ଅପରାଧ ଦେଶ ବିଦେଶ

ଜିଗ୍ନେଶ ମେଓ୍ୱାନୀଙ୍କୁ ଆକ୍ରମଣ, ପୂର୍ବତନ ମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା କଂଗ୍ରେସ

ନୂଆଦିଲ୍ଲୀ, ୧୩|୦୯ ଗୁଜୁରାଟର ଦଳିତ ନେତା ତଥା ବଡଗାମ ଆସନର ବିଧାୟକ ଜିଗ୍ନେଶ ମେଓ୍ୱାନୀଙ୍କୁ ଆକ୍ରମଣ । ଅହମ୍ମଦାବାଦରେ ଏକ ଜନସଭାକୁ ସମ୍ବୋଧନ ବେଳେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ପୂର୍ବତନ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜାଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି । ସୂଚନାନୁସାରେ, ଅହମ୍ମଦାବାଦର ବସ୍ତ୍ରାଳରେ ଏକ ଜନସଭାକୁ ସମ୍ବୋଧନ କରୁଥିଲେ ଜିଗ୍ନେଶ । ସେଠାରେ କଂଗ୍ରେସ ନେତା ହିତେନ୍ଦ୍ର ପିଥାଡିଆ ମଧ୍ୟ ଉପସ୍ଥିତ ଥିଲେ […]

ଅପରାଧ ଦେଶ ବିଦେଶ

ଇ-ବାଇକ୍ ସୋ’ରୁମରେ ନିଆଁ, ପୋଡିହୋଇ ୬ ମୃତ

ନୂଆଦିଲ୍ଲୀ, ୧୩|୦୯: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ବଡ ଅଘଟଣ । ଏଠାରେ ଏକ ବାଇକ୍ ସୋରୁମରେ ନିଆଁ ଲାଗିଯାଇଛି । ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ୬ ଜଣ ପୋଡି ହୋଇ ପ୍ରାଣ ହରାଇଛନ୍ତି । ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି । ହାଇଦ୍ରାବାଦ ନର୍ଥ ଜୋନ୍ ଡିସିପିଙ୍କ କହିବାନୁସାରେ, ସିକନ୍ଦରାବାଦ ପାସପୋର୍ଟ ଅଫିସ ପାଖରେ ଥିବା ଇଲେକ୍ଟ୍ରିକ୍ ବାଇକ୍ ସୋରୁମରେ ନିଆଁ ଲାଗିଯାଇଥିବା ଖବର ମିଳିଥିଲା । ସୋରୁମର ଉପରେ ଏକ […]

ଅପରାଧ ରାଜ୍ୟ

ଶୋଇଥିବା ବେଳେ ତମ୍ବୁରେ ଚଢ଼ିଗଲା ଟ୍ରକ, ଚାଲିଗଲା ଶ୍ରମିକଙ୍କ ଜୀବନ

ଭଦ୍ରକ ୧୩/୦୯: ରାଜପଥ କାମରେ ନିୟୋଜିତ ଶ୍ରମିକ ମାନେ ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ । ଜଣେ ଶ୍ରମିକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କେତେକ ଶ୍ରମିକ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଛକ ନିକଟରେ ଦୁର୍ଘଟଣା ଘଟିଛି । ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଡିବିଏଲ କମ୍ପାନୀର କର୍ମଚାରୀ ମାନେ ରାଜପଥ ପାର୍ଶ୍ଵରେ ଏକ ଅସ୍ଥାୟୀ ଘର କରି ରହୁଥିଲେ । ଏହି […]

ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ ବନ କର୍ମଚାରୀ, ଗାଁକୁ ଯାଉଥିବାବେଳେ ମାଡିବସିଲା ଅଧିକାରୀ

ଧର୍ମଗଡ ୧୩/୦୯: ଭିଜିଲାନ୍ସ ପଞ୍ଜାରେ ବନ କର୍ମଚାରୀ । କଳାହାଣ୍ଡି ଭବାନୀପାଟଣାରେ ରାତିଅଧିଆ ଭିଜିଲାନ୍ସ ରେଡ । ସଗଡା ବନବିଭାଗର ଫରେଷ୍ଟର ଯୋଗେନ୍ଦ୍ର ମାଝୀ ୨ ଲକ୍ଷ ନେଇ ନିଜ ଗାଁକୁ ଯାଉଥିଲେ । ଭବାନୀପାଟଣା ଇରିଗେଶନ ଛକ ଠାରେ କଳାହାଣ୍ଡି ମାଲନକାନଗିରି ଓ କୋରାପୁଟ ଭିଜିଲାନ୍ସ ଟିମ ଖବର ପାଇ ଏକାକାଳୀନ ଚଢ଼ାଉ କରିଥିଲେ । ଫଳରେ ଫରେଷ୍ଟର ମାଝୀଙ୍କ ଠାରୁ ୨ଲକ୍ଷ ଜବତ କରି ଭବାନୀପାଟଣା ଭିଜିଲାନ୍ସ ଅଫିସୃକୁ ଆଣି ପଚରା ଉଚରା ଜାରି […]

ଅପରାଧ ରାଜ୍ୟ

କଟକରୁ ନକଲି ମେଡିସିନ୍‌ ଜବତ ଘଟଣା, ଦୁଇ ହୋଲ୍‌ସେଲ୍‌ର ଗିରଫ

କଟକ ୧୨।୦୯ : ରାଜ୍ୟରେ ନକଲି ମେଡିସିନ୍‌ କାରବାର ମାମଲା । ଗିରଫ ହେଲେ କଟକର ଦୁଇ ମେଡିସିନ୍‌ ହୋଲସେଲର । ଦୁଇ ଅଭିଯୁକ୍ତଙ୍କୁ ଡ୍ରଗ୍ସ ଗୋଦାମକୁ ଆଣି ତଦନ୍ତ କରୁଛି ପୁରୀ ଘାଟ ଥାନା ପୋଲିସ । ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେଦିଗ ନେଇ ଚାଲିଛି ଖୋଲତାଡ଼ । ଖବର ଅନୁଯାୟୀ, କିଛି ଦିନ ତଳେ କଟକର ବିଭିନ୍ନ ସ୍ଥାନରେ ନକଲି ମେଡିସିନ୍‌ କାରବାର ନେଇ ସୂଚନା ପାଇଥିଲା ଡ୍ରଗ […]

ଅପରାଧ ରାଜ୍ୟ

କଟକରୁ ନକଲି ଔଷଧ ଜବତ ଘଟଣା: ଦୁଇ ଡ୍ରଗ୍ସ ଏଜେନ୍ସିର ସଦସ୍ୟତା ରଦ୍ଦ

କଟକ : କଟକରୁ ନକଲି ମେଡିସିନ୍‌ ଜବତ ହେବା ଘଟଣାରେ ନକଲି ମେଡିସିନ୍‌ ବିକ୍ରି କରିଥିବା ଦୁଇ ହୋଲସେଲର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଟକ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍‌। ଉଭୟ ବ୍ୟବସାୟୀଙ୍କ ସଦସ୍ୟତା ପଦ ରଦ୍ଦ କରିଛି ସଂଘ। ଏଥିସହ ଉଭୟ ନକଲି ଔଷଧ ବିକ୍ରି କରି ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଲୋକଙ୍କ ଜୀବନ ସହ ଖେଳୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ […]

ଅପରାଧ ରାଜ୍ୟ

ଘରେ ପଶି ଲୁଟ୍‌, ବୃଦ୍ଧାଙ୍କୁ ନିର୍ମମ ହତ୍ୟା

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମରେ ଲୁଟେରା ଗ୍ୟାଙ୍ଗ୍ ଗତକାଲି ରାତିରେ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଜଣେ ବୃଦ୍ଧାଙ୍କ ଘରେ ପଶି ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେବା ସହ ତାଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ ହେଲେ, ବି.ଆଡ଼ି ପାତ୍ର। ମୃତା ଆଡ଼ି ଭୀଷ୍ମଗିରି କଲେଜ ଛକ ନିକଟରେ ସ୍ବାମୀ ବି.ରାମେୟା ପାତ୍ରଙ୍କ ସହ ରହୁଛନ୍ତି। ରାମେୟା ଘର ବାରଣ୍ଡାରେ ଶୋଇଥିବା ବେଳେ ଆଡ଼ି […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୨ ଶହ ତଳକୁ ଖସିଲା ରାଜ୍ୟରେ ଦୈନିକ କରୋନା ସଂକ୍ରମଣ: ୨୨ ଜଣ ୧୮ ବର୍ଷରୁ କମ୍ ବୟସର

ଭୁବନେଶ୍ବର: କିଛି ଦିନ ପରେ ପୁଣି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ ଶହ ତଳକୁ ଖସିଛି। ଗତକାଲି ୨୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭୯ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୨୨ ଜଣ ୧୮ ବର୍ଷରୁ କମ୍ ବୟସର […]

ଅପରାଧ ରାଜ୍ୟ

ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

ତିହିଡ଼ି: କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ତାଙ୍କର ପରଲୋକ ହୋଇଥିବା ଜଣାଯାଇଛି। ରାଗିଂର ଶିକାର ହୋଇଥିବା ଛାତ୍ରଜଣକ ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅଚକ ପଞ୍ଚାୟତର ଛନ୍ଦାସାହିର ଜଣେ ଆଇଟିଆଇ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ରାତିରେ ବିଷପାନ କରିଥିଲେ। କଲେଜରୁ ଫେରି ଛାତ୍ରଜଣଙ୍କ ଘରେ ବିଷ ପିଇଥିଲେ। ଗୁରୁତର ଅବସ୍ଥାରେ ଛାତ୍ରଜଣଙ୍କୁ ପ୍ରଥମେ ତିହିଡ଼ି ଡାକ୍ତରଖାନା ଓ ପରେ […]

ଅପରାଧ ରାଜ୍ୟ

କଲେଜ ହଷ୍ଟେଲରୁ ଛାତ୍ରୀ ମୃତ୍ୟୁ ଘଟଣାରେ ଭିନ୍ନମୋଡ଼: କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା ଗୃହ ବିଭାଗ

କାଳିଆପାଣି : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଚଣ୍ଡିଖୋଲ ସୁଙ୍ଗୁଡ଼ାସ୍ଥିତ ଜିଆଇଇଟି କଲେଜ୍ ଛାତ୍ରୀ ସ୍ମୃତିଶ୍ରୀ ଦାସ(ଟ୍ବିଙ୍କଲ୍‌)ଙ୍କ ମୃତ୍ୟୁ ମାମଲାରେ ପୁଲିସ ତଦନ୍ତରେ ଶିଥିଳତା ଓ ଏଯାବତ୍ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ’ନିଆଯିବା ପ୍ରସଙ୍ଗରେ ଗୃହ ବିଭାଗ ଅସନ୍ତୋଷ ପ୍ରକାଶ କରିଛନ୍ତି। ମାନବାଧିକାର କର୍ମୀ ଭଜମନ ବିଶ୍ବାଳଙ୍କ ଅଭିଯୋଗ ଉପରେ ବିଚାରକରି ବିଭାଗ ପକ୍ଷରୁ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଓ ଆଇଜି କଟକ ଏବଂ ମାନବାଧିକାର କମିସନ ଅତିରିକ୍ତ ପୁଲିସ ମହାନିର୍ଦେଶକ(ଏଡିଜି)ଙ୍କୁ (ଚିଠି ନଂ ୩୦୭୦୩/୯-୯-୨୦୨୨ ଓ ଅନ୍ୟ […]