ବିଧାୟକ ଦଳ ବୈଠକ: କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରିବ ବିଜେଡି
ଭୁବନେଶ୍ବର: ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଗୃହରେ ଉଠାଇବାକୁ ସ୍ଥିର ହୋଇଥିଲା। ବିଶେଷ କରି ରେଳବାଇ, ପ୍ରଧାମନ୍ତ୍ରୀ ଶସ୍ୟବୀମା ଯୋଜନାକୁ ବିଜେଡି ପ୍ରାଥମିକତା ଦେବ। ଏମ୍ଏସ୍ପି ବୃଦ୍ଧି ପାଇଁ ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର ସରକାର ଶୁଣୁ ନଥିବାରୁ ଗୃହରେ ବିଜେଡି ତାହାର ପ୍ରତିବାଦ କରିବ। […]









