କୋରେଇ: ରେଳ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ୭ ଶହ କର୍ମଚାରୀ
ଯାଜପୁର: କୋରେଇ ଷ୍ଟେସନରେ ହୋଇଥିବା ରେଳ ଦୁର୍ଘଟଣାର ଉଦ୍ଧାର ଓ ମରାମତି କାର୍ଯ୍ୟରେ ରେଳ ବିଭାଗ ଭଦ୍ରକ ଓ ଖୋର୍ଦ୍ଧା ଡିଭିଜନର ମୋଟ୍ ୭ଶହ କର୍ମଚାରୀ ନିୟୋଜିତ ହୋଇଛନ୍ତି। ମରାମତି ଓ ଭଙ୍ଗା ରେଳଡବାଗୁଡ଼ିକୁ ହଟାଇବା ପାଇଁ ବହୁ ମେସିନ କାର୍ଯ୍ୟରେ ଲଗାଯାଇଛି। ଲାଇନ୍ଚ୍ୟୁତ ହୋଇଥିବା ମୋଟ୍ ୧୬ଟି ଡବାରୁ ରାତି ପର୍ଯ୍ୟନ୍ତ ୮ଟି ଡବାକୁ ଧାରଣାରୁ ହଟାଯାଇଛି। ବିଚ୍ଛିନ୍ନ ହୋଇଥିବା ବିଦ୍ୟୁତ୍ ସରବରାହକୁ ଅସ୍ଥାୟୀ ଭାବେ ମରାମତି କରାଯାଇ ରାତି ସୁଦ୍ଧା ଡାଉନ୍ ଲାଇନ୍ରେ ରେଳ […]









