ହ୍ବିଲ ଚେୟାର ପାଇଁ ପଇସା ମାଗିଲେ ଏୟାରଲାଇନ୍ସ କମ୍ପାନୀ, ଦେଇ ନପାରିବାରୁ ଘୁଷୁଡ଼ି ଘୁଷୁଡ଼ି ଓହ୍ଲାଇଲେ ଦିବ୍ୟାଙ୍ଗ ଯାତ୍ରୀ
ନୂଆଦିଲ୍ଲୀ(୦୨/୧୧): ଦିବ୍ୟାଙ୍ଗ ଯାତ୍ରୀଙ୍କୁ ହ୍ବିଲ ଚେୟାର ଦେଲେନାହିଁ ବିମାନ କର୍ମଚାରୀ। ଘୁଷୁଡ଼ି ଘୁଷୁଡ଼ି ତଳକୁ ଓହ୍ଲାଇଲେ ଯାତ୍ରୀ। ଏଭଳି ଏକ ଅଭିଯୋଗକୁ ନେଇ ଅଷ୍ଟ୍ରେଲିଆନ ଏୟାରଲାଇନ୍ ଜେଟ୍ଷ୍ଟାର ଏୟାରଓ୍ବେଜ୍କୁ ଏବେ ତୀବ୍ର ସମାଲୋଚନା ସାମ୍ନା କରିବାକୁ ପଡ଼ିଛି। ପ୍ରକୃତରେ ଏହି ଏୟାରଲାଇନ୍ସ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିମାନରୁ ଓହ୍ଲାଇବା ସମୟରେ ହ୍ବିଲଚେୟାର ଦେଇନଥିଲେ ଏବଂ ହ୍ବିଲଚେୟାର ପାଇଁ ଦେୟ ଦେବାକୁ କହିଥିଲେ। ନାଟଲି କର୍ଟିସ୍ ନାମକ ଜଣେ ଯାତ୍ରୀ କ୍ବିନ୍ସଲ୍ୟାଣ୍ଡ୍ରୁ ଟାଉନ୍ସଭିଲ୍ ବ୍ୟାଙ୍ଗକକ୍ ଯାତ୍ରା କରୁଥିଲେ। ଆଉ […]

