ଅପରାଧ ରାଜ୍ୟ

ମେଡିକାଲ ପରିସରରୁ ଲୁଟ୍‌, ସିସିଟିଭିରେ କଏଦ ହେଲା ଚିତ୍ର

ଭଦ୍ରକ ୧୧।୦୯ : ମେଡିକାଲ ପରିସରରୁ ଲୁଟ୍‌ । ସିସିଟିଭିରେ କଏଦ ହେଲା ଲୁଟ୍‌ ବେଳର ଚିତ୍ର । ଥାନାରେ ଅଭିଯୋଗ ପରେ ଲୁଟ୍‌ ଗାଡି ଉଦ୍ଧାର ହୋଇଥିବା ବେଳେ ଲୁଟେରା ଫେରାର ହୋଇଯାଇଛି । ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ପରିସରରେ ଏହି ଚୋରି ହୋଇଛି । ମେଡିକାଲର ଡ୍ରେସିଂ ବିଭାଗର କାର୍ଯ୍ୟ କରୁଥିବା ଯଦୁନାଥ ବେହେରା ଦିନ ଦୁଇଟାରେ ଡ୍ୟୁଟିରେ ଯୋଗ ଦେବା ବେଳେ ନିଜ ସ୍କୁଟିକୁ ପଛପଟେ ରଖିଥିଲେ । […]

ଅପରାଧ ରାଜ୍ୟ

ରାଗିଂ ଯୋଗୁଁ ଆଇଟିଆଇ ଛାତ୍ର ଆତ୍ମହତ୍ୟା ଉଦ୍ୟମ ଘଟଣା : ମିଳିଲା ହାତଲେଖା ଚିଠି, ଲେଖାଯାଇଛି…

ଭଦ୍ରକ ୧୧।୦୯: ରାଗିଂ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ ଘଟଣା । ମିଳିଲା ହାତଲେଖା ଚିଠି । ଚିଠିଟି ଛାତ୍ର ଙ୍କର ହୋଇଥିବା ସନ୍ଦେହ । ଅନ୍ୟ ପାଖେ ରାଗିଂ ଖବରକୁ ଖଣ୍ଡନ କଲେ କଲେଜ କର୍ତ୍ତୃପକ୍ଷ । ଏପରି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ତିହିଡିରେ ଥିବା ଏକ ଘରୋଇ ଆଇଟିଆଇରେ । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡି଼ ବଜାରରେ ଥିବା ଏକ ଘରୋଇ ଆଇଟିଆଇ କଲେଜରେ ଜଣେ ଛାତ୍ର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଛାତ୍ରୀ ଅମ୍ରିତା ମୃତ୍ୟୁ ଘଟଣା, ୮ଦିନ ପରେ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଯାଜପୁର ୧୧।୦୯ : ଯାଜପୁର ବିଂଝାରପୁର ବରୀକୁଳ ଗାଁର ଛାତ୍ରୀ ଅମ୍ରିତାଙ୍କ ମୃତ ଘଟଣା । ୮ଦିନ ପରେ ଆସିଲା ବ୍ୟବଛେଦ ରିପୋର୍ଟ । ଛାତ୍ରୀ ଙ୍କୁ ହତ୍ୟା କରାଯାଇନାହିଁ ବରଂ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ଖବର ଅନୁଯାୟୀ, ବିଂଝାରପୁର ବରୀକୁଳ ଗାଁର ଅମୂଲ୍ୟ ଦାସଙ୍କ ସାନ ଝିଅ ଅମ୍ରିତା ଦାସ ଗତ ୩ ତାରିଖ ଦିନ ଟ୍ୟୁସନ ଯାଇ ଆଉ ଘରକୁ ଫେରିନଥିଲେ । ବହୁ ଖୋଜା ଖୋଜି […]

ଅପରାଧ ରାଜ୍ୟ

ବଲାଙ୍ଗୀରରେ ଯୁବକଙ୍କୁ ହତ୍ୟା, କାରଣ ଖୋଜୁଛି ପୋଲିସ

ବଲାଙ୍ଗୀର ୧୧।୦୯ : ବଲାଙ୍ଗୀରରେ ଥମୁନି ଅପରାଧ । ବଲାଙ୍ଗୀର ସହର ନିକଟ ଖୁଜେଲପାଲି ଗାଁରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ ସୁରେଶ ଭୋଇ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସୁରେଶ ଖୁଜେନପାଲିରେ ଏକାକୀ ରହୁଥିଲେ ସୁରେଶ । ତାଙ୍କର ଦୁଇ ଜଣ ସ୍ତ୍ରୀ ଥିବା ବେଳେ ଜଣେ ବେହେରାପାଲି ଓ ଜଣେ ଖର୍ଲିକାନୀରେ ରହୁଛନ୍ତି । […]

ଅପରାଧ ରାଜ୍ୟ

ରାଉରକେଲାରୁ ୧୬ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍‌ ଜବତ, ଜଣେ ଗିରଫ

ରାଉରକେଲା/ଭୁବନେଶ୍ୱର ୧୧।୦୯ : ବିପୁଳ ପରିମାଣର ନକଲି ନୋଟ ଜବତ । ରାଉରକେଲା ସେକ୍ଟର ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ ହୋଇଛି। ଏହା ସହ ଘଟଣାସ୍ଥଳରୁ ଏକ ଲାପଟପ୍, ଗୋଟିଏ କଲର ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ଜଣେ ଆନ୍ତଃରାଜ୍ୟ ଅପରାଧୀକୁ ଗିରଫ କରିଛି ଏସଟିଏଫ୍। ଖବର ଅନୁଯାୟୀ, ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ଦିଲ୍ଲୀ ବଦରପୁର ଥାନା ଅନ୍ତର୍ଗତ ମୋଲାରବନ୍ଦ ଅଞ୍ଚଳର ଏସକେ […]

ଅପରାଧ ରାଜ୍ୟ

ରାଜଧାନୀରେ ଯୁବକଙ୍କୁ ପିଟିପିଟି ହତ୍ୟା

ଭୁବନେଶ୍ୱର : ନିଶା କାରବାରକୁ କେନ୍ଦ୍ରକରି ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀରେ ଆଉ ଜଣଙ୍କ ମୁଣ୍ଡ ଗଡ଼ିଛି। ମୃତକ ହେଲେ, ୟୁନିଟ୍‌-୮ ତୁଳସୀ ବସ୍ତିର ପି. ସୁବ୍ରତ ରାଓ ଓରଫ ଚନ୍ଦୁ (୩୭)। ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଛନ୍ତି। ୟୁନିଟ୍‌-୮ସ୍ଥିତ ନାରାୟଣୀ ବସ୍ତିରେ ଏହି ଅପରାଧିକ ଘଟଣା ଘଟିଛି। ଦୁର୍ବୃତ୍ତମାନେ ତାଙ୍କୁ ବସ୍ତି ଭିତରେ ପିଟିପିଟି ହତ୍ୟା କରିଛନ୍ତି। ଖବର ପାଇ […]

ଅପରାଧ ରାଜ୍ୟ

ପତ୍ନୀ ହତ୍ୟା ଅଭିଯୋଗ, ସୋରରୁ ଅଭିଯୁକ୍ତ ସ୍ବାମୀ ଗିରଫ

ସୋର: କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁର ନୂଆଗାଁର ଡ୍ରାଇଭର ପ୍ରଶାନ୍ତ ପ୍ରଧାନଙ୍କ ପତ୍ନୀ ସୁଭଦ୍ରା ୨୦୨୧ ମସିହାରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ଶ୍ବଶୁର ରାଉତଭୂଇଁ ଗ୍ରାମର ସୁଶାନ୍ତ ସାମଲ ଝିଅକୁ ମାରିଦେଇଥିବା ନେଇ ଅଭିଯୋଗ କରିଥିଲେ। ଫଳରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ମୃତା ସୁଭଦ୍ରାଙ୍କ ସ୍ବାମୀ ପ୍ରଶାନ୍ତଙ୍କୁ ଖୋଜାଖୋଜି କରିଥିଲା। ହେଲେ ପାଇ ନଥିଲା। ତେବେ ଗତକାଲି ପ୍ରଶାନ୍ତ ଯାଜପୁରରୁ ଗୋପାଳପୁରକୁ ସିମେଣ୍ଟ ନେଇ ଆସିଥିବା […]

ଅପରାଧ ରାଜ୍ୟ

ଟ୍ରକ ସହ ଧକ୍କା ହେଲା ଅଟୋ, ଡାଇଭର ସମେତ ୭ ଛାତ୍ରଛାତ୍ରୀ ଆହତ

ମୁନିଗୁଡା ୧୦/୦୯: ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ହାଟ ଦହିଖାଲ ନିକଟରେ ଟ୍ରକ ସହ ଅଟୋ ଧକ୍କା । ଫଳରେ ଅଟୋରେ ବସିଥିବା ୬ଜଣ ଛାତ୍ରୀଛାତ୍ର ଙ୍କ ସମେତ ଅଟୋ ଡ୍ରାଇଭର ଆହତ ହୋଇ ମୁନିଗୁଡା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ସେଥିମଧ୍ୟରୁ ୩ଜଣ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ୬ ଜଣଙ୍କ ମଧ୍ୟରୁ ୪ଜଣ ଛାତ୍ରୀ ଓ ୨ […]

ଅପରାଧ ରାଜ୍ୟ

ତାରିଣୀ ମନ୍ଦିର ନିକଟରୁ ଦେଢ କୁଇଣ୍ଟାଲ ଭାଙ୍ଗ ଜବତ, ଜଣେ ମହିଳା ଗିରଫ

ଯାଜପୁର ୧୦/୦୯: ଯାଜପୁର ରୋଡ଼ ରେଲ୍ୟୁୟ ଷ୍ଟେସନ ମାଲଗୋଦାମ ନିକଟକ ତାରିଣୀ ମନ୍ଦିର ପାଖରୁ ଦେଢ଼ କ୍ୟୁଣ୍ଟଲ ଭାଙ୍ଗ ଜବଦ ସହ ଜଣେ ମହିଳା ଗିରଫ । ଗିରଫ ମହିଳା ଜଣକ ହେଲେ ଯାଜପୁର ରୋଡ଼ ଚୂନ ଭାଟି ଅଞ୍ଚଳର ସଞ୍ଜୁ ବେହେରା । ଯାଜପୁର ଟାଉନ ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ସମୀର କୁମାର ମହାନ୍ତି ଏବଂ ତାଙ୍କ ଟିମ ଦ୍ୱାରା ଚଢ଼ାଉ ବେଳେ ଧାରା ପଡିଥିଲା ଚୋରା ଚାଲାଣ ହେଉଥିବା ଭାଙ୍ଗ । ଆନୁମାନିକ […]

ଅପରାଧ ରାଜ୍ୟ

ଜଙ୍ଗଲରୁ ମିଳିଲା ପୁଣି ଏକ ହାତୀର ମୃତଦେହ, ବନବିଭାଗ ଖୋଜୁଛି କାରଣ

ସୁନ୍ଦରଗଡ଼ ୧୦।୦୯ : ସଙ୍କଟର ଗଜରାଜ । ପୁଣି ଏକ ଦନ୍ତା ହାତୀ ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ବାଙ୍କି ରେଞ୍ଜ ଟୁଙ୍ଗୁରୀ ଜଙ୍ଗଲରୁ ଠାବ ହୋଇଛି ଦନ୍ତାର ମୃତଦେହ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଜଙ୍ଗଲକୁ କିଛି ଲୋକ ଯାଇଥିବା ବେଳେ ହାତୀର ମୃତଦେହ ପଡିଥିବା ଦେଖିଥିଲେ । ଏହାପରେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ […]