ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଡଭାନୀଙ୍କୁ ଭାରତରତ୍ନ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଆଡଭାନୀଙ୍କ ଘରକୁ ଯାଇ ସେଠାରେ ତାଙ୍କୁ ଭାରତରତ୍ନରେ ସମ୍ମାନିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ବରିଷ୍ଠ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଗତକାଲି ରାଷ୍ଟ୍ରପତି ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ମହାନ ଚାଷୀ ନେତା ଚୌଧୁରୀ ଚରଣ ସିଂହ, […]

ରାଜ୍ୟ

ଛତିଶଗଡ଼ରେ ସକ୍ରିୟ ଘୂର୍ଣ୍ଣିବଳୟ, ୨ରୁ ବଢ଼ିବ ତାତି

ଭୁବନେଶ୍ବର: ଛତିଶଗଡ଼ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଓ କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର କିଛି ଅଞ୍ଚଳରେ ମେଘୁଆ ପାଗ ଲାଗିରହିଛି। ଦିନର ତାପମାତ୍ରା ଗତକାଲି ତୁଳନାରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ା ଓ ରାୟଗଡ଼ାରେ ୩୮.୬, ପାରଳାଖେମୁଣ୍ଡି ଓ ବଲାଙ୍ଗୀରରେ ୩୮ ଡିଗ୍ରି ରହିଥିଲା। ଏପ୍ରିଲ ୧ ଓ ୨ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୨ରୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବାଇଡେନ୍‌ଙ୍କ ହାତଗୋଡ଼ ବନ୍ଧା ଫଟୋ

ୱାସିଂଟନ: ୨୦୨୪ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ। ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନିର୍ବାଚନ ପ୍ରଚାରରେ ନିୟୋଜିତ ଅଛନ୍ତି। ଟ୍ରମ୍ପଙ୍କ ପ୍ରଚାର ଅଭିଯାନ ସହ ଜଡିତ କେତେକ ଗାଡିରେ ବାଇଡେନଙ୍କ ହାତ‌ଗୋଡ଼ ବନ୍ଧାଥିବା ଫଟୋ ଲଗାଯିବା ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି । ଫଟୋରେ ଦେଖିବାକୁ ମିଳିଛି ଯେ ବାଇଡେନଙ୍କ ହାତ ଓ ଗୋଡ଼ ଦଉଡ଼ିରେ ବନ୍ଧା ଯାଇଛି ଏବଂ ସେ ତଳେ ପଡ଼ିଛନ୍ତି। ପିକ୍ ଅପ୍ […]

ରାଜ୍ୟ

ୟୁ-ଟ୍ୟୁବ୍‌ ଦେଖି ପଢ଼ୁଥିଲେ: ଆଇଆଇଟିରେ ପଢ଼ିବେ ମୂଲିଆ ପୁଅ

ମାଲକାନଗିରି: ପଢ଼ିବା ପାଇଁ ସାଧନ ନଥିଲା। ବହୁ କଷ୍ଟରେ ସ୍ନାତକ ପର୍ଯ୍ୟାନ୍ତ ପଢ଼ିଲେ। ଏହାପରେ ନିଜ ଖର୍ଚ୍ଚ ବାହାର କରିବାକୁ ପିଲାଙ୍କୁ ଟ୍ୟୁସନ୍‌ କରୁଥିଲେ। କିନ୍ତୁ ପିଲାଦିନେ ଦେଖିଥିବା ସ୍ବପ୍ନ ସବୁବେଳେ ବିବ୍ରତ କରୁଥିଲା। ତେଣୁ ୟୁ-ଟ୍ୟୁବ୍‌ର ସହାୟତା ନେଇ ନିଜେ ନିଜେ ପଢ଼ି ଶେଷରେ ସଫଳତା ପାଇଛନ୍ତି। ଜେଇଇ ଆଡ୍‌ଭାନ୍ସରେ ୩୦୦୦ ରୢାଙ୍କ ରଖିଛନ୍ତି। ଆଗକୁ ଆଇଆଇଟିରେ ନାମ ଲେଖାଇବେ। ହେଲେ ଏଥିପାଇଁ ଆବଶ୍ୟକ ଅର୍ଥ ନାହିଁ। ସହାୟତାକୁ ଅପେକ୍ଷା କରିଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମ୍ୟାଚ୍‌ ଫିକ୍ସିଂ କରିଛନ୍ତି ମୋଦୀ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ଇଣ୍ଡି ମେଣ୍ଟ ରାଲିରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ ମ୍ୟାଚ୍ ଫିକ୍ସିଂ ବିନା ବିଜେପିର ‘୪୦୦ ପାର’ ସ୍ଲୋଗାନ ସମ୍ଭବ ନୁହେଁ। ପ୍ରଧାନମନ୍ତ୍ରୀ ‘୪୦୦ ପାର’କୁ କାର୍ଯ୍ୟକାରୀ କରିବା ପାଇଁ ‘ଅମ୍ପାୟାର’ ବାଛିଛନ୍ତି ଏବଂ ସେହି ଆଧାରରେ ସେମାନେ କାମ କରୁଛନ୍ତି। ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଅ’ ରାଲିକୁ ସମ୍ବୋଧିତ କରିବା ଅବସରରେ ରାହୁଲ କହିଛନ୍ତି ଯେ ଇଭିଏମ୍, ମ୍ୟାଚ୍ ଫିକ୍ସିଂ, ସୋସିଆଲ୍‌ ମିଡିଆ ଏବଂ […]

ରାଜ୍ୟ

କାୟାକଳ୍ପରେ ଏମ୍‌ସ ଭୁବନେଶ୍ବରକୁ ତୃତୀୟ ସ୍ଥାନ

ଭୁବନେଶ୍ବର: କାୟାକଳ୍ପ (ବି ଶ୍ରେଣୀ)ରେ ଏମ୍‌ସ ଭୁବନେଶ୍ବର ତୃତୀୟ ସ୍ଥାନ ଅଧିକାର କରିଛି। ୨୨ଟି ନୂତନ ଏମ୍‌ସ ସମେତ ଜାତୀୟସ୍ତରୀୟ ୫୦ରୁ ଅଧିକ ଡାକ୍ତରଖାନା ମଧ୍ୟରେ ଏମ୍‌ସ ଭୁବନେଶ୍ବର, ଏମ୍‌ସ ଋଷିକେଶ, ଏମ୍‌ସ ରାୟପୁର ଓ ଏମ୍‌ସ ପାଟନା ତୃତୀୟ, ଏମ୍‌ସ ଭୋପାଳ ଦ୍ବିତୀୟ ଏବଂ ଦାଦରନଗର ହାବେଳିସ୍ଥିତ ଶ୍ରୀ ବିନୋବା ଭାବେ ସିଭିଲ ହସ୍ପିଟାଲ, ସିଲଭାସା ପ୍ରଥମ ସ୍ଥାନ ଅଧିକାର କରିଥିବା ସୂଚନା ଦେଇଛନ୍ତି ଏମ୍‌ସ ଭୁବନେଶ୍ବର ଅଧୀକ୍ଷକ ପ୍ରଫେସର ଦିଲ୍ଲୀପ ପରିଡ଼ା। ଏଥିରେ ପୁରସ୍କାର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦୁର୍ନୀତିକୁ ବଞ୍ଚାଇବାରେ ବିରୋଧୀ ବ୍ୟସ୍ତ: ମୋଦୀ

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନ ‘ବିକଶିତ ଭାରତ’ ପାଇଁ ଦେଶବାସୀଙ୍କ ଦୃଢ଼ ସଂକଳ୍ପର ପରିଚାୟକ ହେବ। ଗତ ୧୦ ବର୍ଷର ଏନ୍‌ଡିଏ ଶାସନ ଏ ଦିଗରେ କେବଳ ଏକ ଟ୍ରେଲର୍‌ ଥିଲା। ସରକାର ତୃତୀୟ ପାଳିରେ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ବହୁତ ବଡ଼ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ଉତ୍ତରପ୍ରଦେଶର ମିରଟରୁ ଲୋକସଭା ନିର୍ବାଚନ ପ୍ରଚାର ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ବିକଶିତ ଭାରତ’ ଗଠନ […]

ରାଜ୍ୟ

କାକଟପୁର ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ୍‌ ଉପରେ ସମସ୍ତଙ୍କ ନଜର

ଅସ୍ତରଙ୍ଗ: କାକଟପୁର ନିର୍ବାଚନମଣ୍ଡଳୀରେ ରାଜନୀତି ଉଷ୍ମତା ବଢ଼ୁଛି। ପୁରୀ ଜିଲ୍ଲାର ଅନ୍ୟ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଥିବା ବେଳେ କାକଟପୁର ଓ ନିମାପଡ଼ା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ତେଣୁ ବିଜେଡି ଟିକେଟ୍‌ ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟ ପକ୍ଷେ ବିଜେଡି ପାଇଁ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଓ ବର୍ତ୍ତମାନର ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଜେପି ପାଇଁ ଯୁବନେତା ଅଧିକାରୀ ବେହେରା ଓ ବାଇଧର ମଲ୍ଲିକ, […]

ରାଜ୍ୟ

ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ୮୯ତମ  ଉତ୍କଳ ଦିବସ ଅବସରରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି,  ଓଡ଼ିଶାର ସମସ୍ତ ଭାଇ ଭଉଣୀ ତଥା ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ପ୍ରତ୍ୟେକ ଓଡ଼ିଆଙ୍କୁ ‘ଉତ୍କଳ ଦିବସ’ର ହାର୍ଦ୍ଦିକ ଶୁଭକାମନା। ADVERTISEMENT Sambad Is Now On WhatsApp Join And Get Latest News Updates Delivered To You […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରବଳ ବର୍ଷା ହେତୁ ଭୁଶୁଡ଼ି ଗଲା ବିମାନବନ୍ଦର ଛାତ; ସ୍ଥାନାନ୍ତର ହେଲା ୬ଟି ବିମାନ

ଗୌହ୍ବାଟୀ: ଆସାମର ଗୌହ୍ବାଟୀରେ ଥିବା ଲୋକପ୍ରିୟ ଗୋପୀନାଥ ବୋରଦଲାଇ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ଛାତର ଏକ ଅଂଶ ରବିବାର ଦିନ ଖସିପଡ଼ିଛି। ଝଡ଼ତୋଫାନ ଓ ବର୍ଷା ହେତୁ ଛାତ ଖସିବା ପରେ ବିମାନବନ୍ଦରରେ ପାଣି ଜମି ଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଛାତର ଏକ ଅଂଶ ଭୁଶୁଡ଼ିବ ବିମାନବନ୍ଦରର କର୍ତ୍ତୃପକ୍ଷ କାର୍ଯ୍ୟ ବନ୍ଦ କରି ୬ଟି ବିମାନକୁ ଅନ୍ୟ ଗନ୍ତବ୍ୟସ୍ଥଳକୁ ପଠାଇ ଦେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା […]