ଖେଳ ରାଜ୍ୟ

ରାଜ୍ୟସ୍ତରୀୟ ଜୁନିୟର ହକି ପ୍ରତିଯୋଗିତା: ପୁରୀକୁ ୭-୦ ଗୋଲରେ ହରାଇଲା ଜଗତସିଂହପୁର ଟିମ୍

ଜଗତସିଂହପୁର, ୩/୧୧ : ଜଗତସିଂହପୁର ଜିଲ୍ଲାର ଜୁନିଅର ମହିଳା ହକି ଦଳକୁ ସଫଳତା। ରାଜ୍ୟ ସ୍ତରୀୟ ଜୁନିୟର ହକି ପ୍ରତିଯୋଗିତାରେ ପୁରୀ ଜିଲ୍ଲାକୁ ୭-୦ ଗୋଲରେ ହରାଇଲା ଜଗତସିଂହପୁର ଜିଲ୍ଲା ଟିମ୍। ଭୁବନେଶ୍ୱର କିଟ୍ ହକି ଷ୍ଟାଡିୟମରେ ଗତ ୨ ତାରିଖରୁ ହକି ଆସୋସିଏସନ ଓଡ଼ିଶା ଦ୍ୱାରା ରାଜ୍ୟ ସ୍ତରୀୟ ଜୁନିୟର ମହିଳା ହକି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏହି ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲା ପ୍ରଥମ ମ୍ୟାଚରେ ପୁରୀ ଜିଲ୍ଲାକୁ ୭-୦ ବ୍ୟବଧାନରେ ହରାଇଛି। ଜଗତସିଂହପୁରର ଏହି […]

ଅପରାଧ ରାଜ୍ୟ

ବନ୍ଦ ଘରୁ ମିଳିଲା ଯୁବତୀଙ୍କ ମୃତଦେହ, ପ୍ରେମିକ ସହ ଝଗଡ଼ା ପରେ ଓଢଣୀରେ ଝୁଲିପଡିଲେ !

ଭୁବନେଶ୍ବର ୦୩।୧୧ : ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରୁ ମିଳିଛି ମୃତଦେହ। ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମୃତ ଯୁବତୀ ହେଲେ ନୟାଗଡ ଅଞ୍ଚଳର ସ୍ନେହଳତା ସ୍ଵାଇଁ । ଉଭୟଙ୍କ ପରିବାର ସହମତିରେ ନିଜ ପ୍ରେମିକ ସହ ବିବାହ ଠିକ ହୋଇଥିଲା । ମଙ୍ଗଳବାର ସନ୍ଧ୍ୟାରେ କୌଣସି […]

ଅପରାଧ ରାଜ୍ୟ

ଶ୍ରୀମନ୍ଦିର ଭିତର କାଠରେ ପଡିଲା ରକ୍ତର ଛିଟା, ମହାପ୍ରଭୁଙ୍କ ହେଲା ମହାସ୍ନାନ

ପୁରୀ ୦୩।୧୧ : ଶ୍ରୀମନ୍ଦିରରେ ବଡ ଠାକୁରଙ୍କ ବଡ ମହାସ୍ନାନ। ମଙ୍ଗଳାଆରତୀ ପରେ ମଇଲମ, ତଡପଲାଗି ନୀତି ଅନୁଷ୍ଠିତ ହେବା ପରେ ଭିତର କାଠନିକଟରେ ରକ୍ତ ପଡିଥିବା ଯୋଗୁଁ ଶ୍ରୀଜୀଉଙ୍କୁ ମହାସାନ୍ନକରାଯାଇଛି। ବଡମହାସାନ୍ନ ଯୋଗୁଁ ଦର୍ଶନ ବନ୍ଦ ହୋଇଥିଲା। ଦେଢ ଘଣ୍ଟା ଧରି ଦର୍ଶନ ବନ୍ଦ ହେବା ପରେ ଏବେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଛି। ସେହିପରି ଆଜି ମଧ୍ୟ ଧାଡିରେ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ମହିଳାମାନଙ୍କ ଆଜି ପବିତ୍ର ସୁଦଶା ବ୍ରତ […]

ଦେଶ ବିଦେଶ ମନୋରଞ୍ଜନ

ଅଭିନେତା ଟିମ୍‌ଙ୍କ ପୁଅ କରମାକ୍ ରୋଥଙ୍କର ଦେହାନ୍ତ, କ୍ୟାନସରରେ ଥିଲେ ପୀଡିତ

ମୁମ୍ଵାଇ ୦୨।୧୧: ନିକଟରେ ହଲିଉଡ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଯାହା ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗି ଦେଇଛି। ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ବହୁତ ସଂଗ୍ରାମ କରିବା ପରେ ସଙ୍ଗୀତକାର ତଥା ଅଭିନେତା ଟିମ୍ ରୋଥଙ୍କ ପୁଅ କରମାକ୍ ରୋଥଙ୍କର ଦେହାନ୍ତ ହୋଇଛି। ତାଙ୍କ ପରିବାରର ଏହି ଖବରକୁ ନେଇ ନିଶ୍ଚିତ କରିଛନ୍ତି। ୨୫ ବର୍ଷ ବୟସରେ କରମାକ୍‌ ରୋଥ୍‌ ଦୁନିଆକୁ ଅଲବିଦା କହିଛନ୍ତି। ପରିବାର ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି […]

ଦେଶ ବିଦେଶ ମନୋରଞ୍ଜନ

ସାମନ୍ଥାଙ୍କ ପାଇଁ ଚିନ୍ତିତ ହେଲେ ପୂର୍ବ ସ୍ଵାମୀ ନାଗା, ଖୁବ୍‌ ଶୀଘ୍ର କରିବେ ସାକ୍ଷାତ !

ମୁମ୍ଵାଇ ୦୨।୧୦: ସାଉଥ ସୁନ୍ଦରୀ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃ। ବର୍ତ୍ତମାନ ସେ ଏକ ଭୟଙ୍କର ରୋଗ ମାୟୋସିଟିସର ସମ୍ମୁଖୀନ ହେଉଛନ୍ତି। ସାମନ୍ଥାଙ୍କ ସ୍ଵାସ୍ଥ୍ୟ ବିଷୟରେ ଜାଣି ସମସ୍ତେ ଚକିତ ହେବା ସହ ତାଙ୍କ ଦୃଢ ରହିବାକୁ କହିଛନ୍ତି। ଛାଡପତ୍ର ପରେ ମଧ୍ୟ ସାମନ୍ଥାଙ୍କ ପୂର୍ବତନ ସ୍ଵାମୀ ନାଗା ଏବଂ ତାଙ୍କ ପରିବାର ଏହି କଷ୍ଟ ସମୟରେ ଅଭିନେତ୍ରୀଙ୍କ ସହ ଠିଆ ହୋଇଥିବା ନେଇ ଜଣାପଡିଛି। ସୂଚନା ଅନୂଯାୟୀ ତାଙ୍କ ପୂର୍ବତନ ସ୍ଵାମୀ ନାଗା ଚୈତନ୍ୟ ଏବଂ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୬ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୨।୧୧: ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫ ଜଣ କ୍ୱାରେଣ୍ଟାଇନ୍ ରହିଥିବା ବେଳେ ୧୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୦୪ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬୧୯୫କୁ ବୃଦ୍ଧି ପାଇଛି । […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ପଞ୍ଚୁକରେ ଦର୍ଶନ ବ୍ୟବସ୍ଥା: ସିଂହଦ୍ବାରରେ ବାରିକେଡିଂ

ପୁରୀ: ଦୁଇଦିନ ପରେ ପଞ୍ଚୁକ। ଏହି ୫ ଦିନ କାର୍ତ୍ତିକ ମାସର ସବୁଠୁ ପୁଣ୍ୟ ଦିନ ଭାବେ ବିବେଚନା କରାଯାଏ। ସେପଟେ ଶ୍ରୀଜିଉ ବି ଏହି ୫ ଦିନ ୫ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏ ଦୃଷ୍ଟିରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରତିବର୍ଷ ପଞ୍ଚୁକରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲ‌ାଗେ। କୋଭିଡ୍‌ଜନିତ କଟକଣା ଯୋଗୁ ଭକ୍ତମାନେ ତିନି ବର୍ଷ ଧରି ଏହି ଦୁର୍ଲ୍ଲଭ ଦର୍ଶନରୁ ବଞ୍ଚିତ ଥିଲେ। କିନ୍ତୁ ଚଳିତବର୍ଷ ପଞ୍ଚୁକରେ କୋଭିଡ୍‌ଜନିତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କୋଭିଡ ଜଟିଳତା ଅନୁଧ୍ୟାନ ନେଇ କମିଟି ଗଠନ କଲେ ସରକାର

ଭୁବନେଶ୍ବର: ଗତବର୍ଷ ମେ’ ୧୫ତାରିଖରେ ଓଡ଼ିଶା ସରକାର କୋଭିଡ ପରିଚାଳନା ନେଇ ଏକ ଉଚ୍ଚସ୍ତରୀୟ ଉପଦେଷ୍ଟା ମଣ୍ଡଳୀ ଗଠନ କରିଥିଲେ। ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନ ବା ପିଏଚ୍‌ଏଫ୍‌ଆଇର ସଭାପତି କେ.ଶ୍ରୀନାଥ ରେଡ୍ଡୀଙ୍କ ନେତୃତ୍ବରେ ଗଠିତ ଏହି କମିଟିରେ ଦେଶର ପ୍ରମୁଖ ଡାକ୍ତରଙ୍କୁ ନିଆଯାଇଥିଲା। ରାଜ୍ୟରେ କୋଭିଡର ସମ୍ଭାବ୍ୟ ପରବର୍ତୀ ଲହର, ଭିତ୍ତିଭୂମି ବିକାଶ ଓ ଟିକାକରଣ ଉପରେ ରଣନୀତି କମିଟି ପ୍ରସ୍ତୁତ କରିବ ବୋଲି କୁହାଯାଇଥିଲା। ଏହାଭିତରେ ରାଜ୍ୟରେ କୋଭିଡର ତୃତୀୟ ଲହର ଶେଷ ହେବା ସହିତ […]

ଅପରାଧ ଦେଶ ବିଦେଶ

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ, ୩ ନଭେମ୍ବରରେ ହେବ ପଚରାଉଚରା…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ ନୋଟିସ ପଠାଇଲା ଇଡି । ଅବୈଧ ଖନନ ଏବଂ ଅର୍ଥ ହେରଫେର ମାମଲାରେ ଇଡି ହେମନ୍ତ ସୋରେନଙ୍କୁ ଏହି ସମନ ପଠାଇଛି। ମିଳିଥିବା ସୂଚନା ଅନୁଯାୟୀ, ହେମନ୍ତ ସୋରେନଙ୍କୁ ୩ ନଭେମ୍ବର ସାଢ଼େ ୧୧ ଟାରେ ପଚରାଉଚରା ପାଇଁ ଡକାଇଛି। ଇଡିକୁ ବିଧାୟକ ପଙ୍କଜ ମିଶ୍ରାଙ୍କ ସାହେବଗଞ୍ଜ ସ୍ଥିତ ଘରେ ରେଡ୍ ସମୟରେ ଏକ ଲଫାଫା ମିଳିଥିଲା। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ ସହ ଜଡ଼ିତ ଚେକବୁକ୍ ରହିଥିଲା। ୨ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଫେରୁଛି ସାର୍କ ଟ୍ୟାଙ୍କ୍ ଇଣ୍ଡିଆ ସୋ’, ସିଜିନ୍-୨ ରେ ଦେଖିବାକୁ ମିଳିବେ ନୂଆ ଇନଭେଷ୍ଟର

ନୂଆଦିଲ୍ଳୀ: ଦୀର୍ଘ ଦିନର ଅପେକ୍ଷା ପରେ ‘ସାର୍କ ଟ୍ୟାଙ୍କ୍ ଇଣ୍ଡିଆ’ ଫ୍ୟାନ୍ସଙ୍କୁ ଭେଟିଦେବାକୁ ଯାଉଛନ୍ତି ଦ୍ବିତୀୟ ସିଜିନ୍। ସିଜିନ୍ ୧ ର ବିରାଟ ସଫଳତା ପରେ ଏବେ ପୁଣିଥରେ ଫେରୁଛନ୍ତି ସାର୍କ। ସୋ’ ର ମେକର୍ସ ଆସନ୍ତା ସିଜିନ୍ ପାଇଁ ପ୍ରସ୍ତୁତି କରୁଛନ୍ତି। ତେବେ ଦ୍ବିତୀୟ ସିଜିନରେ ଫ୍ୟାନ୍‌ଙ୍କୁ କିଛି ପୁରୁଣା ଚେହେରା ସହ ନୂଆ ସାର୍କଙ୍କୁ ଦେଖିବାକୁ ମିଳିବ । ରିପୋର୍ଟ ଅନୁଯାୟୀ, ଦ୍ବିତୀୟ ସିଜିନ୍‌ରେ କାରଦେଖୋ ଗ୍ରୁପ୍ ଏବଂ ଇନସ୍ୟୁରାନ୍ସଦେଖୋ.କମ୍ ର ସିଇଓ ଅମିତ […]