ବିଜେପିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ: ପୁଣିଥରେ ବିଜେଡିରୁ ପ୍ରାର୍ଥୀ ହେବା ସମ୍ଭାବନା!
ବାଲେଶ୍ବର/ନୀଳଗିରି: ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ। ଶୁକ୍ରବାର ନୀଳଗିରିସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଶ୍ରୀ ନାୟକ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ଇସ୍ତଫାପତ୍ର ପଠାଇଥିବା ସୂଚନା ଦେଇଛନ୍ତି। କେଉଁଥିପାଇଁ ସେ ଦଳ ଛାଡ଼ିଲେ, ସେ ସଂପର୍କରେ ମୁହଁ ଖୋଲିନାହାନ୍ତି।୨୦୧୪ରେ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିବା ସୁକାନ୍ତ ୨୦୧୯ରେ ଦଳରୁ ଇସ୍ତଫା ଦେଇ […]









