ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ବଲପୁରରେ ଏଥର ମହାଲଢ଼େଇ: ଧର୍ମେନ୍ଦ୍ରଙ୍କ ପରେ ମଇଦାନକୁ ଓହ୍ଲାଇଲେ ପ୍ରଣବ

ସମ୍ବଲପୁର: ସମ୍ବଲପୁର ଲୋକସଭା ନିର୍ବାଚନରେ ଏଥର ବିଜେଡି ଓ ବିଜେପି ମଧ୍ୟରେ ହେବ ମହାଲଢ଼େଇ । ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡିରୁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହେବାପରେ ରାଜ୍ୟ ରାଜନୀତିରେ ଏହିଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି ଏବଂ ଉଭୟ ଦଳ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କିଛିମାସ ତଳୁ ଏହି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀହେବା ଲକ୍ଷ୍ୟରେ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଓ ତାଙ୍କ […]

ଦେଶ ବିଦେଶ

ସଫଳତାର ସହ ଲଞ୍ଚ ହେଲା ସ୍ବଦେଶୀ ପୁୁଷ୍ପକ ବିମାନ

ନୂଆଦିଲ୍ଲୀ: ଏସୟୁଭି ଆକାରର ସ୍ବଦେଶର ୱିଙ୍ଗ୍‌ ‌ରକେଟ୍‌ ଅ‌ାଜି ସଫଳତାର ସହ ଲଞ୍ଚ୍‌ ହୋଇଯାଇଛି।  ଆଜି ସକାଳେ କର୍ଣ୍ଣାଟକର ଏକ ରନୱେରେ ଅବତରଣ କରି ଦେଶର ପୁନବ୍ୟବହାର ଯୋଗ୍ୟ ରକେଟ୍ ବିଭାଗରେ ପ୍ରବେଶ କରିବାରେ ଏକ ପ୍ରମୁଖ ମାଇଲଖୁଣ୍ଟକୁ ଚିହ୍ନିତ କରିଛି।ପରୀକ୍ଷଣର ଏକ ଅଂଶ ଭାବରେ ବାୟୁସେନା ହେଲିକପ୍ଟରରୁ ଏହି ରକେଟକୁ ଛାଡି ଦିଆଯାଇଥିଲା। ପରୀକ୍ଷା ସରିବା ପରେ ଫଳାଫଳ ଉତ୍କୃଷ୍ଟ ଏବଂ ସଠିକ୍ ବୋଲି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ କହିଛନ୍ତି। […]

ଦେଶ ବିଦେଶ

ଆଞ୍ଚଳିକ ଦଳ ଉପରେ ବିଜେପି, କଂଗ୍ରେସର ଆଖି: ୧୨ ରାଜ୍ୟରେ କଡ଼ା ଟକ୍କର ହୋଇପାରେ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସହିତ ସାରାଦେଶରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ନିର୍ବାଚନ ତାରିଖ ଘୋଷଣାର ଯଥେଷ୍ଟ ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲା। ଗତ ୧୦ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେପି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ କ୍ରମାଗତ ତୃତୀୟ ଥର ବିଜୟୀ ହେବ ବୋଲି ଦୃଢ଼ ନିଶ୍ଚିତ। କେବଳ ଜିତିବ ନୁହେଁ, ଗତ ନିର୍ବାଚନ ଅପେକ୍ଷା ଏଥର ଅଧିକ ଆସନ ପାଇବ ବୋଲି ଆଶାବାଦୀ। […]

ଦେଶ ବିଦେଶ

ଭାଙ୍ଗିଗଲା ନିର୍ମାଣାଧିନ ପୋଲ, ଜଣେ ମୃତ; ଅନେକ ହସ୍ପିଟାଲ୍‌ରେ ଭର୍ତ୍ତି

ପାଟ୍‌ନା: ବିହାରର ସୁପୌଲରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ିବା ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାସହ ଅନେକ ଶ୍ରମିକ ଫସି ରହିଥିବା ରିପୋର୍ଟରୁ ପ୍ରକାଶ ପାଇଛି। କୋସି ନଦୀ ଉପରେ ନିର୍ମିତ ଏକ ନିର୍ମାଣାଧୀନ ପୋଲର ଏକ ସ୍ଲାବ ଭୁଶୁଡ଼ିବା ପରେ ଏହି ଘଟଣା ଘଟିଛି। ପରେ ଜିଲ୍ଲା ଅଧିକାରୀ ଜଣଙ୍କର ମୃତ୍ୟୁ ଏବଂ ଅନ୍ୟ କେତେଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭୁଶୁଡ଼ିବା ପରେ ସ୍ଥାନୀୟ କର୍ତ୍ତୃପକ୍ଷ ଜରୁରୀକାଳୀନ […]

ଦେଶ ବିଦେଶ

କେଜ୍ରିୱାଲ୍‌ଙ୍କୁ ଗିରଫ ପରେ ବିରୋଧ କଲେ ଆପ୍‌ କର୍ମୀ; ଅଦାଲତରେ ଶୁଣାଣି ଆଜି

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗତ ସଂଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଗିରଫ ହୋଇଛନ୍ତି। ଏହି ଗିରଫକୁ ବିରୋଧ କରୁଛି ତାଙ୍କ ଦଳ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)। ଏହି ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯିବା ପରେ ଆମ୍ ଆଦମୀ ପାର୍ଟି (ଏଏପି) ବିଜେପି ବିରୋଧରେ ଦେଶବ୍ୟାପୀ ବିରୋଧ କରିବାକୁ କହିଛି। କେଜ୍ରିୱାଲ୍‌ଙ୍କ ଗିରଫଦାରୀକୁ ଗଣତନ୍ତ୍ରର ହତ୍ୟା ଏବଂ ଏକଛତ୍ରବାଦୀ ଶାସନର […]

ରାଜ୍ୟ

ଟ୍ରକକୁ ପଛରୁ ପିଟିଲା ଟ୍ରକ୍: ଜିଅନ୍ତା ଜଳିଗଲେ

ନୂଆପଡ଼ା:ଟ୍ରକକୁ ପଛରୁ ପିଟିଲା ଟ୍ରକ୍। ଧକ୍କା ହେବାପରେ ଜଳିଗଲା ପଛରେ ଥିବା ଟ୍ରକ୍। ଜିଅନ୍ତା ଜଳିଗଲେ ଡ୍ରାଇଭର। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା୍ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଆଗରେ ଥିବା ଟ୍ରକଟି ହଠାତ ବ୍ରେକ କରିଥିବା ବେଳେ ପଛରେ ଥିବା ଟ୍ରକଟି ଭରସାମ୍ୟ ହରାଇ ଆଗ ଟ୍ରକକୁ ଧକ୍କା ଦେଇଥିଲା। ଧକ୍କା ପରେ ଟ୍ରକରେ ନିଆଁ ଲାଗି ଯାଇଥିଲା। ଡ୍ରାଇଭରକୁ ଉଦ୍ଧାର କରିବା ପାଇଁ ଅନେକ ଚେଷ୍ଟା କରା […]

ରାଜ୍ୟ

ମାଲକାନଗିରି ସୀମାନ୍ତ ଦଣ୍ଡିପଦର ଗ୍ରାମର ଦୁଃଖ: ପାଣି ପାଇଁ ସୀମା ପାର କରୁଛନ୍ତି ଗ୍ରାମବାସୀ

ମାଲକାନଗିରି: ସୀମାନ୍ତ ଗ୍ରାମଗୁଡିକରେ ବହୁ ସମସ୍ୟା ରହିଛି। ସୀମାନ୍ତ ଗ୍ରାମଗୁଡିକ ନକ୍ସଲ ପ୍ରବଣ ହୋଇଥିବାରୁ ସରକାରୀ ଯୋଜନା ସେଠାରେ ପହଞ୍ଚିପାରୁନାହିଁ।ଯାହାଫଳରେ ଲୋକେ ଅତି ଦୟନୀୟ ଜୀବନଯାପନ କରୁଛନ୍ତି। ଏଭଳି ଏକ ଗ୍ରାମ ହେଉଛି ମାଥିଲି ବ୍ଲକର ମହୁପଦର ପଞ୍ଚାୟତର ଦଣ୍ଡିପଦର ଗ୍ରାମ। ଏହି ଗ୍ରାମଟି ସୀମାନ୍ତ ଛତିଶଗଡକୁ ଲାଗି ରହିଛି। ଦଣ୍ଡିପଦର ଗ୍ରାମଟି ପାହାଡ଼ ଉପରେ ରହିଛି। ଏହି ଗ୍ରାମରେ ପ୍ରାୟ ୭୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି। ଦଣ୍ଡିପଦର ଗ୍ରାମକୁ ନକ୍ସଲ ସଂପୂର୍ଣ୍ଣ ନିଜ ଅକ୍ତିଆରରେ […]

ରାଜ୍ୟ

ନିଆଳି ନିର୍ବାଚନମଣ୍ଡଳୀ: ଏଥର ପ୍ରମୋଦଙ୍କ ପାଇଁ ସହଜ ନୁହେଁ

କଟକ: ନିଆଳି ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରଠାରୁ ସେଠି ହ୍ୟାଟ୍ରିକ ବିଜୟ ହାସଲ କରିଛନ୍ତି ଡାକ୍ତର ପ୍ରମୋଦ ମଲ୍ଲିକ। କିନ୍ତୁ ୨୦୨୪ରେ ତାଙ୍କ ପାଇଁ ଦଳ ଭିତରୁ ଓ ବାହାରୁ ଚାଲେଞ୍ଜ ବଢ଼ିବାରେ ଲାଗିଛି। ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଢ଼ିଥିବା ଶକ୍ତି ପ୍ରମୋଦଙ୍କ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ କଂଗ୍ରେସର ଦୁଇ ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନ୍‌ନ୍‌ଗୋ ଓ ପୂର୍ବତନ ବିଧାୟକ ରବି ମଲ୍ଲିକ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ହାତ ମିଳାଇବା ଘଟଣା ଏବେ […]

ରାଜ୍ୟ

କନ୍ଧମାଳରେ ‌ମେଣ୍ଟ ଦ୍ବନ୍ଦ୍ବ: ନେତା ଓ କର୍ମୀଙ୍କ ମଧ୍ୟରେ ଅସ୍ବାଭାବିକ ନିରବତା

ଫୁଲବାଣୀ: ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବ କି ନାହିଁ ତାହାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି। ତେବେ ମେଣ୍ଟକୁ ନେଇ କନ୍ଧମାଳ ଜିଲ୍ଲାର ଉଭୟ ବିଜେଡି ଓ ବିଜେପି ନେତାଙ୍କ ମଧ୍ୟରେ ଅସ୍ବାଭାବିକ ନିରବତା ଦେଖିବାକୁ ମିଳିଛି। ଉଭୟ ଦଳର କୌଣସି ନେତା ମୁହଁ ଖୋଲୁ ନଥିବାବେଳେ ଗତ ଦୁଇ ସପ୍ତାହରୁ ଅଧିକ ହେଲା ଉଭୟ ଦଳର ରାଜନୈତିକ ଓ ନିର୍ବାଚନୀ କାର୍ଯ୍ୟକ୍ରମ ବି ଠପ୍‌ ହୋଇଯାଇଛି। ଏ ସମ୍ପର୍କରେ ଜିଲ୍ଲା ବିଜେଡି ସଭାପତି ତଥା […]

ରାଜ୍ୟ

ହୋର୍ଡିଂ ହଟାଇବାରେ ସରକାରୀ ଅଧିକାରୀଙ୍କ ପାତରଅନ୍ତର

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସାରା ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ହେଁ ଏଯାଏ ବିଜେଡିର ହୋର୍ଡିଂ, ପୋଷ୍ଟର, ଦଳୀୟ ଚିହ୍ନ, ବିଜେଡି ସଭାପତିଙ୍କ ଫଟୋ ଥିବା ସରକାରୀ ହୋର୍ଡିଂ ଓ ବିଜ୍ଞାପନ ସାଧାରଣ ସ୍ଥାନରୁ ହଟାଯାଉନାହିଁ। ଏହା ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରୁଛି। ତେଣୁ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପିର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ […]