ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ସାପ୍ତାହିକ ବଜାରରେ ଲାଗିଲା ମାଓ ପୋଷ୍ଟର, ବ୍ୟାନରରେ ଲେଖା ଅଛି ୬ଟି ଦାବି

ପାଟଣାଗଡ ୧୯/୦୯: ବଲାଙ୍ଗିର ଜିଲ୍ଲାରେ ପୁଣି ମାଓ ବ୍ୟାନର ଦେଖିବାକି ମିଳିଛି । କିଛି ଦିନ ନୀରବତା ପରେ ଆଜିଭୋର ସକାଲୁ ଖପ୍ରାଖୋଲ ବ୍ଲକର ଘୁନସର ସାପ୍ତାହିକ ବଜାରର ପ୍ରାଙ୍ଗଣରେ କିଛି ମାଓ ପୋଷ୍ଟର ଟଙ୍ଗା ହୋଇଥିବା ଯୋଗୁଁ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ଏହି ବ୍ୟାନରରେ ୬ଗୋଟି ଦାବି ରଖିଛନ୍ତି । ମାଓବାଦୀଙ୍କ ୧୯ ତମ ସ୍ଥାପନା ଦିବସକୁ ଗାଁ ଗାଁରେ ଧୁମଧାମରେ ପାଳନ କରନ୍ତୁ । ଶତ୍ରୁର ଆକ୍ରମଣକୁ ପାର୍ଟିକୁ ବଞ୍ଚାଇ ରଖନ୍ତୁ […]

ଅପରାଧ ରାଜ୍ୟ

ପୋଡି ହୋଇ ମହିଳା ଗୁରୁତର, ବାପଘରକୁ ନେଲାନି ବୋଲି ଶରୀରରେ ଲଗାଇଲେ ନିଆଁ

ଉଦଳା ୧୯/୦୯: ନିଜ ବାପ ଘରକୁ ଯିବା ନିମନ୍ତେ ସ୍ୱାମୀଙ୍କୁ କହିଲେ । ପାଖରେ ଟଙ୍କା ନ ଥିବାରୁ ପରବର୍ତ୍ତୀ ସମୟରେ ଯିବା ବୋଲି କହିଥିଲେ ସ୍ୱାମୀ । ଏତିକିରେ ମାନିଲାନି ସ୍ତ୍ରୀଙ୍କ ମନ । ରାଗିଯାଇ ନିଜେ ଦେହରେ କିରୋସିନି ଢାଳି ନିଆଁ ଲଗାଇ ହେଲେ ମହିଳା । ଆଉ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ହୋଇଛନ୍ତି ଭର୍ତ୍ତି ହୋଇଛନ୍ତି । କପ୍ତିପଦା ଥାନା ତେନ୍ତୁଳିବାଡ଼ି ଗ୍ରାମରେ ଘଟିଛି ଏଭଳି ଘଟଣା । ଗ୍ରାମର ମୁନା […]

ଅପରାଧ ରାଜ୍ୟ

କାହିଁକି ଝୁଲିପଡିଲେ ଗୌରୀଶଙ୍କର ? ଘର ଭିତରୁ ମିଳିଲା ଝୁଲନ୍ତା ମୃତଦେହ

ସୋର ୧୯।୦୯ : ଘରେ ଭିତରେ ଯୁବକଙ୍କ ଆତ୍ମହତ୍ୟା | ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବରି ପଞ୍ଚାୟତର ବରି ନୟାଦା ଗାଁର ଘଟଣା । ମୃତକଙ୍କ ନାମ ଗୌରୀଶଙ୍କର ପଟ୍ଟନାୟକ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ରବିବାର ରାତିରେ ଖାଇବା ପାଇଁ ଗୌରିଶଙ୍କରଙ୍କୁ ଘରଲୋକ ଡାକିଥିଲେ । କିନ୍ତୁ ସେ ଆଉ ବାହାରକୁ ଆସିନଥିଲେ । ଘରର ଉଭୟ ପଟ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଆ ପରମ୍ପରାରେ ଜାଣନ୍ତୁ ଦ୍ୱିତୀୟା ଓଷା ମହତ୍ତ୍ୱ; କାହିଁକି ଶ୍ରୀକ୍ଷେତ୍ରର ଘରେ ଘରେ ହୁଏ ଘାଣ୍ଟ ତରକାରୀ

ପୁରୀ ୧୮/୦୯: ଓଡ଼ିଆ ପର୍ବପର୍ବାଣୀର ଦ୍ବିତୀୟା ଓଷା ଓ ଘାଣ୍ଟ ତରକାରୀର ରହିଛି ମଧୁର ସମ୍ପର୍କ। ଓଡ଼ିଆ ଘରର ମାଆମାନେ ପୁତ୍ର କନ୍ୟାଙ୍କର କଲ୍ୟାଣ କାମନା କରି ଦ୍ବିତିବାହାନଙ୍କ ପୂଜାର୍ଚ୍ଚନା କରିବା ସହ ଏହି ଅବସରରେ ଘାଣ୍ଟ ତରକାରୀ ପ୍ରସ୍ତୁତ କରନ୍ତି। ତେବେ ଆଧୁନିକତାର ଯୁଗରେ ଏଭଳି ପରମ୍ପରା ଘରେ ଘରେ ପାଳନ ହେବା ସହ ଓଷା କରି ମାଆ ମାନେ ଘାଣ୍ଟ ତରକାରୀ ପ୍ରସ୍ତୁତ କରିଥିବା ଦେଖିବାକୁ ମିଳିଛି। ଓଡ଼ିଆଙ୍କ ଘରେ ଘରେ ଦ୍ବିତୀୟା ଓଷାର […]

ଅପରାଧ ରାଜ୍ୟ

ଆଲୋଚନା ବିଫଳ, କୋଇଲା ପରିବହନ ଭଡ଼ା ବୃଦ୍ଧି ଦାବିରେ ରାସ୍ତାରୋକ

ସୁନ୍ଦରଗଡ଼ ୧୮।୦୯ : କୋଇଲା ପରିବହନ ଭଡ଼ା ବୃଦ୍ଧି ଦାବିରେ ରାସ୍ତାରୋକ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଚକା ବନ୍ଦ କଲା ସୁନ୍ଦରଗଡ଼ ମିଳିତ ଟ୍ରକ୍ ମାଲିକ ସଙ୍ଘ । ପ୍ରଶାସନ ସହ ଦୁଇ ଦିନ ଧରି ଚାଲିଥିବା ଆଲୋଚନା ବିଫଳ ହେବା ପରେ ମିଳିତ ଟ୍ରକ ମାଲିକ ସଙ୍ଘ କୋଇଲା ପରିବହନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଛି । ସେହିପରି ଭଡ଼ା ବୃଦ୍ଧି ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛି ମିଳିତ […]

ଅପରାଧ ରାଜ୍ୟ

ମାଷ୍ଟରମାଇଣ୍ଡ ଗିରଫ, ଚିଙ୍ଗୁଡି ଚାଷୀଙ୍କୁ ଟାର୍ଗେଟ କରି ଠକିଥିଲେ ଲକ୍ଷାଧିକ ଟଙ୍କା

ଚାନ୍ଦବାଲି ୧୮।୦୯: ମାଷ୍ଟରମାଇଣ୍ଡ ଗିରଫ । ଭଦ୍ରକ ଜିଲ୍ଲାର ୫ଟି ଥାନା ଅଧିନରେ ସାଇବର ଠକେଇ ରାକେଟ୍ ଚଳାଉଥିବା ମାଷ୍ଟରମାଇଣ୍ଡ୍ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସ୍ମୃତିରଂଜନ ବିଶ୍ୱାଳ। ଚିଙ୍ଗୁଡ଼ି ଚାଷୀଙ୍କୁ ଟାର୍ଗେଟ୍ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ସ୍ମୃତିରଞ୍ଜନ ଓ ତାଙ୍କର ସହଯୋଗୀ। ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲାରେ ଚିଙ୍ଗୁଡ଼ି ଖାଦ୍ୟ କମ୍ ଦାମରେ ଦେବା ପାଇଁ ଚିଙ୍ଗୁଡ଼ି ଚାଷୀଙ୍କ ଫୋନ ନମ୍ବର ନେଇ ଯୋଗାଯୋଗ କରିଥିଲେ ମାଷ୍ଟରମାଇଣ୍ଡ୍ ଠକ ଓ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ତାରା ତାରିଣୀଙ୍କ ପୀଠରେ ଆରମ୍ଭ ହେଲା ଷୋଡ଼ଶୋପଚାର ପୂଜା; ୧୬ ଦିନ ଧରି ଚାଲିବ ମା’ଙ୍କ ପୂଜାର୍ଚ୍ଚନା

ପୁରୁଷୋତ୍ତମପୁର ୧୮/୦୯: ଦକ୍ଷିଣ ଓଡିଶାର ମା ତାରାତାରିଣୀଙ୍କ ଶକ୍ତିପୀଠରେ ଶନିବାର ଠାରୁ ଷୋଢ଼ଶ ଉପଚାର ପୂଜା ଆରମଅବ ହୋଇଛି। ଆଶ୍ୱିନ ମାସ କୃଷ୍ଣ ପକ୍ଷ ମୂଳାଷ୍ଟମୀ ଠାରୁ ଶୁକ୍ଳ ପକ୍ଷ ନବମୀ ପର୍ଯ୍ୟନ୍ତ ଷୋଡ଼ଶ ଉପଚାର ପୂଜା ହେବ। ଶନିବାର ମାଙ୍କର ଉଥାପନ ଦିବସ ଯଥା ରିତିନୀତି ପାଳନ କରାଯାଇଛି। ଶତ୍ରୁକୁ ବିନାଶ କରିବା ପାଇଁ ସେ ଆଜି ଜାଗ୍ରତ ହୁଅନ୍ତି ବୋଲି ବିଶ୍ୱାସ ରହିଛି। ସକାଳରୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଅବକାଶ ପୂଜା, କୁମ୍ଭ ପୂଜା […]

ଅପରାଧ ରାଜ୍ୟ

ବାଇକ୍‌କୁ ଧକ୍କା ଦେଲା ମଦ ବୋଝେଇ କାର୍‌; ଭାଇ ମୃତ, ଭଉଣୀ ଗୁରୁତର

କାମାକ୍ଷାନଗର ୧୭/୦୯: ଚୋରା ଦେଶି ମଦ ବୋଝେଇ କାର ଧକ୍କାରେ ଭାଇର ମୃତ୍ୟୁ ହେବା ସହିତ ଭଉଣି ଗୁରୁତର। ମୃତକଙ୍କ ପରିଚୟ ବିଦ୍ୟାଧର ରାଉତ। ସେ କାମାକ୍ଷାନଗର ଥାନା ବାଲିପଡା ଗାଁର ବାସିନ୍ଦା। ଗୁରୁତର ଭଉଣିଙ୍କ ଉର୍ମିଳା ରାଉତ ବୋଲି ଜଣାପଡ଼ିଛି। ଉର୍ମିଳାଙ୍କୁ ଗୁରତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥନାନ୍ତର କରାଯାଇଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ। ଖବର ଅନୁସାରେ, ଶନିବାର ସନ୍ଧ୍ୟାରେ ଏକ ଚୋରା ଦେଶିମଦ ବୋଝେଇ କାରକୁ ପୋଲିସ କାମାକ୍ଷାନଗରରୁ […]

ଅପରାଧ ରାଜ୍ୟ

ଦୁର୍ଘଟଣାରେ ୭ ଭୂଷଣ କର୍ମଚାରୀ ମୃତ

ଝାରସୁଗୁଡ଼ା/ବୁର୍ଲା : ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ଝାରସୁଗୁଡ଼ା ଏକ୍ସନ ଇସ୍ପାତ ଛକ ପାଖ ନିଖିଳ ଢାବା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେ‌ଲେ ରାଜେନ୍ଦ୍ର ତିୱାରୀ, ଶେର୍‌ ବାହାଦୁର, ବ୍ରିକ୍‌ପାଲ ସିଂ, ପଙ୍କଜ ଝା, ଧନକୁମାର ରାୟ, ରାଜେଶ କୁମାର ସିଂ ଓ ସୂରଜ ଠାକୁର। ସେମାନେ ସମସ୍ତେ ରାଜ୍ୟ ବାହାରର ବାସିନ୍ଦା ହୋଇଥିବା ବେଳେ ଝାରସୁଗୁଡ଼ା‌ରେ ଘରଭଡ଼ା ନେଇ ରହୁଥିଲେ […]

ଅପରାଧ ରାଜ୍ୟ

ଦୁଷ୍କର୍ମ ମାମଲା: ଦୋଷୀକୁ ୧୦ ବର୍ଷ ଜେଲ୍

ନୟାଗଡ଼ : ନୟାଗଡ଼ ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ବିରଞ୍ଚି କୁମାର ରଥ ଏକ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ଓ ୨୫ ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ରାୟ ‌ଦେଇଛନ୍ତି। ଦୋଷୀ ଜଣକ ଶରଣକୁଳ ଥାନା ନୂଆଗାଁ ଲଡ଼ୁକେଶ୍ବରପୁରର ମୁରଲୀ ନାୟକଙ୍କ ପୁଅ କାହ୍ନୁ ନାୟକ(୨୨)। ୨୦୧୬ ଅଗଷ୍ଟ ମାସରେ କାହ୍ନୁ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା। ଯୁବତୀ ଜଣକ ରାତିରେ ଘରେ ଶୋଇଥିବା ବେଳେ, […]