କୋଭିଡ୍ ରିପୋର୍ଟ କେଳେଙ୍କାରୀ: ଖୋଜିଖୋଜି ମିଳୁନାହାନ୍ତି ସଂକ୍ରମିତ
କଟକ : କୋଭିଡ୍ ପରୀକ୍ଷା ନାଁରେ ଚାଲିଥିବା ସାଂଘାତିକ କେଳେଙ୍କାରୀର ଗୁମର ଫିଟୁଛି। ବାସ୍ତବରେ ରୋଗୀ ନଥାଇ ମିଛ ଲୋକଙ୍କ ନାମରେ ରିପୋର୍ଟ ପ୍ରସ୍ତୁତ କରି ସଂକ୍ରମିତଙ୍କ ସଂଖ୍ୟା ଅଧିକ ଦର୍ଶାଯାଉଥିବା ଘଟଣା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଗତକାଲି ଏଭଳି ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହେବାପରେ ଆଜି କଟକରୁ ସ୍ବାସ୍ଥ୍ୟ ବିଭାଗର ଆରଆରଟି ଟିମ୍ ତିଗିରିଆ ବ୍ଲକ୍ ବିନ୍ଧାଣିମା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ଗତକାଲି ପଜିଟିଭ୍ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂପର୍କରେ ଜାଣିବାକୁ ଉଦ୍ୟମ କରିଥିଲେ। […]