ଅପରାଧ ରାଜ୍ୟ

ମହଙ୍ଗା ପଡିଲା କଲେଜରେ ଛାତ୍ରୀଙ୍କୁ ନିର୍ଯାତନା ଦେବା, ଗିରଫ ୨ ଜଣଙ୍କୁ ବହିଷ୍କାର

ବ୍ରହ୍ମପୁର ୧୭/୧୧: ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଛାତ୍ରୀ ରାଗିଙ୍ଗ ଭିଡିଓ ଭାଇରାଲ ଘଟଣା । ଗିରଫ ଦୁଇ ଛାତ୍ରଙ୍କୁ କଲେଜରୁ କରାଯିବ କରାଯିବ ବିତାଡିତ । ଏହାସହ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଛାତ୍ରଙ୍କୁ କଲେଜରୁ ବିତାଡିତ କରାଯିବ । ଆଣ୍ଟି ରାଗିଂ କମିଟି ଏବଂ ଶୃଂଖଳତାଗତ କମିଟିର ରିପୋର୍ଟ ପରେ ପଦକ୍ଷେପ ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି କଲେଜ ଅଧ୍ୟକ୍ଷା ପ୍ରମିଳା ଖାଡଙ୍ଗା । ସୂଚନା ଥାଉକି, ବିନାୟକ ଆଚାର୍ଯ୍ୟ କଲେଜ କ୍ୟାମ୍ପସ୍‌ର ଛାତ୍ରୀଙ୍କୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଉ ୮ ଧର୍ମାନୁଷ୍ଠାନକୁ ମିଳିବ ‘ଭୋଗ’ ସାର୍ଟିଫିକେଟ୍

ଭୁବନେଶ୍ବର : ରାଜ୍ୟର ଅଧିକରୁ ଅଧିକ ଧର୍ମାନୁଷ୍ଠାନକୁ ‘ଭୋଗ’ ବା ବ୍ଲିସଫୁଲ ହାଇଜିନ୍ ଅଫରିଂ ଟୁ ଗଡ୍‌’ ସାର୍ଟିଫିକେସନ୍‌ରେ ସାମିଲ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ବର୍ତ୍ତମାନସୁଦ୍ଧା ରାଜ୍ୟର ୪ଟି ଧର୍ମାନୁଷ୍ଠାନକୁ ଏହି ସାର୍ଟିଫିକେଟ୍ ମିଳିଥିବା ବେଳେ ଆଉ ୮ଟି ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଯେଉଁସବୁ ଧର୍ମାନୁଷ୍ଠାନରେ ପ୍ରତ୍ୟେକ ଦିନ ଶତାଧିକ ଶ୍ରଦ୍ଧାଳୁ ପ୍ରସାଦ ସେବନ କରୁଛନ୍ତି ବା ବିକ୍ରି ହେଉଛି ସେସବୁ ଧର୍ମାନୁଷ୍ଠାନର ପରିଷ୍କାର ପରିଚ୍ଛନ୍ନତାକୁ ନେଇ ଏହି ସାର୍ଟିଫିକେଟ୍ ପ୍ରଦାନ କରାଯାଉଛି। […]

ରାଜ୍ୟ

ଛେଳି ଚରାଇବାକୁ ଯାଇଥିଲେ, ଭାଲୁ ଆକ୍ରମଣରେ ଜେମାଦାର ଗୁରୁତର

ଉଦଳା ୧୭।୧୧ : ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ଜେମାଦାର ସିଂହଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ପୂର୍ଣ୍ଣଚନ୍ଦ୍ରପୁର ଗାଁରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଜେମାଦାର ସିଂ ଛେଳି ଚରାଇବାକୁ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଛେଳି ଚରାଉଥିବା ବେଳେ ହଠାତ ଏକ ଭାଲୁ ଆକ୍ରମଣ କରିଥିଲା । ଭାଲୁଟି ଜେମାଦାରଙ୍କ ହାତକୁ କାମୁଡି ଦେଇଥିବା ବେଳେ ସେ ଗୁରୁତର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଉ ଜାଲିଆତି ହେବନି ଡାକ୍ତରୀ ଚିଠା, ଇଞ୍ଜୁରି ରିପୋର୍ଟ ହେରଫେରରେ ଲାଗିବ ଅଙ୍କୁଶ

କଟକ : ସିଟି ହସପିଟାଲରେ ଡାକ୍ତର ବାବୁ ଆଉ ହାତରେ ଚିଠା ଲେଖିବେ ନାହିଁ। ଅନଲାଇନରେ କମ୍ପ୍ୟୁଟରରୁ ଏହି ଚିଠା ରୋଗୀଙ୍କୁ ମିଳିବ। ଡାକ୍ତରୀ ପରୀକ୍ଷା ନମୁନା ରିପୋର୍ଟ ବି ଅନଲାଇନରେ ମିଳିବ। ଏଥିପାଇଁ ରୋଗୀଙ୍କୁ ବାରମ୍ବାର କାଉଣ୍ଟରକୁ ଦୌଡ଼ିବାକୁ ପଡ଼ିବ ନାହିଁ। ରିପୋର୍ଟ ପ୍ରସ୍ତୁତ ହେବା ପରେ ରୋଗୀଙ୍କ ମୋବାଇଲକୁ ମ୍ୟାସେଜ୍ ଆସିବ। ଏହି ମ୍ୟାସେଜ୍ ଆଧାରରେ ରୋଗୀ ନିଜ ରିପୋର୍ଟ ସଂଗ୍ରହ କରିବେ। ଏଭଳି ଅନଲାଇନ୍ ବ୍ୟବସ୍ଥା ଦ୍ବାରା ଇଞ୍ଜୁରି ରିପୋର୍ଟରେ ପୁଲିସ କିମ୍ବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଉରକେଲାରେ ହକି ମହାକୁମ୍ଭ ପ୍ରସ୍ତୁତି, ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବଙ୍କ ସହ କ୍ରୀଡା ସଚିବ

ରାଉରକେଲା ୧୭/୧୧: ୨୦୨୩ରେ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି ହକି ମହାକୁମ୍ଭ ପୁରୁଷ ହକି ବିଶ୍ୱ କପ । ସେଥିପାଇଁ ଆଜି ରାଉରକେଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ମୁଖ୍ୟ ଶାସନ ସଚିବଙ୍କ ସହ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ମଧ୍ୟ ସ୍ୱତନ୍ତ୍ର ବିମାନ ଯୋଗେ ସକାଳ ୧୦.୪୮ ମିନିଟ୍‌ରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିଥିଲେ । ଗସ୍ତ କାଳରେ ପ୍ରଥମେ ବିମାନ ବନ୍ଦରର ସମ୍ପ୍ରସାରଣ କାମ, BPUT ପରିସରରେ ଚାଲିଥିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅପପୁଷ୍ଟିର ମୁକାବିଲା ପାଇଁ ଭିଟାମିନଯୁକ୍ତ ଚାଉଳ: ୧୪ ଜିଲ୍ଲାରେ କାର୍ଯ୍ୟକାରୀ ହେବ କେବେ?

ଭୁବନେଶ୍ବର : ଦେଶର ୭୦ ପ୍ରତିଶତ ଜନସାଧାରଣ ଆବଶ୍ୟକତାର ୫୦ ପ୍ରତିଶତ ପୋଷଣଯୁକ୍ତ ଖାଦ୍ୟ ପାଇପାରୁନାହାନ୍ତି। ଏଥିପାଇଁ କେନ୍ଦ୍ର ପକ୍ଷରୁ ଆଇରନ୍‌, ଫଲିକ୍‌ ଏସିଡ୍‌, ଭିଟାମିନ ବି-୧୨ ଯୁକ୍ତ ଫର୍ଟିଫାଏଡ୍‌ ରାଇସ୍‌ ବା ଭିଟାମିନ ଚାଉଳକୁ ସମସ୍ତ ଜନ କଲ୍ୟାଣକାରୀ ଯୋଜନାରେ କାର୍ଯ୍ୟକାରୀ କରାଯାଉଛି। ମାତ୍ର ଓଡ଼ିଶାର ୧୪ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଯାଇନାହିଁ। ଯଥାଶୀଘ୍ର ସମସ୍ତ ଜିଲ୍ଲାରେ ଏହି ଯୋଜନାକୁ କାର୍ଯ୍ୟକାରୀ ପାଇଁ ଏଫ୍‌ସିଆଇ ପକ୍ଷରୁ ରାଜ୍ୟକୁ ଚିଠି କରାଯାଇଛି। ଏଫ୍‌ସିଆଇ ପକ୍ଷରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ତୀବ୍ର ହେବାରେ ଲାଗିଛି କ୍ରସର ବିରୋଧୀ ଆନ୍ଦୋଳନ, ଧାରଣାସ୍ଥଳରେ ମାଣବସା ପାଳିଲେ ମହିଳା

ବୌଦ୍ଧ ୧୭।୧୧: ତୀବ୍ର ହେବାରେ ଲାଗିଛି କ୍ରସର ବିରୋଧୀ ଆନ୍ଦୋଳନ । ଆନ୍ଦୋଳନ ଆଜିକୁ ୧୭ଦିନ ପୁରିଥିବା ବେଳେ ଆହୋରାତ୍ର ଧାରଣାରେ ବସିଛନ୍ତି ବୌଦ୍ଧ ଜିଲ୍ଲାର ଖରଭୂଇଁ ଅଞ୍ଚଳର ଗ୍ରାମବାସୀ । ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଧାରଣାସ୍ଥଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ପ୍ଲାଟୁନ ପୋଲିସ ଫୋର୍ସ ଓ ଏସଡିପିଓଙ୍କ ସମେତ ୪ ଜଣ ଇନ୍ସପେକ୍ଟରଙ୍କୁ ମୃତୟନ କରାଯାଇଛି । ସେପଟେ କ୍ରସରକୁ ଗାଡି ପୁରାଇଦେବୁ ନାହିଁ ବୋଲି ଗ୍ରାମବାସୀ ଚେନାବନୀ ଦେଇଛନ୍ତି । ବୁଧବାର […]

ଅପରାଧ ରାଜ୍ୟ

ମଦ ବିକି ବନ୍ଧା ହେଲେ ଗାଁ ସଭାପତି, ଚୋରା ମଦ ବିକିବାକୁ ଗାଁରେ ହୋଇଥିଲା ବାରଣ

ବଡ଼କେରା : ମଦ ପାଇଁ ଗାଁରେ ସବୁବେଳେ ଗଣ୍ଡଗୋଳ ଲାଗି ରହୁଥିଲା। ତେଣୁ ଗାଁ ସଭାରେ ନିଷ୍ପତ୍ତି କରାଯାଇଥିଲା ଯେ, ଗାଁରେ କେହି ମଦ ବିକ୍ରି କରିପାରିବେନି। ଗାଁରେ ମଦ ବିକି ଧରା ପଡ଼ିଲେ ୫୦ ହଜାର ଟଙ୍କା ଜୋରିମାନା ଗଣିବେ ବୋଲି ସଭାପତି ନିୟମ କରିଥିଲେ। କିନ୍ତୁ ସେହି ନିୟମରେ ଏବେ ସଭାପତି ଛନ୍ଦି ହୋଇ ପଡ଼ିଛନ୍ତି। ମଦ କାରବାର ବେଳେ ଗାଁ ଲୋକଙ୍କ ହାତରେ ଧରାପଡ଼ିଛନ୍ତି ଗାଁ ସଭାପତି। ଗାଁ ସାରା ଲୋକ ତାଙ୍କୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଇକୋର୍ଟ ବେଞ୍ଚ ଦାବିରେ ବଲାଙ୍ଗୀର ବନ୍ଦ, ସରକାରୀ କାର୍ଯ୍ୟାଳୟରେ ତାଲା

ବଲାଙ୍ଗୀର ୧୭/୧୧: ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚର ପୁନଃ ସ୍ଥାପନ ଦାବି । ଏହାକୁ ନେଇ ବଲାଙ୍ଗୀର ଆଜି ବନ୍ଦ ପାଳନ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ସହ ପୋଷ୍ଟ ଅଫିସ ଓ ବ୍ୟାଙ୍କକୁ ବନ୍ଦ୍ କରିଛନ୍ତି ଆନ୍ଦୋଳନକାରୀ । ତେବେ ହାଇକୋର୍ଟ ବେଞ୍ଚ ଦାବିରେ ପ୍ରତି ମାସର ତୃତୀୟ ଗୁରୁବାର ବନ୍ଦ ପାଳନ କରାଯାଉଛି । ଜିଲ୍ଲା ଓକିଲ ସଙ୍ଘ ଓ ବଲାଙ୍ଗୀର ଏକ୍ସନ କମିଟିର ନେତୃତ୍ୱରେ ଏହି ବନ୍ଦ ପାଳନକୁ ୨୦ରୁ […]

ରାଜ୍ୟ

ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ, ୮୦ ବର୍ଷରେ ଆଖିବୁଜିଲେ

ଭୁବନେଶ୍ୱର ୧୭।୧୧ : ଅବସର ବେଉରିଆଙ୍କ ପରଲୋକ । ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି । ଏକ ଘରୋଇ ହସ୍ପିଟାଲରେ ଆଖି ବୁଝିଛନ୍ତି ଅବସର ବେଉରିଆ । ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଅବସର ବେଉରିଆ ଛାତିରେ କିଛି ଯନ୍ତ୍ରଣା ଅନୁଭୁବ କରିଥିଲେ । ଏହାପରେ ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ତାଙ୍କର ପ୍ରାଣ ତ୍ୟାଗ କରିଛନ୍ତି । ୮୦ […]