ଅପରାଧ ରାଜ୍ୟ

ଚୋରି କରୁଥିବା ବେଳେ ମାଡ଼ିବସିଲେ, ନିର୍ଦ୍ଧୁମ ଛେଚିବା ପରେ ପୁଲିସ ଜିମା ଦେଲେ

ଚାନ୍ଦବାଲି: ଚୋରି କରିବା ସହିତ ମହିଳାଙ୍କୁ ଅସଦାଚରଣ କରୁଥିଲା ଚୋର। ଗ୍ରାମବାସୀଙ୍କ ହାତରେ ପଡ଼ି ନିର୍ଦ୍ଧୁମ ଛେଚା ଖାଇଲା। ପରେ ଥାନାକୁ ଗଲା। ଭଦ୍ରକ ଚାନ୍ଦବାଲୀ ବ୍ଲକ ବାଂଶଡ଼ା ଥାନା ଅଧିନ ଚରଦିଆ ପଂଚାୟତରେ ଏଭଳି ଘଟଣା ଘଟିଛି। ଜୟୀରାମ ମାଝୀ ନାମକ ଜଣେ ଯୁବକ ଅଲେଖ ମାଝୀଙ୍କ ଘରେ ପସି ଚୋରି କରିବା ସହ ମହିଳାଙ୍କୁ ଅସଦାଚରଣ କରିବା ସମୟରେ ପରିବାର ଲୋକେ ଚୋରକୁ ମାଡ଼ିବସିଥିଲେ। ଏହାପରେ ଦଉଡ଼ିରେ ବାନ୍ଧି ନିର୍ଦ୍ଧୁମ ପିଟିଥିଲେ। ଏହାପରେ ଗ୍ରାମବାସୀମାନେ […]

ରାଜନୀତି ରାଜ୍ୟ

ନିର୍ବାଚନୀ ଇତିହାସରେ ପଦ୍ମପୁର: କିଏ କେବେ ଜିତିଲେ

ସମ୍ବଲପୁର ଜିଲ୍ଲା ବରଗଡ଼ ସବ୍‌ଡିଭିଜନ ଅଧୀନରେ ଥିଲା ପଦ୍ମପୁର ଅଂଚଳ। ବ୍ରିଟିଶ ଶାସନ ସମୟରେ ବୋଡ଼ାସମ୍ବର ଜମିଦାର ରାଜା ଉପାଧି ପାଇଥିଲେ। ଲାଲ ରଣଜିତ ସିଂ ବରିହାଙ୍କ ପିତା ରାଜେନ୍ଦ୍ର ସିଂ ବରିହା ପ୍ରାକ୍ ସ୍ବାଧୀନତା ପ୍ରଥମ ବିଧାନସଭା ୧୯୩୭ରେ କନିକା ରାଜା ନେତୃତ୍ବରେ ପରିଚାଳିତ ୟୁନାଇଟେଡ଼ ପ୍ରାର୍ଥୀ ଭାବରେ ପଶ୍ଚିମ ବରଗଡ଼ରୁ ଲଢ଼ି କଂଗ୍ରେସ ପ୍ରାର୍ଥୀ ସମ୍ବଲପୁର କଂସାରୀପଡ଼ାର ସ୍ବାଧୀନତା ସଂଗ୍ରାମୀ ପ୍ରହଲ୍ଲାଦ ଲାଠଙ୍କଠାରୁ ପରାସ୍ତ ହୋଇଥିଲେ। ସମ୍ବଲପୁର ଜିଲ୍ଲା କଂଗ୍ରେସ ଗୌରାଙ୍ଗ ମେହେରଙ୍କୁ ପ୍ରାର୍ଥୀ […]

ରାଜ୍ୟ

ମାତିଲେ ହାତୀ; ଭାଙ୍ଗିଲେ ଘର ଉଜାଡ଼ିଲେ ଧାନ ଫସଲ, ଭୟଭୀତ ଲୋକେ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜର ୨୪ଟି ହାତୀ ଏକ ଦଳରେ ଆସି ଉତ୍‌ପାତ ଜାରି ରଖିଛନ୍ତି। ଘର ଭାଙ୍ଗିବା ସହ ଏକର ଏକର ଧାନ ପସଲ ନଷ୍ଟ କରିଛନ୍ତି। ହାତୀପଲଙ୍କ ଉପଦ୍ରବରେ ଲୋକ ଭୟଭୀତ ହୋଇପଡ଼ିଛନ୍ତି। ଗତକାଲି ବିଳମ୍ବିତ ରାତିରେ ୨୪ ହାତୀଙ୍କ ଦଳ ମଲ୍ଲିପଶି ବିଟ୍ ଅଞ୍ଚଳରେ ଏକର ଏକର ଧାନ ଫସଲ ଦଳି ଚକଟି ନଷ୍ଟ କରିଦେଇଥିଲେ। ଏହାପରେ ଗାଁ ମୁହାଁ ହୋଇ ଲୋକଙ୍କ ଘର ଭାଙ୍ଗିଥିଲେ। କାଶିଆ ଗାଁ ମୁଣ୍ଡା ସାହିରେ […]

ଅପରାଧ ରାଜ୍ୟ

ନାଗ ସାପ ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ଗିରଫ; ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ

ବଲାଙ୍ଗୀର: ସାପ ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ଗିରଫ। ବଲାଙ୍ଗୀର ପୁଇଁତଳା ବିଲେଇ ସର୍ଡା ଗାଁରେ ନାଗସାପ ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ବୀର ବିଶ୍ୱାଳଙ୍କୁ ଗିରଫ କରିଛି ବନ ବିଭାଗ। ନ୍ୟୁଜ-୭ରେ ଖବର ପ୍ରକାଶ ପରେ ବନ ବିଭାଗରେ କାର୍ଯ୍ୟନୁଷ୍ଠାନ ନେଇଛି। ଅଭିଯୁକ୍ତ ବୀର ବିଶ୍ୱାସ ଏକ ନେଲକଟର ସାହାଯ୍ୟରେ ନାଗସାପର ଦାନ୍ତ ଭାଙ୍ଗିଥିଲା। ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ପରିବେଶବିତ ଓ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୧୬ରେ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ବର : ଆସନ୍ତା ୧୬ ତାରିଖ ଆଡ଼କୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ତେବେ ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ ଓ ଏହା କେତେ ଘନୀଭୂତ ହେବ, ସେନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳି ପାରିନାହିଁ। ଅପରପକ୍ଷେ ଆସନ୍ତା ୩ରୁ ୪ଦିନ ଭିତରେ ରାଜ୍ୟର ତାପମାତ୍ରା ୩ରୁ ୪ ଡିଗ୍ରି ଯାଏ ତଳକୁ ଖସିବ ବୋଲି ଜଣାପଡ଼ିଛି।  ଶନିବାର ଦିନ ୪ସହରର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଖସିଲା ପାରଦ, ରାଜ୍ୟରେ ବଢିବ ଶୀତ

ଭୁବନେଶ୍ୱର,୧୩।୧୧ : ପାରଦ ଖସିଛି । ହାଲୁକା ଥଣ୍ଡା ଅନୁଭୂତ ହେଲାଣି । ୫ଟି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିଛି । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩ଡିଗ୍ରୀ, କୋରାପୁଟ ୧୩, ଫୁଲବାଣୀ ୧୩.୫, ବୌଦ୍ଧ ୧୩.୫ ଓ ଭବାନୀପାଟଣା ୧୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଏହାବାଦ୍‌ ଦେବଗଡ଼ରେ ରାତି ପାରଦ ୧୬, କେନ୍ଦୁଝର ୧୬, ଝାରସୁଗୁଡ଼ା ୧୬.୬ ଡିଗ୍ରୀ ସେଲସିୟସ୍‌ ଥିଲା। ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଆସନ୍ତା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭଦ୍ରକରେ ଜମୁଛି ବାଲିଯାତ୍ରା, ଶୀତ ରାତିରେ ମେଳାର ମଜା ନେଉଛନ୍ତି ଦର୍ଶକ

ଭଦ୍ରକ ୧୩।୧୧: ଏତେ ଦିନ ପରେ ଭକ୍ରକରେ ଜମୁଛି ବାଲିଯାତ୍ରା । କାରଣ ଗତ କେଇ ବର୍ଷ ହେଲା ବାଲିଯାତ୍ରା ପାଳନ ହେଉନଥିଲା । କରୋନା କଟକଣା ନଥିବାରୁ ପୁଣି ପୁରୁଣା ଦିନ ଭଳି ବାଲିଯାତ୍ରା ଦେଖିବାକୁ ମିଳିଛି ଭିଡ ।  ଭଦ୍ରକର ବାଉଦପୁର ଠାରେ ହରିହର ପୂଜା କମିଟି ଏହି ବାଲିଯାତ୍ରା ଆୟୋଜନ କରିଛି । ହରିହରଙ୍କ ମନ୍ଦିର ଠାରେ ଏହା ୭ ଦିନ ଧରି ଚାଲିବ । ସନ୍ଧ୍ୟା ହେବା କ୍ଷଣି ମେଳା ପଡିଆ ଫୁଲ୍‌। […]

ଅପରାଧ ରାଜ୍ୟ

୧୦ ଲକ୍ଷର ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୪ ଗିରଫ

ଭୁବନେଶ୍ବର ୧୨।୧୧ : ଥମୁନି ଧଳାଜହର କାରବାର । ଭୁବନେଶ୍ୱରରୁ ପୁଣି ଜବତ ହେଲା ବ୍ରାଉନସୁଗାର । ନୟାପଲ୍ଲୀ ଥାନା ଅଞ୍ଚଳରୁ ୧୦୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ ହୋଇଛି । ଏହାସହିତ ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଲେ ଭୁବନେଶ୍ୱର ଡିସିପି ପ୍ରତୀପ ସିଂହ । ଖବର ଅନୁଯାୟୀ, ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ବ୍ରାଉନ୍‌ସୁଗାର କାରବାର ନେଇ ପୋଲସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୋଲିସ ଉକ୍ତ ସ୍ଥାନରେ ଚଢାଉ କରି ୧୦୦ ଗ୍ରାମର […]

ଅପରାଧ ରାଜ୍ୟ

ଟାଟା ମ୍ୟାଜିକ୍‌ ଧକ୍କାରେ ଜଣେ ମୃତ, ୨ ଗୁରୁତର

ମୁନିଗୁଡ଼ା ୧୨।୧୧ : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା କରଡ଼ାବଦ୍ଧ ଗାଁର ଦୁର୍ଘଟଣା । ଟାଟା ମ୍ୟାଜିକ୍‌ ଧକ୍କାରେ ଜଣେ ମଇଁଷି ଚରାଳିଙ୍କ ମୃତ୍ୟୁ ହୋଇଥିବା ୨ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, କରଡ଼ାବନ୍ଧ ଗାଁର ପୁଲନ୍ଦର ସିକ୍‌କା ସକାଳୁ ୨ଟି ମଇଁଷି ନେଇ ଚରାଇବାକୁ ଯାଉଥିଲା । ରାସ୍ତା ପାର୍‌ ହେଉଥିବା ବେଳେ ଭୁରୁସିଖମାର ପଟୁ ଆସୁଥିବା ଏକ ଟାଟା ମ୍ୟାଜିକ୍‌ ପୁଲନ୍ଦରଙ୍କୁ ଧକ୍କା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଚର୍ଚ୍ଚାରେ ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ: ନିର୍ବାଚନ ଆଚରଣବିଧି ଅବଧି ମଧ୍ୟରେ ପଦୋନ୍ନତି ପ୍ରକ୍ରିୟା

ବୌଦ୍ଧ : ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ପଦ ନିର୍ବାଚନ ଉପରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାବାସୀଙ୍କ ନଜର ରହିଛି। ନିର୍ବାଚନ ଯୋଗୁଁ ବର୍ତ୍ତମାନ ଆଚରଣ ବିଧି ଲାଗୁ ରହିଛି। ଉପସଭାପତି ନିର୍ବାଚନ ପରେ ଏହି ଅବଧି ହଟିବ। ଏଭଳି ସମୟରେ ବ୍ୟାଙ୍କର ମୁଖ୍ୟନିର୍ବାହୀ ଅଧିକାରୀ (ସିଇଓ) ବ୍ୟାଙ୍କର ୨୦ ଜଣ ଅଧିକାରୀ ଓ କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟାରେ ସାକ୍ଷାତକାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ସମୟରେ ତରବରିଆ […]