ଅପରାଧ ରାଜ୍ୟ

ବ୍ୟାସନଗର ଫାଇଲ ଫିଙ୍ଗା ଘଟଣାରେ ନୂଆ ମୋଡ, ଦ୍ୱିତୀୟ ଥର ଅଭିଯୋଗ କଲେ ପୂର୍ବତନ ପୌର ଅଧିକାରୀ

ଯାଜପୁର ୧୯/୧୧: ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦରେ ଲାଗିରହିଛି ଅସ୍ଥିରତା । ବ୍ୟାସନଗର ପୌରପରିଷଦରେ ପୋୖର ନିର୍ବାହୀ ଅଧିକାରୀଙ୍କୁ ଅଧକ୍ଷା ଙ୍କ ଫାଇଲ ଫୋପାଡିବା ଓ ଅଶାଳୀନ ବ୍ୟବହାର ର ଭିଡିଓ ଭାଇରାଲ ଘଟଣା ପୁଣି ନୂଆ ମୋଡ଼ ନେଇଛି । ଶୁକ୍ରବାର ରାତିରେ ଯାଜପୁର ରୋଡ଼ ଥାନାରେ ପୂର୍ବତନ ନିର୍ବାହୀ ଅଧିକାରୀ ଅଶୋକ ରାଉତ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ନାମରେ ଆଉ ଏକ ଲିଖିତ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ମୋ ସହ […]

ରାଜ୍ୟ

ଅସାବଧାନତା କାରଣରୁ ଖସିପଡିଲେ ୨ ଯାତ୍ରୀ, ଟ୍ରେନ ଅଟକାଇଲେ ଲୋକେ

ଯାଜପୁର ୧୯/୧୧: ଟ୍ରେନ ଛାଡ଼ିଦେବାରୁ ଖସିପଡିଲେ ୨ଜଣ ଯାତ୍ରୀ । ଟ୍ରେନ୍‌କୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । ଯାଜପୁର ଜିଲ୍ଲା ଦୁଲାଖାପାଟଣା ଷ୍ଟେସନରେ ଅଟକିଛି ଡିଏମୟୁ ଟ୍ରେନ । ତେବେ ଗାର୍ଡଙ୍କୁ ଅଟକ ରଖିଛନ୍ତି ଯାତ୍ରୀ । ଦୁଇ ଜଣଙ୍କୁ ନିକଟସ୍ଥ କୋରାଇ ମେଡିକାଲକୁ ପଠାଯାଇଥିବା ସୂଚନା । ସେଥିମଧ୍ୟରୁ ଜଣେ ଯାତ୍ରୀ ହେଉଛନ୍ତି ସେହି ଅଞ୍ଚଳ ଦୁଲାଖା ପାଟଣାର ବଟକୃଷ୍ ସେଠୀ ବୟସ ୩୬ ବୋଲି ଜଣା ପଡିଛି ।

ଅପରାଧ

ସିମକାର୍ଡ ଜାଲିଆତି ମାମଲା, ଭଦ୍ରକରୁ ଜଣକୁ ଉଠାଇନେଲା ଦିଲ୍ଲୀ ପୋଲିସ

ଭଦ୍ରକ ୧୯/୧୧: ସିମକାର୍ଡ ଜାଲିଆତି ମାମଲାରେ ଭଦ୍ରକରୁ ଜଣକୁ ଉଠାଇଲା ନେଲା ଦିଲ୍ଲୀ ପୋଲିସର ସାଇବର ଟିମ୍ । ସୂଚନା ଅନୁଯାୟୀ ଦିଲ୍ଲୀ ସାଇବର ସେଲର ଏକ ସ୍ୱତନ୍ତ୍ର ଟିମ ଦୁଇ ଦିନ ହେଲା ଭଦ୍ରକରେ ରହି ମୋବାଇଲ ଫୋନରେ ବ୍ୟବହୃତ ହେଉଥିବା ସିମକାର୍ଡ ଜାଲିଆତିର ତଦନ୍ତ କରିଥିଲେ । ଚରମ୍ପା ଅଞ୍ଚଳର ଗୌତମ ନାମକ ଜଣେ ସିମକାର୍ଡ ବ୍ୟବସାୟୀ ଙ୍କୁ ତାଙ୍କ ମୋବାଇଲ ଦୋକାନରୁ ଉଠାଇ ଆଣିଛି । ସ୍ଥାନୀୟ ଅଦାଲତରେ ହଜାର କରାଇ ପରେ […]

ରାଜ୍ୟ

ପାଟଣା ରେଞ୍ଜକୁ ଫେରିଲେ ୨୪ ଟିକିଆ ହାତୀପଲ, ନଷ୍ଟ କଲେ ଧାନ ଫସଲ

ପାଟଣା୧୯/୧୧: ପାଟଣା ରେଞ୍ଜକୁ ପୁଣି ଫେରିଛନ୍ତି ୨୪ ଟିକିଆ ହାତୀପଲ । ବିଳମ୍ବିତ ରାତିରେ ହାତୀପଲ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜରୁ ଆସି ବନବିର ନିକଟରେ ବୈତରଣୀ ନଦୀ ପାର ହୋଇ ପାଟଣା ରେଞ୍ଜକୁ ପ୍ରବେଶ କରିଛନ୍ତି । ହାତୀପଲ ଆସିବା ବାଟରେ ସାହାରପଡା ସେକ୍ସନ ଅଞ୍ଚଳରେ ବ୍ୟାପକ ଧାନ ଫସଲ ସହ ପନି ପରିବା ଚାଷକୁ ନଷ୍ଟ କରିଛନ୍ତି । ହାତୀପଲ ବନବୀର, ଡ଼ାଳପକା, ଖଡିବେଡା, କୁଦାବେଡା, ରେଙ୍ଗାଳବେଡା ଓ କଟାବେଡା ଅଞ୍ଚଳରେ ହୋଇଥିବା ପାଚିଲା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

OAS ସ୍ତରରେ ଅଦଳବଦଳ, ଅନନ୍ତ ବିଜୟ ପଟ୍ଟନାୟକଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର ୧୯।୧୧ : ଓଡ଼ିଶା ପ୍ରାଶାସନିକ ସେବା (ଓଏଏସ୍‌)ର ୫ଜଣ ଅଧିକାରୀଙ୍କ ବଦଳି କରାଯାଇଛି । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ ସଚିବ ତଥା ଏବେ ସାଧାରଣ ପ୍ରଶାସନ ବିଭାଗର ଯୋଗ ଦେଇଥିବା ଅନନ୍ତ ବିଜୟ ପଟ୍ଟନାୟକଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଜଙ୍ଗଲ ବିଭାଗ ଅତିରିକ୍ତ ସଚିବ ମଧୁସୂଦନ ଦାସଙ୍କୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶନିବାର ଶ୍ରୀବିଗ୍ରହଙ୍କ ପଇତା ଲାଗି, ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ୧୯।୧୧: ଆଜି ଶ୍ରୀବିଗ୍ରହଙ୍କ ପଇତା ଲାଗି । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀଜିଉଙ୍କ ଏହା ଏକ ଗୁପ୍ତ ନୀତି । ଅପରାହ୍ନରେ ଏହି ନୀତି ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି । ତେବେ ଏହି ପଇତାଲାଗି ନୀତି ପାଇଁ ଅପରାହ୍ନ ୫ଟାରୁ ରାତି ୯ଟା ଯାଏ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ଏହି ସୂଚନା ଦେଇଛି । ଅପରାହ୍ନରେ ଦ୍ବିତୀୟ ଭୋଗ ମଣ୍ଡପ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିବାହ ରୀତିନୀତି ଚାଲିଥିବା ସମୟରେ ରୋମାଣ୍ଟିକ୍‌ ହେଲେ ବର-କନ୍ୟା, ସମସ୍ତଙ୍କ ସାମ୍ନାରେ କଲେ କିସ୍‌

ନୂଆଦିଲ୍ଲୀ ୧୮।୧୧: ବିବାହ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଏ । ଏଭଳି ଦିନରେ ଦୁଇ ପ୍ରେମୀଙ୍କୁ ଏକାଠି ଦେଖିବା ଆନନ୍ଦଦାୟକ। ସବୁ ଧର୍ମରେ ବିବାହ ଭିନ୍ନ । କିନ୍ତୁ ଭାରତୀୟ ବିବାହରେ ଏକ ଅଲଗା ପ୍ରକାରର ଉତ୍ସାହ ଦେଖିବାକୁ ମିଳେ। ହିନ୍ଦୁ ଧର୍ମରେ ବିବାହ ବହୁତ ଲମ୍ବା ଅଟେ। ବର, କନ୍ୟା ଏବଂ ପରିବାର ସଦସ୍ୟଙ୍କୁ ଅନେକ ରୀତିନୀତି କରିବାକୁ ପଡିଥାଏ। ଏହିପରି ଅନେକ ମୁହୂର୍ତ୍ତ ବିବାହରେ ମଧ୍ୟ ଆସିଥାଏ । ଯାହା ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ […]

ଖେଳ ଦେଶ ବିଦେଶ

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦; ବର୍ଷା ଯୋଗୁ ଟସ୍ ବିଳମ୍ବ

ଓ୍ବେଲିଂଟନ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ । ଓ୍ବେଲିଂଟନରେ ବର୍ଷା ଯୋଗୁ ଟସ୍ ପଡ଼ିବାରେ ବିଳମ୍ବ ହୋଇଛି । ପୂର୍ବରୁ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଥିଲା । ବର୍ଷା ଜରି ରହିଥିବାରୁ ପିଚ୍‌କୁ କଭରରେ ଘୋଡ଼ାଇ ରଖାଯାଇଛି । ବର୍ଷା ଛାଡ଼ିବା ପରେ ଟସ୍ ପଡ଼ିବା ନେଇ ସୂଚନା ମିଳିଛି । ଖୁବ୍ ଶୀଘ୍ର ଓ୍ବେଲିଂଟନରେ ଖେଳ ଆରମ୍ଭ ହେବ । ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଦଳ । […]

ଦେଶ ବିଦେଶ ମନୋରଞ୍ଜନ

ପଞ୍ଜାବୀ ଅଭିନେତ୍ରୀ ଦଲଜିତ୍‌ କୌରଙ୍କ ଦେହାନ୍ତ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

ମୁମ୍ଵାଇ ୧୮।୧୧: ପଞ୍ଜାବର ପ୍ରସିଦ୍ଧ ଅଭିନେତ୍ରୀ ଦଲଜିତ୍ କୌର । ଗୁରୁବାର ଦିନ ୪ଟା ସମୟରେ କସବା ସୁଧର ବଜାରରେ ଦେହାନ୍ତ କରିଛନ୍ତି। ଦଲଜୀତ୍ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍‌ କରିଥିଲେ। ସେ ଅନେକ ହିଟ୍ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ୬୯ ବର୍ଷୀୟ ଦଲଜିତ କୌର ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ତାଙ୍କର ଶେଷ ରୀତିନୀତି ନଇ ଆବାଦୀ ଅକାଲଗଡର ଶ୍ମଶାନ ଘାଟରେ କରାଯାଇଛି। ଦଲଜିତ୍‌ ୧୦ରୁ ଅଧିକ ହିନ୍ଦୀ ଏବଂ ୭୦ରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ବାଭିମାନୀ ‘ଦିବ୍ୟାଙ୍ଗ ଦୈତାରୀ’: ସରକାରଙ୍କ ସହାୟତାକୁ ଭରସା ନକରି ହୋଇଛନ୍ତି ସ୍ବାବଲମ୍ବୀ

ନୀଳଗିରି (ଦିଲ୍ଲୀପ ସ୍ବାଇଁ): ସେ ଦିବ୍ୟାଙ୍ଗ। ହେଲେ ସରକାରଙ୍କ ସହାୟତାକୁ ଭରସା ନକରି ସ୍ବାବଲମ୍ବୀ ହୋଇଛନ୍ତି। ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସେ ହେଉଛନ୍ତି; ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ ସଜନାଗଡ଼ ପଞ୍ଚାୟତ ନୂଆସାହି ଗ୍ରାମର ଦୈତାରୀ ପାତ୍ର। ଆଦରରେ ତାଙ୍କୁ ସ୍ଥାନୀୟ ଲୋକ ଦୈତାରି ମଉସା ବୋଲି ଡାକନ୍ତି। ଆଜିକୁ ୧୦ ବର୍ଷ ତଳର କଥା। ଦୈତାରୀ ସାଜନାଗଡ଼ରେ ହେଉଥିବା କୁକୁଡ଼ା ଲଢ଼େଇ ଦେଖିବାକୁ ଯାଇଥିଲେ। ଏହି ସମୟରେ ଏକ କୁକୁଡ଼ା ତାଙ୍କ ଉପରକୁ ଡେଇଁପଡ଼ିଥିଲା। […]