ଚୋରା ବାଲିରେ ହେବ ସ୍ପୋର୍ଟ୍ସ ଏକାଡେମୀ! ୫୦୦ କୋଟି ଖର୍ଚ୍ଚ ହେବ, ଖୁବ୍ଶୀଘ୍ର ଟେଣ୍ଡର
ଯାଜପୁରସଦର : ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବୈତରଣୀ ନଦୀପଠାକୁ ଚୋରାବାଲିରେ ପୋତି ଦିଆଯାଇଛି। ବର୍ତ୍ତମାନ ଏହା ଉପରେ ମାଟି ପକାଇ ସମତୁଲ କରାଯାଉଛି। ଏବେ ସୂଚନା ମିଳୁଛି ଯେ ଏଠାରେ କୁଆଡ଼େ ଏକ ସ୍ପୋର୍ଟ୍ସ ଏକାଡେମୀ କରାଯିବ। ଏଥିପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏ ନେଇ ଖୁବ୍ଶୀଘ୍ର ଟେଣ୍ଡର ଆହ୍ବାନ କରାଯିବ ବୋଲି ଜିଲ୍ଲାପାଳ ଅନୌପଚାରିକ ଆଲୋଚନା ବେଳେ ଗଣମାଧ୍ୟମକୁ କହିଛନ୍ତି। ଯାଜପୁର ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବୈତରଣୀ ନଦୀପଠାକୁ […]









