭୁବନେଶ୍ବର: କେନ୍ଦ୍ର ସରକାର ବଜେଟରେ ପୋଲାଭରମ ପ୍ରକଳ୍ପ ପାଇଁ ୧୫ହଜାର କୋଟି ବ୍ୟବୟରାଦ କରିବା ପରେ ପ୍ରକଳ୍ପ କାମ ଦ୍ରୁତ ଗତିରେ ଆଗେଇଛି। ଏହା ୨୦୨୬ ଫେବ୍ରୁଆରି ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ମାଲକାନଗିରି ଜିଲ୍ଲାର ପ୍ରାୟ ୨ଶହ ଗାଁ ଜଳମଗ୍ନ ହେବ। ପୋଲାଭରମ ପ୍ରକଳ୍ପ ଓଡ଼ିଶାର ବ୍ୟାପକ କ୍ଷତି କରିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ପୋଲାଭରମ ପ୍ରକଳ୍ପର ସ୍ଥିତିର ଅନୁଧ୍ୟାନ କରିବା ଲାଗି ବିଜେଡି ସଭାପତି ନବୀନ […]

ରାଜ୍ୟ

ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବ ‘ସୁଭଦ୍ରା’

ଓଡ଼ିଶାରେ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ଆରମ୍ଭ ହୋଇଛି। ଓଡ଼ିଆ ଅସ୍ମିତାର ମହାନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଉଣୀ ସୁଭଦ୍ରାଦେବୀଙ୍କ ନାମାନୁସାରେ ଏହି ଯୋଜନାକୁ ନାମିତ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ଦେବୀତୁଲ୍ୟା ମା’, ଭଉଣୀମାନଙ୍କ ଆର୍ଥିକ ମାନଦଣ୍ଡକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଓଡ଼ିଶାର ମା’, ଭଉଣୀମାନଙ୍କୁ ଯଥୋଚିତ ସମ୍ମାନ ଦେଇ ଚଳିତ ମାସ ୧୭ ତାରିଖ ଦିନ ନିଜର ଜନ୍ମତିଥିରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ। […]

ରାଜ୍ୟ

ଓଡ଼ିଶାରେ ଗଡ଼ିବ ଆଉ ୩ଟି ବନ୍ଦେ ଭାରତ

ଭୁବନେଶ୍ୱର: ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦେଶରେ ୧୦ଟି ନୂତନ ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ ହେବ। ସେଥିମଧ୍ୟରୁ ଓଡ଼ିଶା ମଧ୍ୟରେ ୩ଟି ଟ୍ରେନ୍‌ ଚଳାଚଳ କରିବ। ସେଗୁଡ଼ିକ ହେଲା ଟାଟାନଗର-ବ୍ରହ୍ମପୁର ବନ୍ଦେ ଭାରତ, ରାଉରକେଲା-ହାୱଡା ବନ୍ଦେ ଭାରତ ଓ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଟ୍ରେନ୍‌। ବ୍ରହ୍ମପୁର ଷ୍ଟେସନରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ କରିଛନ୍ତି। ରେଳ […]

ରାଜ୍ୟ

ଘରେ ଘରେ ‘ସୁଭଦ୍ରା’

ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କର ଅତି ଅଲିଅଳୀ ଭଉଣୀ ସୁଭଦ୍ରା। ସେ ହିଁ ଶକ୍ତି ସ୍ବରୂପିଣୀ, ଶକ୍ତିରୂପା, ଯୋଗମାୟା ତଥା ମହାମାୟୀ ଦୁର୍ଗା। ଆଜି ଆମ ରାଜ୍ୟରେ ନୂତନ ସରକାର ଦାୟିତ୍ବ ନେଲାପରେ, ପ୍ରଥମ ଦିନର ପ୍ରଥମ ବୈଠକରେ ନିଷ୍ପତ୍ତି ନେଲେ ଯେ ପ୍ରଦେଶର ଭଉଣୀମାନଙ୍କୁ ବାସ୍ତବରେ ଶକ୍ତି ସ୍ବରୂପା କରିବାକୁ ‘ସୁଭଦ୍ରା’ ଯୋଜନାର କ୍ରିୟାନ୍ବୟନ କରାଯାଉ। ଏହା ଏକ ଯୁଗାନ୍ତକାରୀ ନିଷ୍ପତ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ଓଡିଶାରେ ଆଜି ପର୍ଯ୍ୟନ୍ତ ହୋଇଥିବା ସମସ୍ତ ଜନହିତକାରୀ କାର୍ଯ୍ୟକ୍ରମ […]

ରାଜ୍ୟ

ପ୍ରେମୀଯୁଗଳଙ୍କୁ ହତ୍ୟା ଉଦ୍ୟମ, ପ୍ରେମିକ ମୃତ, ପ୍ରେମିକା ଗୁରୁତର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ୍ ଅନ୍ତର୍ଗତ ଆଡାଯୋର୍ ପଞ୍ଚାୟତ ଅନ୍ତର୍ଗତ ଅଡାଟାକିରି ଗ୍ରାମର ମଙ୍ଗଳୁ ମାଝୀ ଅଡାଯୋର୍ ଗ୍ରାମର ଜନୈକ ଯୁବତୀଙ୍କୁ ପ୍ରେମ କରୁଥିବା ଜାଣି ଯୁବତୀଙ୍କ ବାପା ବିଜୟ ମାଝୀ ନିଜ ଝିଅ ଲଳିତା ଓ ତାର ପ୍ରେମିକ ମଙ୍ଗଳୁଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲା। ସୂଚନା ମୁତାବକ ଏହି ପ୍ରେମୀଯୁଗଳ ଗତ ମାସେ ହେଲା ଘରୁ ଫେରାର ଥିଲେ। କିନ୍ତୁ ସପ୍ତାହ ପୁର୍ବରୁ ଗାଁକୁ ଆସିଥିଲେ। ଝିଅ ନିଜ ବାପଘରେ […]