ଅପରାଧ ରାଜ୍ୟ

ଶ୍ରୀମନ୍ଦିରରେ ମନିପର୍ସ ଲୁଟେରା ଗିରଫ

ପୁରୀ : ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ଜଣେ ଭକ୍ତଙ୍କ ପକେଟରୁ ମନିପର୍ସ ଲୁଟି ନେବା ଅଭିଯୋଗରେ ସିଂହଦ୍ବାର ଥାନା ପୁଲିସ ଜଣକୁ ଗିରଫ କରିଛି। ତା ନିକଟରୁ ପୁଲିସ ମନିପର୍ସ ଓ ୪୫୦୦ ଟଙ୍କା ଜବତ କରି ଏକ ମାମଲା ରୁଜୁ କରି ତାକୁ ଗିରଫ ପରେ କୋର୍ଟଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଅନୁଗୁଳ ଜିଲ୍ଲା କୋଲିଏରି ଥାନା ଅନ୍ତର୍ଗତ ତାଳଚେର ରେଲୱେ କଲୋନିର ରବିଚନ୍ଦ୍ର ବେହେରା ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଯାଉଥିଲେ। […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅଜା ହେଲେ ମୁକେଶ ଅମ୍ଵାନୀ, ଯମଜ ସନ୍ତାନକୁ ଜନ୍ମ ଦେଲେ ଝିଅ ଇଶା

ପ୍ରସିଦ୍ଧ ବିଜନେସ୍‌ମ୍ୟାନ ମୁକେଶ୍‌ ଅମ୍ଵାନୀ। ବର୍ତ୍ତମାନ ତାଙ୍କ ଅମ୍ଵାନୀ ପରିବାରରେ ଖୁସିର ମାହୋଲ ଖେଳି ଯାଇଛି। ଦେଶର ଜଣାଶୁଣା ଶିଳ୍ପପତି ମୁକେଶ ଅମ୍ବାନୀ ଅଜା ହୋଇଛନ୍ତି। ତାଙ୍କ ଝିଅ ଇଶା ଅମ୍ବାନୀ ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି। ଇଶା ଶନିବାର ଦିନ ଏକ ପୁଅ ଏବଂ ଝିଅକୁ ଜନ୍ମ ଦେଇଛନ୍ତି। ଶିଶୁକନ୍ୟାର ନାମ ଆଦିଆ ଥିବାବେଳେ ଶିଶୁପୁତ୍ରର ନାମ କୃଷ୍ଣ। ଇଶା ଜଣାଶୁଣା ଶିଳ୍ପପତି ପିରାମଲ ଗ୍ରୁପର ଆନନ୍ଦ ପିରାମଲଙ୍କୁ ବିବାହ କରିଥିଲେ। ବିବାହ ପରେ ଦୁହେଁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୨୩ ବର୍ଷ ପରେ ଫେରିଲେ ମୃତ ଘୋଷିତ ବ୍ୟକ୍ତି, ମହାବାତ୍ୟା ସମୟରୁ ନିଖୋଜ ଥିଲେ

ନିମାପଡ଼ା : କାଗଜପତ୍ରରେ ମୃତ ଘୋଷିତ ହୋଇଥିବା ଜଣେ ବ୍ୟକ୍ତି ୨୩ ବର୍ଷ ପରେ ଘରକୁ ଫେରୁଥିବା ଖବର ପ୍ରଚାର ହେବାପରେ ନିମାପଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ବ୍ଲକ୍‌ ବାମନାଳ ପଞ୍ଚାୟତର ପାତି ପାଇକସାହି ଗ୍ରାମ କୀର୍ତ୍ତିଚନ୍ଦ୍ର ବିଶ୍ବାଳ ୧୯୯୯ ମହାବାତ୍ୟାର ଦୁଇଦିନ ପୂର୍ବରୁ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ନିଖୋଜ ହେବାପରେ ସେ ସ୍ମୃତିଶକ୍ତି ହରାଇଥିଲେ। କୋଲକାତାର ଏକ ହାମ ରେଡିଓ ସଂସ୍ଥା କୀର୍ତ୍ତିଙ୍କୁ ୨୦୧୦ରେ ଶ୍ରୀକାକୁଲମରେ ଠାବ କରିଥିଲା। […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମୋରବୀ ବ୍ରିଜ୍ ଟ୍ରାଜେଡି; ସୋମବାର ସୁପ୍ରିମକୋର୍ଟରେ ଶୁଣାଣି, ଯାଞ୍ଚ କମିଟି ଗଠନ ପାଇଁ ହୋଇଥିଲା ଆବେଦନ

ରାଜକୋଟ୍: ସୁପ୍ରିମକୋର୍ଟରେ ଆଜି ମୋରବୀ ବ୍ରିଜ୍ ଟ୍ରାଜେଡିର ଶୁଣାଣି । ଗୁଜରାଟ ମୋରବୀ ପୋଲ ଭୁଶୁଡ଼ିବା ଘଟଣାରେ ସୋମବାର ସର୍ବୋଚ୍ଚ ଅଦାଲତ ଶୁଣାଣି କରିବେ । ଝୁଲା ପୋଲ ଭୁଶୁଡ଼ି ପଡ଼ିବା ଯୋଗୁ ୧୩୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଘଟଣାରେ ଏକ ସ୍ବତନ୍ତ୍ର କମିଟି ଗଠନ କରି ଯାଞ୍ଚ କରିବାକୁ ସୁପ୍ରିମକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା ଦାୟର ହୋଇଥିଲା । ପ୍ରଧାନ ବିଚାରପତିଙ୍କ ନେତୃତ୍ବରେ ଦୁଇ ଜଣିଆ ଖଣ୍ଡପୀଠ ଆଜି ଶୁଣାଣି କରିବେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭୂମିକମ୍ପରେ ଥରିଲା କ୍ରେଟା ଆଇଲାଣ୍ଡ; ଅଶାନ୍ତ ସମୁଦ୍ର, ଆସିପାରେ ସୁନାମୀ

ଏଥେନ୍ସ: ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଲା ଗ୍ରୀସର କ୍ରେଟେ ଦ୍ୱିପ। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୫ ମପାଯାଇଛି। ସୋମବାର ସକାଳେ ଏହି ଭୂମିକମ୍ପ ହୋଇଥିବା ସୁନାମୀ ଆଶଙ୍କା ଦେଖାଦେଇଛି। ଏହା ସମୁଦ୍ର ଜଳରାଶିକୁ ଅଶାନ୍ତ କରିପାରେ। ସୁନାମୀ ଆସିପାରେ ବୋଲି ପାଣିପାଗ ବିଜ୍ଞାନୀ ଆଶଙ୍କା କରିଛନ୍ତି। ଏଥିପାଇଁ ଉପକୂଳବର୍ତ୍ତୀ ଲୋକମାନଙ୍କୁ ସତର୍କ ରହିବା ସହିତ ତଟବର୍ତ୍ତୀ ଅଞ୍ଚଳରୁ ସୁରକ୍ଷିତ ଭାବେ ଚାଲିଯିବାକୁ ସତର୍କ ସୂଚନା ଜାରି କରାଯାଇଛି। ସୋମବାର ସ୍ଥାନୀୟ ସମୟ ଅନୁସାର ଦିପ୍ରହର ୧.୨୫ରେ […]

ଅପରାଧ ଦେଶ ବିଦେଶ

ମାଙ୍ଗାଲୁରୁ ଅଟୋରିକ୍ସା ବ୍ଲାଷ୍ଟ୍ ଘଟଣା; ବିସ୍ଫୋରଣକାରୀକୁ ଚିହ୍ନଟ କଲା ପୋଲିସ, ଆଇଏସଆଇ ଲିଙ୍କ୍‌ରେ ଥିଲା ଅଭିଯୁକ୍ତ ମହମ୍ମଦ ସରିକ୍

ବେଙ୍ଗାଳୁରୁ: ମାଙ୍ଗାଲୁରୁ ବ୍ଲାଷ୍ଟ୍ ଘଟଣାର ପର୍ଦ୍ଦାଫଶ କରିଛି ପୋଲିସ । ଅଟୋରିକ୍ସାରୁ ଆଧାର କାର୍ଡ, ମୋବାଇଲ ସିମ୍ ଓ ପ୍ରେସର କୁକର ମିଳିବା ପରେ ବିସ୍ଫୋରଣରେ ଆତଙ୍କବାଦୀଙ୍କ ଲିଙ୍କ୍ ଥିବା କହିଛି ପୋଲିସ୍ । ଇଲୋକ୍ଟ୍ରୋନିକ୍ସ ଡିଭାଇସ୍ ମାଧ୍ୟମରେ ଚଳନ୍ତା ଅଟୋରିକ୍ସାରେ ଆଇଡି ବ୍ଲାଷ୍ଟ କରାଯାଇଥିଲା । ପୋଲିସ ତଦନ୍ତ କରି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୁକ୍ତ ଯୁବକକୁ ଚିହ୍ନଟ କରିଛି । ଶନିବାର ମାଙ୍ଗାଲୁରୁ ରାସ୍ତାରେ ଏକ ଅଟୋରିକ୍ସା ଯାଉଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା […]

ଅପରାଧ ଦେଶ ବିଦେଶ

ଚାୱଲା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ନେଇ ସୁପ୍ରିମକୋର୍ଟ ଅର୍ଡରକୁ ଚ୍ୟାଲେଞ୍ଜ କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ଚାୱଲା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ସୁପ୍ରିମକୋର୍ଟ। ଏବେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବେ ଦିଲ୍ଲୀ ସରକାର। ଏହି ମାମଲାରେ ଏକ ରି-ଭିୟୁ ପିଟିସନ ଦାଖଲ କରିବାକୁ ଆମ ଆଦ୍‌ମୀ ପାର୍ଟି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେସନାଙ୍କ ଅନୁମତି ମାଗିଥିଲା। ଆଜି ଉପରାଜ୍ୟପାଳ ଆପ୍‌ର ଏହି ଅନୁରୋଧକୁ ଅନୁମତି ଦେଇଛନ୍ତି। ଉପରାଜ୍ୟପାଳ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ। କୋର୍ଟଙ୍କ ବିଚାରରେ ଭାଙ୍ଗିପଡ଼ିଥିବା ପୀଡ଼ିତାଙ୍କ ପରିବାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଜା,ଡିଜେ ଓ ନୃତ୍ୟରେ ଶତାୟୁଙ୍କୁ ଶେଷବିଦାୟ

କୁତ୍ରା : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ ଅନ୍ତର୍ଗତ ପଞ୍ଚରା ବସ୍ତିପଡ଼ାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଶତାୟୁଙ୍କ ମୃତ୍ୟୁପରେ ଏକ ଶୋଭାଯାତ୍ରାର ଆୟୋଜନ କରାଯିବା ସହିତ ବାଜା ଓ ଡିଜେ ବଜାଇ, ନୃତ୍ୟ ପରିବେଷଣ କରି ଶେଷ ବିଦାୟ ଦିଆଯାଇଛି। ଏହି ବୃଦ୍ଧା ଜଣକ ହେଉଛନ୍ତି ମାଙ୍ଗରୀ ସୁରିନ। ତାଙ୍କୁ ୧୧୫ବର୍ଷ ହୋଇଥିଲା ବେଳେ ଗତକାଲି ରାତିରେ ସେ ଶେଷନିଶ୍ବାସ ତ୍ୟାଗ କରିଥିଲେ। ଏହିଭଳି ଜଣେ ବୟସ୍କ ବ୍ୟକ୍ତିଙ୍କୁ କିଭଳି ଅନ୍ତିମ ବିଦାୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କୋରେଇରେ ମର୍ମନ୍ତୁଦ ରେଳ ଦୁର୍ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଯାଜପୁର ଜିଲ୍ଲାର କୋରେଇରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏଣେ କୋରେଇରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସଂପର୍କରେ ପୂର୍ବତଟ ରେଳବାଇ […]

ଅପରାଧ ରାଜ୍ୟ

ମାତ୍ର ୬ଶହ ଟଙ୍କା ପାଇଁ ମର୍ଡର, ବାଦପଲ୍ଲୀ କ୍ବାକ୍ ହତ୍ୟା ଘଟଣାରେ ୬ଜଣଙ୍କୁ ବାନ୍ଧିଲା ପୋଲିସ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ବାଦପଲ୍ଲୀ ପଂଚାୟତରେ କ୍ବାକ୍ ହତ୍ୟା ଘଟଣାରେ ପୋଲିସକୁ ସଫଳତା । ହତ୍ୟାର ୪୮ ଘଣ୍ଟା ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ଖୋଲ୍ଲିକୋଟ ଥାନା ପୋଲିସ । ମୋଟ୍ ୬ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ନାବାଳକ ଥିବା ପୋଲିସ ସୂଚନା ଦେଇଛି । ଦୁଇ ନାବାଳକଙ୍କୁ ବାଲ୍ ସୁଧାର ଗୃହରେ ରଖି ଯାଇଥିବାବେଳେ ହତ୍ୟାରେ ବ୍ୟବହାର ହୋଇଥିବା ଖଣ୍ଡା, କୋଡି ଓ କାଠ ଫାଳିଆକୁ ଜବତ କରିଛି ପୋଲିସ । ପୋଲିସର ସୂଚନା […]