ଅପରାଧ ରାଜ୍ୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ବୃଦ୍ଧ ଦମ୍ପତ୍ତିଙ୍କ ଜୀବନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଦାରିଙ୍ଗବାଡ଼ି ୦୫।୧୨ : କାର୍‌ ସହିତ ଲୁନାର ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା କିରୀପୁଟ ପଞ୍ଚାୟତ ଏମୋପକ୍ଷୀ ବ୍ରିଜ୍‌ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନାରାୟଣପାଟଣା: ଓଡ଼ିଶା ଲେଉଟି ଛେଳି ମାରିଲା ମହାବଳ

ନାରାୟଣପାଟଣା : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌କୁ ପୁଣି ଲେଉଟିଲା ମହାବଳ ବାଘ। ୩ଦିନ ହେଲା ବାଘର କୌଣସି ସ୍ବରଶବ୍ଦ ନଥିଲା। ବାଘ ଆନ୍ଧ୍ରକୁ ଚାଲି ଯାଇଥିବା ଅନୁମାନ କରି ଲୋକେ ଆଶ୍ବସ୍ତ ହୋଇଥିଲେ। କିନ୍ତୁ, ଓଡ଼ିଶାରେ ପଶି ବଳଦ ପରେ ଛେଳି ଶିକାର କରି ମହାବଳ ପୁଣି ନିଜ ଉପସ୍ଥିତି ଜାହିର କରିଛି। ଖବର ପାଇ ରବିବାର ସଂଧ୍ୟାରେ ବନ ବିଭାଗ ଟିମ୍‌ ପୁଣି ଆନ୍ଧ୍ର ସୀମାନ୍ତ ଓଡ଼ିଶାର ଗାଁରେ ପହଞ୍ଚିଛି। ସହଜରେ ଶିକାର ମିଳି […]

ଅପରାଧ ରାଜ୍ୟ

ପୁଲିସ ପୋଷାକରେ ମାତିଲେ ଲୁଟେରା: ଫେରିଲା ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ୍‌

କଟକ : କଟକ ସହରକୁ ପୁଣି ପଶି ଆସିଛନ୍ତି ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ୍‌। ଏହାର କାର୍ପଟଦାର ଜାଭେଦ୍‌ ଅଲ୍ଲି ଏବ˚ ସାଦିକ୍‌ ଅଲ୍ଲୀ ପୁଲିସ ପୋଷାକରେ ନକଲି ପରିଚୟପତ୍ର ବ୍ୟବହାର କରି ବୟସ୍କ ଲୋକଙ୍କ ନିକଟରୁ ସୁନା ଅଳଙ୍କାର ଲୁଟିନେଉଛନ୍ତି। ବର୍ଷ ଶେଷରେ ଏହି ଗ୍ୟାଙ୍ଗ୍‌ ଲାଲବାଗ ଥାନା ଅଞ୍ଚଳରେ ପ୍ରଥମ ଶିକାର କରିଛି। ଉଭୟ ଜେଲ୍‌ରୁ ଫେରିଥିବାରୁ ସହରରେ ଆତଙ୍କ ସୃଷ୍ଟି ହୋଇଛି। ଓଡ଼ିଶାରେ ଦୀର୍ଘ ୭ ବର୍ଷ ହେବ ପୁଲିସ ଓ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଅଧିକାରୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଯୁକ୍ତି କ୍ଷେତ୍ରରେ ଭୁବନେଶ୍ବର ଆଇଆଇଟିର ସଫଳତା: ବାର୍ଷିକ ୫୫ ଲକ୍ଷରେ ନିଯୁକ୍ତି ଅଫର୍‌

ଭୁବନେଶ୍ବର : ୨୦୨୨-୨୩ ଶିକ୍ଷାବର୍ଷରେ ଭୁବନେଶ୍ବର ଆଇଆଇଟିର ଛାତ୍ରଛାତ୍ରୀ ନିଯୁକ୍ତି କ୍ଷେତ୍ର‌ରେ ‌ବେଶ୍‌ ସଫଳତା ହାସଲ କରିଛନ୍ତି। କରୋନା ମହାମାରୀ ସମୟରେ ବି ଏଠାକାର ଛାତ୍ରଛାତ୍ରୀ ଦେଶ ବିଦେଶର ନାମକରା କମ୍ପାନିରେ ନିଯୁକ୍ତି ଅଫର୍‌ ପାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁଇ ଦିନ ତଳେ ବି.ଟେକ୍‌ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଲାଗି ଆରମ୍ଭ ହୋଇଥିବା କ୍ୟାମ୍ପସ ଚୟନ ପ୍ରକ୍ରିୟାରେ ଏ ପର୍ଯ୍ୟନ୍ତ ୧୪୬ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଅଫର୍‌ ମିଳି ସାରିଛି। ଦ୍ବିତୀୟ ପର୍ଯ୍ୟାୟରେ ଏମ୍‌.ଟେକ୍‌ ଓ ତୃତୀୟ ପର୍ଯ୍ୟାୟରେ ଏମ୍‌ଏସ୍‌ସି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବାରମ୍ବାର ଟ୍ରେନ୍‌ ଲାଇନ୍‌ଚ୍ୟୁତ ଘଟଣା ପରେ ସୁଦୃଢ଼ ହେବ ରେଳ ଧାରଣା

ଭୁବନେଶ୍ବର : ପୂର୍ବତଟ ରେଳପଥରେ ବାରମ୍ବାର ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେବା ଘଟଣାକୁ ଗୁରୁତ୍ବର ସହ ନେଇଛି ପୂର୍ବତଟ ‌ରେଳପଥ। ଦୁଇ ମାସ ମଧ୍ୟରେ ଭୁବନେଶ୍ବର, ପୁରୀ, ଯାଜପୁର ସମେତ ରେଳପଥ ପରିସୀମା ମଧ୍ୟରେ ୫ରୁ ଅଧିକ ମାଲବାହୀ ଟ୍ରେନ୍‌ ଟ୍ରାକ୍‌ ବାହାରକୁ ଚାଲି ଯାଇଛି। ଏଭଳି ସମସ୍ୟା ସାମ୍ନାକୁ ଆସିବା ପରେ ରେଳଲାଇନ୍‌ ମରାମତି ଓ ରକ୍ଷଣା‌ବେକ୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ନିରାପତ୍ତା ସମ୍ବନ୍ଧୀୟ ଏହି ଆଧୁନିକୀକରଣ କାର୍ଯ୍ୟଗୁଡ଼ିକ ମଧ୍ୟରେ ପୁରୁଣା ବ୍ରିଜ୍‌ଗୁଡ଼ିକର ମରାମତି, ଲେଭେଲ୍‌ କ୍ରସିଂକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସରକାରୀ କଳରେ ବିଚିତ୍ର ବ୍ୟବସ୍ଥା: ବହିଷ୍କାର ପରେ ବି ୮ବର୍ଷ ଚାକିରି! ପେନ୍‌ସନ୍ ବି ପାଇଲେ

କଟକ : ରାଜ୍ୟ ସରକାର ଏବେ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ମ‌ାତ୍ର, ଭିଜିଲାନ୍ସ ଟ୍ରାପ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଚାକିରିରୁ ବହିଷ୍କୃତ ହେବାପରେ ବି ଜଣେ କିରାଣି ୮ବର୍ଷ ଚାକିରି କରିଥିବା ଭଳି ଏକ ଖବର ସାମ୍‌ନାକୁ ଆସିଛି। କେବଳ ଚାକିରିରେ ରହିନାହାନ୍ତି, ବହିଷ୍କୃତ ହେବାପରେ ବି ଗ୍ରେଡେସନ୍ (ପଦୋନ୍ନତି) ତାଲିକାରେ ରହିବା ସହିତ ଅବସରକାଳୀନ ସୁବିଧ‌ା ମଧ୍ୟ ହାସଲ କରିଛନ୍ତି। ଏହି ଗୋଟିଏ ଘଟଣା ସମଗ୍ର ବ୍ୟବସ୍ଥ‌ାକୁ ପଦାରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଇଡିକୁ ତଥ୍ୟ ଦେଲା କମିସନରେଟ ପୁଲିସ: ଆଜି ରିମାଣ୍ଡରେ ଆସିବେ ଅର୍ଚ୍ଚନା

ଭୁବନେଶ୍ବର : ଅର୍ଚ୍ଚନା ନାଗ ମାମଲାରେ ଶେଷରେ ଇଡିକୁ ତଥ୍ୟ ଯୋଗାଇ ଦେଇଛି କମିସନରେଟ ପୁଲିସ। ଉଭୟ ଖଣ୍ଡଗିରି ଓ ନୂଆପଲ୍ଲୀ ଥାନାରେ ଅର୍ଚ୍ଚନା ନାଗଙ୍କ ନାଁରେ ହୋଇଥିବା କେସର ତଥ୍ୟ ଜବତ କରିଥିବା ମୋବାଇଲ ଫୋନ୍, ଲାପଟପ୍, ହାର୍ଡଡିସ୍କ, ଜମିବାଡ଼ି କାଗଜପତ୍ର, ୪ଟି ବ୍ୟାଙ୍କ ଡିଟେଲ୍ସ ଓ ସୁପ୍ରିମ କାର ବଜାର ବ୍ୟବସାୟ ସମ୍ପର୍କରେ ତଥ୍ୟ ଆଦି ରହିଛି। ସେହିପରି ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଗିରଫ କରିବା ବେଳେ ସେମାନଙ୍କ ବୟାନ ପୁଲିସ ନିକଟରେ କ’ଣ […]

ରାଜନୀତି ରାଜ୍ୟ

ଆରମ୍ଭ ହେଲା ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟଗ୍ରହଣ

ବରଗଡ଼/ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟଗ୍ରହଣ। ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ହାଇଭୋଲଟେଜ୍ ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରତିଦ୍ବନ୍ଦ୍ବୀଙ୍କ ସମେତ ମୋଟ ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିନି ବ୍ଲକର ମୋଟ ୨ ଲକ୍ଷ ୬୯ ହଜାରରୁ ଅଧିକ ମତଦାତା। ଭୋଟଗ୍ରହଣକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ଲାଗି ପ୍ରଶାସନ ଲାଗିପଡିଥିବା ବେଳେ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଜେଡି-ବିଜେପି ଭିତରେ ଛକାପଞ୍ଝା ତଥାପି […]

ରାଜ୍ୟ

ଦନ୍ତା ହାବୁଡ଼ରେ ପଡିଗଲେ ଯୁବକ, ଆକ୍ରମଣରେ ଚାଲିଗଲା ଜୀବନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କରଞ୍ଜିଆ ୦୫।୧୨ : ଦନ୍ତା ଆକ୍ରମଣରେ ଯୁବକ ମୃତ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅସୁରଖାଲ ଗାଁ ହୁଡ଼ି ସାହିରେ ଏପରି ଅଘଟଣ ଘଟିଛି । ଯୁବକ ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ନୋଟ ଗାଁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆରମ୍ଭ ହେଲା ଶୀତ, ୩ ଦିନରେ ୩ ଡିଗ୍ରି କମିବ

ଭୁବନେଶ୍ବର : ରାଜ୍ୟରେ ରବିବାର ସଂଧ୍ୟାରୁ ଶୀତ ପଡ଼ିବା ଆରମ୍ଭ ହୋଇଛି। ଆସନ୍ତା ୨ରୁ ୩ ଦିନରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ପାରଦସ୍ତରରେ ହ୍ରାସ ଦେଖାଯିବ। ଫଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଥଣ୍ଡା ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତକାଲି ରାତିରେ କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରି ରେକର୍ଡ ହୋଇଛି। ଏହାସହ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ୧୩.୮ ଡିଗ୍ରି ସର୍ବନିମ୍ନ ତାପମାତ୍ରା […]