ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୀ ଗସ୍ତରେ 5ଟି ସଚିବ, ଶ୍ରୀସେତୁ କାର୍ଯ୍ୟର କଲେ ସମୀକ୍ଷା

ପୁରୀ ୧୨।୧୧ : ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି 5 ଟି ସଚିବ ଭି କେ ପାଣ୍ଡିଆନ୍। ଏଥିସହ ଶ୍ରୀସେତୁ ନିର୍ମାଣ କାଯ୍ୟର ଅନୁଧ୍ୟାନ ମଧ୍ୟ କରିଛନ୍ତି । ଖବର ଅନୁଯାୟୀ, ଶନିବାର ସକାଳେ 5 ଟି ସଚିବ ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନସ୍ଥ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ। ପରେ ମା ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ। ଏହାପରେ 5-ଟି […]

ରାଜନୀତି ରାଜ୍ୟ

ପଦ୍ମପୁର ଉପନିର୍ବାଚନ, ପ୍ରଦୀପ ପୁରୋହିତ ହେଲେ ବିଜେପିର ବିଧାୟକ ପ୍ରାର୍ଥୀ

ଭୁବନେଶ୍ୱର ୧୨।୧ : ପଦ୍ମପୁର ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ଘୋଷଣା । ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ହେଲେ ପ୍ରାର୍ଥୀ । ଏନେଇ ବିଦ୍ଧିବଧ ଭାବେ ଘୋଷଣା କରିଛି ବିଜେପି କେନ୍ଦ୍ରୀୟ କମିଟି । ଡିସେମ୍ବର ୫ରେ ହେବାକୁ ଥିବା ପଦ୍ମପୁର ଉପନିର୍ବାଚନରେ ପ୍ରଦୀପ ପୁରୋହିତ ଲଢ଼ିବେ। ଆସନ୍ତା ନଭେମ୍ବର ୧୪ ତାରିଖରେ ପ୍ରଦୀପ ନାମାଙ୍କନପତ୍ର ଦାଖଲ କରିବେ। ଖବର ଅନୁଯାୟୀ, ପ୍ରଦୀପ ପୁରୋହିତ ୨୦୧୪ରୁ ୨୦୧୯ ଯାଏଁ ପଦ୍ମପୁର […]

ଅପରାଧ ରାଜ୍ୟ

ଘରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ, ସ୍ୱାମୀଙ୍କ ନାଁରେ ହତ୍ୟା ଅଭିଯୋଗ

ବାରିପଦା ୧୨।୧୧ : ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ । ସ୍ୱାମୀ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ । ବାରିପଦା ଟାଉନ୍‌ ଥାନା ହାଉସ୍କୁଲ ପାଖ ଓ୍ୱାର୍ଡ ନଂ ୪ରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମୃତ ମହିଳା ସସ୍ମିତ ଜେନା ଓ ସ୍ୱାମୀ ମନୋଜ କୁମାର ଜେନାଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଏପିରିକି ମନୋଜ ନିଜ ସ୍ତ୍ରୀଙ୍କୁ ମାନସିକ ଓ ଶାରୀରିକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୧୫ ଡିଗ୍ରି ତଳେ ରାଜ୍ୟର ୭ସହର

ଭୁବନେଶ୍ବର : ରାଜ୍ୟର ୭ ସହରର ତାପମାତ୍ରା ଆଜି ୧୫ ଡିଗ୍ରି ତଳେ ରହିଛି। ଗତରାତିରେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସର୍ବନିମ୍ନ ୧୨.୫ ଡିଗ୍ରି ରେକର୍ଡ କରାଯାଇଥିଲା। ଏହାବ୍ୟତୀତ, କୋରାପୁଟର ସେମିଳିଗୁଡ଼ାରେ ୧୨.୯ ଡିଗ୍ରି, ବୌଦ୍ଧରେ ୧୩ ଡିଗ୍ରି, କୋରାପୁଟରେ ୧୪.୨ ଡିଗ୍ରି, ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୧୪ଡିଗ୍ରି ଓ କୋରାପୁଟରେ ୧୪.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା। ଭବାନୀପାଟଣାରେ ୧୫.୫ ଡିଗ୍ରି ରାତ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକ ଓ ଭୁବନେଶ୍ବରରେ ୨୦ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସରକାରୀ ନିୟମକୁ ଫୁ: ରାହାସ ମେଳଣରେ ଅଶ୍ଲୀଳ ଡ୍ୟାନ୍ସ, ଡିଜେ ଧୂନରେ କମ୍ପିଲା ଗାଁ ଦାଣ୍ଡ

ସାଲେପୁର ୧୨/୧୧: ରାହାସ ମେଳଣ ଉତ୍ସବରେ ସରକାରୀ ନିୟମକୁ ଖୁଲମ ଖୁଲା ଉଲ୍ଲଂଘନ । ଭସାଣି ଶୋଭାଯାତ୍ରାରେ ଦେଖିବାକୁ ମିଳିଛି ଅଶ୍ଲୀଳ ନୃତ୍ୟ । ଜିଡେର ତାଳେ ତାଳେ ନାଚିଲେ ଯୁବକ ଯୁବତୀ । ଭୁଲିଗଲେ ସାଧାରଣ ଲୋକଙ୍କ କଥା । ଯୁବକ ଯୁବତୀ ଏକାଠି ନାଚି ନାଚି କମ୍ପାଇଦେଲେ ମେଳଣ ପଡିଆ । ସବୁ ଦେଖି ଅଣଦେଖା କରିଦେଇ ଦର୍ଶକ ସାଜି ଡିଜେ ତାଳେ ତାଳେ ସହିତ ଯୁବତୀଙ୍କ ଅଶ୍ଲୀଳ ନୃତ୍ୟର ମଜା ଉପଭୋଗ କରିଥିଲେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଉପକୂଳ ରାଜପଥ ନକ୍ସା ପରିବର୍ତ୍ତନକୁ ବିରୋଧ: କୁନି ଛାତ୍ରଙ୍କ ଚିଠିକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ମାଛଗାଁ : ଉପକୂଳ ରାଜପଥ ନକ୍ସାକୁ ବିରୋଧ କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଜଣେ କୁନିଛାତ୍ର। ଏହି କୁନିଛାତ୍ରଙ୍କ ଚିଠି ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଭିତ୍ତିରେ ଏହି ରାଜପଥ ସ୍ଥାନାନ୍ତର ହେଲା, ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ରିପୋର୍ଟ ଦେବାପାଇଁ ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଆସନ୍ତା ଏକ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଛାତ୍ର […]

ରାଜ୍ୟ

ପାଟଣା ରେଞ୍ଜରେ ହାତୀପଲଙ୍କ ଉପଦ୍ରବ: ନଷ୍ଟ କଲେ ଏକର ଏକର ଫସଲ, ଭାଙ୍ଗିଲେ ଘର

ପାଟଣା ୧୨/୧୧: କେନ୍ଦୁଝର ପାଟଣା ରେଞ୍ଜରେ ମାତିଛନ୍ତି ହାତିପଲ । ମଲ୍ଲିପଶି ବିଟ୍ ଅଞ୍ଚଳରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ବିଳମ୍ବିତ ରାତିରେ ହାତୀପଲ ମୁଷାଖୋରୀ ଗାଁ କାଶିଆ ସାହିରେ ୩ଟି ଘର ଭାଙ୍ଗି ଦେଇଛନ୍ତି । ଫଳରେ ଘର ଭିତରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ହାତୀପଲ ଏ ଅଞ୍ଚଳରେ ଏକର ଏକର ପାଚିଲା ଧାନକୁ ଦଳି ଚକଟି ନଷ୍ଟ କରିଛନ୍ତି, ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ଲୋକେ […]

ରାଜ୍ୟ

ଶୌଚ ହେବାକୁ ଯାଇଥିଲେ, ଆଉ ଫେରିଲେନି…

କାମାକ୍ଷାନଗର ୧୨।୧୧: ପୋଖରୀରେ ବୁଡ଼ି ମହିଳାଙ୍କ ମୃତ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଦ୍ମ ପୋଖରୀ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ମୃତ ମହିଳାଙ୍କ ନାମ ରାଧା ଦେହୁରୀ  ବୋଲି ଜଣାପଡିଛି । ଖବର ଅନୁଯାୟୀ, ଶନିବାର ଭୋର ସମୟରେ ମହିଳା ଜଣକ ଘର ନିକଟରେ ଥିବା ପାଖ ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ଅସାବଧାନତା କାରଣରୁ ଗୋଡ଼ ଖସିଯିବାରୁ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ବହୁ […]

ଅପରାଧ ରାଜ୍ୟ

ବିଭତ୍ସ ହତ୍ୟା : ମୁଣ୍ଡରୁ ଅଲଗା କରିଦେଲେ ଗଣ୍ଡି, ୨ଜଣଙ୍କୁ ଅଟକ ରଖିଛି ପୋଲିସ

ଉଦଳା ୧୨।୧୧ : ଅତି ବିଭତ୍ସ ହତ୍ୟା । ମୁଣ୍ଡରୁ ଅଲଗା କରିଦେଲେ ଗଣ୍ଡି । ମୃତକଙ୍କ ନାମ ଗୁରୁବାରୀ ସିହଂ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ସାରଜମଡିହି ଗାଁରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି । ଖବର ଅନୁଯାୟୀ, ଗୁରୁବାରୀ ସିଂ ଏବଂ ତାଙ୍କ ପରିବାର ଲୋକେ ଶୁକ୍ରବାର ଫୁଟବଲ ଖେଳ ଦେଖିବା ନିମନ୍ତେ ଯାଇଥିଲେ । ଏହି ସମୟରେ ଘରେ ଏକୁଟିଆ ରହିଥିଲେ ଠୁଙ୍ଗୁରୁ ସିଂହ  । ଗୁରୁବାରୀ ଏବଂ […]

ଅପରାଧ ରାଜ୍ୟ

ବିଳମ୍ୱିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଦୁଇ ଜୀବନ

ମହାକାଳପଡା ୧୨/୧୧: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଜୟଚନ୍ଦ୍ରପୁର ଛକ ନିକଟରେ ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣା ଘଟି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଦୁଇଜଣ ହେଲେ ଚତୁର୍ଭୁଜ ଦାସ ଏବଂ ମହେନ୍ଦ୍ର ଶତପଥୀ ଦୁଇ ଯୁବକଙ୍କ ଘର କରଂଜ ଗ୍ରାମରେ । ବିଳମ୍ବିତ ରାତିରେ ମୃତ ଯୁବକ ଦୁଇଜଣଙ୍କୁ ପୋଲିସ ଉଦ୍ଧାର କରି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ […]