ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଧ୍ୟାନ ଦେଲେନି ୱାଡେନ୍; ଗଣେଷ ପୂଜା ଭୋଗ ଖାଇ ୧୨ ଛାତ୍ରୀ ଅସୁସ୍ଥ
ଉଦଳା ୦୧/୦୯: ଗତକାଲି ଗଣେଷ ପୂଜାରେ ହୋଇଥିବା ଭୋଗ ଖାଇ ୧୨ ଛାତ୍ରୀ ଅସୁସ୍ଥ। ଏହି ଅସୁସ୍ଥ ୧୨ ଛାତ୍ରୀ ହଷ୍ଟେଲ ଅନ୍ତେବାସିନୀ ହୋଇଥିବା ଜଣାଯାଇଛି। ଖୁଣ୍ଟା ବ୍ଲକ ଧାନଘେରା ଏକଲବ୍ୟ ମଡେଲ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗତକାଲି ବିଦ୍ୟାଳୟରେ ଗଣେଷ ପୂଜା ହୋଇଥିବା ବେଳେ ଛାତ୍ରୀମାନେ ପୂଜା ଭୋଗ ଖାଇଥିଲେ। ପରେ ନାଚି ଥିଲେ। ତେବେ ଆଜି ହଠାତ ୧୨ ଅନ୍ତେବାସିନୀଙ୍କ ଶରୀର ଅସୁସ୍ଥ ହେବା ସହିତ ମୁଣ୍ଡ ବୁଲାଇଥିଲା ଓ ବାନ୍ତି […]




