ଅପରାଧ ରାଜ୍ୟ

ପାରିବାରିକ କଳହର କରୁଣ ପରିଣତି, କଟୁରୀ ଚୋଟରେ ଯୁବକ ଗୁରୁତର

ଭୁବନ ୧୪/୧୧: ରବିବାର ବିଳମ୍ବିତ ରାତିରେ ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା କୈବର୍ତ୍ତ ସାହିରେ ହୋଇଛି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । କଟୁରୀ ଚୋଟରେ କୈବର୍ତ୍ତ ସାହିର ମୋହନ ବେହେରାଙ୍କ ପୁଅ ଚତୁର୍ଭୁଜ ବେହେରା ଗୁରୁତର ହୋଇଛନ୍ତି । ତାଙ୍କର ଡାହାଣ ଜଙ୍ଘ ପାଖରୁ ଗୋଡ ପର୍ଯ୍ୟନ୍ତ ଧାରୁଆ କଟୁରୀରେ ହାଣି ଟିକ୍ ଟିକ୍ କରାଯାଇଥିବା ଦେଖିବାକୁ ମିଳିଛି । ପାରିବାରିକ କଳହ ଯୋଗୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ତେବେ ଚତୁର୍ଭୁଜ […]

ଅପରାଧ ରାଜ୍ୟ

ଗୋଟିଏ ଦିନରେ ଚୋରି, ୭ଟି ବସ୍‌ରେ କଳା କନା ବୁଲାଇଲେ

କଣ୍ଟାବାଞ୍ଜି ୧୪/୧୧: କଣ୍ଟାବାଞ୍ଜି ବସ ଷ୍ଟାଣ୍ଡରେ ରହୁଥିବା ୭ଟି ବସରୁ ଚୋରି । ବିଲମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ । ଚୋରମାନେ ଏକା ଥରକେ ୭ଟି ଅଧି ବସ୍‌ରୁ ଚୋରି କରିଥିବା ବେଳେ କିଏ କିଛି ଜାଣି ପାରିଲେ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ବସ ଷ୍ଟାଣ୍ଡରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ କେମିତି ଚୋର ମାନେ ବସ୍‌ରୁ ଚୋରି କରିବାରେ ସଫଳ ହେଲେ ତାହା ବର୍ତମାନ ସମୟରେ ପ୍ରଶ୍ନବାଚି ସୃଷ୍ଟି କରୁଛି […]

ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏକାସାଙ୍ଗେ ୪ଟି ସ୍ଥାନରେ ଚଢାଉ

ଉଦଳା ୧୪।୧୧: ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ଏକାକାଳୀନ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରୁଛି । ଭୁବନେଶ୍ୱର ସମେତ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲିନ୍ସ । […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଦିଘା ମୁହାଣରେ ଲାଗିଲା ବିରଳ ପ୍ରଜାତିର ମାଛ, ଦେଖିବାକୁ ଲାଗିଲା ଗହଳି

ଭୋଗରାଇ ୧୪/୧୧: ଓଡିଶା ପଶ୍ଚିମ ବଙ୍ଗ ସୀମାନ୍ତ ଦିଘା ମୁହାଣରେ ଏକ ବିରୋଳ ପ୍ରଜାତିର ଶଙ୍କର ଜାତୀୟ ମାଛ ଦେଖିବାକୁ ମିଳିଛି । ଯାହାର ଓଜନ ପ୍ରାୟ ୫୦୦-୫୫୦ କିଲୋଗ୍ରାମ ହେବ । ଏହାର ମୁହ ଲମ୍ବା କରତ ଭଳି ଦେଖିବାକୁ । ଏହା ସାଧାରଣତ ଗଭୀର ସମୁଦ୍ରରେ ଦେଖାଯାଏ । ମତ୍ସ୍ୟଜୀବୀମାନେ ଦାବି କରିଛନ୍ତି ଯେ ଏହି ବିରଳ ପ୍ରଜାତିର ମାଛରୁ ଜୀବନ ପ୍ରଦାନକାରୀ ଔଷଧ ତିଆରି କରାଯାଏ । ପାରାଦ୍ୱୀପର ଏକ ଟ୍ରଲରରେ ଏହି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିଶୁ ଦିବସ: ପଣ୍ଡିତ ଜବାହାର ଲାଲ୍‌ ନେହେରୁଙ୍କ ଜନ୍ମତିଥୀ, ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ସାଙ୍ଗକୁ ପ୍ରତିଯୋଗିତା

ଭୁବନେଶ୍ୱର ୧୪/୧୧: ଆଜିର ଶିଶୁ ହେଉଛନ୍ତି ଆସନ୍ତା କାଲିର ନାଗରିକ। ଦେଶର ଭବିଷତ ହେଉଛନ୍ତି ଆଜିର ଛୋଟ ଶିଶୁ। ଆମ ଦେଶରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ଭାବରେ ପାଳନ କରାଯାଏ। କାରଣ ଶିଶୁମାନଙ୍କୁ ଭଲ ପାଉଥିବା ଚାଚା ନେହେରୁଙ୍କ ଏହା ହେଉଛି ଜନ୍ମଦିନ । ସୂଚନା ଥାଉକି, ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ଚାଚା ନେହେରୁ । ପୁରା ନାମ ପଣ୍ଡିତ ଜବାହାରଲାଲ ନେହେରୁ । ନଭେମ୍ବର ୧୪ ଅର୍ଥାତ ଶିଶୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିଳ୍ପ ଶୋଷୁଛି ଭୂତଳ ଜଳ, ୨୮ ସଂସ୍ଥା ଉପରେ ୭୦ କୋଟି ବାକି

ଯାଜପୁର : ଯାଜପୁର ଜିଲ୍ଲାରେ ଶିଳ୍ପସଂସ୍ଥାଗୁଡ଼ିକ ଭୂତଳ ଜଳ ଶୋଷି ଚାଲିଥିବା ବେଳେ ଲୋକେ ପାନୀୟ ଜଳ ନପାଇ ଡହଳବିକଳ ହେଉଛନ୍ତି। କେ‌ତେକ ସଂସ୍ଥା ବିନା ଅନୁମତିରେ ଭୂତଳ ଜଳ ବ୍ୟବହାର କରୁଛନ୍ତି। ଅନ୍ୟ କେତେକ ନାମକୁ ମାତ୍ର ଅନୁମତି ନେଇ ଶହେ ଗୁଣ ଅଧିକ ବ୍ୟବହାର କରୁଛନ୍ତି। ପାନୀୟଜଳ ପାଇଁ ଜିଲ୍ଲାରେ ବିଭିନ୍ନ ସମୟରେ ଆନ୍ଦୋଳନ ମୁଣ୍ଡ ଟେକୁଛି। ଜିଲ୍ଲାରେ କାଳିଆପାଣି କ୍ରୋମ ଉପତ୍ୟକାର ୧୦ଖଣି, ୱାସିଂପ୍ଲାଣ୍ଟ, ଧର୍ମଶାଳା ଓ ବଡ଼ଚଣାର ଶହ ଶହ କ୍ରସର, […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ: ଜମି ଅଧିଗ୍ରହଣ ନୈରାଶ୍ୟଜନକ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ଗତ ୬୦ ବର୍ଷ ପୁରୁଣା ଦାବି, ତାଳଚେର-ବିମଳାଗଡ଼ା ରେଳପଥ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ଦେଖିବାକୁ ମିଳୁନି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପଶ୍ଚିମ ଓଡ଼ିଶାବାସୀ ଅନାୟାସରେ ରାଜ୍ୟ ରାଜଧାନୀ ସହ ଯୋଡ଼ି ହେବାସହ ଖଣିଜପଦାର୍ଥ ପରିବହନ ସମସ୍ୟାର ସମାଧାନ ହେବ। ମୋଟାମୋଟି ଭାବେ ଏହି ପ୍ରକଳ୍ପ ରାଜ୍ୟ ରାଜକୋଷକୁ ଆହୁରି ସମୃଦ୍ଧ କରିବ। ତଥାପି, ପ୍ରକଳ୍ପର କାର୍ଯ୍ୟକାରିତା ପ୍ରତି ଦୃଷ୍ଟି ଦେଉନାହାନ୍ତି ରାଜ୍ୟ ସରକାର। ଶିଥିଳ ଜମି ଅଧିଗ୍ରହଣ […]

ଅପରାଧ ରାଜ୍ୟ

ମାଳିପଦର ଏନ୍‌କାଉଣ୍ଟର୍‌ ସନ୍ଦେହ ବଢ଼ାଇଲା: ଗଞ୍ଜେଇ ଚାଲାଣ ବେଳେ ଗୁଳିମାଡ଼!

ଜୟପୁର : ମାଓବାଦୀ ନୁହନ୍ତି, ଗ‌ଞ୍ଜେଇ ଚାଲାଣ ବେଳେ ଗୁଳିମାଡ଼ କରାଯାଇଛି। ବୈପାରିଗୁଡ଼ା ଥାନା ଅନ୍ତର୍ଗତ ମାଳିପଦର ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରକୁ ନେଇ ଏଭଳି ସଂଗିନ୍‌ ଅଭିଯୋଗ କରିଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଅନ୍ତର୍ଗତ ସରଗିଗୁଡା ଗ୍ରାମବାସୀ। ସେହିପରି ଗତ ୧୦ତାରିଖ ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣାରେ ସୁରକ୍ଷା କର୍ମୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ପୁଲିସ ଆଜି ଶବ ହସ୍ତାନ୍ତର କଲେ ବଡ଼ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି। ଗତକାଲି […]

ରାଜ୍ୟ ସ୍ୱାସ୍ଥ୍ୟ

ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ୍‌ରେ ପୁଣି ବ୍ୟାପିଲା ଝାଡ଼ାବାନ୍ତି, ଦୁଇଦିନରେ ୪ ଗାଁରୁ ୧୧ ଆକ୍ରାନ୍ତ

ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ୍‌ରେ ପୁଣି ଝାଡ଼ାବାନ୍ତି ବ୍ୟାପିଛି। ଗତ ଦୁଇଦିନ ମଧ୍ୟରେ ୪ଟି ଗାଁର ୧୧ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାପରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। କିଛି ଆକ୍ରାନ୍ତ ତେନ୍ତୁଳିଖୁଣ୍ଟି ଗୋ‌ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବାପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟମାନେ ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ, ଝାଡ଼ାବାନ୍ତି ବ୍ୟାପିବାର କାରଣ ଓ ଆକ୍ରାନ୍ତଙ୍କ ସଂପର୍କରେ ସଠିକ୍‌ ସୂଚନା ଦିଆଯାଇନି। ସୂଚନା ଅନୁଯାୟୀ, ଗତ […]

ଅପରାଧ ରାଜ୍ୟ

ପୂର୍ବଶତ୍ରୁତାକୁ ନେଇ ଠିକାଦାରଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି

ରାଉରକେଲା ୧୩।୧୧: ରାଉରକେଲାର ଝିରିପାଣି ଅଞ୍ଚଳରେ ଫୁଟିଲା ଗୁଳି । ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ । ବାଞ୍ଛା ତନ୍ତି ନାମକ ଠିକାଦାରଙ୍କୁ ଗୁଳିମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି । ଠିକାଦାରଙ୍କ ଡାହାଣ ଗୋଡରେ ବାଜିଛି ଗୁଳି। ତାଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚ୍‌ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଆଡ଼ିସିନାଲ ଏସ୍ପିଙ୍କ ସହ ସାଇଣ୍ଟିଫିକ ଟିମ ପହଞ୍ଚି ଯାଞ୍ଚ କରୁଛି। ଗାଁର ସ୍ଥାନୀୟ ଲୋକଙ୍କ ପୋଲିସକୁ ସୂଚନା ଦେଇଥିଲେ । ଝିରିପାଣି […]