ରାଜ୍ୟ ସ୍ପେଶାଲ ରିପୋର୍ଟ

କୋରମ୍ ହେଲାନି, ପିଏସି ବୈଠକ ବାତିଲ୍

ଭୁବନେଶ୍ବର : ଓଡ଼ିଶା ବିଧାନସଭାର ଏକ ଗୁରୁତ୍ବପୂର୍ଣ୍ଣ କମିଟି ହେଉଛି ପବ୍ଲିକ୍ ଆକାଉଣ୍ଟ୍‌ସ୍‌ କମିଟି(ପିଏସି)। କିନ୍ତୁ କୋରମ୍ ଅଭାବରୁ ଏହି କମିଟିର ବୈଠକ ହୋଇପାରୁନି। ଏମିତି ଏକ ଅଭାବନୀୟ ଘଟଣା ସୋମବାରଦିନ ଦେଖିବାକୁ ମିଳିଛି। କମିଟିର ସଦସ୍ୟ ଥିବା ୮ ଜଣ ଶାସକ ଦଳର ସଭ୍ୟଙ୍କ ମଧ୍ୟରୁ କେହି ନ ଆସିବାରୁ ଏମିତି ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ପିଏସି ଅଧ୍ୟକ୍ଷ ମୋହନ ଚରଣ ମାଝୀ ଭୀଷଣ କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରୀ ମାଝୀ ପିଏସିର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆନ୍ଦୋଳନକାରୀଙ୍କୁ ବାର୍‌ ଆସୋସିଏସନର ନୋଟିସ୍, ଆନ୍ଦୋଳନରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗ ଦିଅନ୍ତୁ…

କଟକ ୧୫।୧୧ : ଆନ୍ଦୋଳନ ଚଳାଇଥିବା ୫ ବାର୍ ଆସୋସିଏସନ ଆନ୍ଦୋଳନରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଷ୍ଟେଟ ବାର କାଉନସିଲ୍ ର ନିର୍ଦ୍ଦେଶ। ନଚେତ ଆନ୍ଦୋଳନରେ ସାମିଲ ଥିବା ଆଇନଜୀବୀଙ୍କ ଲାଇସେନ୍ସ ବାତିଲ ହେବ ବୋଲି ଚିଠିରେ କୁହାଯାଇଛି । ବାର କାଉନସିଲ ଅଫ ଇଣ୍ଡିଆର ନିଷ୍ପତ୍ତି କ୍ରମେ ଷ୍ଟେଟ ବାର କାଉନସିଲ୍ ଏହି ନିର୍ଦ୍ଦେଶ ଦେଇଛି। ଖବର ଅନୁଯାୟୀ, ସମ୍ବଲପୁର, ବଡମ୍ବା, ଟାଙ୍ଗି, ତାଳଚେର , ପାଲଲହଡା ବାର୍ ଆସୋସିଏସନକୁ ନୋଟିସ୍ ଦିଆଯାଇଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମୋଜା ପିନ୍ଧି ମହାପ୍ରସାଦ ସେବନ: ଗଜପତିଙ୍କ ବିରୋଧରେ ଥାନାରେ ଅଭିଯୋଗ

ପୁରୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ରାଜଭବନରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୋଜା ପିନ୍ଧି ମହାପ୍ରସାଦ ସେବନ କରିଥିବା ନେଇ ସୋମବାର ସନ୍ଧ୍ୟାରେ ସମୁଦ୍ରକୂଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଗ୍ରହଣ କରିବା ସହିତ ଏହାର ତଦନ୍ତ କରାଯିବ ବୋଲି ସମୁଦ୍ରକୂଳ ଥାନା ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ସୁଆର ମହାସୁଆର ନିଯୋଗ କମିଟିର କାର୍ଯ୍ୟକାରୀ ସଦସ୍ୟ ସେବାୟତ ହରଚଣ୍ଡୀ ସାହିର ଦାମୋଦର ମହାସୁଆର […]

ଅପରାଧ ରାଜ୍ୟ

ସଧବା ଭଳି ମୋର କରିବ ସତ୍କାର: ସୁଇସାଇଡାଲ ନୋଟ୍‌ରେ ଏମିତ ଲେଖି ଜୀବନ ହାରିଦେଲେ ଯୁବତୀ

ବ୍ରହ୍ମପୁର ୧୫/୧୧: ବ୍ରହ୍ମପୁର ବଡ ବଜାର ଥାନା ଓମ୍ ନଗର ଅଞ୍ଚଳରେ ଚାଞ୍ଚଲ୍ୟ । ଜୀବନ ହାରିଛନ୍ତି ଜଣେ ଯୁବତୀ । ଗତକାଲି ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛନ୍ତି । ଗତ ତିନି ଦିନ ପୂର୍ବେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ବେଳେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜରୁଛି । ମାଜିଷ୍ଟ୍ରେଟ୍‌ ଙ୍କ ଉପସ୍ଥିତିରେ ଝୁଲନ୍ତା ଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ […]

ଅପରାଧ ରାଜ୍ୟ

ଓଡ଼ିଆ RAW ଅଫିସରଙ୍କ ସୁଇସାଇଡ୍, ୧୦ ମହଲା ଉପରୁ ଡେଇଁପଡିଲେ

ନୂଆଦିଲ୍ଲୀ ୧୫।୧୧: ଓଡ଼ିଆ RAW ଅଫିସରଙ୍କ ଆତ୍ମହତ୍ୟା ଅଭିଯୋଗ। ଦିଲ୍ଲୀ ଲୋଦି କଲୋନୀ ସ୍ଥିତ ମୁଖ୍ୟାଳୟର ୧୦ମହଲାରୁ ଡେଇଁ ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ଜଣେ ଓଡିଆ ଅଫିସର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏବେ ଯାଏଁ ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି । ଖବର ଅନୁଯାୟୀ, ଅଫିସର ଅନିକେତ କୁମାର କଟକ ଅଞ୍ଚଳର ବାସିନ୍ଦା ଥିଲେ। ସୋମବାର ସକାଳେ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିବାର କିଛି ସମୟ ପରେ ସେ ଦଶମ […]

ଅପରାଧ ରାଜ୍ୟ

୫ଶହ ଟଙ୍କା ପାଇଁ ଛାତ୍ରଙ୍କ ଆତ୍ମହତ୍ୟା

ନାରାୟଣପାଟଣା/ବନ୍ଧୁଗାଁ : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ରେ ଅଭାବନୀୟ ଘଟଣା ଘଟିଛି। ସହପାଠୀଙ୍କ ୫ଶହ ଟଙ୍କା ଲୁଚାଇ ରଖିବାରୁ ଅପମାନିତ ହୋଇଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ଦିନ ଛାତ୍ର ଜଣକ ନିଜ ଘରେ ଆତ୍ମହତ୍ୟା କରିଥିବା ବେଳେ ଚପାଇ ଦିଆଯାଇଥିଲା। ସୋମବାର ଦିନ ପରିବାର ଲୋକ ମୁହଁ ‌ଖୋଲିବା ପରେ ଏହି ସମ୍ବେଦନଶୀଳ ଘଟଣା ପଦାକୁ ଆସିଛି। ଅନ୍ୟପକ୍ଷରେ, ଜିଲ୍ଲା ମଙ୍ଗଳ ବିଭାଗ ନିକଟରେ ଘଟଣା ସଂପର୍କରେ କୌଣସି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନୟାପଲ୍ଲୀରେ ଖୋଲିଲା ରୁଚି ଷ୍ଟୋର, ଭୁବନେଶ୍ୱରରେ ଫ୍ରୋଜିଟ୍‌ର ଏହା ୪ର୍ଥ ଆଉଟ୍‌ଲେଟ୍‌

ଭୁବନେଶ୍ୱର ୧୫।୧୧: ଓଡ଼ିଶାର ୧ନଂ ମସଲା ଉଦ୍ୟୋଗ ତଥା ପୂର୍ବଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚି ଫୁଡ଼ଲାଇନ୍ ଦ୍ୱାରା ପରିଚାଳିତ ଓଡ଼ିଶାର ପ୍ରଥମ ତଥା ଅନନ୍ୟ ଫ୍ରୋଜନ ଫୁଡ୍ସଉଦ୍ୟୋଗର ଏକ ନୂଆ ଆଉଟ୍‌ଲେଟ୍‌ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀଠାରେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ଉଦ୍‌ଘାଟନ କରିଛନ୍ତି ହକି ଇଣ୍ଡିଆର ସଭାପତି ତଥା ପୂର୍ବତନ ଅର୍ନ୍ତଜାତୀୟ କିମ୍ବଦନ୍ତୀ ହକି ଖେଳାଳୀ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ସମ୍ମାନୀତ ଅତିଥି ଭାବେଯୋଗ ଦେଉଥିଲେ ରୁଚି ଫୁଡ଼ଲାଇନ୍‌ର ନିର୍ଦ୍ଦେଶିକା ଶ୍ରୀମତୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଖସୁଛି ପାରଦ: ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ବର : ଖସୁଛି ପାରଦ। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଆଜି ରାଜ୍ୟର ୧୪ ସହରର ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ୯.୬ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ସମତଳ ଅଞ୍ଚଳମାନଙ୍କ ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ୧୧.୫ ଡିଗ୍ରି ରାତ୍ରି ତାପମାତ୍ରା ରେକର୍ଡ ହୋଇଛି। କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ୧୦.୩ ଡିଗ୍ରି, ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୧୧.୭ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୧୨ […]

ଅପରାଧ ରାଜ୍ୟ

ସରକାରୀ ଜମିରେ ଚାଲିଥିଲା ଗଞ୍ଜେଇ ଚାଷ, ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ କଲା ନଷ୍ଟ

ବାଲିଗୁଡ଼ା ୧୫।୧୧ : ୨କୋଟି ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ବାଲିଗୁଡା ପୋଲିସ । କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ l ବାଲିଗୁଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଖବର ଅନୁଯାୟୀ, ପୋଲିସ ଫୋର୍ସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ବାଲିଗୁଡା ଥାନା ଦୁଦୃକିଆ ଗ୍ରାମ ପଞ୍ଚାୟତ ସିପାଞ୍ଜିର ଅଞ୍ଚଳରେ ଚଢାଉ କରିଥିଲା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀଗୁଣ୍ଡିଚା ମନ୍ଦିରରେ ଏବେ ବି କୋଭିଡ୍‌ କଟକଣା

ପୁରୀ : ଶ୍ରୀମନ୍ଦିର ଭଳି ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ସଂପୂର୍ଣ୍ଣ ଖୋଲା ଥିଲା। ବାହାରୁ ଆସୁଥିବା ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରଭୁଙ୍କ ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିର ବି ବୁଲି ‌ଘରକୁ ଫେରୁଥିଲେ। କିନ୍ତୁ କୋଭିଡ୍‌ ପାଇଁ ୩ ବର୍ଷ ହେବ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି। ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିଥିଲେ ବି ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶରେ କଟକଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପଟେ ଏପରି କରି […]