ଅରୁଣାଚଳର ନୂଆ ନଁା : ଚୀନକୁ ଜୟଶଙ୍କରଙ୍କ ସମାଲୋଚନା
ନୂଆଦିଲ୍ଳୀ: ଆଜି ଚୀନର ବେସାମରିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ତାଲିକା ଜାରି କରାଯାଇଛି। ଏଥିରେ ଅରୁଣାଚଳ ପ୍ରଦେଶକୁ ପୂର୍ବବତ୍ ଜଂଗନାନ୍ ବୋଲି ନାମିତ କରାଯାଇଛି। ଏହା ସହ ଚତୁର୍ଥ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶର ୩୦ଟି ସ୍ଥାନର ମଧ୍ୟ ନୂତନ ନାମକରଣ କରାଯାଇଛି। ଚୀନର ଏଭଳି କାର୍ଯ୍ୟ ବିରୋଧରେ ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ତୀବ୍ର ସମାଲୋଚନା କରିଛନ୍ତି। ଗୁଜରାଟର ସୁରତରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜୟଶଙ୍କର କହିଛନ୍ତି ଯେ ଯଦି ସେ ଆପଣଙ୍କ […]









