ଦେଶ ବିଦେଶ ମନୋରଞ୍ଜନ

ଭିକିଙ୍କ ନୂଆ ଲୁକ୍‌ ଦେଖି କନ୍‌ଫ୍ୟୁଜ୍‌ ହେଲେ ଫ୍ୟାନ୍ସ, ସୋସିଆଲ୍‌ ମିଡିଆରେ କଲେ ଟ୍ରୋଲ୍‌

ମୁମ୍ଵାଇ ୦୭।୧୦: ବଲିଉଡର ଜଣାଶୁଣା ଅଭିନେତା ଭିକି କୌଶଲ । କୌଣସି ଅଭିନେତାଙ୍କ ଠାରୁ କମ୍‌ ନୁହନ୍ତି ଭିକି । ତାଙ୍କ ଅଭିନୟ ପାଇଁ ଲକ୍ଷ ଲକ୍ଷ ଫ୍ୟାନ୍ସ ଫଲୋର୍ସ। ନିକଟରେ ଅଭିନେତାଙ୍କ ଲୁକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବାସ୍ତବରେ ଭିକି ମୁମ୍ବାଇରେ ଅଲି ଏବଂ ରିଚାଙ୍କ ରିସେପ୍ସନରେ ପହଞ୍ଚିଥିଲେ। ଏହି ସମୟରେ ଭିକି ନୀଳ ରଙ୍ଗର ସୁଟ ସହ ବିନା ଦାଢିରେ ନଜର ଆସିଥିଲେ। ପ୍ରଶଂସକମାନେ ତାଙ୍କ ଲୁକକୁ ଆଦୌ ପସନ୍ଦ କରୁ ନାହାନ୍ତି। ଭିକିଙ୍କର […]

ଅପରାଧ ଦେଶ ବିଦେଶ

ଚାଇଲ୍ଡ କେୟାର ସେଣ୍ଟରରେ ଗଣହତ୍ୟା, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୩୨ ମୃତ

ଥାଇଲାଣ୍ଡ ୦୬।୧୦: ଥାଇଲାଣ୍ଡର ଏକ ଚାଇଲ୍ଡ କେୟାର ସେଣ୍ଟରରେ ଗଣହତ୍ୟା । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଥିବା ସୂଚନା ମିଳିଛି । ତେବେ ଗୁରୁବାର ରାତିରେ ଥାଇଲାଣ୍ଡର ପୂର୍ବୋତ୍ତର ଅଞ୍ଚଳରେ ଏହି ଘଟଣା ଘଟିଛି । ଆତତାୟୀଙ୍କ ମଧ୍ୟରେ ଜଣେ ପୂର୍ବତନ ପୋଲିସ କର୍ମୀ ଥିବା ଜଣାପଡିଛି । ସ୍ଥାନୀୟ ଅଞ୍ଚଳରେ ନାକାବନ୍ଦୀ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଆଜି ରାଜ୍ୟରେ ସର୍ବନିମ୍ନ କ‌ରୋନା ସଂକ୍ରମଣ: ୬ ଜଣ ୧୮ ବର୍ଷରୁ କମ୍ ବୟସର

ଭୁବନେଶ୍ବର: ଆଜି ବି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଶହେ ତଳେ ରହିଛି। ଗତକାଲି ୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ଚଳିତ ବର୍ଷର ସର୍ବନିମ୍ନ ସଂଖ୍ୟା ବୋଲି କୁହାଯାଉଛି। ଏମାନଙ୍କ ମଧ୍ୟରୁ ୨୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୬ ଜଣ […]

ଅପରାଧ ରାଜ୍ୟ

ରଶି ଲଗାଇ ୧୮ ବର୍ଷୀୟା ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ମାହାଙ୍ଗା,୦୬।୧୦ : ବେକରେ ରଶି ଲଗାଇ ୧୮ ବର୍ଷୀୟା ଯୁବତୀଙ୍କ ଆତ୍ମହତ୍ୟା । ମାହାଙ୍ଗା ବ୍ଲକ ପଣସପୁର ପଞ୍ଚାୟତର ସାହାସପୁର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ସର୍ବେଶ୍ଵର ବେହେରାଙ୍କ ଝିଅ କଣ୍ଢେଇ ବେହେରା ଘରେ କେହି ନଥିବା ବେଳେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା […]

ଅପରାଧ ରାଜ୍ୟ

ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌

ମାହାଙ୍ଗା,୦୬।୧୦ : ଫାଷ୍ଟ ଫୁଡ୍‌ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର । ମାହାଙ୍ଗା ଥାନା ଛତ୍ରତୋଟା ବଜାରରେ ଥିବା ବାପିନା ଫାଷ୍ଟ ଫୁଡ୍ ଦୋକାନର ମାଲିକ ପ୍ରଶାନ୍ତ ବେହେରାଙ୍କ ମୃତଦେହ ଦୋକାନ ଭିତରୁ ଉଦ୍ଧାର ହୋଇଛି । ପ୍ରତିଦିନ ଭଳି ପ୍ରଶାନ୍ତ ଫାଷ୍ଟଫୁଡ୍ ଦୋକାନ ବନ୍ଦ କରି ଦୋକାନ ଭିତରେ ଶୋଇବାକୁ ଯାଇଥିଲେ । ସକାଳୁ ଘରକୁ ଫେରିବାକୁ ବିଳମ୍ବ ହେବାରୁ ବାପା କୁଳମଣି ବେହେରା ଦୋକାନକୁ ଆସି କବାଟ ବାଡ଼େବା ପରେ କେହି ଖୋଲି ନଥିଲେ […]

ଅପରାଧ ରାଜ୍ୟ

ପୁତୁରା ମାଡ଼ରେ ଖୁଡୀ ମୃତ, ଅଭିଯୁକ୍ତ ଫେରାର

ଜି. ଉଦୟଗିରି ୦୬।୧୦ : ପୁତୁରା ମାଡ଼ରେ ଖୁଡୀ ମୃତ । କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଟିକାବାଲି ଥାନା ବରପଦା ସାହିରେ ଘଟିଛି ଘଟଣା । ମୃତକଙ୍କ ନାମ ଚାନ୍ଦିନୀ କହଁର । ହତ୍ୟାକାରୀ ପୁତୁରୁ ଟୁଟୁ କହଁର ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ହତ୍ୟାକାଣ୍ଡର କାରଣ ଏବେ ଯାଏଁ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼ ଜାରି ରଖିଛି । ଏପିରିକି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଆଠବର୍ଷ ବିତିଗଲାଣି, ସରୁନି ନିର୍ମାଣାଧୀନ କୋଠା; ବିପଦପୂର୍ଣ୍ଣ ଶ୍ରେଣୀଗୃହରେ ଚାଲିଛି ପାଠପଢ଼ା

ପ୍ରତାପୁର : କାହା ଭାଗ୍ୟରେ ସ୍ମାର୍ଟ ସ୍କୁଲ ତ, କାହା ଭାଗ୍ୟରେ ଦଦରା ଘର। ଜଗନ୍ନାଥପ୍ରସାଦ ବ୍ଲକ୍‌ ଗେରେଡା ହାଇସ୍କୁଲରେ ଆଠବର୍ଷରୁ ଊର୍ଦ୍ଧ୍ବ ହେଲା ନିର୍ମାଣାଧୀନ କୋଠା ସରିବାର ନାଁ ନେଉନି। ବିପଦପୂର୍ଣ୍ଣ କୋଠରିରେ ଏବେ ପାଠପଢ଼ା ଚାଲିଥିବା ବେଳେ ଏନେଇ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଛି। ତଥାପି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବା ସବୁଠୁ ବଡ଼ ପରିତାପର ବିଷୟ ହୋଇଛି। ରାଜ୍ୟରେ ଶିକ୍ଷାର ମାନବୃଦ୍ଧି ପାଇଁ ସରକାର ସ୍ମାର୍ଟ ସ୍କୁଲ ନିର୍ମାଣ କରୁଥିବା ବେଳେ ୧୯୮୯ […]

ଅପରାଧ ରାଜ୍ୟ

ପୋଲିସ ଘରୁ ଚୋରି, ଚାବି ଭାଙ୍ଗି ନେଇଗଲେ ନଗଦ ଟଙ୍କା ଏବଂ ଦାମୀ ସାମଗ୍ରୀ

ଭୁବନେଶ୍ୱର ୦୬।୧୦ : ରାଜଧାନୀରେ ପୋଲିସ କ୍ବାର୍ଟରରୁ ଚୋରି ହୋଇଛି। ଭରତପୁର ଥାନା ଅନ୍ତର୍ଗତ ବରମୁଣ୍ଡା ବସଷ୍ଟାଣ୍ଡ ପଛପଟେ ଥିବା ହାବିଲଦାର ବାସୁଦେବ ପଣ୍ଡାଙ୍କ ସରକାରୀ କ୍ବାର୍ଟରରୁ ଚୋରି ହୋଇଛି । ଖବର ଅନୁଯାୟୀ, ପୋଲିସ କର୍ମଚାରିଙ୍କ ପାଇଁ ଥିବା ବରମୁଣ୍ଡା ଟେଲକୋ ପୋଲିସ କଲୋନୀର ୮୨ ନମ୍ଵର୍ କ୍ବାର୍ଟରରୁରେ ହାବିଲଦାର ବସୁଦେବଙ୍କ ମାଉସୀ ପୁଅ ଭାଇଙ୍କ ପରିବାର ରହୁଥିଲେ । ବୁଧବାର ସନ୍ଧ୍ୟା ୭ଟାରେ ଘର ଚାବି ପକାଇ ଦୂର୍ଗା ପୂଜା ଦେଖିବାକୁ ବାହାରିଥିଲେ । […]

ଅପରାଧ ରାଜ୍ୟ

ଅଟୋରେ ଚାଲାଣ ହେଉଥିଲା ଗୋ ମାଂସ : ଦୁର୍ଗନ୍ଧ ହେବାରୁ ଧରିଲେ ଗାଁଲୋକେ, ଉତ୍ତମ ମଧ୍ୟମ ଦେଇ ଥାନାରେ ଦେଲେ

ବାସୁଦେବପୁର ୦୬/୧୦: ବାସୁଦବେପୁର ଥାନା ସମିଆ ଛକ ନିକଟରେ ଗୋ ମାଂସ ଓ ଗୋ ଚମଡା ବୋଝେଇ ଏକ ଡାଲା ଅଟୋ ଜବତ ହୋଇଛି । ଗାଡିକୁ ଗ୍ରାମବାସୀ ମାନେ ଅଟକ କରି ଥାନାରେ ଜିମା ଦେଇଛନ୍ତି । ଗୁରୁବାର ସକାଳେ ଉକ୍ତ ଡାଲା ଅଟୋଟିରେ ଗୋ ଚମଡା ସହିତ କିଛି ଗୋ ମାଂସକୁ ବସ୍ତାରେ ଭର୍ତ୍ତି କରି ବାଲେଶ୍ୱର ଜିଲ୍ଲା ସାସପୁରା ଅଂଚଳରୁ ସାବରପୁର ଅଂଚଳକୁ ଆସୁଥିଲା । ସମିଆ ଛକ ନିକଟରେ ମା ଦୁର୍ଗାଙ୍କ […]

ଅପରାଧ ରାଜ୍ୟ

ଅଲୋଡ଼ା କନ୍ୟାରତ୍ନ: ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା

ବାରିପଦା : ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାର ଝିଅ ଦ୍ରୌପଦୀ ମୁର୍ମୁ ଏବେ ଭାରତର ରାଷ୍ଟ୍ରପତି। ଜିଲ୍ଲାରେ ନାରୀଶକ୍ତିର ପ୍ରତୀକ ହେଉଛନ୍ତି ଶ୍ରୀମତୀ ମୁର୍ମୁ। ହେଲେ ବିଭିନ୍ନ କାରଣରୁ ଏହି ଜିଲ୍ଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ; ୨୦୧୯-୨୦ ମସିହାରେ ଜିଲ୍ଲାରେ ୩୯ ହଜାର ୭୨୦ ଶିଶୁ ଜନ୍ମ ହୋଇଥିଲେ। ସେଥିମଧ୍ୟରୁ ୨୦ ହଜାର ୨୨୫ ପୁଅ ଓ ୧୯ ହଜାର ୪୯୫ ଜଣ ଝିଅ ଅଛନ୍ତି। ଅନୁପାତକୁ ଦେଖିଲେ […]