ବଣାଇ ଉପଖଣ୍ଡରେ ହାତୀ-ମଣିଷ ଲଢ଼େଇରେ ଯାଉଛି ନିରୀହ ଲୋକଙ୍କ ଜୀବନ
ରାଉରକେଲା/ବଣାଇଗଡ଼ : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷ ତମାମ ଜାରି ରହିଛି ହାତୀ-ମଣିଷ ଲଢ଼େଇ। ହାତୀ ଆକ୍ରମଣରେ ଯାଉଛି ନିରୀହ ଲୋକଙ୍କ ଜୀବନ। ପୁଣି କେତେବେଳେ ମଣିଷଙ୍କ ସଂଘବଦ୍ଧ ଆକ୍ରମଣରେ ହେବା ଅନ୍ୟ କାରଣରୁ ହାତୀଙ୍କ ମୃତ୍ୟୁ ହେଉଛି। ଉଜୁଡିଯାଉଛି ଶହ ଶହ ଏକର ଚାଷୀଙ୍କ ଫସଲ। ଗୃହଶୂନ୍ୟ ହେଉଛନ୍ତି ଶତାଧିକ ଆଦିବାସୀ ପରିବାର। ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବନଖଣ୍ଡରେ ଏମିତି ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଛି। ବଣ ପାହାଡ଼ ଘେରା ବଣାଇ ବନଖଣ୍ଡ […]