ରାଜ୍ୟ ସ୍ପେଶାଲ ରିପୋର୍ଟ

ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ କଫି ମିସନ୍, ୬ ଜିଲ୍ଲାରେ ୯୦ ହଜାର ହେକ୍ଟର ଜମିରେ ଚାଷ

ଭୁବନେଶ୍ବର : ଓଡ଼ିଶାରେ ଖୁବ୍‌ଶୀଘ୍ର କଫି ମିସନ ଆରମ୍ଭ କରାଯିବ। ଏନେଇ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି। ୬ଟି ଜିଲ୍ଲାରେ ୯୦ ହଜାର ହେକ୍ଟର ଜମିରେ ଚାଷ କରାଯାଇ ୧୪ ହଜାର ୪୬୦ ମେଟ୍ରିକ ଟନ୍‌ ଉତ୍ପାଦନର ଆଶା ରହିଛି। ରାଜ୍ୟରେ ମିଲେଟ୍ ମିସନ ଏବଂ ପଣସ ମିସନ୍ କାର୍ଯ୍ୟକାରୀ ହୋଇଛି। ଫୁଲ, ମସଲା ମିସନ କାର୍ଯ୍ୟକାରୀ ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। କିଛି ଦିନ ପୂର୍ବରୁ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

କାମଚଳାରେ ଚାଲିଛି ସ୍କୁଲ୍‌: ୧୯ ହଜାର ସ୍କୁଲ୍‌ରେ ନାହାନ୍ତି ସ୍ଥାୟୀ ପ୍ରଧାନଶିକ୍ଷକ

କଟକ : ରାଜ୍ୟରେ ୧୯ ହଜାର ୨୪୨ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବର୍ଷ ବର୍ଷ ଧରି ବିନା ପ୍ରଧାନଶିକ୍ଷକରେ ଚାଲିଛି। ସବୁ ସ୍କୁଲ୍‌ କାମଚଳା ପ୍ରଧାନଶିକ୍ଷକରେ ଚାଲିଛି। ରାଜ୍ୟର ପ୍ରାଥମିକ ଶିକ୍ଷାର ଏ ପ୍ରକାର ବିକଳ ଚିତ୍ର ଶିକ୍ଷକମାନଙ୍କୁ ଦ୍ବନ୍ଦ୍ବରେ ପକାଇଛି। ଗତବର୍ଷ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ରାଜ୍ୟର ୧୯ ହଜାର ୨୪୨ ଶିକ୍ଷକଙ୍କୁ ଲେବୁଲ-୩କୁ ପଦୋନ୍ନତି ଦେବାପାଇଁ ସୁଯୋଗ ସୃଷ୍ଟି କରିଥିଲେ। ମାତ୍ର, ପରବର୍ତ୍ତୀ ସମୟରେ ସରକାର ଚତୁରତାର ସହିତ ଶିକ୍ଷକମାନଙ୍କୁ […]

ରାଜନୀତି ରାଜ୍ୟ

୨୪ ପାଇଁ ୨୯ରେ ବଳ କଷାକଷି: ଗୋଟିଏ ଦିନରେ ଅନୁଗୁଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ୩ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ : ସାଧାରଣ ନିର୍ବାଚନ ୨୦୨୪ରେ ହେବ। ଏପରିକି ଆଗୁଆ ନିର୍ବାଚନ ହେବାନେଇ ବି ଚର୍ଚ୍ଚା ଚାଲିଛି। ଏହିସମୟରେ ବିଜେଡି ଓ ବ‌ିଜେପି ମଧ୍ୟରେ ଅନୁଗୁଳରେ ଆଗୁଆ ବଳ କଷାକଷି ହେବାକୁ ଯାଉଛି। ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଦିନିକିଆ ଗସ୍ତରେ ଅନୁଗୁଳ ଆସୁଛନ୍ତି। ଠିକ୍‌ ସେହିଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୩ ଜଣ କେନ୍ଦ୍ରମନ୍ତ୍ରୀ ଅନୁଗୁଳ ଆସିବେ। ଗୋଟିଏଦିନରେ ଦୁଇ ପ୍ରମୁଖ ଦଳର ହେଭିୱେଟ୍‌ ଅନୁଗୁଳ ଆସୁଥିବାରୁ ଉଭୟ ଦଳ ସେମାନଙ୍କ ଶକ୍ତି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

‘କେକେବିଏନ୍‌’ ପରେ ଏବେ ‘ବିଜିଏନ୍‌’, କନ୍ଧମାଳ ପୁଲିସର ମୁଣ୍ଡବିନ୍ଧା ବଢ଼ିଲା

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ‘କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼’ (କେକେବିଏନ୍‌) ମାଓ ଡିଭିଜନର ତାଣ୍ଡବଲୀଳା ଚାଲିଥିବା ବେଳେ ଏବେ ପୁଣି ‘ବଂଶଧାରା-ଘୁମୁସର-ନାଗାବଳୀ’ (ବିଜିଏନ୍‌) ମାଓ ଡିଭିଜନର ହିଂସାକାଣ୍ଡ ପୁଲିସର ଚିନ୍ତା ବଢ଼ାଇ ଦେଇଛି। ଏକାସାଙ୍ଗରେ ଦୁଇ ଦୁଇଟି ମାଓ ଡିଭିଜନର ହିଂସାତ୍ମକ କାର୍ଯ୍ୟକଳାପକୁ ପୁଲିସ କିଭଳି ମୁକାବିଲା କରିବ, ତାହା ‌ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ପୂର୍ବରୁ କନ୍ଧମାଳ ଜିଲ୍ଲାର କନ୍ଧମାଳ-କଳାହାଣ୍ଡି ଏବଂ କନ୍ଧମାଳ-ବୌଦ୍ଧ ଜିଲ୍ଲାର ସୀମାନ୍ତ ଜଙ୍ଗଲରେ କେକେବିଏନ୍‌ ମାଓ ଡିଭିଜନ ବିଭିନ୍ନ ହିଂସାକାଣ୍ଡ ଘଟାଇ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବ୍ୟାପକ ପୁଲିସ ମୁତୟନ ସତ୍ତ୍ବେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ବଳିପଡ଼ିଲେ ହଜାର ହଜାର ପଶୁପକ୍ଷୀ

ଦେଓଗାଁ: ଆଦିବାସୀମାନଙ୍କର ପ୍ରସିଦ୍ଧ ଶୁଲିଆ ଯାତ୍ରା ମଙ୍ଗଳବାର ସକାଳୁ ଆରମ୍ଭ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ବଣଜଙ୍ଗଲ ଘେରା ଖଇରଗୁରା ଓ କୁମୁରିଆରେ ଆୟୋଜନ କରାଯାଇଛି। ଏହି ଯାତ୍ରାମାନେ ଆଦିବାସୀ ସଂପ୍ରଦାୟର ଲୋକେ ଉତ୍ସାହିତ ଅଛନ୍ତି। ତେବେ ବ୍ୟାପକ ପୁଲିସ ମୁତୟନ ଥିଲେ ବି ହଜାର ହଜାର ପଶୁପକ୍ଷୀମାନଙ୍କୁ ବଳି ଦିଆଯାଉଛି। ଶୁଲିଆ ପୀଠର ୨ଟି ମୁଖ୍ୟ ସ୍ଥାନ (ବଡ଼ଖଳା ଓ ସାନଖଳା)ରେ ନୀରିହ ପଶୁପକ୍ଷୀମାନଙ୍କୁ ବଳି ଦିଆଯାଉଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଳେଶ୍ବରରେ ଚଳନ୍ତା ଟ୍ରକକୁ ପଛରୁ ପିଟିଲା ଦ୍ରୁତଗାମୀ ଆମ୍ବୁଲାନ୍‌ସ; ଜଣେ ମୃତ, ୬ ଗୁରୁତର

ଜଳେଶ୍ଵର: ଚଳନ୍ତା ଟ୍ରକକୁ ଦ୍ରୁତଗାମୀ ଆମ୍ବୁଲାନ୍‌ସ ପଛପଟରୁ ଶକ୍ତ ଧକ୍କା ଦେଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଥିଲା ‌ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ୧୬ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ଥାନା ଅଧିନସ୍ଥ ନହଞ୍ଜରା ନିକଟସ୍ଥ ଖୁସି ପ୍ଲାଜା ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କର ପରିଚୟ ମିଳି ନଥିଲା ବେଳେ, ସେମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ସକାଳ ପ୍ରାୟ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଏମିତି ଏକ ଗାଁ’ ଯେଉଁଠି ଆଜିପର୍ଯ୍ୟନ୍ତ ଜଣେ ବି ମାଟ୍ରିକ୍‌ ପାସ୍‌ କରିନାହାନ୍ତି

ଓଡ଼ଗାଁ : ସ୍ବାଧୀନତାର ୭୫ ବର୍ଷ ପରେ ଗାଁକୁ ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍ ଓ ପାନୀୟ ଜଳ ପହଞ୍ଚି ପାରିନଥିବା ବେଳେ ସରକାରୀ ଉଦାସୀନତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଲୋକମାନେ ଦୁର୍ଗମ ଅଞ୍ଚଳରେ ସରକାରୀ ସୁବିଧା ନ ପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତି ବର୍ଷ ପରେ ବର୍ଷ ବିତିଯାଉଥିଲେ ମଧ୍ୟ ଗାଁକୁ ସରକାରୀ ବାବୁଙ୍କ ପାଦ ପଡେନି। ଓଡ଼ଗାଁ ବ୍ଲକ୍ ବାଣ୍ଠପୁର ପଞ୍ଚାୟତ ନେପାଳ ଆଦିବାସୀ ଗାଁକୁ ଦେଖିଲେ ସହଜରେ ବୁଝିହେବ। […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ପ୍ରବଳ ଉତ୍ତେଜନା

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା ଦେଖା ଦେଇଛି। ଆଜି ପୂର୍ବାହ୍ନରେ ନାମ୍ପୋ ଅଞ୍ଚଳର ଅକ୍ଷୟ ଜେନା ନାମକ ଜଣେ ରୋଗୀଙ୍କୁ ଏହି ଜିକେ ଭଟ୍ଟର ହସ୍ପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ ଆଣିବା ସହ ପ୍ରବଳ ପାଟିତୁଣ୍ଡ କରିଥିଲେ। ଏହାପରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିଳାନ୍ୟାସ କରି ଭୁଲିଗଲେ ମୁଖ୍ୟମନ୍ତ୍ରୀ: ଶେଷ ହୋଇପାରିଲାନି ବ୍ରାହ୍ମଣୀ ନଦୀରେ ଦ୍ବିତୀୟ ସେତୁ

କଣିହାଁ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ ରେଙ୍ଗାଳିରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ୨୦୧୩ରେ ହୋଇଥିଲା ଶିଳାନ୍ୟାସ। ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ନାବାର୍ଡ ପକ୍ଷରୁ ଏଥିପାଇଁ ୪୯ କୋଟି ୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଶିଳାନ୍ୟାସ ହେବାର ବର୍ଷ ପରେ ବର୍ଷ ବିତିଯାଇ ଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ହୋଇପାରି ନାହିଁ। ୨୦୧୪ ମସିହାରେ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରେଙ୍ଗାଳିରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଟଙ୍କା ପାଇଁ ବନ୍ଧା ପଡ଼ିଲା ଶବ

ସୁନ୍ଦରଗଡ଼/ବୁର୍ଲା : ଭିମ୍‌ସାରରେ ଆଇସିୟୁ ଶଯ୍ୟା ନପାଇ ସୁନ୍ଦରଗଡ଼ର ଜଣେ ଗରିବ ମହିଳା ଆରୋଗ୍ୟ ଲାଭ ଆଶାରେ ଏକ ଘରୋଇ ନର୍ସିଂହୋମକୁ ଯାଇଥିବାବେଳେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ତେବେ, ନର୍ସିଂହୋମ କର୍ତ୍ତୃପକ୍ଷ ଟଙ୍କା ପାଇଁ ମୃତ ମହିଳା ସବିତା ହାତୀଙ୍କ ଶବକୁ ଦୀର୍ଘ ୧୦ ଘଣ୍ଟା ପର୍ଯ୍ୟନ୍ତ ନଛାଡ଼ିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୧୫ ତାରିଖରେ ପ୍ରସୂତିଜନିତ ଯନ୍ତ୍ରଣା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ […]