ଅପରାଧ ରାଜ୍ୟ

ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ଜିଲ୍ଲା ପରିଷଦ ସଭ୍ୟାଙ୍କର ଗାଡି ପୋଡ଼ିଲେ

ଟାଙ୍ଗୀ ୦୨/୦୯: ଟାଙ୍ଗୀ ବ୍ଲକ ୯ ନଂ ଜୋନ୍‌ରେ ଜିଲ୍ଲା ପରିଷଦ ସଭ୍ୟା ମିତାଜଂଳୀ ବଳିଆରସିଂଙ୍କର ଗାଡିଟିକୁ କେହି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ନିଆଁ ଲଗାଇ ଦେଇଛନ୍ତି । କି’ଏ ସେହି ଦୃର୍ବୃତ୍ତ ଏଭଳି କାର୍ଯ୍ୟ କରିଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ନିରାକାରପୁର ପୋଲିସ ପକ୍ଷରୁ କୁହାଯାଇଛି । ଘଟଣାଟି ବଡପୋଖରୀଆ ଗ୍ରାମର ବୋଡଙ୍ଗରା ଗ୍ରାମରେ ଘଟିଛି । ଅଶାନ୍ତ ଥିବା ବଡପୋଖରୀଆ ଗ୍ରାମ ବେଶ କିଛି ଦିନ ହେଲା ଶାନ୍ତ […]

ଅପରାଧ ରାଜ୍ୟ

କେନାଲରୁ ମିଳିଲା ନବଜାତକର ମୃତଦେହ, ଶିଶୁପୁତ୍ରକୁ କେହି ଫିଙ୍ଗିଦେଇଥିବା ଅନୁମାନ

ଉଦଳା ୦୨/୦୯: କେନାଲରୁ ନବ ଜାତକ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ଥାନା ଭୀମତାଳି ଗ୍ରାମରେ । ଭୀମତାଳି ଗ୍ରାମ ନିକଟରେ ଥିବା କେନାଲରେ ଜଣେ ଶିଶୁପୁତ୍ରର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଏ ନେଇ ଉଦଳା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କେନାଲରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । […]

ଅପରାଧ ରାଜ୍ୟ

ଅବକାରୀ ସ୍କ୍ୱାର୍ଡ ଚଢ଼ାଉ: ୪ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଢେଙ୍କାନାଳ ୦୨/୦୯: ଢେଙ୍କାନାଳ ସଦର ଥାନା ଅଂଚଳରେ ବ୍ରାଉନ ସୁଗାର କାରବାର ବଢ଼ିବାରେ ଲାଗିଛି । ସଦର ପୁଲିସର ନିଷ୍କ୍ରିୟତା ବ୍ରାଉନ ସୁଗାର ବେପାରୀ ମାନଙ୍କୁ ତାଙ୍କ କାରବାର ବଢ଼ାଇ ବାରେ ସୁଯୋଗ ସୃଷ୍ଟି କରିଛି । ଏପରି ସ୍ଥଳେ ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ଅବକାରୀ ସ୍ୱତନ୍ତ୍ର ସ୍କ୍ୱାର୍ଡ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ବଳଦିଆ ବନ୍ଧ ଅଂଚଳରେ ଚଢ଼ାଉ କରିଛି । ଏହି ଚଢ଼ଉରେ ଅବକାରୀ ସ୍କ୍ୱାର୍ଡ ଜଣେ ବ୍ରାଉନ ସୁଗାର […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଇସ୍ପାତ ସହରରେ ନେପାଳୀ ସଂସ୍କୃତି

ରାଉରକେଲା: ଭିନ୍ନ ଭିନ୍ନ ସଂପ୍ରଦାୟ, କଳା, ସଂସ୍କୃତି ଓ ଭାଷାକୁ ଏକତା ସୂତ୍ରରେ ବାନ୍ଧି ରଖିଛି ଷ୍ଟିଲ୍ ସିଟି ରାଉରକେଲା। ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଲୋକ ପରବର୍ତ୍ତୀ ଅବସ୍ଥାରେ ରାଉରକେଲା ସହରକୁ ନିଜ କର୍ମକ୍ଷେତ୍ର ରୂପେ ବାଛିନେଇ ଭାଇଚାରା ସୃଷ୍ଟି କରିଛନ୍ତି। ଏପରିକି ପଡ଼ୋଶୀ ଦେଶ ନେପାଳର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଝଲକ୍ ମଧ୍ୟ ଏ ସହରରେ ରହିଛି। ପ୍ରତିମାସ ପଞ୍ଚମୀରେ ସହରର ବିଭିନ୍ନ ସ୍ଥାନରେ ରହୁଥିବା ନେପାଳୀ ଭାଇ ଭଉଣୀ ଏକତ୍ରିତ ହୁଅନ୍ତି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସୁସ୍ଥ ହୋଇ ଘରକୁ ଫେରିଲେ ପଦ୍ମଶ୍ରୀ କମଳା ପୂଜାରୀ, ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଉଛନ୍ତି ଔଷଧ

ଜୟପୁର ୦୯/୦୨: ସୁସ୍ଥ ହୋଇ ଘରକୁ ଫେରିଲେ ପଦ୍ମଶ୍ରୀ କମଳା ପୂଜାରୀ । ଘରେ ରହି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଉଛନ୍ତି ସେ । ପୂର୍ବ ଅପେକ୍ଷା ସେ ଅଧିକ ସୁସ୍ଥ ଥିବା କହିଛନ୍ତି । ତେବେ ତାଙ୍କ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତରଙ୍କୁ ମନେ ପକାଉଛନ୍ତି ସେ । ତାଙ୍କ ଚିକିତ୍ସା ପାଇଁ ନିୟୋଜିତ ହୋଈଥିବା ଡାକ୍ତର,ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ସେ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି । ସେହିପରି […]

ଅପରାଧ ରାଜ୍ୟ

ଗଣେଷ ଭସାଣିକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଟାଙ୍ଗିଆ ଚୋଟରେ ଜଣେ ଗୁରୁତର

ଢେଙ୍କାନାଳ ୦୨।୦୯: ଗଣେଷ ମେଢ଼ ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ । ଢେଙ୍କାନାଳ ଜିଲ୍ଲା ସଦର ଥାନା ଛାଟିଆ ଗାଁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଗୋଟିଏ ଗୋଷ୍ଠୀର ଟାଙ୍ଗିଆ ଚୋଟରେ ଅନ୍ୟ ଗୋଷ୍ଠୀର ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତଖନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତର ଯୁବକ ଜଣଙ୍କ ଛାଟିଆ ମଝିସାହିର ରଞ୍ଜନ ବେହେରା । ତେବେ ଆକ୍ରମଣ […]

ଅପରାଧ ରାଜ୍ୟ

ଘରେ ପଶି ସ୍ୱାମୀ-ସ୍ତ୍ରୀ ଓ ଝିଅକୁ ଆକ୍ରମଣ କଲେ ଲୁଟେରା, ନେଇଗଲେ ଟଙ୍କା ଏବଂ ସୁନା ଗହଣା

ଆନନ୍ଦପୁର ୦୨।୦୯: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାରିଗାଁରେ ଲୁଟ୍ । ଗୁରୁବାର ବିଳମ୍ବିତ ରାତିରେ ଘର କବାଟ ଭାଙ୍ଗି ସଶସ୍ତ୍ର ଲୁଟ୍ ହୋଇଛି। ଲୁଟେରାମାନେ ଗାଁର ଗୋଲକ ପାଢୀଙ୍କ ଘର କବାଟ ଭାଙ୍ଗି ଘରେ ପଶିବାପରେ ଅତର୍କିତ ଭାବେ ମାରଣାସ୍ତ୍ର୍ରରେ ଆକ୍ରମଣ କରିଥିଲେ । ଲୁଟେରାଙ୍କ ଲୁହାରଡ ଓ ଭୁଜାଲି ଆକ୍ରମଣରେ ଗୋଲକ ପାଢୀ, ପତ୍ନ ଜୟନ୍ତୀ ଓ ଝିଅ ପ୍ରୀତିମୟୀ ଗୁରୁତର ହୋଇଛନ୍ତି । ଏହାସହ ଘରୁ ନଗଦ ୧ଲକ୍ଷ ୮୦ ହଜାର ଟଙ୍କା […]

ଅପରାଧ ରାଜ୍ୟ

ଏନ୍‌ସିଆର୍‌ବି ରିପୋର୍ଟ: ଅପରାଧରେ ଓଡ଼ିଶା ୧୨ ନମ୍ବର

ଭୁବନେଶ୍ବର : ରାଜ୍ୟରେ ଅପରାଧ ବଢ଼ୁଛି। ଜାତୀୟ ଅପରାଧ ନଥିସଂସ୍ଥା(ଏନ୍‌ସିଆର୍‌ବି) ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୨୦ ତୁଳନାରେ ରାଜ୍ୟରେ ୨୦୨୧ରେ ଅଧିକ ୨୧ହଜାର ୧୯୦ ମାମଲା ରୁଜୁ ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବୃଦ୍ଧି ପାଇଥିବା ମାମଲା ମଧ୍ୟରେ କେବଳ ମହିଳା ବିରୋଧୀ ଅପରାଧ (୨୭.୬% ବଢ଼ିଛି) ରହିଛି। ମହିଳା ବିରୋଧୀ ଅପରାଧ କ୍ଷେତ୍ରରେ ଚାର୍ଜସିଟ୍ ଦାଖଲ କରିବାରେ ବି ଓଡ଼ିଶା ପଛରେ ଅଛି। ୨୦୨୦ରେ ପ୍ରାୟ ୮୨ପ୍ରତିଶତ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିବା […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ମରାମତିକୁ ଅଭାବ ପଡ଼ିବ ପଥର, ଖାଲି ହେବାରେ ଲାଗିଛି ନରଣଗଡ଼ ପଥରଖଣି

ପୁରୀ : ଶ୍ରୀମନ୍ଦିର କାରୁକାର୍ଯ୍ୟ ଓ ଗଠନ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ। ଦୀର୍ଘସ୍ଥାୟୀ ଓ ଉତ୍ତମ ମାନର ଖାଣ୍ଡେଲାଇଟ୍‌ ପଥର ପାଇଁ ପ୍ରାୟ ହଜାରେ ବର୍ଷ ହେଲାଣି ଶ୍ରୀମନ୍ଦିର ଅକ୍ଷତ ଅବସ୍ଥାରେ ରହିଛି। କାଁ ଭାଁ କାରୁକାର୍ଯ୍ୟକୁ ଛାଡ଼ିଦେଲେ ବାକି ସେହିଭଳି ଅକ୍ଷତ ରହିଛି। ତଥାପି ଶ୍ରୀମନ୍ଦିରର ଭବିଷ୍ୟତ ଆବଶ୍ୟକତା ତଥା ମରାମତି ପାଇଁ ଅତୀତରେ ଗଜପତି ମହାରାଜ ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ ପଥରଖଣିକୁ ମହାପ୍ରଭୁଙ୍କ ନାମରେ ନାମିତ କରିଥିଲେ। ଯେହେତୁ ନରଣଗଡ଼ର ଖାଣ୍ଡେଲାଇଟ୍‌ (ବଉଳମାଳିଆ) ପଥର […]

ଅପରାଧ ରାଜ୍ୟ

ବାଉଁଶ ବୁଦାରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର;ମୃତ୍ୟୁର କାରଣ ଅସ୍ପଷ୍ଟ

ଟାଙ୍ଗି ୦୧/୦୯: ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ଥିବା ଦୁଲ୍ଲଣୀ ଗାଁର ଶାଳିଆ ନଦୀ ବାଉଁଶବୁଦାରୁ ଏକ ମୃତଦେହ ମିଳିଛି। ମୃତ୍ୟୁ କାରଣ ସ୍ପଷ୍ଟ ହୋଇନି। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ଖବର ଅନୁସାରେ, ଗୁରୁବାର ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦୁଲ୍ଲଣୀ ଗ୍ରାମ ଶାଳିଆ ନଦୀ ବାଉଁଶବୁଦାରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ମୃତ ବ୍ୟକ୍ତିଙ୍କୁ ହତ୍ୟା କରି ବାଉଁଶ ବୁଦାରେ ଫିଙ୍ଗିଦେଇଥିବା ସନ୍ଦେହ […]