ପର୍ଯ୍ୟଟନ ଋତୁରେ ଲୋକାରଣ୍ୟ ଶ୍ରୀକ୍ଷେତ୍ର
ପୁରୀ : ପର୍ଯ୍ୟଟନ ଋତୁରେ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି ପର୍ଯ୍ୟଟକ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ସେହିଭଳି ବେଳାଭୂମି ବି ଲୋକାରଣ୍ୟ ପାଲଟୁଛି। ବିଶେଷକରି ବେଳାଭୂମିରେ ଜଳକ୍ରୀଡ଼ା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ସମୁଦ୍ରର ନୃତ୍ୟରତ ଜଳରାଶିରେ ଜଳକ୍ରୀଡ଼ା ଉପଭୋଗ କରିବାକୁ ଭିଡ଼ ହେଉଛି। ପୂର୍ବରୁ କେବଳ ଜେଟ୍ ସ୍କାଏ ରାଇଡ୍ର ସୁଯୋଗ ଥିଲେ ହେଁ ଏବେ ଏଥିରେ ଯୋଡ଼ି ହୋଇଛି ପାରାସେଲିଂ, ବାନାନା ବୋଟ୍ ରାଇଡ୍ସ ଓ ଅଲ୍ ଟେରେନ […]









