ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଆଦିବାସୀ ପିଲାଙ୍କୁ ପ୍ରତାରଣା: ଦେଢ଼ କୋଟିର ଛାତ୍ରାବାସ ଭୂତକୋଠି! ୪ ବର୍ଷ ହେଲା କାର୍ଯ୍ୟକ୍ଷମ ହେଉନି

ସୋର (ଅଭୟ ପତ୍ରୀ): ଆଦିବାସୀ ପିଲାଙ୍କ ପାଇଁ ଛାତ୍ରାବାସ ନିର୍ମାଣ ହୋଇଥିଲା। ହେଲେ ତାହା କାମରେ ଲାଗିପାରିନି। ଫଳରେ ଗୋଟିଏ ପଟେ ପିଲାମାନେ ସୁବିଧାରୁ ବଞ୍ଚିତ ହୋଇଥିବା ବେଳେ ଅନ୍ୟପଟେ ଛାତ୍ରାବାସ କୋଠା ଭୂତକୋଠିରେ ପରିଣତ ହେଲାଣି। ଏପରି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ଗୋପୀନାଥପୁର ପଞ୍ଚାୟତ ମଙ୍ଗଳପୁରସ୍ଥିତ ଶ୍ରୀନିବାସ ଜୁନିୟର କଲେଜରେ। ୨୬.୧୧.୨୦୧୫ରେ ଆଦିବାସୀ ସମନ୍ୱିତ ଉନ୍ନୟନ ସଂସ୍ଥା ପକ୍ଷରୁ ମଙ୍ଗଳପୁରସ୍ଥିତ ଶ୍ରୀନିବାସ ଜୁନିୟର କଲେଜର ପିଲାଙ୍କ ପାଇଁ ଦେଢ଼କୋଟିରୁ ଉର୍ଦ୍ଧ୍ୱ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୋଷା କୁକୁର ରଖୁଥିଲେ ସାବଧାନ, ଏଣିକି ବାଧ୍ୟତାମୂଳକ ହେବ ପଞ୍ଜୀକରଣ

ଭୁବନେଶ୍ୱର ୧୮/୧୧: ପୋଷା କୁକୁର ରଖୁଛନ୍ତି କି? ସାବଧାନ । ଘରେ କୁକୁର ରଖିବାକୁ ଚାହୁଁଥିଲେ ପ୍ରଥମେ ବିଏମ୍‌ସି ପାଖରେ ପଞ୍ଜୀକରଣ କରିବାକୁ ହେବ । ନଚେତ୍‌ କୁକୁର ରଖିବାକୁ ଅନୁମତି ମିଳିବନି । ଖୁବ୍‌ଶୀଘ୍ର ଏ ନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟୋର (ଏସ୍‌ଓପି) ଆସିବ ବୋଲି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ପୋଷା କୁକୁର ରଖିବାକୁ ନେଇ ଇନ୍‌ଫୋସିଟି ଅଞ୍ଚଳରେ ତୁମୁଳକାଣ୍ଡ ହେବା ପରେ ବିଏମ୍‌ସି ନୂଆ ଗାଇଡଲାଇନ୍‌ ଆଣିବାକୁ ଯାଉଛି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ୱାବଲମ୍ବୀ ହେବା ସହ ଅନେକଙ୍କୁ ରୋଜଗାରକ୍ଷମ କରିଛନ୍ତି ନମିତା

ବାଲେଶ୍ବର, (କବିତା ପାତ୍ର): ରେମୁଣା ବ୍ଲକ୍‌ କୁଳିଗାଁ ପଞ୍ଚାୟତ ଗାଞ୍ଜିଆ ଗ୍ରାମର ନମିତା ପାତ୍ର (୫୦)। ଦେଶୀ ମାଛ ଯାଆଁଳ ଚାଷ କରିବା ସହ ଗୋପାଳ କରି ଜିଲ୍ଲା ତଥା ରାଜ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନମିତା ଖାଲି ନିଜେ ସ୍ବାବଲମ୍ବୀ ହୋଇନାହାନ୍ତି, ଅନ୍ୟଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ବାଲେଶ୍ବର ଜିଲ୍ଲାର ଶ୍ରେଷ୍ଠ ମାଛ ଯାଆଁଳ ଚାଷୀ ଭାବେ ରାଜ୍ୟ ମତ୍ସ୍ୟ ବିଭାଗ ପକ୍ଷରୁ ପୁରସ୍କୃତ ହୋଇଛନ୍ତି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶେଷ ହେଲା ଭାଗବତ ସପ୍ତାହ: ପାରମ୍ପରିକ ବାଦ୍ୟ ଓ ସଙ୍କୀର୍ତ୍ତନରେ କମ୍ପିଲା ପରିବେଶ

ଚଣ୍ଡୀଖୋଲ ୧୮/୧୧: କଟକ ଯାଜପୁର ଜିଲ୍ଲା ବାଲିଚନ୍ଦ୍ର ପୁର ନିକଟସ୍ଥ ନଡ଼ିଆ ସାହସପୁର ଗାଦି ଗୋପାଳ ଦାସ ମଠରେ ପ୍ରଥମାଷ୍ଟମୀରୁ ନେଇ ୯ ଦିନଧରି ଚାଲି ଥିଲା ଭାଗବତ ସପ୍ତାହ ଉତ୍ସବ। ଏହି ମଠକୁ ଆଖ ପାଖରୁ ୨୦ ଗୋଟି ଜଗନ୍ନାଥ ବଲ୍ଲଭ ବିମାନଙ୍କୁ ବିଭିନ୍ନ ପାରମ୍ପରିକ ବାଦ୍ୟ ଓ ସଙ୍କୀର୍ତ୍ତନରେ ବିଜେ କରିଥାଆନ୍ତି । ଏହି ନବମ ଦିନରେ ଗ୍ରାମରେ ଗ୍ରାମବାସୀ ମାନେ ଆମିଷ ଭକ୍ଷଣ କରନ୍ତି ନାହିଁ । ସମସ୍ତଙ୍କ ଘରୁ ପ୍ରତ୍ୟହ ସନ୍ଧ୍ୟାରେ […]

ଅପରାଧ ରାଜ୍ୟ

କଂଗ୍ରେସ ଭବନରୁ ଚୋରି, କ୍ୟାପିଟାଲ ଥାନାରେ ଏତଲା ଦେଲେ ଅଫିସ ଇନଚାର୍ଜ

ଭୁବନେଶ୍ୱର ୧୮/୧୧: ରାଜଧାନୀର କେନ୍ଦ୍ରସ୍ଥଳ ଭାବେ ପରିଚିତ ମାଷ୍ଟରକ୍ୟାଣ୍ଟିନ ଛକର କଂଗ୍ରେସ ଭବନ ଏବେ ଅସୁରକ୍ଷିତ । ପୂର୍ବରୁ କଂଗ୍ରେସ ଭବନ ଉପରକୁ ଏକାଧିକ ଥର ବୋମାମାଡ଼ ଓ ଆକ୍ରମଣ ହୋଇଥିଲା । ସବୁଥର ଅଘଟଣ ଘଟିବା ପରେ ପୁଲିସ କଂଗ୍ରେସ ଭବନରେ ପହଞ୍ଚୁଥିଲା । ଏବେ ଭବନ ପରିସରରେ ଦୁର୍ବୃତ୍ତ ପଶି ଅସବାବପତ୍ର ଚୋରି କରିଲେଣି । ଏନେଇ କଂଗ୍ରେସ ଭବନ ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଓଡି଼ଶା ପ୍ରଦେଶ କଂଗ୍ରେସ କମିଟି […]

ଅପରାଧ ରାଜ୍ୟ

ଛାତ୍ରୀ ରାଗିଙ୍ଗ ଘଟଣା, କଲେଜରୁ ପ୍ରମାଣପତ୍ର ସହ ୧୨ଛାତ୍ରଙ୍କୁ କରାଯିବ ବିତାଡିତ

ବ୍ରହ୍ମପୁର ୧୮/୧୧: ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଛାତ୍ରୀ ରାଗିଙ୍ଗ ଘଟଣା । ୧୨ ଜଣ ଛାତ୍ର ଛାତ୍ରୀଙ୍କୁ ଆଜି କଲେଜରୁ ପ୍ରମାଣପତ୍ର ପ୍ରଦାନ କରି ବିତାଡିତ କରାଯିବ । ଯେଉଁମାନେ ଗିରଫ ହୋଇଛନ୍ତି ସେମାନଙ୍କୁ ବାଳସୁଧାର ଗୃହକୁ ପୋଲିସ କାବୁ କରି ପଠାଇଛି ସେମାନଙ୍କ ପ୍ରମାଣପତ୍ର ପୋଷ୍ଟରେ ପଠାଯିବ । ଏନେଇ ସୂଚନା ଦେଇଛନ୍ତି କଲେଜ ଅଧ୍ୟକ୍ଷା । ବିତାଡିତ ୧୨ ଜଣଙ୍କ ମଧ୍ୟରେ ୮ଜଣ ଛାତ୍ର ଓ ୪ ଜଣ ଛାତ୍ରୀ ରହିଛନ୍ତି । ୫ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟରେ ଶୀତ ପ୍ରବାହ ଜାରି

ଭୁବନେଶ୍ବର : ରାଜ୍ୟରେ ଏବେ ଶୀତ ପ୍ରବାହ ଜାରି ରହିଛି। କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରି ରେକର୍ଡ ହୋଇଛି। ଏହାପରେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ୮.୨ ଡିଗ୍ରି, ଦାରିଙ୍ଗବାଡ଼ିରେ ୧୦, ‌କୋରାପୁଟରେ ୧୦.୫, କନ୍ଧମାଳ ଜିଲ୍ଲା ଫୁଲବାଣୀରେ ୧୧, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ୧୨, ସୁନ୍ଦରଗଡ଼ କିରେଇରେ ୧୨, ସମ୍ବଲପୁର ଜିଲ୍ଲା ଚିପିଲିମାରେ ୧୩.୨ ଓ ଝାରସୁଗୁଡ଼ାରେ ୧୩.୬ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟରେ ଏବେ ଶୁଖିଲା […]

ଅପରାଧ ରାଜ୍ୟ

ରାସ୍ତା କଡରେ ଛିଡାହୋଇଥିବାବେଳେ ମାଡିଗଲା କାର୍, ଦୁଇ ଗୁରୁତର: ଚାଳକ ଅଟକ

ମୋହନା୧୮/୧୧: ରାସ୍ତା କଡରେ ଠିଆ ହୋଇ ରହିଥିବା ବେଳେ ଚଡିଗଲା କାର । ଘଟଣାଟି ପୁରା ସିସିଟିଭିରେ ହୋଇଛି କଏଦ । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଠାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାକଡରେ ଠିଆ ହୋଇ ଚା ପିଉଥିବା ସମୟରେ ଦ୍ରୁତଗତିରେ ଆସୁଥିବା କାର ଦୁଇ ଜଣଙ୍କ ଉପରେ ମାଡିଯାଇଥିଲା । ଗୁରୁତର ଅବସ୍ଥାରେ ଚନ୍ଦ୍ରଗିରିର କାଳୁଚରଣ ବେହେରା ଓ ଜିତେନ୍ଦ୍ର ମହାକୁଡଙ୍କୁ ପ୍ରଥମେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ: ୫,୫୦୦ ଛାତ୍ରଛାତ୍ରୀଙ୍କ ପାଇଁ ୩୦ ଅଧ୍ୟାପକ!

ବାରିପଦା: ଉଚ୍ଚଶିକ୍ଷାର ବିକାଶ ପାଇଁ ରାଜ୍ୟର ବିଭିନ୍ନ କଲେଜରେ ଅସଜଡ଼ା ଭିତ୍ତିଭୂମି ସଜଡ଼ା ଯାଉଛି। କୋଟିକୋଟି ଟଙ୍କା ବ୍ୟୟରେ କୋଠା ପରେ କୋଠା ନିର୍ମାଣ ଚାଲିଥିଲେ ବି ଅଧ୍ୟାପକ ନିଯୁକ୍ତି ପ୍ରତି ଦୃଷ୍ଟି ଦିଆଯାଉନଥିବାରୁ କଲେଜରୁ ଆଉ ପୂର୍ବ ଭଳି ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି ହେଉନାହାନ୍ତି। ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ ମୟୂରଭଞ୍ଜ ଜିଲ୍ଲାର ସର୍ବବୃହତ ଓ ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ। ଏହି କଲେଜରେ କୋଠାବାଡ଼ି ନିର୍ମାଣ ଦ୍ରୁତଗତିରେ ଚାଲିଛି। ୪ କୋଟି ୧୨ ଲକ୍ଷ […]

ରାଜ୍ୟ

ଜାତୀୟ ରାଜପଥରେ ବୁଲୁଛନ୍ତି ହାତୀପଲ, ଘଉଡାଇବାକୁ ଉଦ୍ୟମ କରୁଛି ବନବିଭାଗ

ଆଠଗଡ ୧୮/୧୧: ୫୫ ଜାତୀୟ ରାଜପଥ ଚୌଦ୍ୱାର କୁସ୍ପଙ୍ଗି ଡିହସାହି ପାଖ ପାଟ ପାଖରେ ନିକଟରେ ହାତୀପଲ । କେଉଁ ପରିସ୍ଥିତିରେ ରାଜପଥ ଉପରକୁ ଆସିପାରନ୍ତି ଏହି ହାତୀପଲ । ରାଜପଥ ଉପରେ ଦୁଇଟି ରେଞ୍ଜର ବନ କର୍ମଚାରୀ ହାତୀକୁ ଜଙ୍ଗଲ ମୂହାଁ କରି ଘଉଡାଇବାକୁ ଉଦ୍ୟମ କରୁଛନ୍ତି । ବନ କର୍ମଚାରୀ ହାତୀ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି । ମଝିରେ ହାତୀପଲ ଗୋଟିଏ ପଟେ କଟକ ଚୌଦ୍ୱାର ଡାଳିଯୋଡା ରେଞ୍ଜର କର୍ମଚାରୀ ଅନ୍ୟପଟେ ଆଠଗଡ଼ ବନଖଣ୍ଡ […]