ରାଜ୍ୟ

ପଦ୍ମ ଧରିଲେ ବିଧାୟକ ରମେଶ

ଅନୁଗୁଳ: ବିଜେଡିରୁ ଇସ୍ତଫା ଦେଇଥିବା ଆଠମଲ୍ଲିକ ବିଧାୟକ ରମେଶ ସାଏ ଦିନକ ପରେ ଶୁକ୍ରବାର ଦିନ ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ବିଜେଡିରୁ ଟିକେଟ ନ ମିଳିବା ପରେ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ ରମେଶ। ଆଜି କତଡ଼ାଠାରେ ଏକ ସାଧାରଣ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଠମଲ୍ଲିକର ବିଜେପି ବିଧାୟକ ପ୍ରାର୍ଥୀ ସଂଜୀବ ସାହୁ ଓ ଦଳୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ସେ ତାଙ୍କ ସମର୍ଥକଙ୍କ […]

ରାଜ୍ୟ

ଓଡ଼ିଶା କେନ୍ଦୁପତ୍ର ଉପରେ ଛତିଶଗଡ଼ର ଆଖି: ଜୀବିକା ହରାଇବେ ଓଡ଼ିଆ ଶ୍ରମିକ

ନୂଆପଡ଼ା: ଓଡ଼ିଶା ସୀମାନ୍ତରେ ଏବେ ଛତିଶଗଡ଼ ଅଞ୍ଚଳର କେନ୍ଦୁପତ୍ର ତୋଳାଳି ମାତିଛନ୍ତି। ଏମାନେ ବହୁସଂଖ୍ୟାରେ ଓଡ଼ିଶା ସୀମାକୁ ଅନୁପ୍ରବେଶ କରି କେନ୍ଦୁପତ୍ର ତୋଳି ନେଉଛନ୍ତି। ଫଳରେ ଏ ଅଞ୍ଚଳରୁ ପ୍ରତିବର୍ଷ କେନ୍ଦୁପତ୍ର ତୋଳୁଥିବା ଓଡ଼ିଆ ଶ୍ରମିକମାନଙ୍କ ହାତରେ ଆଉ କିଛି ଲାଗୁନାହିଁ। ଯଦ୍ବାରା ସେମାନେ ଜୀବିକା ହରାଇବା ଆଶଙ୍କା ଦେଖାଦେଇଛି। ପୁଣି ଓଡ଼ିଶା ସରକାର ବି ରାଜସ୍ବ ହରାଇବା ଥୟ। ଏହାସତ୍ତ୍ବେ ଓଡ଼ିଶା କେନ୍ଦୁପତ୍ର ବିଭାଗ ଏଥିପ୍ରତି ଆଖି ବୁଜିଦେଇଥିବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ନୂଆପଡ଼ା […]

ରାଜ୍ୟ

ନୂଆପଡ଼ାରେ କଂଗ୍ରେସକୁ ସଜାଡୁଛନ୍ତି ଶରତ: ପୁରୁଣା କର୍ମୀଙ୍କୁ ଏକଜୁଟ କରିବା ପାଇଁ ଚଳାଇଛନ୍ତି ଉଦ୍ୟମ

ନୂଆପଡ଼ା: ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପ୍ରତିଦ୍ବନ୍ଦ୍ବିତା କରିବେ। ଏହି ନିର୍ବାଚନମଣ୍ଡଳୀ ପାଇଁ ସେ ପୁରୁଣା ଚେହେରା। ନୂଆପଡ଼ାରେ ପୂର୍ବରୁ ତାଙ୍କର ସଂଗଠନ ରହିଛି। ସେଥିପାଇଁ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ସେ ନୂଆପଡ଼ା ବିଧାନସଭା ଆସନକୁ ବାଛିଛନ୍ତି ଏବଂ ବିଜୟ ଲକ୍ଷ୍ୟରେ ସେ ଘର ସଜାଡ଼ୁଥିବା ଦେଖିବାକୁ ମିଳୁଛି। ନୂଆପଡ଼ା ଆସନରେ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସ ପରାସ୍ତ ହୋଇଥିଲେ ମଧ୍ୟ ଦଳର ଭୋଟ୍‌ ହାର ବୃଦ୍ଧି ପାଇଥିଲା। ତେବେ, କଂଗ୍ରେସର ସ୍ଥିତି […]

ରାଜ୍ୟ

ସୀମାନ୍ତରେ ‘ସମ୍ବାଦ’: ଓଡ଼ିଆ ଏବେ ଛତିଶଗଡ଼ିଆ ଭୋଟର୍‌

ବିଶ୍ୱଜିତ ଦାଶ/ଜୟସିଂ ପ୍ରଧାନବରଗଡ଼: ଓଡ଼ିଶା ଲୋକ ଏଥର ଛତିଶଗଡ଼ରେ ନେତା ବାଛିବେ। କାରଣ ଓଡ଼ିଆ ଏବେ ଛତିଶଗଡ଼ ଭୋଟର। ଓଡ଼ିଶା- ଛତିଶଗଡ଼ ସୀମାନ୍ତ ଇଲାକାରେ ସ୍ଥିତି ପରଖିବା ପରେ ଜଣାପଡ଼ିଛି ଏଭଳି କିଛି କଥା। ଯାହା ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ କାନକୁ ବି ଯାଇନି। ଆନ୍ଧ୍ର ଯେଭଳି କୋଟିଆକୁ ମାଡ଼ିବାକୁ ଯୋଜନା କରୁଛି, ଠିକ୍‌ ସେଭଳି ସୀମାନ୍ତରେ ଓଡ଼ିଶା ଲୋକଙ୍କୁ ଛତିଶଗଡ଼ ସରକାର ନିଜ ରାଜ୍ୟରେ ମିଶାଇବାକୁ ଷଡ଼୍‌ଯନ୍ତ୍ର ରଚୁଥିବା ଜଣାପଡ଼ିଲାଣି। ମିଠା କଥା ଓ […]

ରାଜ୍ୟ

ଆଉ ୯ ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର: ବିଜେଡି ଆଜି ଆଉ ୯ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଏଥର ଜଣେ ମନ୍ତ୍ରୀ ଓ ୨ ବିଧାୟକ ତାଙ୍କ ଟିକେଟ ବଜାୟ ରଖିଛନ୍ତି। ଆଉ ୬ଟି ଆସନରେ ଦଳ ନୂଆ ପ୍ରାର୍ଥୀ ଦେଇଛି। ୩୯ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ରହିଛି। ମନ୍ତ୍ରୀ ଶାରଦା ନାୟକ ତାଙ୍କ ନିଜ ଗଡ଼ ରାଉରକେଲାରୁ ପୁଣି ଲଢ଼ିବେ। ଆଉ ଦୁଇ ଜଣ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଓ […]

ରାଜ୍ୟ

ଆକାଶରୁ ନିଆଁବର୍ଷା: ଭୁବନେଶ୍ବରରେ ୪୩.୫ଂ

ଭୁବନେଶ୍ୱର: ସକାଳ ସାଢ଼େ ୮ଟା ବେଳକୁ ଟାଇଁ ଟାଇଁ ଖରା। ଶରୀରରୁ ଗମ୍‌ଗମ୍‌ ହୋଇ ଝାଳ ବୋହି ଯାଉଥାଏ। ବାହାରକୁ ବାହାରିବା ତ ଦୂରେ ଥାଉ‌; ଘର ଭିତରେ ଥାଇ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ୁଥାନ୍ତି ସହରବାସୀ। ସମୟ ଯେତିକି ଗଡ଼ୁଥାଏ ତାତି ସେହି ଅନୁଯାୟୀ ବଢ଼ୁଥାଏ। ପୂର୍ବାହ୍ନ ସାଢ଼େ ୧୧ଟା ବେଳକୁ ପାରଦ ୩୯ ଡିଗ୍ରି ପାର୍‌ ହୋଇଯାଇଥିଲା। ଚାହୁଁ ଚାହୁଁ ୪୦ ଡିଗ୍ରି ଟପିଗଲା। ଅପରାହ୍ଣ ସାଢ଼େ ୨ଟା ବେଳକୁ ପାରଦ ଚଳିତବର୍ଷର ସର୍ବୋଚ୍ଚ ସ୍ତରରେ […]

ରାଜ୍ୟ

ଯାଜପୁର ଆସନରେ ନୂଆ-ପୁରୁଣା ଲଢ଼େଇ: ବବିଙ୍କ ଅନୁପସ୍ଥିତିରେ ମଙ୍ଗ ଧରିଲେ ଭବ

ଯାଜପୁରସଦର: ଯାଜପୁର ନିର୍ବାଚନମଣ୍ଡଳୀରେ ଏବେ ରାଜନୈତିକ ବାତାବରଣ ରୋଚକ ମୋଡ଼ରେ ପହଞ୍ଚିଛି। ଏଠାରୁ ବିଜେଡିର ନୂଆ ବନାମ ବିଜେପିର ପୁରୁଣା ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି। ଜିଲ୍ଲା ବିଜେପି ସଭାପତି ତଥା ଯାଜପୁର ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ଗୌତମ ରାୟ ମା’ ବିରଜାଙ୍କ ଦର୍ଶନ ପରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଗୌତମ ଲଗାତାର ୩ ଥର ଏହି ଆସନରୁ ହାରିଥିଲେ ମଧ୍ୟ ଜଣେ ପୁରୁଖା ଓ ଅନୁଭବୀ ନେତା ଭାବେ ତାଙ୍କର ଭାବମୂର୍ତ୍ତି ରହିଛି। […]

ରାଜ୍ୟ

ଚାନ୍ଦବାଲି ଆସନରେ ଏଥର ରୋଚକ ଲଢ଼େଇ: ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ବ୍ୟୋମକେଶ

ଭଦ୍ରକ/ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା କ୍ଷେତ୍ରରୁ ଲଗାତାର ଦୁଇଥର ବିଧାୟକ ହୋଇସାରିଲେଣି ବିଜେଡିର ଯୁବନେତା ଡ.ବ୍ୟୋମକେଶ ରାୟ। ଏଥର ବି ବ୍ୟୋମକେଶଙ୍କ ଉପରେ ଦଳ ଭରସା କରି ତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ରହିଛନ୍ତି। ତେବେ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପୁଣିଥରେ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବାରୁ ଏଥରକ ଏଠାରେ ରୋଚକ ଲଢ଼େଇ ହେବ‌ାର ଯଥେଷ୍ଟ ସମ୍ଭାବନା ରହିଛି। ମନମୋହନଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଯାଇଛି। […]

ରାଜ୍ୟ

ରଣନୀତି ପ୍ରସ୍ତୁତ କରୁଛି ଏଆଇସିସି: ଓଡ଼ିଶାରେ କଂଗ୍ରେସର ନିର୍ବାଚନୀ ପ୍ରସ୍ତୁତି

ଭୁବନେଶ୍ବର: ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଓଡ଼ିଶା ପାଇଁ ରଣନୀତି ପ୍ରସ୍ତୁତ କରିଛି ଏଆଇସିସି। ଓଡ଼ିଶାରେ ଯେଉଁମାନେ ପ୍ରାର୍ଥୀ ହେବେ ସେମାନଙ୍କୁ ସହାୟତା କରିବା ଲାଗି ଦିଲ୍ଲୀରୁ ଏକ ସ୍ବତନ୍ତ୍ର ଟିମ୍ ଓଡ଼ିଶାରେ ବୁଲୁଛନ୍ତି। ପ୍ରତି ନିର୍ବାଚନ ମଣ୍ଡଳୀରେ ୩୦-୪୦ ଜଣିଆ ଟିମ୍ କଂଗ୍ରେସର ଭୋଟ୍‌ ହାର କିଭଳି ବଢ଼ିବ ଓ କେଉଁଠାରେ କଂଗ୍ରେସ ଦୁର୍ବଳ ଅଛି ତାହାକୁ ଚିହ୍ନଟ କରୁଛନ୍ତି। ପରବର୍ତ୍ତୀ ସମୟରେ ପ୍ରାର୍ଥୀ ସେସବୁ ଅଞ୍ଚଳକୁ ଯାଇ କଂଗ୍ରେସ ପାଇଁ କ୍ୟାମ୍ପେନ୍ […]

ରାଜ୍ୟ

ରୋଗ ଭଲ ପାଇଁ କୁକୁଡ଼ା, ପାରା ବଳି: ଡାକ୍ତର ନୁହେଁ, ବେଜୁଣୀ ଭଲ କରୁଛି ବେମାର

ରାୟଗଡ଼ା: ଡାକ୍ତର ନୁହେଁ, ପୂଜାର୍ଚ୍ଚନା ମାଧ୍ୟମରେ ବେଜୁଣୀ (ଗୁଣିଆ) ଭଲ କରୁଛନ୍ତି ଜ୍ବର। ଖାଲି ମଣିଷ ନୁହେଁ ଗୃହପାଳିତ ପ୍ରାଣୀ ଓ ଫସଲରେ ହୋଇଥିବା ରୋଗ ଭଲ କରିବାକୁ ମଧ୍ୟ ବେଜୁଣୀ ଉପରେ ଭରସା କରୁଛନ୍ତି ଲୋକ। ଅତ୍ୟାଧୁନିକ ଡାକ୍ତରୀ ସେବା ଏଠି ତୁଚ୍ଛ ହୋଇଛି। ଅନ୍ଧ ବିଶ୍ବାସର ଅନ୍ଧାର ଗଳିରେ ଏମିତି ଫସିଛନ୍ତି ଖଣି ଖାଦାନରେ ଭରପୂର ଓ ଶିଳ୍ପ ସମୃଦ୍ଧ କାଶୀପୁରବାସୀ। କାଶୀପୁର ବ୍ଲକ୍ ଗୋଡ଼ିବାଲି ପଞ୍ଚାୟତ ଗୋଦରାମୁହିଁ ଗାଁର ମାଲକା ମାଝିଙ୍କ ଝିଅକୁ […]