ବାଇକ୍ ସହ ସ୍କୁଟି ଧକ୍କା: ଜଣେ ମୃତ, ତିନି ଗୁରୁତର
ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଗୋଳାବନ୍ଧ ଛକ ନିକଟରେ ମଧ୍ୟ ରାତିରେ ବାଇକ୍ ସହ ସ୍କୁଟି ଚାଳକଙ୍କ ମଧ୍ୟରେ ଧକ୍କା ହୋଇଥିଲ। ଏହାଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଶୁଆକାଠି ଗ୍ରାମର ଗୋବର୍ଦ୍ଧନ ମହାକୁଡ। ଗୋବର୍ଦ୍ଧନ ତାଙ୍କର ସମ୍ପର୍କୀୟଙ୍କ ଘର ଗୋଳାବନ୍ଧ ଗ୍ରାମକୁ ଆସିଥିଲେ। କାହାର ଦେହ ଅସୁସ୍ଥ ଥିବାରୁ ସିଏ ସ୍କୁଟି ଯୋଗେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ଭୁଲ୍ ରାସ୍ତାରେ ଯାଉଥିବା ସମୟରେ ବିପରୀତ […]









