ରାଜ୍ୟ ସ୍ପେଶାଲ ରିପୋର୍ଟ

ନନ୍ଦନକାନନ ପାଇଁ ଖୁସିର ଖବର, ତୃତୀୟ ଲାଗି ମା’ ହେବ ସିଂହୀ ‘ବିଜ୍‌ଲୀ’

ଭୁବନେଶ୍ୱର ୧୭।୧୧ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭାରତୀୟ ସିଂହ ବଂଶ ବୃଦ୍ଧି ପାଇଁ ପୁଣି ଶୁଭ ସଙ୍କେତ ମିଳିଛି । ଆଉ କିଛି ଦିନ ମଧ୍ୟରେ ସିଂହୀ ‘ବିଜ୍‌ଲୀ’ ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛି । ସେ ଗର୍ଭଧାରଣ ପରଠାରୁ ତାକୁ ଭିଟାମିନ, ଓଆର୍‌ଏସ୍‌ ଓ ବିଭିନ୍ନ ଟିକା ଦିଆଯାଇ ତାର ଯତ୍ନ ନିଆଯାଉଛି । ଆଉ କିଛି ଦିନ ମଧ୍ୟରେ ବିଜ୍‌ଲୀ ଶାବକ ଜନ୍ମ ଦେବ । ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ […]

ରାଜ୍ୟ

ଚିଆଁବେଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଯାତ୍ରିବାହୀ ବସ୍‌ ଓଲଟି ୮ ଆହତ

କରଞ୍ଜିଆ ୧୭/୧୧: ଘରୋଇ ଯାତ୍ରୀବାହୀବସ ଦୁର୍ଘଟଣା ୮ ଆହତ । ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମହୁଲଡିହା ଥାନା ଅନ୍ତର୍ଗତ ୫୩ନମ୍ବର ରାଜ୍ୟ ରାଜପଥର ଚିଆଁବେଡା ନିକଟରେ । ଗୁରୁବାର ଭୋର ସମୟରେ ସାଗର ଏଣ୍ଡ ସାଗର ନାମକ ଘରୋଇ ଯାତ୍ରିବାହୀ ବସ୍‌ଟି ଭୁବନେଶ୍ୱରରୁ ଝାଡଖଣ୍ଡ କୁମାର ଡୁଙ୍ଗିକୁ ଯାଉଥିଲା । ୩୦ ଜଣ ଯାତ୍ରୀକୁ ନେଇ ଯାଉଥିବା ବେଳେ ମହୁଲଡିହା ଥାନା ଅନ୍ତର୍ଗତ ବାଗଦଫା ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ […]

ଅପରାଧ ରାଜ୍ୟ

ପେଟ୍ରୋଲ ପମ୍ପରେ ବୋମାମାଡ଼, କାର୍‌ରେ ଆସି ନେଇଗଲେ ଲକ୍ଷାଧିକ ଟଙ୍କା

ଖଣ୍ଡପଡ଼ା ୧୭।୧୧ : ପଟ୍ରୋଲ ପମ୍ପରେ ବୋମାମାଡ଼ । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ରାଜକିଆରୀ ନିକଟରେ ଥିବା ପଟ୍ରୋଲ ପମ୍ପରେ ବୋମାମାଡ଼ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ୬ ଜଣ ଦୁର୍ବୁତ୍ତ ଏକ ନାଲି କାରରେ ଆସି ମା ଭାନୁମତି ପେଟ୍ରୋଲ ପମ୍ପରେ ଡକାୟତି କରିଥିଲେ । ଦୁର୍ବୁତ୍ତ ମାନେ ଦୁଇ ରାଉଣ୍ଡ ଗୁଳି ଫୁଟେଇବା ସହ ପେଟ୍ରୋଲ ପମ୍ପ ରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

NAC ଓ ହସ୍ପିଟାଲକୁ CHC ଦାବିରେ ୪୮ ଘଣ୍ଟିଆ ପାଇକମାଳ ବନ୍ଦ ଡାକରା

ପାଇକମାଳ ୧୭/୧୧: ୪୮ ଘଣ୍ଟିଆ ପାଇକମାଳ ବନ୍ଦ । ପାଇକମାଳକୁ NAC ଦାବି ଓ ପାଇକମାଳ ହସ୍ପିଟାଲକୁ CHC କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ତାଙ୍କର ଏହି ଦାବି ଯଦି ନ ପୂରଣ ନହୁଏ ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯିବ । ଏମିତି ଚେତାବନୀ ଦେଇଛନ୍ତି ବିକ୍ଷୋଭକାରୀ । ପୂର୍ବରୁ ଦୁଇଦିନ ହେବ ଧାରଣାରେ ବସିଥିଲେ ପାଇକମାଳର ଜନ ସାଧାରଣ । ତେବେ କେହି ନଶୁଣିବାରୁ ଆଜି ଏହି ବନ୍ଦ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅନ୍ଧତ୍ୱ ଦୂରୀକରଣ ଯୋଜନାରେ ମହାଘୋଟାଲା: କୋଭିଡ୍‌ କାଳରେ ଶହଶହ ଅସ୍ତ୍ରୋପଚାର!

ବାଲେଶ୍ବର : କୋଭିଡ୍‌ କାଳ କାହା ପାଇଁ ମାଘ ମାସ ଥିଲା ତ ପୁଣି କାହା ପାଇଁ ଥିଲା ସର୍ବନାଶ। ‌ମହାମାରୀ ସମୟରେ ‌ଯେତେବେଳେ ସାରା ଦେଶରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ବଳବତ୍ତର ରହିଥିଲା, ଠିକ୍‌ ସେହି ସମୟରେ ସରକାରଙ୍କ ସହ ଅନୁବନ୍ଧିତ ଥିବା କେତୋଟି ଘରୋଇ ଚକ୍ଷୁ ଚିକିତ୍ସାଳୟକୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଲକ୍ଷ ଲକ୍ଷ ଟଙ୍କା ଟେକିଦେଲା ବାଲେଶ୍ବର ଜିଲ୍ଲା ସ୍ବାସ୍ଥ୍ୟବିଭାଗ। ସଂକ୍ରମଣକୁ ଦୃଷ୍ଟିରେ ରଖି ମହାମାରୀ ସମୟରେ କେବଳ ଜରୁରୀକାଳୀନ ରୋଗୀଙ୍କୁ ଛାଡ଼ି […]

ଅପରାଧ ରାଜ୍ୟ

ଅପରେସନ ନୀଳ ଜହର, କୋଟିଏ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ବାଲିଗୁଡ଼ା ୧୭।୧୧ : ଅପରେସନ ନୀଳ ଜହର । କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିପୁଳ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ । ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଖବର ଅନୁଯାୟୀ, କନ୍ଧମାଳ ଏସ. ପି ଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡା ଏସଡ଼ିପିଓ ଜି. ଆର ରାଗବେନ୍ଦ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ବାଲିଗୁଡା ଥାନା ପୋଲିସ ଏବଂ ଅବକାରୀ ବିଭାଗ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ସରିବ ଐତିହାସିକ ବାଲିଯାତ୍ରା, ୧୦ ଦିନ ଧରି ଚାଲିଥିବା ମେଳାରେ ପ୍ରବଳ ଭିଡ ସାଙ୍ଗକୁ ଜମିଛି ବ୍ୟବସାୟ

କଟକ ୧୭/୧୧: ଗୁରୁବାର ଉଦ୍‌ଯାପିତ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । ଉଦ୍ ଯାପନୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଗଲା ୮ ତାରିଖ, କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ବୁଧବାର ଦିନ ଶେଷ ହେବାକୁ ଥିବା ବେଳେ ପ୍ରଶାସନିକ ନିଷ୍ପତ୍ତି କ୍ରମେ ଏହାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା । ଚଳିତ ବର୍ଷ ସର୍ବାଧିକ ୧୦ ଦିନ ଧରି ଚଳିତ ବର୍ଷ ବାଲିଯାତ୍ରା ଆୟୋଜିତ […]

ଅପରାଧ ରାଜ୍ୟ

ବିରିପଟାରେ ହରିଶ୍ଚନ୍ଦ୍ର ହରିଲୁଟ୍‌: ମୃତ ସ୍ବାମୀଙ୍କୁ ପତ୍ନୀମୃତ୍ୟୁ ସହାୟତା

ଦଶରଥପୁର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ର ବିରିପଟା ପଞ୍ଚାୟତରେ ହରିଶ୍ଚନ୍ଦ୍ର ଦୁର୍ନୀତି ସୀମା ଟପିଯାଇଛି। ୮ ବର୍ଷ ପୂର୍ବରୁ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ପରେ ତାଙ୍କର ସ୍ତ୍ରୀଙ୍କ ମୃତ୍ୟୁ ହେଲା। ତେବେ ସ୍ତ୍ରୀ ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ସହାୟତା ରାଶି ସ୍ବାମୀଙ୍କୁ ପ୍ରଦାନ କରାଯାଇଥିବା ଦର୍ଶାଯାଇଛି। ବିରିପଟା ପଞ୍ଚାୟତର ବାସିନ୍ଦା ସେବତୀ ରାଉତଙ୍କ ମୃତ୍ୟୁ ହେବାରୁ ତାଙ୍କ ସ୍ୱାମୀ ପଞ୍ଚାନନ ରାଉତଙ୍କ ନାମରେ ଦୁଇହଜାର ଟଙ୍କା ସହାୟତା ଦିଆଯାଇଛି। ପରିବାର ଲୋକଙ୍କୁ ସହାୟତା ଦିଆଯିବାରେ କୌଣସି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାଡରେ ଥରୁଛି ସାରା ଓଡିଶା, ଆଗକୁ ସ୍ୱାଭାବିକ ତାପମାତ୍ରା ଆହୁରି ୨ ରୁ ୪ଡିଗ୍ରୀ ଖସିବ

ଭୁବନେଶ୍ୱର ୧୭/୧୧: ଜାଡରେ ଥରୁଛି ଓଡିଶା । ଉପକୂଳରୁ ଆଭ୍ୟନ୍ତରୀଣ ସବୁଆଡେ ପ୍ରବଳ ଶୀତ ଅନୁଭୂତ ହେଉଛି । କୋରାପୁଟ ଜିଲ୍ଲା ଶିମିଳିଗୁଡାରେ ସୁବୁଠୁ ଅଧିକ ଥଣ୍ଡା ହେଉଛି । ସେଠାରେ ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ଜି.ଉଦୟଗିରି ୮ଡିଗ୍ରୀ , ଫୁଲବାଣୀ ଏବଂ କୋରାପୁଟରେ ୧୦ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟର ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବ । ଆସନ୍ତା ୫ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କନ୍ଧମାଳରେ ଶୀତ ଲହରୀ ଜାରି

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଶୀତ ଲହରୀ ଜାରି ରହିଛି। ବୁଧବାର ଦିନ ଘୁ.ଉଦୟଗିରି ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ କରା ଯାଇଥିବା ବେଳେ ଲଗାତାର ଓଡ଼ିଶାର ସବୁଠାରୁ ଥଣ୍ଡା ସହର ରହି ଆସିଛି। ଫୁଲବାଣୀରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଏବଂ ଦାରିଙ୍ଗବାଡ଼ିରେ ୧୦.୫ ଡିଗ୍ରି ସେଲ୍‌ସିୟସ୍‌ ରହିଛି। ଗତକାଲି ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରି ଥିବା ବେଳେ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରି ଏବଂ ଫୁଲବାଣୀରେ ୧୦.୫ ଡିଗ୍ରି ରହିଥିଲା। […]