ଅପରାଧ ଦେଶ ବିଦେଶ

‘ଦ ଓ୍ଵାୟର’ ର ସଂପାଦକଙ୍କ ବାସଭବନ ଉପରେ ଦିଲ୍ଲୀ ପୋଲିସର ଚଢାଉ, ଫୋନ-କମ୍ପ୍ୟୁଟର ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ୍ ସୋମବାର ନ୍ୟୁଜ୍ ପୋର୍ଟାଲ ‘ଦ ଓ୍ଵାୟର’ ର ପ୍ରତିଷ୍ଠାତା ତଥା ସଂପାଦକ ସିଦ୍ଧାର୍ଥ ଭରଦରାଜନ ଏବଂ ଏମକେ ବେଣୁଙ୍କ ବାସଭବନ ଉପରେ ଚଢାଉ କରିଛି। ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ୍ ଏହି ଚଢାଉ କରିଛି। ଏହି ସମୟରେ ତଦନ୍ତକାରୀ ଦଳ ଦୁଇଟି ଫୋନ ଏବଂ କମ୍ପ୍ୟୁଟର ଜବତ କରିଛନ୍ତି। ବିଜେପିର ଆଇଟି ସେଲ୍‌ର ମୁଖ୍ୟ ଅମିତ ମାଲଭୀୟଙ୍କ ଅଭିଯୋଗକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସିଦ୍ଧାର୍ଥ ଭରଦରାଜନ ଏବଂ ଏମକେ ବେଣୁଙ୍କ ବିରୋଧରେ […]

ଅପରାଧ ରାଜ୍ୟ

ଅର୍ଚ୍ଚନା ନାଗ ଗିରଫ ମାମଲା, ଆସନ୍ତା ୫ରେ ଶୁଣାଣି କରିବେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ

ଭୁବନେଶ୍ୱର ୦୧।୧୧: ବ୍ଲାକମେଲ୍‌ କ୍ୱିନ୍‌ ଅର୍ଚ୍ଚନା ନାଗ ଗିରଫ ମାମଲା । ଆସନ୍ତା ୫ ତାରିଖରେ ଅର୍ଚ୍ଚନାଙ୍କ ମାମଲାର ହେବ ଶୁଣାଣି । ଅକ୍ଷୟ ପରିଜାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଉପରେ ଶୁଣାଣି ହେବ । ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ କରିବେ ଶୁଣାଣି । ପୂର୍ବରୁ ଗତ ଅକ୍ଟୋବର ୧୪ ତାରିଖରେ ମାମଲାର ହୋଇଥିଲା ଶୁଣାଣୀ । ସୂଚନାଯୋଗ୍ୟ ଯେ, ୨୦୧୬ରେ ଘର ଭଡା ନେଇ ଭୁବନେଶ୍ୱରରେ ରହୁଥିବା ଅର୍ଚ୍ଚନା ୨୦୨୦ ବେଳକୁ କୋଟି କୋଟି ଟଙ୍କାର […]

ଅପରାଧ ରାଜ୍ୟ

ଗାନ୍ଧୀ ଛକରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଚୌଦ୍ୱାର ୦୧/୧୧: ଚୌଦ୍ଵାର ଗାନ୍ଧୀ ଛକରେ ଥିବା ଜଣେ ବ୍ୟବସାୟୀଙ୍କ ଦୋକାନରେ ଅଗ୍ନିକାଣ୍ଡ । ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ । ଅଗ୍ନିକାଣ୍ଡରେ ଜଳି ପୋଡ଼ି ନଷ୍ଟ ହୋଇଥିବା କହିଛନ୍ତି ଫୁଲ ଦୋକାନ ମାଲିକ ପବିତ୍ର କୁମାର ବେହେରା । ବେଆଇନ୍ ଭାବେ ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ଯାଇଥିବା ଫୋନ କେବୁଲ, ସ୍ଥାନୀୟ ଟେଲିଭିଜନ କେବୁଲ ପାଇଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା କହିଛନ୍ତି କ୍ଷତି ଘଟିଥିବା ଦୋକାନ ମାଲିକ ପବିତ୍ର ବେହେରା […]

ଅପରାଧ ରାଜ୍ୟ

ରେଶମ ସହରରେ ବେଧଡକ ଚାଲିଛି ସେକ୍ସ ରାକେଟ: ଗେଷ୍ଟ ହାଉସରେ ଚଢ଼ଉରେ ୩ ଯୁବତୀ ଉଦ୍ଧାର, ୧୦ ଅଟକ

ବ୍ରହ୍ମପୁର ୦୧/୧୧: ବ୍ରହ୍ମପୁରରେ ପୁଣି ଠାବ ହୋଇଛି ସେକ୍ସ ରାକେଟ୍‌ । ଟାଟାବେଞ୍ଜ ଛକ ନିକଟସ୍ଥ ତୁଳସୀ ଗେଷ୍ଟ ହାଉସରେ ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ସେଠାରୁ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ଏହା ସହିତ ଅନ୍ୟ ୧୦ ଜଣ ଯୁବକଙ୍କୁ ଅଟକ ରଖାଯାଇଛି । ଏଠାରେ ଅନେକ ଦିନ ହେବ ସେକ୍ସ ରାକେଟ ଚାଲୁଥିବା ନେଇ ଖବର ମିଳିବା ପରେ ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ ସେଠାରେ […]

ଧର୍ମ ରାଜ୍ୟ

ମହାକାର୍ତ୍ତିକ ମାସର ଚତୁର୍ଥ ସୋମବାର, ବାବା ଧବଳେଶ୍ୱରଙ୍କ ପୀଠରେ ଲାଗିଛି ଗହଳି

ଆଠଗଡ ୩୧/୧୦: ମହା କାର୍ତ୍ତିକ ମାସର ଚତୁର୍ଥ ସୋମବାର । ଚଳଚଞ୍ଚଳ ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ୱର ପୀଠ । ପୂଜକ ସମିତି ପକ୍ଷରୁ ରାତ୍ର ୩ ଟାରୁ ଦ୍ୱାର ଫିଟାଯାଇ ୧୦୮ ଗରା ସୁବାସିତ ଜଳରେ ବାବା ଙ୍କୁ ସ୍ନାନ କରାଯାଇ ସମସ୍ତ ନୀତି ସମାପନ ପରେ ଭୋର ୪ ଟା ବେଳକୁ ସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା । ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଧାଡି ଦର୍ଶନ ସହିତ ଝୁଲାପୋଲରେ […]

ଅପରାଧ ରାଜ୍ୟ

ଗଛକୁ ନେଇ ବିବାଦ, ଗାଁ ଦାଣ୍ଡରେ ମହିଳାଙ୍କୁ ନିସ୍ତୁକ ମାଡ

ଉଦଳା ୩୧।୧୦: ଗାଁ ଦାଣ୍ଡରେ ମହିଳାଙ୍କୁ ନିସ୍ତୁକ ମାଡ଼ ।ରାସ୍ତାରେ ଗୋଡେଇ ଗୋଡେଇ ମହିଳାଙ୍କୁ ନିର୍ଘାତ ମାଡ ମାରିଲେ ଜଣେ ଯୁବକ । ଏହି ସମୟରେ ନିଜ ମାଙ୍କୁ ଛାଡି ଦେବାକୁ ଗୁହାରି କରି କାନ୍ଦୁଛି କୁନି ଝିଅ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ବରଡିହି ପଞ୍ଚାୟତ ପାଟଶୁଣିପୁର ଗାଁରେ ଘଟିଛି ଏପିର ଅଭାବନୀୟ ଘଟଣା । ଖବର ଅନୁଯାୟୀ, ଗାଁର ବାଦଲ ମଲ୍ଲିକ ଚାଷ କରୁଥିବା ଜମି ନିକଟରେ ଏକ ପୁରୁଣା ଗଛ ରହିଛି […]

ଅପରାଧ ଦେଶ ବିଦେଶ

ଦୁଷ୍କର୍ମ ମାମଲାରେ ଟୁ ଫିଙ୍ଗର ଟେଷ୍ଟକୁ ବ୍ୟାନ୍ କଲେ ସୁପ୍ରିମକୋର୍ଟ: କହିଲେ ଏଭଳି କଲେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ(୩୧/୧୦): ଦୁଷ୍କର୍ମ ମାମଲାରେ ଟୁ ଫିଙ୍ଗର ଟେଷ୍ଟ ଉପରେ ବ୍ୟାନ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହା ସହ କୋର୍ଟ ଚେତାବନୀ ଦେଇଛନ୍ତି ଯେ ଯଦି କେହି ବ୍ୟକ୍ତି ଏହିଭଳି ପରୀକ୍ଷଣ କରୁଛନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ଦୋଷୀ ବୋଲି ଧରାଯିବ। ସୋମବାର ଏହି ନିଷ୍ପତ୍ତି ଶୁଣାଇଛନ୍ତି ନ୍ୟାୟମୂର୍ତ୍ତି ଡି ଓ୍ବାଇ ଚନ୍ଦ୍ରଚୂଡ଼। ଏହା ସହ କୋର୍ଟ ମେଡିକାଲ କଲେଜରେ ଅଧ୍ୟୟନ ସାମଗ୍ରୀରୁ ଟୁ ଫିଙ୍ଗର ଟେଷ୍ଟ ହଟାଇବା ପାଇଁ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଦୁଷ୍କର୍ମ ପୀଡ଼ିତାଙ୍କୁ […]

ଅପରାଧ ରାଜ୍ୟ

ଗୁଜରାଟ ଝୁଲା ପୋଲ ଭୁଶୁଡ଼ିବା ଘଟଣା : ୧୦ଟି ପଏଣ୍ଟରେ ଜାଣନ୍ତୁ ସଂପୂର୍ଣ୍ଣ ଘଟଣା…

ଅହମ୍ମଦାବାଦ ୩୧।୧୦ : ଗୁଜରାଟ ମୋରବୀରେ ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୧ରେ ପହଞ୍ଚିଛି। ଏହି ଐତିହ୍ୟ ବ୍ରିଜ୍ ମରାମତି ପରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟରେ ରବିବାର ଏହା ଉପରେ ପ୍ରାୟ ୫୦୦ ଲୋକ ଥିବା ସମୟରେ ଛିଡ଼ି ଯାଇଥିଲା। ଫଳରେ ନଦୀକୁ ଖସି ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଛି । ଘଟଣାରେ ପ୍ରାୟ ୧୭୭ ଜଣକୁ ଉଦ୍ଧାର କରାଯାଇଛି, ସେମାନଙ୍କର ଚିକିତ୍ସା କରାଯାଉଛି। ତେବେ ନଜର […]

ଅପରାଧ ରାଜ୍ୟ

୮୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୪ ଗିରଫ

ପୁରୀ ୩୧।୧୦ : ପୁରୀରୁ ପୁଣି ବ୍ରାଉନ୍‌ସୁଗାର ଜବତ । ପ୍ରାୟ ୮୦ ଲକ୍ଷ ୯୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଏହାସହିତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାସେଳୀ ସାହି ଥାନା ପୋଲିସ । ଖବର ଅନୁଯାୟୀ, କୌଣସି ସୁତ୍ରରେ ଖବର ପାଇ ବାସେଳୀ ସାହି ଥାନା ପୋଲିସ ଚଢାଉ କରି ୮୯୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ୯୦ ହଜାର ଟଙ୍କା ହେବ […]

ଅପରାଧ ରାଜ୍ୟ

ଟ୍ରକ୍ ଭିତରୁ ଡ୍ରାଇଭରଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ବଢିଲା ସସପେନ୍ସ

କେନ୍ଦୁଝର ୩୧/୧୦: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ବନାଯୋଡ଼ି ଟୋଲଗେଟ୍ ନିକଟରେ ଟ୍ରକ୍ ଭିତରୁ ଡ୍ରାଇଭରଙ୍କର ଗଳିତ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହରେ ସଦର ପୋଲିସର ତଦନ୍ତ ଜାରି । ସୂଚନା ଅନୁଯାୟୀ, ଛତିଶଗଡ଼ ଇମାମିରୁ ସାମଗ୍ରୀ ନେଇ ଖାଲି କରିବା ପରେ ଏହି ଟ୍ରକ୍ ଯୋଡ଼ା ଯାଉଥିଲା । ହେଲେ ତାଙ୍କ ଅନ୍ୟ ସାଥୀ ଡ୍ରାଇଭର୍ ମାନେ ତାଙ୍କୁ ଖୋଜି ଖୋଜି ଆସି ବନାଯୋଡ଼ି ଟୋଲଗେଟ୍ ନିକଟରେ ଠାବ […]