ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କଳାହାଣ୍ଡିରେ ଡାଇରିଆ ଆତଙ୍କ, ଦୁଇ ଦିନରେ ୨୦ରୁ ଅଧିକ ଆକ୍ରାନ୍ତ

କଳାହାଣ୍ଡି ୧୩।୦୯ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗାଁର କିଛିଦିନ ହେବ ଡାଇରିଆ ବ୍ୟାପିବାରେ ଲାଗିଛି । ଦୁଇ ଦିନ ମଧ୍ୟରେ ଗାଁର ୨୦ରୁ ଅଧିକ ବ୍ୟକ୍ତି ଡାଇରିଆରେ ଆକ୍ରାନ୍ତ ହୋଇସାରିଲେଣି । ସମସ୍ତ ରୋଗୀଙ୍କୁ ଧର୍ମଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ୯ଜଣ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ମେଡ଼ିକାଲ ଟିମ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଲୋକକୁ ସଚେତନ କରୁଛନ୍ତି ।

ଅପରାଧ ରାଜ୍ୟ

ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା, ହଷ୍ଟେଲରୁ ମିଳିଲା ମୃତଦେହ

ଭୁବନେଶ୍ୱର ୧୩।୦୯ : ରାଜଧାନୀ​ରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା। ହଷ୍ଟେଲ ରୁମ୍‌ ଛାତ୍ରଙ୍କ ମୃତଦେହ ଠାବ ହୋଇଛି । ମୃତ ଛାତ୍ର ଜଣଙ୍କ ପାରିକୁଦ ଅଞ୍ଚଳର, ତାଙ୍କ ନାମ ସୂର୍ଯ୍ୟ ପ୍ରକାଶ ପଲେଇ ବୋଲି ଜଣାପଡିଛି । ଖବର ଅନୁଯାୟୀ, ରାଜଧାନୀ ଇନ୍‌ଫୋଭାଲି ଥାନା ଅଧିନ ଏକ ଘରୋଇ କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏବେ ଯାଏଁ ପ୍ରକୃତ ତଥ୍ୟ ଜଣାପଡିନଥିବା […]

ଅପରାଧ ରାଜ୍ୟ

ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ, କଟକରେ ମିଳୁଛି CYRA_Dର ନକଲି ଔଷଧ

କଟକ ୧୩/୦୯: ସହର ଅସଲି କିନ୍ତୁ ଜିନିଷ ସବୁ ନକଲି । ଖାଇବା ଜିନିଷ ଠାରୁ ଆରମ୍ଭ କରି ସର୍ପ, ସାବୁନ ସବୁ କିଛି ନକଲି । ଏମିତିକି ଘର ତିଆରି ଜିନିଷ ବି ନକଲି । ଏବେ ଏହି ନକଲି କାରବାରରେ ଯୋଡିହୋଇଛି ଆଉ ଏକ ନାଁ । ଯାହାକି ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ ଖୁଥିବା ନଜର ଆସିଛି । ତାହା ହେଉଛି ମେଡିସିନି । ସାଇରା-ଡି ଗ୍ୟାଷ୍ଟ୍ରିକ ମେଡିସିନ ନକଲି ହୋଇଥିବା […]

ଖେଳ ଦେଶ ବିଦେଶ

ଟି୨୦ ବିଶ୍ୱକପରେ ଓପନିଂ କରିବେ ରୋହିତ-ବିରାଟ ! ତିନି ନମ୍ବରରେ ଖେଳିବେ ସୂର୍ଯ୍ୟ

ନୂଆଦିଲ୍ଲୀ, ୧୩|୦୯: ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ୧୫ ସଦସ୍ୟ ବିଶିଷ୍ଟ ଟିମର ନେତୃତ୍ୱ ନେବେ ରୋହିତ ଶର୍ମା । ସବୁଠାରୁ ବଡ କଥା ଯେ, ଜସପ୍ରିତ ବୁମରାହ ଓ ହର୍ଷଲ ପଟେଲ ଦଳକୁ ଫେରିଛନ୍ତି । ତାଙ୍କ ବ୍ୟତୀତ ଆର ଅଶ୍ୱିନ ଓ ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି । ଭାରତ ଟି୨୦ ବିଶ୍ୱକପ ଜିତିବାକୁ ଜୋରଦାର ପ୍ରୟାସ କରିବ । […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ପୁଅ ଭାରତକୁ ବିଶ୍ୱକପ ଜିତାଇବ’ : ଦଳରେ ଚୟନ ପରେ ଖୁସିରେ ଅର୍ଶଦୀପଙ୍କ ପୁରା ପରିବାର

ନୂଆଦିଲ୍ଲୀ, ୧୩|୦୯ : ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରେ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍ । ଏଥିପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ଏଥିରେ ସ୍ଥାନ ପାଇଛନ୍ତି ଦ୍ରୁତ ବୋଲର ଅର୍ଶଦୀପ ସିଂ । ଯାହାକୁ ନେଇ ତାଙ୍କ ପରିବାର ଲୋକେ ଖୁସି ଅଛନ୍ତି । ଏହାସହ ଅର୍ଶଦୀପ ଭାରତକୁ ବିଶ୍ୱକପ ଜିତାନ୍ତୁ ବୋଲି ପରିବାର ଲୋକେ ଆଶା ରଖିଛନ୍ତି । ଅର୍ଶଦୀପଙ୍କ ମାଆ ବଲଜିତ କୌର ସୋମବାର ସନ୍ଧ୍ୟାରେ ପୁଅ ବିଶ୍ୱକପ ଟିମରେ ସାମିଲ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏହି ଅଭିନେତ୍ରୀଙ୍କୁ ପ୍ରେମ କରୁଛନ୍ତି ପାକିସ୍ତାନୀ କ୍ରିକେଟର, ଇନଷ୍ଟାରେ କଲେ ଫଲୋ

ନୂଆଦିଲ୍ଲୀ ୧୩/୦୯: ପାକିସ୍ତାନୀ କ୍ରିକେଟର ନାସିମ ଶାହା ଏବଂ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଲଭ୍ ରିଲେସନକୁ ନେଇ ପୁଣି ଥରେ ଚର୍ଚ୍ଚା । ନିକଟରେ ଏସିଆ କପରେ ପାକିସ୍ତାନ ଦଳର ଭାରତ ସହ ମ୍ୟାଚ୍ ଦେଖୁଥିବା ବେଳେ ଉର୍ବଶୀଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ସେବେଠାରୁ ନାସିମ ଉର୍ବଶୀଙ୍କ ସହ ସୋସିଆଲ ମିଡିଆରେ ରହିଆସିଥିଲେ । ହେଲେ ଏବେ ଦୁହେଁ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରିବାକୁ ନେଇ ଲାଇମଲାଇଟରେ ଅଛନ୍ତି । ସୂଚନା ଥାଉକି, ଯେତେବେଳେ […]

ଅପରାଧ ରାଜ୍ୟ

ମଦ ପ୍ରସ୍ତୁତ ୟୁନିଟରେ ଚଢାଉ, ୪ଗିରଫ

ବ୍ରହ୍ମପୁର ୧୩।୦୯: ବେଆଇନ୍‌ ମଦ ପ୍ରସ୍ତୁତ ୟୁନିଟ ଉପରେ ପୋଲିସର ଚଢାଉ । ୪ଜଣଙ୍କୁ ଗିରଫ କରିବା ସହ ମଦ ପ୍ରସ୍ତୁତ ସାମଗ୍ରୀ ଏବଂ ମଦ ବୋତଲ ଜବତ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ବେତଝରୀ ନିକଟରେ ବେଆଇନ୍‌ ଭାବେ ମଦ ପ୍ରସ୍ତତ ୟୁନିଟ୍‌ ଚଳାଉଥିଲେ ।ଯାହାର ଗୁଇନ୍ଦା ସୂଚନା ପାଇଥିଲା ପୋଲିସ । ଏହିକ୍ରମରେ ସେହି ସ୍ଥାନରେ ଚଢାଉ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୪୩୬୯ କରୋନା ପଜିଟିଭ୍

ନୂଆଦିଲ୍ଲୀ, ୧୩|୦୯: କମିଲା କରୋନା ଗ୍ରାଫ୍। ଦେଶରେ ମାମଲା ସାମୟିକ ବଢିବା ପରେ ପୁଣି କମିବା ଆରମ୍ଭ କରିଛି। ଏବେ କରୋନା ସଂକ୍ରମଣ କମିଛି । ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ଏବେ ୫ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଶରୀରରେ ଦେଖାଦିଏ ଏମିତି ରୋଗ, ଆଖିରୁ ବାହାରେ ରକ୍ତର ଲୁହ

ନୂଆଦିଲ୍ଲୀ ୧୩/୦୯: ଅନେକ କାଳ୍ପନିକ ଫିଲ୍ମରେ ଆପଣ ଆଖିରୁ ରକ୍ତ ଝରୁଥିବା ଦେଖିଥିବେ । ଅଧିକାଂଶ ଭାମ୍ପାୟର୍‌ ଓ ସୁପର୍‌ନ୍ୟାଚୁରାଲ୍‌ କାହାଣୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ । କିନ୍ତୁ ଆପଣ ଜାଣନ୍ତି କି? ବାସ୍ତବ ଜୀବନରେ ମଧ୍ୟ ଲୋକେ ରକ୍ତ କାନ୍ଦିଥାନ୍ତି । ଏହା ଏକ ବିରଳ ସ୍ଥିତି । ଏହାକୁ ହେମୋଲାକ୍ରିଆ କୁହାଯାଏ । ହେମୋଲାକ୍ରିଆ ଏଭଳି ଏକ ସ୍ଥିତି, ଯେଉଁଥିରେ ମଣିଷ ଆଖିରେ ସୃଷ୍ଟି ହେଉଥିବା ଲୁହ ସହିତ ରକ୍ତ ମିଶିଯାଏ । […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦିଲ୍ଲୀରେ ଡେଙ୍ଗୁ ଅଣାୟତ, ଭାଙ୍ଗିଲା ୪ ବର୍ଷର ରେକର୍ଡ

ନୂଆଦିଲ୍ଲୀ, ୧୩|୦୯ : ଦିଲ୍ଲୀରେ ଅଣାୟତ ଡେଙ୍ଗୁ । ଦେଶର ରାଜଧାନୀ ନୂଆଦିଲ୍ଲୀରେ ଡେଙ୍ଗୁ ମାମଲା ବଢିବାରେ ଲାଗିଛି । ଏବେସୁଦ୍ଧା ଏଠାରେ ମୋଟ୍ ମାମଲା ୩୦୦ ଛୁଇଁଛି । ଗତ ଏକ ସପ୍ତାହରେ ମୋଟ୍ ୫୧ ମାମଲା ସାମ୍ନାକୁ ଆସିଛି । ଚଳିତ ବର୍ଷ ସେପ୍ଟେମ୍ବର ୯ ସୁଦ୍ଧା ୨୯୫ ଡେଙ୍ଗୁ ମାମଲା ଏଠାରେ ଆସିଥିଲା । କେବଳ ଅଗଷ୍ଟରେ ୭୫ ମାମଲା ସାମ୍ନାକୁ ଆସିଛି । ୨୦୧୭ ପରେ ଏହା ଜାନୁଆରୀ ୧ରୁ ସେପ୍ଟେମ୍ବର […]