ବୁଲାଣିରେ ବାଇକ୍କୁ ପିଟିଲା ବସ୍ : ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
ସୋନପୁର ୨୩।୧୧ : ସୋନପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ କଳାପଥର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍କୁ ପିଟିଲା ବସ୍ । ଏହି ଦୁର୍ଘଟଣାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ସ୍ୱାମୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ସୋନପୁର ଜିଲ୍ଲା ଖୁଜେନପାଲିର ପୁଷ୍ପାଞ୍ଜଳୀ ବାଘ ଓ ସ୍ୱାମୀ ଗିରିଧାରୀ ବାଘ୍ଙ୍କ ସହ ଗତକେଲା ଶିବମନ୍ଦିରକୁ ଦର୍ଶନ କରିବାକୁ ବାଇକ୍ରେ ଯାଉଥିଲେ […]









