ଅପରାଧ ରାଜ୍ୟ

ଭିଣୋଇଙ୍କୁ ଗୋଡେଇ ଗୋଡେଇ ହାଣିଲେ ଶଳା

ନିମାପଡା: ନିଜ ଭିଣୋଇଙ୍କୁ ଗୋଡେଇ ଗୋଡେଇ ହାଣିଲେ ଶଳା। ପୁରୀ ଜିଲ୍ଲା ଡେଲାଙ୍ଗ ଥାନାରେ ମାମଲା ରୁଜୁ। ଗୁରୁତର ଅବସ୍ଥାରେ ମେଡିକାଲରେ ଭିଣୋଇଙ୍କୁ ଭର୍ତ୍ତି କରାଯାଇଛି। ସ୍ତ୍ରୀର ପରକ୍ରିୟା ପ୍ରୀତିକୁ ବିରୋଧ କରିବାରୁ ସ୍ୱାମୀ ଙ୍କୁ ଗୋଡେଇ ଗୋଡେଇ ହାଣିଲେ ନିଜ ଶଳା ମାନେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଥିବା ବେଳେ ହାଣିଥିବା ଶଳା ମାନେ ଫେରାର ଅଛନ୍ତି।

ଅପରାଧ ରାଜ୍ୟ

ବିଡିଓ ସତ୍ୟନାରାୟଣ ମେହେରଙ୍କୁ ମାଡ଼ ଘଟଣା; ସରପଞ୍ଚଙ୍କ ସ୍ୱାମୀ ଓ ଦୁଇ ସହଯୋଗୀ ଗିରଫ

ଉମରକୋଟ: ଗତକାଲି ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ସତ୍ୟନାରାୟଣ ମେହେରଙ୍କୁ ମାଡ଼ ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ଓ ତା ଦୁଇ ସହଯୋଗୀଙ୍କୁ ଶୁକ୍ରବାର ଗିରଫ କରିଛି ଝରିଗାଁ ପୋଲିସ। ବିଲ୍ କରାଇ ଦେବାକୁ ନେଇ ବିଡିଓଙ୍କ ସହ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ବିଡିଓ ସତ୍ୟନାରାୟଣ ମେହେରଙ୍କୁ ମାଡ ମାରିଥିଲେ ସରପଞ୍ଚଙ୍କ ସ୍ବାମୀ। ଘଟଣାର ତଦନ୍ତ କରି ଝରିଗାଁ ପୋଲିସ ସରପଞ୍ଚଙ୍କ ସ୍ୱାମୀ ଓ ତା ଦୁଇ ସହଯୋଗୀଙ୍କୁ ଗିରଫ କରିଛି।

ଅପରାଧ ରାଜ୍ୟ

ଦାଦନ ଶ୍ରମିକ ଉଦ୍ଧାର, ବେଲପଡାରୁ ହାଇଦ୍ରାବାଦ ଯିବା ବେଳେ ଉଦ୍ଧାର

ବଲାଙ୍ଗୀର ୨୫/୧୧: ବଲାଙ୍ଗୀର ଟାଉନଥାନା ପୋଲିସ ଦ୍ୱାରା ଦାଦନ ଶ୍ରମିକ ଉଦ୍ଧାର । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୩୦ ଜଣ ମହିଳା-ପୁରୁଷ ଦାଦନ ଶ୍ରମିକ ୧୪ ଜଣ ଶିଶୁରହିଥିବା ସୂଚନା । ସମସ୍ତ ଶ୍ରମିକ ବେଳପଡା ବ୍ଲକର । ବଲାଙ୍ଗୀର ବେଲପଡାରୁ ହାଇଦ୍ରାବାଦ ଯିବା ବେଳେ ବଲାଙ୍ଗୀର ଟାଉନଥାନା ପାଖରେ ଉଦ୍ଧାର କଲା ପୋଲିସ । ବେଳପଡା ଟେଟକା ନାମକ ସର୍ଦାର ଶ୍ରମିକଙ୍କୁ ଚାଲାଣ କରୁଥିବା ସୂଚନା ।

ରାଜ୍ୟ ସ୍ପେଶାଲ ରିପୋର୍ଟ

ଘନ କୁହୁଡି ବଳୟରେ ଜୟପୁର, ଯାତାୟତ ବାଧାପ୍ରାପ୍ତ

ଜୟପୁର ୨୫/୧୧: ସାରା ରାଜ୍ୟରେ ଆରମ୍ଭ ହୋଇଛି ଶୀତର ପ୍ରକୋପ । ବିଭିନ୍ନ ସ୍ଥାନରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହୋଇଛି ଶୀତର ପ୍ରକୋପ । ଜୟପୁରରେ ଦେଖିବାକୁ ମିଳିଛି ଘନ କୁହୁଡିର ଆସ୍ତରଣ । ଏବର୍ଷର ପ୍ରଥମ ଘନ କୁହୁଡି ନଜର ଆସିଛି । ଜିଲ୍ଲାକୁ ବିଳମ୍ବରେ ଶୀତ ଆସିବା ସହ କୁହୁଡି ମଧ୍ୟ ବିଳମ୍ବରେ ପଡିଛି । ଘନ କୁହୁଡି ଯୋଗୁଁ ଗାଡି ଚାଳକଙ୍କୁ ଅସୁବିଧାର […]

ରାଜନୀତି ରାଜ୍ୟ

ପଦ୍ମପୁର ଭୋଟ : ଚର୍ଚ୍ଚାରେ ହ୍ବାଇଟ୍‌ ହାଉସ୍, ୱାର୍‌ ରୁମ୍‌ରେ ନେତାଙ୍କ ଡେରା

ବରଗଡ଼: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ହ୍ବାଇଟ୍‌ ହାଉସ୍‌ ସବୁବେଳେ ଚର୍ଚ୍ଚାରେ ଥାଏ। ଏଠାରେ ବିଶ୍ବ ସମୁଦାୟକୁ ପ୍ରଭାବିତ କଲାଭଳି କୂଟନୀତି ପ୍ରସ୍ତୁତ ହୁଏ। ଠିକ୍‌ ସେହିଭଳି ପଦ୍ମପୁର ଉପନିର୍ବାଚନରେ ଗଢ଼ି ଉଠିଛି ଏକ ହ୍ବାଇଟ୍‌ ହାଉସ୍‌। ଏଠାରେ ବିଜେଡିର ତୁଙ୍ଗନେତା ବସା ବାନ୍ଧିଛନ୍ତି। ଦିନରାତି ହେଭିୱେଟ୍‌ ନେତାଙ୍କ ଗାଡ଼ି ଲାଗୁଛି ସମ୍ମୁଖରେ। ଭିତରେ ଚାଲୁଛି ରାତିତମାମ ରୁଦ୍ଧଦ୍ବାର ବୈଠକ। ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏଠାରେ ରହି ନିର୍ବାଚନ ପରିଚାଳନା କରୁଛନ୍ତି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଖସୁଛି ପାରଦ ବଢୁଛି ଶୀତ, ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ

କରଞ୍ଜିଆ: ଖସୁଛି ପାରଦ ବଢୁଛି ଶୀତ। ମୟୂରରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ଶୀତର ଲହରୀ ସାଙ୍ଗକୁ ଆଖପାଖ ଅଞ୍ଚଳରେ ଧଳା କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଶିମିଳିପାଳ ନଅଣା ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ରାମତୀର୍ଥରେ ୧୩ ଡିଗ୍ରୀ ଓ ଉପରବାର୍ହାକାମୁଡ଼ାରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୁଉଁଥିବା ଦେଖିବାକୁ ମିଳିଛି ।

ରାଜ୍ୟ ସ୍ପେଶାଲ ରିପୋର୍ଟ

ପଡ଼ୋଶୀ ରାଜ୍ୟ ସହ ବିବାଦରେ ରାଜ୍ୟର ୨୭ଟି ଗ୍ରାମ

ଭୁବନେଶ୍ବର: ରାଜ୍ୟର ୨୭ଟି ଗ୍ରାମ ବିବାଦ ଭିତରେ ରହିଛି। ପଡ଼ୋଶୀ ରାଜ୍ୟ ଆନ୍ଧ୍ର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସହିତ ଓଡ଼ିଶାର ବିବାଦ ରହିଛି। ଏହାକୁ ବାଦ୍ ଦେଲେ ରାଜ୍ୟରେ ଅନ୍ୟ ବଡ଼ ଧରଣର ସୀମା ବିବାଦ ନ ଥିବା ବିଧାନସଭାରେ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ବିଧାୟକ ଅନନ୍ତ ଦାସ ଓ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ଓଡ଼ିଶା ସହିତ ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶାର ସ୍ବତନ୍ତ୍ର ଶିଶୁ ନୀତି: ‘ପ୍ରାରମ୍ଭ’ରେ ନାହିଁ ସ୍ବତନ୍ତ୍ର ବଜେଟ ବ୍ୟବସ୍ଥା, କେମିତି ଅଛନ୍ତି ରାଜ୍ୟର ଭବିଷ୍ୟତ?

ଭୁବନେଶ୍ବର: ରାଜ୍ୟ ସରକାର ପ୍ରଥମ କରି ଅନୁମୋଦିତ କରିଛନ୍ତି ସ୍ବତନ୍ତ୍ର ଶିଶୁ ନୀତି-୨୦୨୨ ‘ପ୍ରାରମ୍ଭ’। କିନ୍ତୁ ଏହାକୁ ନେଇ ସ୍ବତନ୍ତ୍ର ବଜେଟ୍ ବ୍ୟବସ୍ଥା ହୋଇପାରିନାହିଁ। ତେଣୁ ଯେଉଁ ମହତ୍‌ ଲକ୍ଷ୍ୟ ନେଇ ଏହି ନୀତିର ପ୍ରଣୟନ ହେଲା, ତାହାର ଉପଯୁକ୍ତ କାର୍ଯ୍ୟକାରିତା ନେଇ ବିଶେଷଜ୍ଞମାନେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି। ୨୦୧୯ ମସିହାରେ ପ୍ରଥମକରି ରାଜ୍ୟ ସରକାର ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ବଜେଟ ପ୍ରସ୍ତୁତ କରିଥିଲେ। ମହାମାରୀରେ ଯେତେ ସଂଖ୍ୟାରେ ଶିଶୁ ଅଭିଭାବକ ଛେଉଣ୍ଡ, ଶିଶୁ ଶ୍ରମିକ […]

ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

୮ ବର୍ଷ ପରେ ରାଉରକେଲା ଫେରିଲା ହକି ଉତ୍କର୍ଷ କେନ୍ଦ୍ର

ରାଉରକେଲା: ‘ସମ୍ବାଦ’ର ପୂର୍ବାନୁମାନ ସତ ହୋଇଛି। ଅପେକ୍ଷାକୃତ ଉତ୍କୃଷ୍ଟମାନର ହକି କ୍ରୀଡ଼ାବିତଙ୍କ ପାଇଁ ଉଦ୍ଦିଷ୍ଟ ‘ହକି ଉତ୍କର୍ଷ କେନ୍ଦ୍ର’ ବା ‘ବରିଷ୍ଠ ହକି ଛାତ୍ରାବାସ/ଛାତ୍ରୀନିବାସ’ ପୁଣିଥରେ ରାଉରକେଲାକୁ ଫେରିଆସିଛି। ପାନପୋଷ କ୍ରୀଡ଼ାଛାତ୍ରାବାସ(ରାଉରକେଲା)ରୁ କଳିଙ୍ଗ ଷ୍ଟାଡିୟମ(ଭୁବନେଶ୍ବର)କୁ ସ୍ଥାନାନ୍ତର ହେବାର ପ୍ରାୟ ୮ ବର୍ଷପରେ ମୂଳ ସ୍ଥାନକୁ ଫେରିବା କେବଳ ହକି ଖେଳାଳିଙ୍କୁ ନୁହେଁ, ଜିଲ୍ଲାର ହକିପ୍ରେମୀଙ୍କୁ ମଧ୍ୟ ଆନନ୍ଦିତ ଓ ଉତ୍ସାହିତ କରିଛି। ତେବେ ତୀବ୍ର ବିରୋଧ ସତ୍ତ୍ବେ ସ୍ଥାନାନ୍ତର କରିବା ପରେ ପୁଣି ଫେରାଇ ଆଣିବା ପଛରେ […]

ଅପରାଧ ରାଜ୍ୟ

ପାଣି ଅଭାବରୁ ମରିଗଲା ଧାନ ଫସଲ, ଜମିରେ ଗୋରୁ ଛାଡ଼ିଲେ ଚାଷୀ

ଶୁଖା: ପାଣି ଅଭାବରୁ ଧାନ ଫସଲ ମରିଗଲା। ଶେ‌ଷରେ ନିଜ ଚାଷଜମିରେ ଗୋରୁ ଛାଡ଼ିଦେଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ କର୍ଲାଜୁରୀ ଗାଁର ଚାଷୀ। ଅଭିଯୋଗ ଅନୁସାରେ, ଗାଁ ମୁଣ୍ଡରେ ଥିବା ୧୪ ଜଣ ଚାଷୀ ପାଖାପାଖି ୨୭ ଏକର ଜମିରେ ଧାନ ଚାଷ କରିଥିଲେ। ଅସୁରଗଡ଼ କେନାଲର ୩ ନମ୍ବର କାଡ଼ା ନାଳାରୁ ଏହି ଜମିକୁ ପାଣି ମାଡ଼ିଥାଏ। ହେଲେ ଗାଁ ଭିତରୁ ଯାଇଥିବା ଉକ୍ତ ନାଳାର ରକ୍ଷଣାବେକ୍ଷଣ ଅଭାବରୁ ବହୁବର୍ଷ ହେଲା ମାଟିରେ ପୋତି […]