ଗଞ୍ଜାମରେ ଦଳ ଡେଇଁଛନ୍ତି ଡଜନେ ନେତା: କିଏ ଫାଇଦାରେ, କିଏ ନିରାଶ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ଡଜନେରୁ ଅଧିକ ପ୍ରମୁଖ ନେତା ଦଳ ଡେଇଁ ସାରିଲେଣି। ଏମାନଙ୍କ ମଧ୍ୟରୁ କିଏ ଫାଇଦାରେ ରହିଛନ୍ତି ତ କିଏ ଟିକେଟ ନପାଇ ନିରାଶ ହୋଇଛନ୍ତି। ଦେଖିବାକୁ ମିଳିଛି ଯେ ୫ଜଣ ନେତା ଡେଇଁ ଫାଇଦାରେ ରହିଛନ୍ତି। ସେମାନେ ହେଲେ; ପ୍ରଦୀପ ପାଣିଗ୍ରାହୀ, ଭୃଗୁ ବକ୍ସିପାତ୍ର, ସିଦ୍ଧାନ୍ତ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ କେ. ଅନୀଲ କୁମାର। ଦଳ ଡେଇଁବା ପରେ ସେମାନଙ୍କୁ ତୁରନ୍ତ ଟିକେଟ ମିଳିଛି। କିନ୍ତୁ ଆହୁରି […]









