ଭଲ ଖବର: ଚାଷକରି ଗାଁର ସଭିଏଁ ଲକ୍ଷପତି
ଘଟଗାଁ : ଚାଷକରି ଗୋଟିଏ ଗାଁର ସମସ୍ତେ ଲକ୍ଷପତି। କେବଳ ସେତିକି ନୁହେଁ, ଗାଁରେ ସମସ୍ତଙ୍କର ପକ୍କାଘର। ଅଧିକାଂଶ ଛାତ। କେତୋଟି ଘର ଟାଇଲ ଛପର। ସମସ୍ତଙ୍କ ଘରେ ସର୍ବନିମ୍ନ ଦୁଇଟି ବାଇକ୍। ଗୋଟିଏ ଦୁଇଟି ପାୱାର ଟିଲର। ୪-୫ ଜଣଙ୍କ ପାଖରେ ଅଛି ୪ ଚକିଆ ଗାଡ଼ି। ଆଉ ଦୁଇ-ତିନି ଜଣ ୧୪ ଚକିଆ ଟ୍ରକ୍ ମାଲିକ। ସମସ୍ତଙ୍କ ଉଦ୍ୟମରେ ଏକ ସମୃଦ୍ଧ ଗାଁରେ ପରିଣତ ହୋଇଥିବା ଏହି ଗାଁ ହେଉଛି କେନ୍ଦୁଝର ଜିଲ୍ଲା ଘଟଗାଁ […]









