ରାଜ୍ୟ

ଶଶୁରଙ୍କୁ ହତ୍ୟା କଲା ଜ୍ୱାଇଁ, ଅଭିଯୁକ୍ତ ଫେରାର

ନାରାୟଣପାଟଣା: ଜ୍ୱାଇଁର ଛୁରାମାଡ଼ରେରେ ଶଶୁରଙ୍କ ଜୀବନ ଗଲା। ଜ୍ୱାଇଁ ସାତୁ ପ୍ରାସ୍କା ଶଶୁର ରାମଚନ୍ଦ୍ର ଉଲ୍ଲାକାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗତକାଲି ରାତିରେ। ନାରାୟଣପାଟଣା ବ୍ଳକ ବାସନାପୁଟ ଗାଁରେ ଘଟିଛି ଏହି ଘଟଣା। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏଣେ ରାମଚନ୍ଦ୍ର ଉଲ୍ଲାକା ନିଜ ଆଠ ମାସର ଗର୍ଭବତୀ ଝିଅକୁ ଡାକ୍ତରଖାନାରେ ଚିକିତ୍ସା କରିବାକୁ ଆଣିଥିଲେ। […]

ଦେଶ ବିଦେଶ

ମୁଖ୍ୟମନ୍ତ୍ରୀ ରହିବେ କେଜ୍ରିୱାଲ: ପଦବୀରୁ ହଟାଇବା ଆବେଦନ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ପଦରୁ ହଟାଇବା ପାଇଁ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। କେଜ୍ରିୱାଲଙ୍କ ପାଇଁ ଏହା ଏକ ବଡ ଆଇନଗତ ରିଲିଫ ଭାବରେ ବିବେଚନା କରାଯାଉଛି | ଏହି ମାମଲାରେ ନ୍ୟାୟିକ ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ରାଜନୈତିକ ପ୍ରସଙ୍ଗରେ ଆମେ ନ୍ୟାୟିକ ସମୀକ୍ଷା କରିପାରିବୁ ନାହିଁ। https://platform.twitter.com/embed/Tweet.html?dnt=true&embedId=twitter-widget-0&features=eyJ0ZndfdGltZWxpbmVfbGlzdCI6eyJidWNrZXQiOltdLCJ2ZXJzaW9uIjpudWxsfSwidGZ3X2ZvbGxvd2VyX2NvdW50X3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9iYWNrZW5kIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19yZWZzcmNfc2Vzc2lvbiI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfZm9zbnJfc29mdF9pbnRlcnZlbnRpb25zX2VuYWJsZWQiOnsiYnVja2V0Ijoib24iLCJ2ZXJzaW9uIjpudWxsfSwidGZ3X21peGVkX21lZGlhXzE1ODk3Ijp7ImJ1Y2tldCI6InRyZWF0bWVudCIsInZlcnNpb24iOm51bGx9LCJ0ZndfZXhwZXJpbWVudHNfY29va2llX2V4cGlyYXRpb24iOnsiYnVja2V0IjoxMjA5NjAwLCJ2ZXJzaW9uIjpudWxsfSwidGZ3X3Nob3dfYmlyZHdhdGNoX3Bpdm90c19lbmFibGVkIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19kdXBsaWNhdGVfc2NyaWJlc190b19zZXR0aW5ncyI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdXNlX3Byb2ZpbGVfaW1hZ2Vfc2hhcGVfZW5hYmxlZCI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdmlkZW9faGxzX2R5bmFtaWNfbWFuaWZlc3RzXzE1MDgyIjp7ImJ1Y2tldCI6InRydWVfYml0cmF0ZSIsInZlcnNpb24iOm51bGx9LCJ0ZndfbGVnYWN5X3RpbWVsaW5lX3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9mcm9udGVuZCI6eyJidWNrZXQiOiJvbiIsInZlcnNpb24iOm51bGx9fQ%3D%3D&frame=false&hideCard=false&hideThread=false&id=1773256362132120015&lang=en&origin=https%3A%2F%2Fsambad.in%2Findia-and-beyond%2Fkejriwal-will-remain-chief-minister-high-court-dismissed-the-petition-to-remove-him-from-the-post-1136914%2F&sessionId=11d68d8c9d97b286547d21b78f779ef738368e4c&theme=light&widgetsVersion=2615f7e52b7e0%3A1702314776716&width=550px ଅରବିନ୍ଦ କେଜ୍ରିୱାଲଙ୍କୁ ସିଏମ ପଦରୁ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) […]

ଦେଶ ବିଦେଶ

ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରାଯାଉଛି, ହେଉଛି ବେଞ୍ଚ ଫିକ୍ସିଂ: ୬୦୦ରୁ ଅଧିକ ଆଇନଜୀବୀ ସିଜେଆଇଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ: ଦେଶରେ ନ୍ୟାୟପାଳିକା‌ ଉପରେ ଚାପ ପ୍ରୟ‌ୋଗ କରାଯାଉଛି। ଏହା ସହିତ ବେଞ୍ଚ୍ ଫିକ୍ସିଂ କରାଯାଉଛି। ଏହି ଅଭିଯୋଗ ନେଇ ଦେଶର ୬୦୦ ଆଇନଜୀବୀ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଡିଓ୍ପାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଦେଶର ନ୍ୟାୟପାଳିକା ସ୍ଥିତି ‌ନେଇ ଚିନ୍ତାବ୍ୟକ୍ତ କରାଯାଇଛି। ବହୁ ଜଣିଆ ଖଣ୍ଡପୀଠର ରାୟକୁ ପ୍ରଭାବିତ କରିବା ପାଇଁ ଚାପ ପ୍ରୟୋଗ କରାଯାଉଥିବା ସମ୍ପର୍କରେ ଚିଠିରେ ଉଲ୍ଲେଖ କରାଯାଇଛି।ଏଭଳି କାର୍ଯ୍ୟ ଦ୍ବାରା କୋର୍ଟର ଗାରିମା କ୍ଷୁର୍ଣ୍ଣ ହେଉଥିବା ଚିଠିରେ ଦର୍ଶାଯାଇଛି।ଏଭଳି କରିବା […]

ଦେଶ ବିଦେଶ

ବରୁଣଙ୍କ ଭାବପ୍ରବଣ ଚିଠି: ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ପିଲଭିତ୍ ସହିତ ତୁଟିବନି ମୋ ସମ୍ପର୍କ

ନୂଆଦିଲ୍ଲୀ: ପିଲଭିତ୍ ସାଂସଦ ତଥା ବିଜେପି ନେତା ବରୁଣ ଗାନ୍ଧୀ ଚଳିତ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଭାବେ ଆଉ ନଜର ଆସିବେ ନାହିଁ। ବିଜେପି ହାଇକମାଣ୍ଡ ଏହି ଲୋକସଭା ଆସନରୁ ବରୁଣଙ୍କ ଟିକେଟ କଟା ଯାଇଛି। ବରୁଣଙ୍କ ବଦଳରେ ଜିତିନ ପ୍ରସାଦଙ୍କୁ ପ୍ରାର୍ଥୀ କରାଯାଇଛି। ବରୁଣ ପିଲଭିତ୍ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ଭାବପ୍ରବଣ ଚିଠି ଲେଖିଛନ୍ତି। ଏହା ତାଙ୍କ ସୋସିଆଲ ମିଡ଼ିଆ ହା‌ଣ୍ଡେଲ ଏକ୍ସରେ ଶେୟାର କରାଯାଇଛି। ବରୁଣ ଲେଖିଛନ୍ତି ହୁଏତ ସାଂସଦ ଭାବେ ପିଲଭିତ୍ ସହିତ […]

ଦେଶ ବିଦେଶ

ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା: ଭର୍ତ୍ତୃହରି-ସିଦ୍ଧାନ୍ତ-ଦମୟନ୍ତୀ ବିଜେପିରେ ଯୋଗ ଦେଇପାରନ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶାରେ ରାଜନୈତିକସ୍ତରରେ ନେତାଙ୍କ ଦଳ ବଦଳ ଜାରି ରହିଛି। ବିଜେଡିରୁ ଇସ୍ତଫା ଦେଇଥିବା ସାଂସଦ ଭର୍ତ୍ତୃହରି ମହତାବ,ସିଦ୍ଧାନ୍ତ ମହାପାତ୍ର ଗୁରୁବାର ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନଆଇ ସମେତ ଅନ୍ୟ ନ୍ୟୁଜ୍ ଏଜେନ୍ସିରେ ଏନେଇ ଖବର ପ୍ରକାଶ ପାଇଛି। ବିଜେପି ସେଣ୍ଟ୍ରାଲ ମିଡ଼ିଆ ପକ୍ଷରୁ ଅଧକାରିକ ସୋସିଆଲ ମିଡିଆ ଏକ୍ସରେ ମଧ୍ୟ ସୂଚନା ପ୍ରଦାନ କରାଯାଇଛି। ଏଥିରେ ସୂଚନା ପ୍ରଦାନ କରାଯାଇଛି କେତେକ ରାଜନେତା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜଧାନୀରେ ବନ୍ଧୁକ ମାଫିଆ: ନିର୍ବାଚନ ବେଳେ ସୁପାରି କିଲର ସକ୍ରିୟ

ଭୁବନେଶ୍ବର: ନିର୍ବାଚନ ମୈଦାନରେ ନେତାମାନେ ଓହ୍ଲାଉ ଓହ୍ଲାଉ ଅପରାଧୀ ବି ସକ୍ରିୟ ହୋଇଉଠିଛନ୍ତି। କାହାଠୁ ସୁପାରି ନେ‌ଇ କାହାକୁ ଭୟ ଦେଖାଇବେ, କେଉଁଠି ଅପରାଧ ଘଟାଇବେ- ଆଦି ମାମଲାରେ ଅପରାଧୀ ଗ୍ୟାଙ୍ଗ ଏବେଠାରୁ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରି ସାରିଲେଣି। ଆଉ ଏସବୁକୁ ପୂର୍ବରୁ ଅନୁମାନ କରି ସାରିଥିବା କମିସନରେଟ୍‌ ପୁଲିସ ମଧ୍ୟ ଅପରାଧୀଙ୍କୁ ମାତ୍‌ ଦେବାର ଯୋଜନା ଆଗରୁ ପ୍ରସ୍ତୁତ କରି ରଖିଛି। ଏହି କ୍ରମରେ ନିର୍ବାଚନ ପାଇଁ ରାଜଧାନୀର ଅପରାଧୀଙ୍କୁ ବନ୍ଧୁକ ଯୋଗାଇବାକୁ ଯୋଜନା କରୁଥିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଲିସ କର୍ମଚାରୀଙ୍କ ଶବ ପାଇଁ ଟଣାଓଟରା: ଦୁଇ ପତ୍ନୀ, ମା’ ମୁହାଁମୁହିଁ; ଶେଷରେ ଶବ ନେଲେ ମା’

କଟକ: କର୍ତ୍ତବ୍ୟରତ ଜଣେ ପୁଲିସ କନଷ୍ଟେବଳଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ତାଙ୍କ ଶବକୁ ନେଇ କଟକ ବଡ଼ ଡାକ୍ତରଖାନାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇ ପତ୍ନୀ ଓ ମା’ ତାଙ୍କ ଶବ ନେବାକୁ ଦାବି କରିଥିଲେ। ଏହି ଘଟଣାକୁ ନେଇ ୩ ଘଣ୍ଟା କାଳ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଶେଷରେ ପୁଲିସ ମଧ୍ୟସ୍ଥତା କରି ମୃତକଙ୍କ ମା’ଙ୍କୁ ଶବ ହସ୍ତାନ୍ତର କରିଛି। ସୂଚନା ଅନୁଯାୟୀ, ଫୁଲନଖରା ଟ୍ରାଫିକ ଥାନାରେ କନଷ୍ଟେବଳ ଭାବେ ଗଲା ଦୁଇ […]

ଅପରାଧ ରାଜ୍ୟ

ରାଜନୈତିକ ଶତ୍ରୁତାରୁ ହୋଲିରେ ଗୋଷ୍ଠୀ ସଂଘର୍ଷ: ସରପଞ୍ଚଙ୍କ ସ୍ବାମୀ, ଦିଅରଙ୍କ ସହ ୧୦ ଆହତ

ତିଗିରିଆ: କଟକ ଜିଲ୍ଲା ତିଗିରିଆ ଥାନା ଭୋଗଡ଼ା ପଞ୍ଚାୟତ ଅନ୍ତର୍ଗତ ବେଲଅଣ୍ଟା ଗ୍ରାମରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଶତ୍ରୁତାରୁ ହୋଲି ଦିନ ସଂଘର୍ଷ ରୂପ ନେଇଛି। ଗଣ୍ଡଗୋଳରେ ଭୋଗଡ଼ା ସରପଞ୍ଚଙ୍କ ସ୍ୱାମୀ ଓ ଦିଅରଙ୍କ ସମେତ ଉଭୟ ପକ୍ଷର ୧୦ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଖବର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କନ୍ଧମାଳ ଲୋକସଭା ଆସନରୁ ପୁଣି ଅଚ୍ୟୁତ: ଘୁ.ଉଦୟଗିରିରୁ ସାଲୁଗା

ଫୁଲବାଣୀ: ଆଜି ସନ୍ଧ୍ୟାରେ ଆଉ ୬ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ଅଚ୍ୟୁତ ସାମନ୍ତଙ୍କୁ ପୁନର୍ବାର କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଅନ୍ୟପକ୍ଷରେ, ବିଧାନସଭା ପାଇଁ ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକାରେ କେବଳ ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ତଥା ଉପବାଚସ୍ପତି ସାଲୁଗା ପ୍ରଧାନଙ୍କୁ ପୁନର୍ବାର ପ୍ରାର୍ଥୀ କରାଯାଇଛି। ଫୁଲବାଣୀ ଓ ବାଲିଗୁଡ଼ାରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ। ଉଭୟ ଆସନରେ ବିଜେଡିରୁ କିଏ, ଏନେଇ ଉତ୍କଣ୍ଠା ଲାଗି ରହିଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ବଲପୁରରେ ବୋମାମାଡ଼, ୩ ଆହତ: ବୋମାକୁ ଡବାରେ ଖଞ୍ଜାଯାଇଥିଲା

ସମ୍ବଲପୁର: ଗତକାଲି ସମ୍ବଲପୁରର ବ୍ୟସ୍ତବହୁଳ ପୀରବାବା ଛକ ଅଞ୍ଚଳରେ ବୋମାମାଡ଼ ହୋଇଥିଲା। ପାଟଣାଗଡ଼ ପାର୍ସଲ ବୋମା ଘଟଣା ଶୈଳୀରେ ପ୍ରସ୍ତୁତ ପ୍ରେସର୍‌ ବୋମାମାଡ଼ କରାଯାଇଥିଲା, ଯେଉଁଥିରେ ୩ ଜଣ ବ୍ୟକ୍ତି ଆହତ ହେବାସହିତ ଗୋଟିଏ ବୁଲେଟ୍‌(ଓଡ଼ି୧୫-୬୪୮୬) ବି କ୍ଷତିଗ୍ରସ୍ତ ହୋଇଥିଲା। ତେବେ, ଘଟଣାର ୨୦ ଘଣ୍ଟା ଭିତରେ ଏକମାତ୍ର ଅଭିଯୁକ୍ତ ବଡ଼ବଜାର ସୁନାରିପଡ଼ାର ଅଭିଳାଷ ମିଶ୍ର(୧୯)କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ମଙ୍ଗଳବାର ସନ୍ଧ୍ୟା ୭ଟା ୨୪ ସମୟ। ସମ୍ବଲପୁର ସହର ଫ୍ଲାଇଓଭର ଉପରୁ ପୀରବାବା […]