ଅପରାଧ ରାଜ୍ୟ

ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତ ଗିରଫ, ଚାନ୍ଦବାଲିରୁ ଧରାପଡିଲା ଫୈଜଲ

ଆନନ୍ଦପୁର ୧୮/୧୧: ଜଣେ ୧୪ ବର୍ଷୀୟା ନାବାଳିକାକୁ ଅପହରଣ ମାମଲା । ଚାନ୍ଦବାଲି ଅଞ୍ଚଳର ଅଭିଯୁକ୍ତ ସେକ୍ ଫୈଜଲ କୁ ଗିରଫ କରିଛି ଆନନ୍ଦପୁର ପୋଲିସ୍ । ଆନନ୍ଦପୁର ପୌରାଞ୍ଚଳ ୭ନଂ ଓ୍ବାର୍ଡ ମୁଣ୍ଡାସାହିରୁ ଗତ ମାର୍ଚ୍ଚ ମାସରେ ଫୈଜଲ ଜଣେ ନାବାଳିକାକୁ ଅପହରଣ କରିନେଇ ଅହମଦାବାଦରେ କାମରେ ଲଗାଉଥିଲା । ସେଠାରେ ନାବାଳିକାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ପୋଲିସ୍ ଅହମଦାବାଦ ଠାରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୀତରେ ଥରୁଛି ଆଠମଲ୍ଲିକ, ଖସୁଛି ପାରଦ ବଢୁଛି ଜାଡ

ଆଠମଲ୍ଲିକ ୧୮/୧୧: ଆଠମଲ୍ଲିକରେ ଖସୁଛି ପରଦ ବଢୁଛି ଶୀତ । ଗତ ପାଞ୍ଚ ଦିନ ହେଲାଣି ଥଣ୍ଡାରେ ଥରୁଛି ଆଠମଲ୍ଲିକ ତଥା ଆଖପାଖ ଅଞ୍ଚଳରେ । ରାତିରେ ୧୫ ଡିଗ୍ରୀ ତଳେ ରହୁଛି ତାପମାତ୍ରା । ଅସହ୍ୟ ଥଣ୍ଡାରେ ଥରୁଛି ସାରା ଅଞ୍ଚଳ । ନିକଟରେ ଫୁଲବାଣୀ ଥିବାରୁ ଆଠମଲ୍ଲିକରେ ତାହାର ପ୍ରଭାବ ଦେଖିବାକୁ ମିଳୁଛି । ସକାଳ ହେବା ମାତ୍ରେ କୁହୁଡି ମାଡି ଆସୁଛି । ଯାତାୟତ ଠାରୁ ଆରମ୍ଭ କରି ବ୍ୟବସାୟ ଓ ଲୋକେ […]

ରାଜ୍ୟ

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ପରିବା ବୋଝେଇ ଟ୍ରକ, ଦୁଇ ମୃତ

ଭଞ୍ଜନଗର ୧୮/୧୧: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ପରିବା ବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ଡ୍ରାଇଭର ଓ ହେଲ୍ପରଙ୍କ ମୃତ୍ୟୁ । ତାରାସିଙ୍ଗ ଥାନା ଅନ୍ତର୍ଗତ କୋକୋଳଵା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକଙ୍କ ପ୍ରକୃତ ପରିଚୟ ମିଳିନଥିବା ବେଳେ ଦୁହେଁ ମହାରାଷ୍ଟ୍ରର ବୋଲି ଜଣାପଡିଛି । ମହାରାଷ୍ଟ୍ରରୁ ପରିବା ନେଇ ଗଞ୍ଜାମ ଆସୁଥିବା ବାଟରେ ଘଟିଛି ଦୁର୍ଘଟଣା । ତାରାସିଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରାଜ୍ୟ ସ୍ପେଶାଲ ରିପୋର୍ଟ

ରେକର୍ଡ କଲା ଐତିହାସିକ ବାଲିଯାତ୍ରା, ଶେଷ ଦିନରେ କୋଟି କୋଟି ଟଙ୍କାର କାରବାର

କଟକ,୧୮/୧୧: ୨ ହଜାରରୁ ଅଧିକ ବ୍ୟବସାୟୀ, ପ୍ରତିଦିନ ଲକ୍ଷଲକ୍ଷ ଲୋକଙ୍କ ଗହଳିଚହଳି ଏବଂ କୋଟିକୋଟି ଟଙ୍କାର କାରବାର ଭିତରେ ଶେଷ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ପ୍ରଥମଥର ଲାଗି ରାଜ୍ୟସ୍ତରୀୟ ମହୋତ୍ସବ ଭାବେ ପାଳନ ହେଉଥିବା ପୂର୍ବ ଭାରତର ଏହି ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟିକ ସାଂସ୍କୃତିକ ମେଳା ଏଥର ବିଭିନ୍ନ କ୍ଷେତ୍ରରେ ରେକର୍ଡ ସ୍ଥାପନ କରିଛି । ବାଲିଯାତ୍ରାର ଗୌରବୋଜ୍ଜ୍ୱଳ ଇତିହାସରେ ଏଥର ‘ଗିନିଜ୍‌ ବିଶ୍ୱ ରେକର୍ଡ’ର ନୂଆ ସ୍ୱର୍ଣ୍ଣିମ ପୃଷ୍ଠା ବି ଯୋଡ଼ି ହୋଇଛି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୧୭ତମ ଫିକି ଉଚ୍ଚଶିକ୍ଷା ଶିଖର ସମ୍ମିଳନୀ, ସୋଆ ଷ୍ଟଲ ଦେଖିବାକୁ ଆସିଲେ ବହୁ ବିଦେଶୀ ପ୍ରତିନିଧି

ନୂଆଦିଲ୍ଲୀ: ୧୭ତମ ତିନି ଦିନିଆ ଫିକି ଉଚ୍ଚଶିକ୍ଷା ଶିଖର ସମ୍ମିଳନୀ ୨୦୨୨ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଗୁରୁବାରଠୁ ଆରମ୍ଭ ହୋଇଛି। ଏହି ଅବସରରେ ଅନୁଷ୍ଠିତ ପ୍ରଦର୍ଶନୀରେ ସୋଆ ସମେତ ଦେଶର ବିଭିନ୍ନ ରାଜ୍ୟରୁ ୪୦ ବିଶ୍ଵ ବିଦ୍ୟାଳୟ ଭାଗ ନେଇଛନ୍ତି। ଉଚ୍ଚଶିକ୍ଷା ପାଇଁ ବିଶ୍ଵର ଆକର୍ଷଣରେ ଭାରତର ସ୍ଥାନ ଅଗ୍ରଣୀ ଶୀର୍ଷକ ଆଲୋଚନା ଏହି ସମ୍ମିଳନୀର ମୁଖ୍ୟ ବିଷୟ ବସ୍ତୁ ରହିଛି। ପ୍ରଥମ ଦିନ ଆରମ୍ଭରେ ଫିକିର ଅଧ୍ୟକ୍ଷ ସଞ୍ଜିବ ମେହତା ସ୍ଵାଗତ ଭାଷଣ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୀ ବସ୍‌ଷ୍ଟାଣ୍ଡ୍‌: ବଦଳୁନି ୯୦ ଦଶକର ଚିତ୍ର

ପୁରୀ : ପୁରୀ ସହରର ଦୃଶ୍ୟପଟ୍ଟ ବଦଳୁଛି। ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ଶହଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ପର୍ଯ୍ୟଟକଟିଏ ଆସି ପ୍ରଥମେ ପାଦ ଥାପୁଥିବା ବସ୍‌ଷ୍ଟାଣ୍ଡର ଚିତ୍ର ନବେ ଦଶକରେ ଯାହା ଥିଲା ଆଜି ବି ସେୟା ରହିଯାଇଛି। ନା ବିଲ୍‌ଡିଂର ନବୀକରଣ ହେଉଛି, ନା ବିକାଶ ବସ୍‌ଷ୍ଟାଣ୍ଡକୁ ଛୁଇଁପାରିଛି। ବିଡ଼ମ୍ବନା ଏହି ଯେ ବସ୍‌ଷ୍ଟାଣ୍ଡ ପରିସରରେ ଥିବା ଦୋକାନ ଘର ନେଇଥିବା ଦୋକାନ ମାଲିକ ବର୍ଷ ବର୍ଷ ଧରି ପୌରସଂସ୍ଥାକୁ […]

ରାଜନୀତି ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜେଡିରେ ମିଶିଲେ ମହେନ୍ଦ୍ର ବଢେଇ, ଛାଡିଥିଲେ ସହକାରୀ ଜିଲ୍ଲାପାଳ ଚାକିରି

ଭୁବନେଶ୍ୱର ୧୭।୧୧ : ବିଜେଡିରେ ଯୋଗଦେଲେ ମହେନ୍ଦ୍ର ବଢେଇ । ନିଜର ଶହ ଶହ ସମର୍ଥକଙ୍କ ସହ ନବୀନ ନିବାସରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଏହି ଅବସରରେ ପାର୍ଟିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଖବର ଅନୁଯାୟୀ, ନୂଆପଡ଼ା ଜିଲ୍ଲାର ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ ମହେନ୍ଦ୍ର ବଢେଇ । ହେଲେ ସେ କିଛି ଦିନ ତଳେ ସ୍ୱେଚ୍ଛାକୃତ ଭାବେ ଚାକିରିରୁ ଅବସର ନେଇଥିଲେ […]

ଅପରାଧ ରାଜ୍ୟ

ରାସ୍ତାକଡ଼ ଗଛରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ପାରିବାରିକ କାରଣରୁ ଆତ୍ମହତ୍ୟା !

ଉଦଳା ୧୭।୧୧ : ରାସ୍ତା କଡ଼ରେ ଥିବା ଗଛରୁ ଯୁବକଙ୍କ ଝୁଲନ୍ତା ମୃତେଦହ ଠାବ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ବାଲିଛତ୍ରା ଗାଁରୁ ଆସିଛି ଏମିତି କିଛି ଘଟଣା । ମୃତକ ବାଲିଛତ୍ରା ଗାଁର ଗବରା ସିଂହ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଗବରା ସିଂହ ଏକ ଗଛରେ ଝୁଲୁଥିବାରେ ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲା । ଉଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଏଫ୍‌ସିଆଇର ଚାହିଦା ପୂରଣ କରିପାରୁନି ଓଡ଼ିଶା

ଭୁବନେଶ୍ବର : ଓଡ଼ିଶାରୁ ଚାଉଳ କ୍ରୟ ନେଇ ଏଫ୍‌ସିଆଇର କୌଣସି ସମସ୍ୟା ନାହିଁ। ବରଂ ଚାହିଦା ଅନୁଯାୟୀ ରାଜ୍ୟ ଏଫ୍‌ସିଆଇକୁ ଚାଉଳ ଯୋଗାଇପାରୁନାହିଁ। ୫ ଲକ୍ଷ ମେଟ୍ରିକ୍‌ ଟନ୍‌ର ଅରୁଆ ଚାଉଳ ପାଇଁ ଏଫ୍‌ସିଆଇର ଚାହିଦା ଥିବା ବେଳେ ଓଡ଼ିଶା ମାତ୍ର ୬୩ ହଜାର ମେଟ୍ରିକ୍‌ ଟନ୍‌ ଚାଉଳ ଯୋଗାଇପାରୁଛି। ଅଥଚ ୭.୩୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଉଷୁନା ଚାଉଳ ଦିଆଯାଇଥିବା ନେଇ ଏଫ୍‌ସିଆଇ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ୨୦୨୧ରେ ସର୍ବନିମ୍ନ […]

ଅପରାଧ ରାଜ୍ୟ

ଦିନ ଦ୍ୱିପ୍ରହରରେ ମାତିଲେ ଦୁର୍ବୃତ୍ତ, ଘରେ କେହି ନଥିବାର ସୁଯୋଗ ନେଇ ବୁଲାଇଲେ କଳାକନା

କେନ୍ଦୁଝର ୧୭/୧୧: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କେନ୍ଦୁଆପଡା ଗାଁର ସଞ୍ଜୟ ନାଏକଙ୍କ ଘରେ ଗତକାଲି ଦିନ ଦ୍ୱି-ପ୍ରହରରେ କଳାକନା ବୁଲାଇଛନ୍ତି ଚୋର । ପାଖାପାଖି ୭ ରୁ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସଞ୍ଜୟ ନାଏକଙ୍କ ଘର ଲୋକେ ବାହାରେ ଚାକିରି କରୁଥିବାରୁ ଘରେ କେହି ରୁହନ୍ତି ନାହିଁ । କେବଳ ମଝିଆଁ ବୋହୁଁ ଶିକ୍ଷୟିତ୍ରୀ ଯୋଗୁଁ ପ୍ରତ୍ୟେକ ଶନିବାର ତାଙ୍କ ସ୍ୱାମୀ ସହିତ […]