ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୨୨ ବର୍ଷରେ ଭାରତରେ ୨୩ ଲକ୍ଷ ହେକ୍ଟର ଜଙ୍ଗଲ ଧ୍ବଂସ

ନୂଆଦିଲ୍ଲୀ: ୨୦୦୦ରୁ ୨୦୨୩ ମଧ୍ୟରେ ଭାରତରେ ୨୩ ଲକ୍ଷ ହେକ୍ଟର ଜଙ୍ଗଲ ଅର୍ଥାତ୍‌ ଦେଶର ମୋଟ ଜଙ୍ଗଲର ୬ ପ୍ରତିଶତ ନଷ୍ଟ ହୋଇଛି। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସର୍ବାଧିକ ଜଙ୍ଗଲ ଧ୍ବଂସ ହୋଇଥିବା ବେଳେ ନିଆଁ ଲାଗି ଜଙ୍ଗଲ ଧ୍ବଂସ ତାଲିକାରେ ଓଡ଼ିଶା ପ୍ରଥମରେ ରହିଛି। ଗ୍ଲୋବାଲ୍‌ ଫରେଷ୍ଟ ୱାଚ୍‌ (ଜିଏଫ୍‌ଡବ୍ଲୁ) ପକ୍ଷରୁ ଜିପିଏସ୍‌ ଟ୍ରାକିଂ ଓ ସାଟେଲାଇଟ୍‌ ତଥ୍ୟ ଆଧାରରେ ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ପ୍ରକାଶିତ ହୋଇଛି। ରିପୋର୍ଟ ଅନୁସାରେ, ୨୦୦୨ରୁ ୨୦୨୩ ମଧ୍ୟରେ ଦେଶର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ବସ୍ତି: ଆଗୁଆ ଶୁଣାଣି ପାଇଁ ମନାକଲେ

ନୂଆଦିଲ୍ଲୀ: ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ କରିଥିବା ଆବେଦନ ଉପରେ ସୁପ୍ରିମ୍‌କୋର୍ଟରୁ ଆଜି ତୁରନ୍ତ କୌଣସି ଆଶ୍ବସ୍ତି ମିଳିନାହିଁ। ଦୁଇ ସପ୍ତାହ ପରେ ଏପ୍ରିଲ ୨୯ରେ ଉକ୍ତ ମାମଲାର ଶୁଣାଣି କରିବେ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଆଗୁଆ ଶୁଣାଣି କରିବାକୁ ମନା କରିବା ପରେ କେକ୍ରିୱାଲଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ବଢ଼ାଇ ଦେଇଛନ୍ତି। ଇଡି ରିମାଣ୍ଡ ଶେଷ ହେବା ପରଠାରୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନିର୍ବାଚନୀ ବଣ୍ଡ୍‌ ରଦ୍ଦ: ‘ଦିନେ ସମସ୍ତେ ଅନୁତାପ କରିବେ’

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବ୍ରୁଆରିରେ ସୁପ୍ରିମ୍‌କୋର୍ଟ ନିର୍ବାଚନୀ ବଣ୍ଡ୍‌କୁ ଅସିଦ୍ଧ ଘୋଷଣା କରିଥିଲେ। ଏହାର ଦୁଇ ମାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନୀ ବଣ୍ଡ୍‌ ରଦ୍ଦ ହୋଇଛି। ଏହାର ଯେତେବେଳେ ବାସ୍ତବ ପ୍ରତିଫଳନ ଘଟିବ ସେତେବେଳେ ସମସ୍ତେ ଏଥିପାଇଁ ଅନୁତପ୍ତ ହେବେ, କାରଣ ଦେଶ କଳାଟଙ୍କା ଆଡ଼କୁ ସମ୍ପୂର୍ଣ୍ଣ ଭାବେ ଠେଲି ହୋଇଯିବ। ନିର୍ବାଚନୀ ବଣ୍ଡ୍‌ର ପ୍ରଚଳନକୁ ସମର୍ଥନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ […]

ଅପରାଧ ଦେଶ ବିଦେଶ

ଆମେରିକାରେ ହୋଇଥିଲା ଯୋଜନା: ସଲ୍‌ମାନଙ୍କ ଘର ଉପରକୁ ଗୁଳିମାଡ଼ ମାମଲା

ନୂଆଦିଲ୍ଲୀ/ମୁମ୍ବାଇ: ବଲିଉଡ୍‌ ଅ‌ଭିନେତା ସଲ୍‌ମାନ ଖାନ୍‌ଙ୍କ ବାନ୍ଦ୍ରା ସ୍ଥିତ ଘର ଉପରକୁ ରବିବାର ଭୋର ସମୟରେ ଚାରି ରାଉଣ୍ଡ ଗୁଳିମାଡ଼ ହୋଇଥିଲା। ଲରେନ୍‌ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ଏହି ଗୁଳିମାଡ଼ କରିଥିବା ସ୍ପଷ୍ଟ ହୋଇଛି। ଆଜି ଏହି ଘଟଣାରେ ପୁଲିସ ଆକ୍ରମଣକାରୀଙ୍କ ସିସିଟିଭି ଫୁଟେଜ୍‌ ଓ ଫଟୋ ଜାରି କରିଛି। ଏହା ସହିତ ଏହି ଆକ୍ରମଣ ଯୋଜନା ଆମେରିକାରେ ହୋଇଛି ବୋଲି ସୂଚିତ କରିଛି। ଗତକାଲି ପୁଲିସ, ଆକ୍ରମଣକାରୀମାନେ ବ୍ୟବହାର କରିଥିବା ମୋଟରସାଇକଲକୁ ସଲ୍‌ମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟର କିଛି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଖୁବ୍ ଶୀଘ୍ର ନୂତନ ବ୍ୟବହାରକାରୀଙ୍କଠାରୁ ଟଙ୍କା ନେବ ‘ଏକ୍ସ’

ନୂଆଦିଲ୍ଲୀ: ମାଗଣା ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ଭାବେ ଜଣା ଯାଉଥିବା ଟ୍ବିଟର (ଏକ୍ସ) ଆଉ ମାଗଣା ହୋଇ ରହିବ ନାହିଁ। ଖୁବ୍ ଶୀଘ୍ର ନୂତନ ବ୍ୟବହାରକାରୀଙ୍କଠାରୁ ଟଙ୍କା ଚାର୍ଜ କରିବା ଆରମ୍ଭ କରିବ ଏକ୍ସ। ଏହାର ମାଲିକ ଏଲୋନ୍ ମସ୍କଙ୍କ ଅନୁଯାୟୀ, ଏକ୍ସରେ ଯୋଗ ଦେଉଥିବା ନୂତନ ଉପଭୋକ୍ତାଙ୍କୁ ଟ୍ୱିଟ୍, ରିଟ୍ବିଟ୍‌, ଲାଇକ୍, କମେଣ୍ଟ ଓ ବୁକ୍‌ମାର୍କ କରିବା ପାଇଁ ଛୋଟ ପରିମାଣର ଏକ ଦେୟ ଦେବାକୁ ପଡ଼ିବ। ଆହୁରିବ ବି ଉଲ୍ଲେଖ କରାଯାଇଛି ଯେ ସୋସିଆଲ ନେଟୱାର୍କରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଝାରସୁଗୁଡ଼ାରେ ଭୂତ ଆମ୍ବୁଲାନ୍ସ! ଖଣିଜ ପାଣ୍ଠିରୁ କିଣାଯାଇଛି

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟରେ ଅଚଳ ହୋଇ ପଡ଼ିଥିବା ଆମ୍ବୁଲାନ୍ସରୁ ରାତିହେଲେ ବିକଟାଳ ଶବ୍ଦ ବାହାରୁଛି। କେତେବେଳେ ଦୀର୍ଘ ସମୟ ଧରି ହର୍ଣ୍ଣ ବାଜୁଛି ତ ଆଉ କେତେବେଳେ ଇଣ୍ଡିକେଟର ଲାଇଟ୍‌ ଜଳୁଛି। ବେଳେବେଳେ ହଠାତ୍‌ ଆମ୍ବୁଲାନ୍ସର କବାଟ ବି ଆପେ ଆପେ ଖୋଲିଯାଉଛି। ଏହି ଘଟଣା ଏକ ଭ୍ରମ କିମ୍ବା ଲୋକଙ୍କ ଭିତରେ କୌତୂହଳ ସୃଷ୍ଟି କରିବାପାଇଁ କାହାରି ଏକପ୍ରକାର ଦୁଷ୍ଟାମି ବୋଲି ସ୍ପଷ୍ଟ ହୋଇନାହିଁ। ତେବେ, ଏସବୁ ଦୃଶ୍ୟ ଦେଖି ସ୍ଥାନୀୟ […]

ଅପରାଧ ରାଜ୍ୟ

ପଶ୍ଚିମବଙ୍ଗରୁ ଆସୁଛି ବ୍ରାଉନସୁଗାର: ସମନ୍ବୟ ବୈଠକରେ ପୁଲିସ ଡିଜିଙ୍କ ଉଦ୍‌ବେଗ

କଟକ: ସାଧାରଣ ନିର୍ବାଚନ ସମୟରେ ପଶ୍ଚିମବଙ୍ଗରୁ ଆସୁଥିବା ବ୍ରାଉନସୁଗାର ଚିନ୍ତାର କାରଣ ହୋଇଛି। ବ୍ରାଉନସୁଗାର ପଶ୍ଚିମବଙ୍ଗର ଲାଲଗୋଲା, ମୁର୍ସିଦାବାଦ ଓ ବର୍ଦ୍ଧମାନ ଭଳି ସ୍ଥାନରୁ ଆସୁଥିବା ବେଳେ ଏହା ଉପରେ ରୋକ ଲଗାଇବାକୁ ଡିଜିପି ଅରୁଣ ଷଡଙ୍ଗୀ ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗ ପୁଲିସ ସମନ୍ବୟ ବୈଠକରେ ଗୁରୁତ୍ବ ଦେଇଛନ୍ତି। ଏହି ନିଶା କାରବାରର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରାଯିବା ଉପରେ ସେ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହମତି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପଥ ସମ୍ମୋହନ ନେଉଛି ଜୀବନ: ବର୍ଷକରେ ମଲେଣି ୧୮୪୫

କଟକ: ରୋଡ ହିପ୍ନୋସିସ୍‌ ବା ପଥ ସମ୍ମୋହନ ଏବେ ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ହୋଇଛି। ଏହି କାରଣରୁ ପ୍ରତିବର୍ଷ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଛି। ୨୦୨୩ରେ ପଥ ସମ୍ମୋହନ କାରଣରୁ ପଛପଟୁ ଗାଡିକୁ ଧକ୍କା ଦେବା, ଗାଡିକୁ ଗୋଟିଏ ପାଖରୁ ପିଟିବା, ରାସ୍ତାକଡ଼ ଗଛ ଓ ଖୁଣ୍ଟରେ ପିଟି ହେବା ଭଳି ଜନିତ ଦୁର୍ଘଟଣାରେ ରାଜ୍ୟରେ ୧୮୪୫ ଜଣଙ୍କ ଜୀବନ ଯାଇଛି। ଦୁର୍ଘଟଣାର ଏହା ଏକ ପ୍ରମୁଖ କାରଣ ହୋଇଥିବାରୁ ର‌ାଜ୍ୟ ପରିବହନ ପ୍ରାଧିକରଣ ଏ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ତିନି ମାସରେ ସମ୍ବଲପୁର ରାଡାର: ଭୁବନେଶ୍ବରରେ ପହଞ୍ଚିଲା ସି-ବ୍ୟାଣ୍ଡ୍‌ ଯନ୍ତ୍ରାଂଶ

ଭୁବନେଶ୍ବର: ଓଡ଼ିଶାରେ ପାଣିପାଗର ପୂର୍ବାନୁମାନକୁ ଅଧିକ ସୁଦୃଢ଼ କରିବାକୁ ସମ୍ବଲପୁର ଓ ବାଲେଶ୍ବରରେ ଆଉ ଦୁଇଟି ରାଡାର ପ୍ରତିଷ୍ଠା କରାଯିବ। ଏଦିଗରେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପଦକ୍ଷେପ ନେଇଛି। ୨୦୨୪ ଭିତରେ ସମ୍ବଲପୁର ରାଡାର ଲଗାଇବା ଲକ୍ଷ୍ୟରେ କାମକୁ ଅଧିକ ତ୍ବରାନ୍ବିତ କରାଯାଇଛି। ସମ୍ବଲପୁରରେ ଲାଗିବାକୁ ଥିବା ସି-ବ୍ୟାଣ୍ଡ ଡପ୍ଲର ରାଡାରର ସମସ୍ତ ଯନ୍ତ୍ରାଂଶ ଇତିମଧ୍ୟରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ପହଞ୍ଚିସାରିଛି। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ୨ରୁ ୩ ମାସ ମଧ୍ୟରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଐତିହାସିକ ଅଳକାନଦୀ ଏବେ ଖେଳ ପଡ଼ିଆ: ଦିନେ ଏଠାରେ ଇଂରେଜଙ୍କ ବୋଟ୍ ଚାଲୁଥିଲା

ଜଗତସିଂହପୁର: ଜଗତସିଂହପୁର ସହର ଦେଇ ବହିଯାଉଥିଲା ଅଳକା ନଦୀ। ଦିନେ ଏହି ନଦୀ ପଥଦେଇ ବଙ୍ଗୋପସାଗରକୁ ଇଂରେଜଙ୍କ ବୋଟ୍ ଚଳାଚଳ କରୁଥିଲା। ଇଂରେଜମାନେ ଭାରତକୁ ଆସିବାର ପ୍ରାୟ ୧୭୦ ବର୍ଷ ପୂର୍ବରୁ ଜଗତସିଂହପୁରକୁ ଆସି ସେମାନେ ବାଣିଜ୍ୟ କରୁଥିଲେ। ବାଣିଜ୍ୟ କାରବାର ପାଇଁ ଅଳକା ନଦୀ ମୁଖ୍ୟ ମାଧ୍ୟମ ଥିଲା। ଖାଲି ସେତିକି ନୁହେଁ ଏହି ନଦୀ କୂଳରେ ଗଢ଼ି ଉଠିଥିଲା ଭାରତୀୟ ମୁକ୍ତି ସଂଗ୍ରାମର ଅନ୍ତୁଡ଼ିଶାଳ ଅଳକା ଆଶ୍ରମ। ଏମିତି ଏକ ଐତିହ୍ୟ ନଦୀ ଶଯ୍ୟା […]